କନକ ବ୍ୟୁରୋ : ମରକ୍ସୋରେ ଜୋରଦାର ଭୂମିକମ୍ପ ଦେଖିବାକୁ ମିିଳିଛି । ୟୁଏସ ଜିଓଲୋଜିକାଲ ମୁତାବକ ଶୁକ୍ରବାର ମଧ୍ୟରାତ୍ରରେ ୬.୮ ମାଗ୍ନିଚ୍ୟୁଡ ଭୂକମ୍ପରେ ଦକ୍ଷିଣ-ପଶ୍ଚିମ ମରାକେଶ, ମରକ୍ସୋ ଓ ଡାକଝୋରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ଭୂମିକମ୍ପ ରାତି ୧୧.୧୧ ଟାରେ ମାରକେଶର ଠରୁ ୭୧ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମରେ ୧୮.୫ କିଲୋମିଟର ଗଭୀରତାରୁ ଆସିଥିଲା । ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୬୩୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ପୂର୍ବରୁContinue reading “ମରକ୍ସୋରେ ୬.୮ ତୀବ୍ରତାରେ ଭୀଷଣ ଭୂକମ୍ପ, ୬୩୨ ଜଣଙ୍କର ମୃତ୍ୟୁ”
Tag Archives: News
ତୃତୀୟ ମହଲାରେ ଦଳୀୟ ଅଫିସ ଅଛି କି? ସଚିବ କାହିଁକି ଦଳୀୟ କଥାରେ ମୁଣ୍ଡ ପୂରାଇବେ । ପ୍ରତାପଙ୍କୁ କାଉଣ୍ଟର କରି ସୌମ୍ୟ କହିଲେ, ମନ୍ତ୍ରୀ ମୋତେ ନିର୍ଦ୍ଦେଶ ଦେଇପାରିବେନି ।
କନକ ବ୍ୟୁରୋ : ପ୍ରତାପ ଦେବଙ୍କୁ କଡା ଜବାବ ଦେଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଯାହା କହୁଛି ଦଳର ହିତ ପାଇଁ କହୁଛି, ଯାହା ଲେଖୁଛି ଦଳର ମଙ୍ଗଳ ହେବ ଅମଙ୍ଗଳ ହେବନି । ସମ୍ପାଦକୀୟ ନେଇ ମନ୍ତ୍ରୀ ମୋତେ ନିର୍ଦ୍ଦେଶ ଦେଇପାରିବେନି । ଦଳ ବିରୋଧରେ ମୁଁ ଆଦୌ ଯାଇନି । ଦଳରେ କେମିତି ଶୃଙ୍ଖଳା ଆସିବ ତାହାର ମୋର ଉଦ୍ଦେଶ୍ୟ ବୋଲି କହିଛନ୍ତି ସୌମ୍ୟ । ପ୍ରେସମିଟ୍ କରି ସୌମ୍ୟ କହିଛନ୍ତି, ୫-ଟିContinue reading “ତୃତୀୟ ମହଲାରେ ଦଳୀୟ ଅଫିସ ଅଛି କି? ସଚିବ କାହିଁକି ଦଳୀୟ କଥାରେ ମୁଣ୍ଡ ପୂରାଇବେ । ପ୍ରତାପଙ୍କୁ କାଉଣ୍ଟର କରି ସୌମ୍ୟ କହିଲେ, ମନ୍ତ୍ରୀ ମୋତେ ନିର୍ଦ୍ଦେଶ ଦେଇପାରିବେନି ।”
ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମର୍ଥନରେ ବାହାରିଲା କଂଗ୍ରେସ : ସୌମ୍ୟଙ୍କୁ ହିମାଳୟ ସହ ତୁଳନା କରି କହିଲା,ସମ୍ପାଦକୀୟରେ ଯାହା ପ୍ରକାଶ ପାଇଛି ତାହା ସତ
କନକ ବ୍ୟୁରୋ : ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଂଗ୍ରେସର ସମର୍ଥନ । ଓଡିଶା ପ୍ରତି ତାଙ୍କର ଅନେକ ଅବଦାନ ରହିଛି । ଶାସକ ଦଳର ନେତା ମନ୍ତ୍ରୀ ଖଣ୍ଡପଡା ବିଧାୟକଙ୍କୁ ସମାଲୋଚନା କରିବା ପରେ ବିରୋଧୀ କଂଗ୍ରେସ ଏପରି କହି ବିଜେଡିକୁ କାଉଂଟର କରିଛି । କଂଗ୍ରେସ ସୌମ୍ୟରଞ୍ଜନଙ୍କୁ ହିମାଳୟ ପର୍ବତ ସହ ତୁଳନା କରିଛି । ଯେଉଁମାନେ ସମାଲୋଚନା କରୁଛନ୍ତି ସେମାନେ ନିଜକୁ ଥରେ ଅନୁଶୀଳନ କରନ୍ତୁ ବୋଲି କଂଗ୍ରେସ ନେତା ଆର୍ଯ୍ୟ ଜ୍ଞାନେନ୍ଦ୍ରContinue reading “ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମର୍ଥନରେ ବାହାରିଲା କଂଗ୍ରେସ : ସୌମ୍ୟଙ୍କୁ ହିମାଳୟ ସହ ତୁଳନା କରି କହିଲା,ସମ୍ପାଦକୀୟରେ ଯାହା ପ୍ରକାଶ ପାଇଛି ତାହା ସତ”
G-20 ଶିଖର ସମ୍ମିଳନୀରେ ସଂଯୁକ୍ତ ଘୋଷଣପତ୍ର ଜାରି କରିବା ଭାରତ ପାଇଁ କଷ୍ଟକର ହେବ କି ?
