କନକ ବ୍ୟୁରୋ : ପାଣି ପାଇଁ ରାସ୍ତାରୋକ । ଭଞ୍ଜନଗର-ଭୁବନେଶ୍ୱରକୁ ସଂଯୋଗ କରୁଥିବା ରାସ୍ତାରେ ଗରା, ମାଠିଆ ଧରି ପ୍ରତିବାଦ କଲେ ଶତାଧିକ ମହିଳା । ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଗୋଛବାଡ଼ି ଗାଁକୁ ୮ ମାସ ହେଲା ପିଇବା ପାଣି ଆସୁନଥିବାରୁ ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ । ପିଇବା ପାଣି ପାଇଁ ବାରମ୍ବାର ବିଡ଼ିଓଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବାରୁ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ଏହି ରାସ୍ତାର ଯାତାୟତ ବାଧାପ୍ରାପ୍ତContinue reading “ବର୍ଷା ଦିନେ ପାଣି ଅଭାବ : ରାସ୍ତାରେ ଗରା, ମାଠିଆ ଧରି ପ୍ରତିବାଦ କଲେ ଶତାଧିକ ମହିଳା”
Tag Archives: News
କଂଗ୍ରେସରୁ ନିଲମ୍ବିତ ହେଲେ ମନ୍ମଥ ରାଉତରାୟ । କଂଗ୍ରେସର ସଦସ୍ୟ ଥାଇ ମଧ୍ୟ ଦଳରେ ନଥିବା କହିଥିଲେ ସୁରଙ୍କ ପୁଅ, କାର୍ଯ୍ୟାନୁଷ୍ଠାନ ନେଲା ଦଳର ଶୃଙ୍ଖଳା କମିଟି ।
କନକ ବ୍ୟୁରୋ : କଂଗ୍ରେସରୁ ନିଲମ୍ବିତ ହେଲେ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । କଂଗ୍ରେସର ଶୃଙ୍ଖଳା କମିଟି ପକ୍ଷରୁ ମନ୍ମଥଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଂଗ୍ରେସର ସଦସ୍ୟ ଥାଇ ସୁଦ୍ଧା ଦଳରେ ନଥିବା ନେଇ ବୟାନ ରଖିଥିଲେ ମନ୍ମଥ । ଯାହାକୁ ନେଇ ମନ୍ମଥଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ତେବେ ଏହାର ଉତ୍ତର ନରଖିବାରୁ ମନ୍ମଥଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସର ଶୃଙ୍ଖଳା କମିଟିContinue reading “କଂଗ୍ରେସରୁ ନିଲମ୍ବିତ ହେଲେ ମନ୍ମଥ ରାଉତରାୟ । କଂଗ୍ରେସର ସଦସ୍ୟ ଥାଇ ମଧ୍ୟ ଦଳରେ ନଥିବା କହିଥିଲେ ସୁରଙ୍କ ପୁଅ, କାର୍ଯ୍ୟାନୁଷ୍ଠାନ ନେଲା ଦଳର ଶୃଙ୍ଖଳା କମିଟି ।”
ହିନ୍ଦୋଳରେ ୧୨ ଘଣ୍ଟିଆ ବନ୍ଦ ପାଳନ : ଏନଏସି ଅଞ୍ଚଳରେ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ
କନକ ବ୍ୟୁରୋ : ହିନ୍ଦୋଳ ଏନଏସିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ । ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ବିଜେପି । ହିନ୍ଦୋଳକୁ ସରକାରୀ ବସ୍ ବ୍ୟବସ୍ଥା, ୧୫ ଓ ୧୬ ନମ୍ବର ୱାର୍ଡ଼ରେ ରାସ୍ତା ନିର୍ମାଣ, ହିନ୍ଦୋଳ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି, ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର, ପର୍ଯ୍ୟଟନ ମାନ୍ୟତା, ଯାତ୍ରୀ ଆଶ୍ରୟ ସ୍ଥଳ ପାଇଁ ଦାବି କରି ବନ୍ଦ ଡାକରା ଦେଇଛି ବିଜେପି । ପୂର୍ବତନContinue reading “ହିନ୍ଦୋଳରେ ୧୨ ଘଣ୍ଟିଆ ବନ୍ଦ ପାଳନ : ଏନଏସି ଅଞ୍ଚଳରେ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ”
ରାସ୍ତା କାମକୁ ନେଇ ଲୋକଙ୍କ ଅସନ୍ତୋଷ : ଧାନ ତଳି ରୋଇ ପ୍ରତିବାଦ; ଶୀଘ୍ର କାମ ଶେଷ ନହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଚେତାବନୀ
କନକ ବ୍ୟୁରୋ : ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ । କୋରାପୁଟ ବୈପାରିଗୁଡ଼ା ବ୍ଲକର ପାବଲିଗୁଡ଼ା ଗାଁକୁ ପକ୍କା ରାସ୍ତାଟିଏ ନାହିଁ । ବର୍ଷା ଯୋଗୁଁ ପାଣି କାଦୁଅରେ ଭର୍ତ୍ତି ହୋଇଥିବା ଏହି ରାସ୍ତାର ଅବସ୍ଥା ନକହିବା ଭଲ । ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ବୃଦ୍ଧା ଏହି ରାସ୍ତାରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଯାତାୟାତ କରୁଛନ୍ତି । ଦେହ ଖରାପ ହେଲେ ଗାଁକୁ ଆମ୍ବୁଲାନ୍ସଟିଏ ଆସିପାରୁନାହିଁ । ତେଣୁ ଗାଁ ଲୋକେContinue reading “ରାସ୍ତା କାମକୁ ନେଇ ଲୋକଙ୍କ ଅସନ୍ତୋଷ : ଧାନ ତଳି ରୋଇ ପ୍ରତିବାଦ; ଶୀଘ୍ର କାମ ଶେଷ ନହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଚେତାବନୀ”
ଫାଇଭ ଟି ସଚିବଙ୍କ ସଭାରେ ଯୋଗ ଦେବାକୁ ବଣ୍ଟା ଯାଉଛି ଟଙ୍କା : ଭିଡିଓ ଭାଇରାଲ, ଟ୍ରାନ୍ସପରେନ୍ସିରେ ଜଣାପଡିବ କି କିଏ ବାଣ୍ଟିଛି ଟଙ୍କା?
କନକ ବ୍ୟୁରୋ : ଫାଇଭ ଟି ସଚିବଙ୍କ ସଭାରେ ଯୋଗଦେବାକୁ ଯାଜପୁରରେ ଟଙ୍କା ବଣ୍ଟାର ଭିଡିଓ ଭାଇରାଲ ହେଉଛି । ଭାଇରାଲ ଭିଡିଓଟି ଆମର ହସ୍ତଗତ ହୋଇଛି । କୁହାଯାଉଛି ଏହି ଭିଡିଓଟି ଅଗଷ୍ଟ ୩୧ ତାରିଖର । ଏହି ଦିନ ଯାଜପୁର ବିଞ୍ଝାରପୁର ଓ ଦଶରଥପୁର ଫାଇଭ ଟି ସଚିବଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ରହିଥିଲା । ବିଞ୍ଝାରପୁର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସ୍ଥାନୀୟ ଲୋକଙ୍କୁ ଟଙ୍କାକୁ କେହି ଜଣେ ଟଙ୍କା ବାଣ୍ଟୁଥିବାର ଏହି ଭିଡିଓରୁContinue reading “ଫାଇଭ ଟି ସଚିବଙ୍କ ସଭାରେ ଯୋଗ ଦେବାକୁ ବଣ୍ଟା ଯାଉଛି ଟଙ୍କା : ଭିଡିଓ ଭାଇରାଲ, ଟ୍ରାନ୍ସପରେନ୍ସିରେ ଜଣାପଡିବ କି କିଏ ବାଣ୍ଟିଛି ଟଙ୍କା?”
