ସୌମ୍ୟଙ୍କ ଖୋଲା ଚ୍ୟାଲେଞ୍ଜ । କହିଲେ, ‘ବିଜେଡି କାହାର ପୈତୃକ ସମ୍ପତ୍ତି ନୁହେଁ’

କନକ ବ୍ୟୁରୋ : ରାଜ୍ୟରେ ଭୁଷୁଡି ପଡୁଥିବା ଶାସନ ବ୍ୟବସ୍ଥା ଓ ମୁଖ୍ୟମନ୍ତ୍ରୀଙ୍କ ଲୋକ ପ୍ରିୟତା କମ୍ ହେଉଥିବାରୁ ଆଲେଖ୍ୟରେ ସତର୍କ କରିଥିଲେ ସୌମ୍ୟରଞ୍ଜନ । ଜଣେ ସ୍ୱାଭିମାନୀ ଓଡିଆ ଓ ଅନୁଭବି ରାଜନେତା ହିସାବରେ, ବିଜେଡି ଓ ନବୀନ ପଟ୍ଟନାୟକ କେମିତି ପୁଣି ପୂର୍ବ ଲୋକପ୍ରିୟତା ବଜାୟ ରଖିବେ ସେଥିପାଇଁ କେତେକ ପରାମର୍ଶ ଦେଇଥିଲେ । କିନ୍ତୁ ସୌମ୍ୟରଞ୍ଜନଙ୍କ ଆଲେଖ୍ୟ ଓ ପରାମର୍ଶ କିଛି ମୁଷ୍ଟିମେୟଙ୍କର ହଜମ ହୋଇନି । ସେମାନଙ୍କ ସ୍ୱାର୍ଥରେ ବାଧକ ସାଜିଛିContinue reading “ସୌମ୍ୟଙ୍କ ଖୋଲା ଚ୍ୟାଲେଞ୍ଜ । କହିଲେ, ‘ବିଜେଡି କାହାର ପୈତୃକ ସମ୍ପତ୍ତି ନୁହେଁ’”

ଗୋଟିଏ ପରିବାର ୩ଜଣଙ୍କ ଆତ୍ମହତ୍ୟା ଉଦ୍ୟମ । ବିଷ ପିଇ ମା’ ଗୁରୁତର ଝିଅ ଓ ପୁଅ ମୃତ

କନକ ବ୍ୟୁରୋ : ସାରା ବିଶ୍ୱ ଆଜି ଆତ୍ମହତ୍ୟା ନିରୋଧ ଦିବସ ପାଳୁଥିବା ବେଳେ ବରଗଡ଼ ସୋହେଲାରୁ ଆସିଛି ଏକ ଅଭାବନୀୟ ଘଟଣାର ଖବର । କୀଟନାଶକ ପିଇ ଗୋଟିଏ ପରିବାର ୩ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ୩ଜଣଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଝିଅ ଓ ପୁଅର ମୃତ୍ୟୁ ହୋଇଥିବା ବେଳେ ଜୀବନ ସହ ସଂଗ୍ରାମ କରୁଛନ୍ତି ମା’ । ବରଗଡ ମାଷ୍ଟରପଡ଼ାର ସ୍ୱର୍ଗତ ଅର୍ଜୁନ ସାହୁଙ୍କContinue reading “ଗୋଟିଏ ପରିବାର ୩ଜଣଙ୍କ ଆତ୍ମହତ୍ୟା ଉଦ୍ୟମ । ବିଷ ପିଇ ମା’ ଗୁରୁତର ଝିଅ ଓ ପୁଅ ମୃତ”

କାଠ ପୋଲ ସାଜିଛି ଗମନାଗମନ ପାଇଁ ଭରସା । ପ୍ରଶାସନ ପଦକ୍ଷେପ ନନେବାରୁ ଗାଁଲୋକ ମିଶି ତିଆରି କରିଛନ୍ତି କାଠପୋଲ