G-20 ଶିଖର ସମ୍ମିଳନୀକୁ ଭାରତ ଏପରି ଏକ କୂଟନୈତିକ ଆୟୋଜନରେ ପରିଣତ କରିଦେଇଛି ଯାହା ପୂର୍ବରୁ କେବେ ହୋଇନଥିଲା । G-20ର ସଫଳତା ପାଇଁ ବିଗତ ବର୍ଷେ ଧରି ୬୦ଟି ଭାରତୀୟ ସହରରେ ୨୦୦ ସଭାର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ଭାଗ ନେବାକୁ ବିଶ୍ବର ନେତୃବର୍ଗ ଦିଲ୍ଲୀରେ ପହଞ୍ଚିବା ଜାରି ରଖିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖContinue reading “G-20 ଶିଖର ସମ୍ମିଳନୀରେ ସଂଯୁକ୍ତ ଘୋଷଣପତ୍ର ଜାରି କରିବା ଭାରତ ପାଇଁ କଷ୍ଟକର ହେବ କି ?”
ସୌମ୍ୟ ବାବୁଙ୍କର ସାହସ ଅଛି ସତ କହୁଛନ୍ତି, ବିଜେଡି ବିଧାୟକ, ମନ୍ତ୍ରୀ ଓ କର୍ମୀ ଆତ୍ମସମ୍ମାନ ରଖନ୍ତୁ । ସୌମ୍ୟଙ୍କ ସମର୍ଥନରେ ବାହାରିବା ବିଜେଡିକୁ ଟାର୍ଗେଟ କଲେ ଅପରାଜିତା ।
କନକ ବ୍ୟୁରୋ : ଓଡ଼ିଶାର ଶାସନ ପ୍ରଣାଳୀକୁ ନେଇ ପ୍ରଶ୍ନ ଉଠାଇବା ସହ ସୌମ୍ୟଙ୍କ ସମର୍ଥନରେ ବାହାରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତା କହିଛନ୍ତି, ଓଡ଼ିଶାର ଯେଉଁ ଗର୍ଭଣ୍ଣାସ ମଡେଲ ଚାଲିଛି ତାହାକୁ ଦେଖି ଲୋକ ହସୁଛନ୍ତି । ବିଜେଡି ବହୁତ ଶୋଚନୀୟ ଅବସ୍ଥାରେ ଅଛି, ବିଜେଡି ଯଦି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କଥା ଶୁଣିଥାନ୍ତା ଏବଂ ତାଙ୍କ କଥାକୁ ଗୁରୁତର ସହ ଗ୍ରହଣ କରିଥାନ୍ତା ତେବେ ଆଜି ଏପରି ଅବସ୍ଥା ସୃଷ୍ଟି ହୋଇନଥାନ୍ତା ।Continue reading “ସୌମ୍ୟ ବାବୁଙ୍କର ସାହସ ଅଛି ସତ କହୁଛନ୍ତି, ବିଜେଡି ବିଧାୟକ, ମନ୍ତ୍ରୀ ଓ କର୍ମୀ ଆତ୍ମସମ୍ମାନ ରଖନ୍ତୁ । ସୌମ୍ୟଙ୍କ ସମର୍ଥନରେ ବାହାରିବା ବିଜେଡିକୁ ଟାର୍ଗେଟ କଲେ ଅପରାଜିତା ।”
ପଞ୍ଚାୟତରେ ୧୨ରୁ ୧୬% ପିସି କାରବାର : ଲାଞ୍ଚ ପାଇଁ ଆଗେଇ ପାରୁନି ବିକାଶ କାମ; ଅଭିଯୋଗ ଆଣି ଧାରଣାରେ ବସିଲେ ସରପଞ୍ଚ ଓ ସ୍ୱାମୀ