ବିଧାୟକ ଆଉ ମନ୍ତ୍ରୀମାନଙ୍କର ଦରମା ବଢାଇଲେ ମମତା ସରକାର । ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ନେଉନାହାଁନ୍ତି ଗୋଟିଏ ଟଙ୍କା, ବିଧାୟକ ଦରମା ନେବେ ୧.୨୧ ଲକ୍ଷ ।
କନକ ବ୍ୟୁରୋ: ଦିଲ୍ଲୀ ପରେ ବଢିଲା ପଶ୍ଚିମବଙ୍ଗ ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମା । ନିଜ ମନ୍ତ୍ରୀଙ୍କ ସହିତ ରାଜ୍ୟର ସମସ୍ତ ବିଧାୟକଙ୍କ ଦରମା ବୃଦ୍ଧି କରିଛନ୍ତି ମମତା ସରକାର । ତେବେ ପଶ୍ଚିମବଙ୍ଗ ସରକାର ବିଧାୟକମାନଙ୍କ ଦରମା ୪୦ ହଜାର ବୃଦ୍ଧି କରିବା ନେଇ ମମତା ବାନାର୍ଜୀ ନିଜେ ସୂଚନା ଦେଇଛନ୍ତି । ମମତା କହିଛନ୍ତି ଯେ, ସେ ନିଜେ ଦରମା ବାବଦକୁ ଟଙ୍କାଟିଏ ମଧ୍ୟ ନେଉନାହାଁନ୍ତି । ତେଣୁ ତାଙ୍କ ଦରମାରେ କୌଣସି ବୃଦ୍ଧିContinue reading “ବିଧାୟକ ଆଉ ମନ୍ତ୍ରୀମାନଙ୍କର ଦରମା ବଢାଇଲେ ମମତା ସରକାର । ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ନେଉନାହାଁନ୍ତି ଗୋଟିଏ ଟଙ୍କା, ବିଧାୟକ ଦରମା ନେବେ ୧.୨୧ ଲକ୍ଷ ।”
ଯଦି ବର୍ଷା କାରଣରୁ ଧୋଇଯାଏ ସୁପର-୪ର ବାକି ମ୍ୟାଚ୍…କିଏ ଖେଳିବ ଫାଇନାଲ? ଜାଣନ୍ତୁ, ଏସିଆ କପର ସମୀକରଣ ।
କନକ ବ୍ୟୁରୋ: ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟ ଶେଷ ହୋଇସାରିଛି । ବର୍ତ୍ତମାନ ସୁପର-୪ ଷ୍ଟେଜର ମ୍ୟାଚ୍ ଜାରି ରହିଥିବାବେଳେ, ପ୍ରଥମ ମ୍ୟାଚରେ ବାଂଲାଦେଶକୁ ହରାଇ ସାରିଛି ପାକିସ୍ତାନ । ତେବେ ବର୍ତ୍ତମାନ ସୁପର-୪ର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଖେଳାଯିବାକୁ ଅଛି । ଯାହାକୁ ନେଇ ଫ୍ୟାନ୍ସଙ୍କ ଭିତରେ ଉତ୍ସାହ ଥିବାବେଳେ, ଏହି ସମସ୍ତ ଉତ୍ସାହରେ ବର୍ଷା ବାଧକ ସାଜିପାରେ ବୋଲି କୁହାଯାଉଛି । କଲମ୍ବୋର ପାଣିପାଗContinue reading “ଯଦି ବର୍ଷା କାରଣରୁ ଧୋଇଯାଏ ସୁପର-୪ର ବାକି ମ୍ୟାଚ୍…କିଏ ଖେଳିବ ଫାଇନାଲ? ଜାଣନ୍ତୁ, ଏସିଆ କପର ସମୀକରଣ ।”
ଲଗାଣ ବର୍ଷା ପରେ ଫୁଲୁଛି ଜଳକା ନଦୀ : ମଥାନୀରେ ବିପଦ ସଙ୍କେତ ଉପରେ ପ୍ରବାହିତ