କନକ ବ୍ୟୁରୋ : କାଠ ପୋଲ ଭରସାରେ ୪ଟି ପଂଚାୟତ । ପୋଲ ତିଆରି ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କର୍ଣ୍ଣପାତ କଲାନାହିଁ ପ୍ରଶାସନ । ସେଥିପାଇଁ ଯାତାୟତର ସୁବିଧା ପାଇଁ ମିଳିମିଶି କାଠ ପୋଲ ତିଆରି କରିଛନ୍ତି ଲୋକ । ବାଲେଶ୍ୱର ଜିଲ୍ଲା ସଦର ବ୍ଲକରୁ ଆସିଛି ଏଭଳି ଦୃଶ୍ୟ । ବ୍ଲକ ଦେଇ ପ୍ରବାହିତ ହେଉଛି ଡୁବଡୁବି ନଦୀର ଶାଖା ହାଣ୍ଡିବସା ନାଳ । ୨୦ ବର୍ଷ ତଳେ ପ୍ରଶାସନ ପକ୍ଷରୁ ଆଲୁମେଦାContinue reading “କାଠ ପୋଲ ସାଜିଛି ଗମନାଗମନ ପାଇଁ ଭରସା । ପ୍ରଶାସନ ପଦକ୍ଷେପ ନନେବାରୁ ଗାଁଲୋକ ମିଶି ତିଆରି କରିଛନ୍ତି କାଠପୋଲ”

ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଅନ୍ଧାରରେ ଚାଲିଛି ସ୍ୱାସ୍ଥ୍ୟସେବା । ଘଟଣାକୁ ବିରୋଧ କରି ଓପିଡି ସମ୍ମୁଖରେ ଉତେଜନା

କନକ ବ୍ୟୁରୋ : ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଅନ୍ଧାରରେ ଚାଲିଛି ସ୍ୱାସ୍ଥ୍ୟସେବା । ଘଟଣାକୁ ନେଇ ଓପିଡି ସମ୍ମୁଖରେ ଉତେଜନା ଦେଖିବାକୁ ମିଳିଛି । ଉପଖଣ୍ଡ ଚିକିତ୍ସାଳୟ ଉପରେ ଅନେକ ରୋଗୀ ନିର୍ଭର କରୁଛନ୍ତି    । ହେଲେ ବିଦ୍ୟୁତ୍ ବ୍ୟବସ୍ଥାରେ ବଡ ଅବହେଳା ଦେଖିବାକୁ ମିଳିଛି । ବିଦ୍ୟୁତ୍ କଟିବା ପରେ ଚିକିତ୍ସାଳୟରେ ଡିଜି କିମ୍ବା ଅନ୍ୟ ବିକଳ୍ପ ବ୍ୟବସ୍ଥା ବି ଫେଲ ମାରିଛି । ଘଟଣାକୁ ନେଇ ଉତେଜନା ସୃଷ୍ଟି ହୋଇଛି । ଶନିବାର ଚିକିତ୍ସାଳୟରେContinue reading “ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଅନ୍ଧାରରେ ଚାଲିଛି ସ୍ୱାସ୍ଥ୍ୟସେବା । ଘଟଣାକୁ ବିରୋଧ କରି ଓପିଡି ସମ୍ମୁଖରେ ଉତେଜନା”

କେମିତି କାମ୍ବୋଡିଆରେ ଫସିଥିଲେ ଗଂଜାମ ରଙ୍ଗେଇଲୁଣ୍ଡାର ଦୀନବନ୍ଧୁ । ଘରକୁ ଫେରିବା ପରେ କହିଲେ ନିର୍ଯାତନାର କାହାଣୀ

କନକ ବ୍ୟୁରୋ : କାମ୍ବୋଡିଆରେ ବନ୍ଦୀ ଜୀବନ ବିତାଉଥିବା ରଙ୍ଗେଇଲୁଣ୍ଡାର ଗୋଳନ୍ଥରାର ଦୀନବନ୍ଧୁ ସାହୁ ନିଜ ଘରକୁ ଫେରିଛନ୍ତି । ପୁଅ ଫେରି ଆସିବା ପରେ ଘରେ ଖୁସିର ମାହୋଲ । ଘରକୁ ଫେରିବା ପରେ ତାଙ୍କ ସହ ଘଟି ଯାଇଥିବା ଦୁଃଖକୁ ବଖାଣିଛନ୍ତି ଦୀନବନ୍ଧୁ । କହିଛନ୍ତି, ଭିଏତନାମରେ ଚାକିରି ଦେବା ନାଁରେ କମ୍ବୋଡିଆରେ କେମିତି ବିକିଦେଇଥିଲା ଏଜେଂଟ । ୨୫ଶହ ଡଲାର ଦେଲେ ଛାଡ଼ିବେ ବୋଲି ଏଜେଂଟ କହିଥିଲେ । ଆଉ ଘରକୁ ନଫେରିପାରିContinue reading “କେମିତି କାମ୍ବୋଡିଆରେ ଫସିଥିଲେ ଗଂଜାମ ରଙ୍ଗେଇଲୁଣ୍ଡାର ଦୀନବନ୍ଧୁ । ଘରକୁ ଫେରିବା ପରେ କହିଲେ ନିର୍ଯାତନାର କାହାଣୀ”