କନକ ବ୍ୟୁରୋ : ପଞ୍ଚାୟତରେ ଚାଲିଛି ୧୨ରୁ ୧୬ ପ୍ରତିଶତ ପିସି କାରବାର । ଲାଞ୍ଚ ପାଇଁ ଆଗେଇ ପାରୁନି ବିକାଶ କାମ । ବିଡ଼ିଓ, ଜେଇ, ପିଇଓଙ୍କ ବିରୋଧରେ ଅଭିଯୋଗ ଆଣି ଧାରଣାରେ ବସିଲେ ସୋର ତଳନଗର ସରପଞ୍ଚ ଓ ସ୍ୱାମୀ । ପଞ୍ଚାୟତ ପାଇଁ ଆସୁଥିବା କୋଟି କୋଟି ଟଙ୍କା ପଡ଼ିରହିଛି । ପିସି ନଦେଲେ କାମ ହେଉନଥିବା ସେମାନେ ଅଭିଯୋଗ ଆଣିଛନ୍ତି । ବିଭିନ୍ନ କାମ ପାଇଁ ଆସୁଥିବା ଟଙ୍କାରୁ ଚାନ୍ଦା ନେଇContinue reading “ପଞ୍ଚାୟତରେ ୧୨ରୁ ୧୬% ପିସି କାରବାର : ଲାଞ୍ଚ ପାଇଁ ଆଗେଇ ପାରୁନି ବିକାଶ କାମ; ଅଭିଯୋଗ ଆଣି ଧାରଣାରେ ବସିଲେ ସରପଞ୍ଚ ଓ ସ୍ୱାମୀ”
ଜି-୨୦ ସମ୍ମିଳନୀ ମଞ୍ଚରୁ ବିଶ୍ୱକୁ ଭାରତ ବାର୍ତ୍ତା : ଇଣ୍ଡିଆ ନୁହେଁ ଚିହ୍ନିତ ହେଲା ଭାରତ; ପ୍ରଧାନମନ୍ତ୍ରୀଙ୍କ ସିଟ୍ ଫଳକରେ ଇଂରାଜୀରେ ଲେଖା ଅଛି ଭାରତ
କନକ ବ୍ୟୁରୋ : ଜି-୨୦ ମଞ୍ଚରୁ ଭାରତ ବାର୍ତ୍ତା । ଇଣ୍ଡିଆ ନୁହେଁ ଚିହ୍ନିତ ହେଲା ଭାରତ । ଜି-୨୦ ସମ୍ମିଳନୀର ପ୍ରଥମ ଅଧିବେଶନ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରୁ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଯେଉଁ ସିଟରେ ବସିଛନ୍ତି ସେଠାରେ ଥିବା ଫଳକରେ ଇଂରାଜୀରେ ଭାରତ ଲେଖାଯାଇଛି । ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସିଟ୍ ଫଳକରେ ଇଂରାଜୀରେ ଇଣ୍ଡିଆ ଲେଖାଯାଉଥିଲା । ହେଲେ ପ୍ରଥମ ଥର ପାଇଁ ତାଙ୍କ ଆସନ ଫଳକରେ ଇଂରାଜୀରେ ଇଣ୍ଡିଆ ବଦଳରେ ଭାରତContinue reading “ଜି-୨୦ ସମ୍ମିଳନୀ ମଞ୍ଚରୁ ବିଶ୍ୱକୁ ଭାରତ ବାର୍ତ୍ତା : ଇଣ୍ଡିଆ ନୁହେଁ ଚିହ୍ନିତ ହେଲା ଭାରତ; ପ୍ରଧାନମନ୍ତ୍ରୀଙ୍କ ସିଟ୍ ଫଳକରେ ଇଂରାଜୀରେ ଲେଖା ଅଛି ଭାରତ”
ବିଶ୍ୱ ଦେଖିଲା ଓଡ଼ିଶାର ଐତିହ୍ୟ : ପ୍ରଧାନମନ୍ତ୍ରୀଙ୍କଠାରୁ କୋଣାର୍କ ଐତିହ୍ୟ ସମ୍ପର୍କରେ ପଚାରି ବୁଝିଲେ ରାଷ୍ଟ୍ରପତି ଜୋ ବାଇଡେନ୍
କନକ ବ୍ୟୁରୋ : ବିଶ୍ୱ ଦେଖିଲା ଓଡ଼ିଶାର ଐତିହ୍ୟ । ଭାରତ ମଣ୍ଡପମର ସ୍ୱାଗତ ସ୍ଥଳରେ ଶୋଭା ପାଇଲା କୋଣାର୍କ ଚକ୍ର । ଏହିଠାରେ ଛାଡା ହୋଇ ବିଶ୍ୱନେତାଙ୍କୁ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜଣଙ୍କ ପରେ ଜଣେ ନେତା ଆସି ପହଂଚିଛନ୍ତି ଭାରତ ମଣ୍ଡପମରେ । ଆଉ ପ୍ରଧାନମନ୍ତ୍ରୀ କୋଣାର୍କ ଚକ୍ର ସାମ୍ନାରେ ଛିଡା ହୋଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କୋଣାର୍କ ଚକ୍ର ସାମ୍ନାରେContinue reading “ବିଶ୍ୱ ଦେଖିଲା ଓଡ଼ିଶାର ଐତିହ୍ୟ : ପ୍ରଧାନମନ୍ତ୍ରୀଙ୍କଠାରୁ କୋଣାର୍କ ଐତିହ୍ୟ ସମ୍ପର୍କରେ ପଚାରି ବୁଝିଲେ ରାଷ୍ଟ୍ରପତି ଜୋ ବାଇଡେନ୍”