କନକ ବ୍ୟୁରୋ : ଲଗାଣ ବର୍ଷା ପରେ ଫୁଲୁଛି ଜଳକା ନଦୀ । ମଥାନୀ ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନୀରେ ୫.୫୦ ମିଟର ବିପଦ ସଙ୍କେତ ରହିଛି । ସକାଳ ୯ଟା ସୁଦ୍ଧା ୬.୪୪ ମି. ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ବର୍ଷା ଲାଗି ରହିଥିବା ସହ ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ଅଧିକ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେContinue reading “ଲଗାଣ ବର୍ଷା ପରେ ଫୁଲୁଛି ଜଳକା ନଦୀ : ମଥାନୀରେ ବିପଦ ସଙ୍କେତ ଉପରେ ପ୍ରବାହିତ”
ଡେରାଡୁନରେ ଡେଙ୍ଗୁ ଆତଙ୍କ : ସୁସ୍ଥ ହେବାକୁ ଛେଳି କ୍ଷୀର ନେବାକୁ ଲୋକଙ୍କ ଲମ୍ବା ଲାଇନ୍; ଲିଟର ପିଛା ଛୁଇଁଲାଣି ୧୬୦୦ ଟଙ୍କା
କନକ ବ୍ୟୁରୋ : ଛେଳି କ୍ଷୀରର ଲିଟର ପିଛା ଦାମ ୧୬୦୦ ଟଙ୍କା । ଉତରାଖଣ୍ଡ ଡେରାଡୁନରେ ଏବେ ଡେଙ୍ଗୁ ଭୟଙ୍କର ଭାବେ ବ୍ୟାପିଛି । ଛେଳି କ୍ଷୀର ପିଇଲେ ଏହି ରୋଗରୁ ଉପଶମ ମିଳୁଥିବା କୁଆଡେ ଡାକ୍ତର ପରାମର୍ଶ ଦେଇଛନ୍ତି । ତେଣୁ ଏବେ ଛେଳି କ୍ଷୀର ନେବାକୁ ଲୋକେ ସହରରୁ ଗାଁ ମୁହାଁ ହେଉଛନ୍ତି । ଏବେ ଉତ୍ତରାଖଣ୍ଡରେ ୭୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜଧାନୀ ଡେରାଡୁନରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦Continue reading “ଡେରାଡୁନରେ ଡେଙ୍ଗୁ ଆତଙ୍କ : ସୁସ୍ଥ ହେବାକୁ ଛେଳି କ୍ଷୀର ନେବାକୁ ଲୋକଙ୍କ ଲମ୍ବା ଲାଇନ୍; ଲିଟର ପିଛା ଛୁଇଁଲାଣି ୧୬୦୦ ଟଙ୍କା”
ଉପାନ୍ତ ଅଞ୍ଚଳରେ ଜନନୀ ଯନ୍ତ୍ରଣା : ପ୍ରବଳ ବର୍ଷାରେ ଭାରରେ ୨ କିଲୋମିଟର ବୁହା ହେଲେ ଗର୍ଭବତୀ
କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର ଦୃଶ୍ୟ । ରାସ୍ତା ସମସ୍ୟା ପାଇଁ ୨ କିଲୋମିଟର ଭାରାରେ ବୁହାହେଲେ ଗର୍ଭବତୀ । ଏ ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଳକ ଅନ୍ତର୍ଗତ ନୂଆଗୁଡ଼ା ଗାଁର । ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଅଧାରାସ୍ତାରେ ଅଟକି ରହିଥିଲା ଆମ୍ବୁଲାନ୍ସ । ଗର୍ଭବତୀଙ୍କୁ ମେଡ଼ିକାଲ ନେବା ପାଇଁ ପରିବାର ଲୋକେ ଅନେକ ଚେଷ୍ଟା କରିଥିଲେ । ଆମ୍ବୁଲାନ୍ସ ଆସିବା ତ ଦୂରର କଥା ଗାଁକୁContinue reading “ଉପାନ୍ତ ଅଞ୍ଚଳରେ ଜନନୀ ଯନ୍ତ୍ରଣା : ପ୍ରବଳ ବର୍ଷାରେ ଭାରରେ ୨ କିଲୋମିଟର ବୁହା ହେଲେ ଗର୍ଭବତୀ”