ଗଂଜାମରେ ରାଜନୈତିକ ରକ୍ତପାତ । ଦଳୀୟ କନ୍ଦଳରୁ ଯୁବ ବିଜେଡି ନେତା ମଧୁ ବିଷୋୟୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ରାଜନୈତିକ ରକ୍ତପାତ । ଦଳୀୟ କନ୍ଦଳରୁ ଯୁବ ବିଜେଡି ନେତାଙ୍କୁ ବିଭତ୍ସ ଭାବେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ସନ୍ଦେହ । ସୂଚନା ଅନୁସାରେ ମୃତ୍ୟୁ ହୋଇଥିବା ମଧୁ ବିଷୋୟୀ ବିଜେଡିର ଜଣେ ଦକ୍ଷ ସଂଗଠକ ଥିଲେ । ସେ ଗତ ପଂଚାୟତ ନିର୍ବାଚନରେ ସକ୍ରିୟ ଭୂମିକା ତୁଲାଇଥିଲେ । ଯାହାକୁ ନେଇ ଆଉ ଏକ ଗୋଷ୍ଠି ତାଙ୍କ ଉପରେ ରାଗ ରଖିଥିଲେ । ଆଉ ଗତକାଲି ମଧୁContinue reading “ଗଂଜାମରେ ରାଜନୈତିକ ରକ୍ତପାତ । ଦଳୀୟ କନ୍ଦଳରୁ ଯୁବ ବିଜେଡି ନେତା ମଧୁ ବିଷୋୟୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ”

ଗୋଟିଏ ପରିବାର ୩ଜଣଙ୍କ ଆତ୍ମହତ୍ୟା ଉଦ୍ୟମ । ବିଷ ପିଇ ମା’, ଝିଅ ଗୁରୁତର, ପୁଅ ମୃତ

କନକ ବ୍ୟୁରୋ : ସାରା ବିଶ୍ୱ ଆଜି ଆତ୍ମହତ୍ୟା ନିରୋଧ ଦିବସ ପାଳୁଥିବା ବେଳେ ବରଗଡ଼ ସୋହେଲାରୁ ଆସିଛି ଏକ ଅଭାବନୀୟ ଘଟଣାର ଖବର । କୀଟନାଶକ ପିଇ ଗୋଟିଏ ପରିବାର ୩ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ୩ଜଣଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ମାଷ୍ଟରପଡ଼ାର ସ୍ୱର୍ଗତ ଅର୍ଜୁନ ସାହୁଙ୍କ ସ୍ତ୍ରୀ କୁମୁଦିନି, ପୁଅ ବଂଶୀଧର ଓ ଝିଅ ସୁବର୍ଣ୍ଣ ଆଜି ବିଷ ପିଇ ଦେଇ ଘର କବାଟ ବନ୍ଦ କରିଥିଲେ ।Continue reading “ଗୋଟିଏ ପରିବାର ୩ଜଣଙ୍କ ଆତ୍ମହତ୍ୟା ଉଦ୍ୟମ । ବିଷ ପିଇ ମା’, ଝିଅ ଗୁରୁତର, ପୁଅ ମୃତ”

ଇଂଷ୍ଟାଗ୍ରାମରେ ଫେମସ୍ ହେବାକୁ ଚାହୁଁଥିଲେ ଶିକ୍ଷୟତ୍ରୀ । ଫଲୋଅର୍ସ ବଢାଇବାକୁ ନିଜେ ବନାଇଲେ ନିଜର ଅଶ୍ଳୀଳ ଭିଡିଓ