ସୁପର-୪ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଜାଣନ୍ତୁ ମହାମୁକାବିଲାରେ ବର୍ଷାର ସମ୍ଭାବନା କେତେ ରହିଛି ଏବଂ ବର୍ଷା ହେଲେ କଣ ହେବ?
କନକ ବ୍ୟୁରୋ : ରବିବାର ଏସିଆ କପର ସୁପର-୪ରେ ଭାରତ-ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବ । କଲମ୍ବୋରେ ଏହି ବ୍ଲକବଷ୍ଟର ମ୍ୟାଚ୍ ଖେଳାଯିବ । ତେବେ ଲିଗ୍ ପର୍ଯ୍ୟାୟ ଭଳି ସୁପର-୪ର ଏହି ମୁକାବିଲାରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି । ତେବେ ବର୍ଷା ହେଲେ ମଧ୍ୟ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ରିଜର୍ଭ ଡେ ରଖାଯାଇଛି । ମ୍ୟାଚର ଗୁରୁତ୍ୱ ଓ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଏସିସି ପକ୍ଷରୁ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁContinue reading “ସୁପର-୪ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଜାଣନ୍ତୁ ମହାମୁକାବିଲାରେ ବର୍ଷାର ସମ୍ଭାବନା କେତେ ରହିଛି ଏବଂ ବର୍ଷା ହେଲେ କଣ ହେବ?”
ଜି-୨୦ ସମ୍ମିଳନୀ : ଭାରତ ମଣ୍ଡପମରେ ବିଶ୍ୱ ନେତାଙ୍କ ଆଲୋଚନା; ସମ୍ବୋଧନ କରି ମୋଦୀ କହିଲେ ଏକବିଂଶ ଶତାବ୍ଦୀ ବିଶ୍ୱକୁ ଦେବ ନୂଆ ଦିଗ
କନକ ବ୍ୟୁରୋ : ଦିଲ୍ଲୀରେ ଆରମ୍ଭ ହୋଇଛି ଦୁଇ ଦିନିଆ ଜି-୨୦ ସମ୍ମିଳନୀ । ଭାରତ ମଣ୍ଡପମରେ ପହଞ୍ଚିଛନ୍ତି ବିଶ୍ୱ ନେତା । ଜଣଙ୍କ ପରେ ଜଣେ ବିଶ୍ୱନେତାଙ୍କୁ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ପରେ ଆରମ୍ଭ ହୋଇଛି ଜି-୨୦ ସମ୍ମିଳନୀ । ସମ୍ମିଳନୀକୁ ପ୍ରଥମେ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଥିଲେ ଏକବିଂଶ ଶତାବ୍ଦୀ ବିଶ୍ୱକୁ ନୂଆ ଦିଗ ଦେବ । ବର୍ତ୍ତମାନ ସମସ୍ତଙ୍କ ସହ ମିଶିContinue reading “ଜି-୨୦ ସମ୍ମିଳନୀ : ଭାରତ ମଣ୍ଡପମରେ ବିଶ୍ୱ ନେତାଙ୍କ ଆଲୋଚନା; ସମ୍ବୋଧନ କରି ମୋଦୀ କହିଲେ ଏକବିଂଶ ଶତାବ୍ଦୀ ବିଶ୍ୱକୁ ଦେବ ନୂଆ ଦିଗ”