କନକ ବ୍ୟୁରୋ : ସୋସିଆଲ ମିଡିଆରେ ରିଲସ ବନାଇବାର ନିଶା ଏବେ ପ୍ରତିଟି ଲୋକଙ୍କୁ ଘାରିଛି । ଫେସବୁକ୍ ହେଉ ବା ଇଂଷ୍ଟାଗ୍ରାମ ବ୍ୟବହାରକାରୀ ଭିନ୍ନ ଭିନ୍ନ ଭିଡିଓ ଅପଲୋଡ କରି ନିଜକୁ ଫେମସ କରିବାକୁ ଚେଷ୍ଟା ଚଳାଇଛନ୍ତି । ଏହାସହ କିଭଳି ଓ କେଉଁ ଭିଡିଓ ଅପଲୋଡ କଲେ ଫଲୋଅର୍ସ ବଢିବେ ତାହା ଉପରେ ବି ରିସର୍ଚ୍ଚ ଚଳାଇଛନ୍ତି । ହେଲେ ଜଣେ ଶିକ୍ଷୟତ୍ରୀ ଇଂଷ୍ଟାଗ୍ରାମରେ ନିଜର ଫଲୋଅର୍ସ ବଢାଇବାକୁ ଏଭଳି କିଛି କରିଛନ୍ତି ଯାହାContinue reading “ଇଂଷ୍ଟାଗ୍ରାମରେ ଫେମସ୍ ହେବାକୁ ଚାହୁଁଥିଲେ ଶିକ୍ଷୟତ୍ରୀ । ଫଲୋଅର୍ସ ବଢାଇବାକୁ ନିଜେ ବନାଇଲେ ନିଜର ଅଶ୍ଳୀଳ ଭିଡିଓ”

ସମ୍ବାଦକୁ ବିଜ୍ଞାପନ ବନ୍ଦ ପ୍ରସଙ୍ଗ ନେଇ ବର୍ଷିଲେ ସମ୍ବାଦ ସମ୍ପାଦକ । କହିଲେ ଉପରେ ରାଗ ରଖି ସରକାର ବନ୍ଦ କରିଛନ୍ତି ବିଜ୍ଞାପନ ।

କନକ ବ୍ୟୁରୋ: ସମ୍ବାଦକୁ ବିଜ୍ଞାପନ ବନ୍ଦ ପ୍ରସଙ୍ଗରେ ସମ୍ବାଦ ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସରକାର ରାଗ ରଖି ସମ୍ବାଦକୁ ବିଜ୍ଞାପନ ବନ୍ଦ କରିଦେଇଛନ୍ତି । କୌଣସି ପତ୍ର ପତ୍ରିକା କାହାର ଦୟାରେ ଚାଲେ ନାହିଁ । ଯଦି କାହାର ଆଶୀର୍ବାଦ ବେଶୀ ଲୋଡ଼ା, ସେମାନେ ହେଉଛନ୍ତି ଗ୍ରାହକ ଓ ପାଠକ । ଯେତେବେଳେ ଯାଏଁ ପାଠକଙ୍କ ଆଶୀର୍ବାଦ ଥିବ, ଆମେରିକା କି କେନ୍ଦ୍ର କିମ୍ବା ରାଜ୍ୟContinue reading “ସମ୍ବାଦକୁ ବିଜ୍ଞାପନ ବନ୍ଦ ପ୍ରସଙ୍ଗ ନେଇ ବର୍ଷିଲେ ସମ୍ବାଦ ସମ୍ପାଦକ । କହିଲେ ଉପରେ ରାଗ ରଖି ସରକାର ବନ୍ଦ କରିଛନ୍ତି ବିଜ୍ଞାପନ ।”

ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ । ଦୋହରାଇଲେ ସୌମ୍ୟରଞ୍ଜନ ପଟ୍ଟନାୟକ । କହିଲେ, ମୋ କଥାକୁ ସମର୍ଥନ କରୁଛନ୍ତି ଓଡ଼ିଶାବାସୀ ।

କନକ ବ୍ୟୁରୋ: ପୁଣି କଡ଼ା ପ୍ରତିକ୍ରିୟା ରଖିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । କହିଛନ୍ତି, ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ । ଯେଉଁମାନେ ଇସ୍ତଫା କଥା କହୁଛନ୍ତି, ଦଳ କ’ଣ ତାଙ୍କର । ମୋ କଥାକୁ ବହୁତ ଲୋକେ ସମର୍ଥନ କରୁଛନ୍ତି । ସେହିପରି ସୌମ୍ୟ ଆହୁରି କହିଛନ୍ତି, ସରକାର ରାଗ ରଖି ସମ୍ବାଦକୁ ବିଜ୍ଞାପନ ବନ୍ଦ କରିଦେଇଛନ୍ତି । କୌଣସି ପତ୍ର ପତ୍ରିକା କାହାର ଦୟାରେ ଚାଲେ ନାହିଁ ।Continue reading “ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ । ଦୋହରାଇଲେ ସୌମ୍ୟରଞ୍ଜନ ପଟ୍ଟନାୟକ । କହିଲେ, ମୋ କଥାକୁ ସମର୍ଥନ କରୁଛନ୍ତି ଓଡ଼ିଶାବାସୀ ।”

Design a site like this with WordPress.com
Get started