ଜି-୨୦ ସମ୍ମିଳନୀକୁ ଘାରିଲା କୋଭିଡ୍ ଭୟ । ଆମେରିକା ରାଷ୍ଟ୍ରପତିଙ୍କ ପତ୍ନୀ ପରେ, ସ୍ପେନ୍ ରାଷ୍ଟ୍ରପତି ମଧ୍ୟ କୋଭିଡ୍ ପଜିଟିଭ୍ ।

କନକ ବ୍ୟୁରୋ: ଜି-୨୦ ସମ୍ମିଳନୀକୁ ଘାରିଲା କରୋନା ଭୟ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ସ୍ପେନ୍ ରାଷ୍ଟ୍ରପତି ମଧ୍ୟ କରୋନା ସଂକ୍ରମିତ ଥିବା ଜଣାପଡିଛି । ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍ ଏନେଇ ନିଜେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସ୍ପେନ୍ ରାଷ୍ଟ୍ରପତି ଟୁଇଟ୍ କରି ଲେଖିଛନ୍ତି, ମୁଁ ଏବେ ଠିକ୍ ଅନୁଭବ କରୁଛି । ହେଲେ ମୁଁContinue reading “ଜି-୨୦ ସମ୍ମିଳନୀକୁ ଘାରିଲା କୋଭିଡ୍ ଭୟ । ଆମେରିକା ରାଷ୍ଟ୍ରପତିଙ୍କ ପତ୍ନୀ ପରେ, ସ୍ପେନ୍ ରାଷ୍ଟ୍ରପତି ମଧ୍ୟ କୋଭିଡ୍ ପଜିଟିଭ୍ ।”

ସାର୍ବଜନୀନ ପରିବହନ ଗାଡ଼ିରେ ଅକ୍ଟୋବର ୧ରୁ ଟ୍ରାକିଂ ବାଧ୍ୟତାମୂଳକ : ରାଜ୍ୟ ପରିବହନ ଆୟୁକ୍ତ ଜାରି କଲେ ନୋଟିସ୍

କନକ ବ୍ୟୁରୋ : ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଗାଡ଼ିରେ ଭେହିକିଲ୍ ଲୋକସନ୍ ଟ୍ରାକିଂ ଡିଭାଇସ୍ ଓ ପ୍ୟାନିକ ବଟନ ନଥିଲେ ଆସନ୍ତା ମାସ ପହିଲାରୁ ହେବନି ପଞ୍ଜିକରଣ । ସେପ୍ଟେମ୍ବର ୩୦ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ିରେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଡିଭାଇସ୍ ସଂଯୋଗ ବାଧ୍ୟତାମୂଳକ । ଏନେଇ ରାଜ୍ୟ ପରିବହନ ଆୟୁକ୍ତଙ୍କ ପକ୍ଷରୁ ଏକ ସାର୍ବଜନୀନ ନୋଟିସ୍ ଜାରି କରିଛନ୍ତି । ଶିକ୍ଷାନୁଷ୍ଠାନ ବସ୍, ଆମ୍ବୁଲାନ୍ସ, ସବୁପ୍ରକାରର କ୍ୟାବ୍, ଓମିନି ବସ୍,Continue reading “ସାର୍ବଜନୀନ ପରିବହନ ଗାଡ଼ିରେ ଅକ୍ଟୋବର ୧ରୁ ଟ୍ରାକିଂ ବାଧ୍ୟତାମୂଳକ : ରାଜ୍ୟ ପରିବହନ ଆୟୁକ୍ତ ଜାରି କଲେ ନୋଟିସ୍”

ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା : ବ୍ୟାଙ୍କ କର୍ତ୍ତୃପକ୍ଷ କହିଲେ, ଲୋକଙ୍କ ଖାତାକୁ କିଏ ପଠାଉଛି ଟଙ୍କା ଚାଲିଛି ତଦନ୍ତ

କନକ ବ୍ୟୁରୋ : ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ର ବାଟିପଡା ପଞ୍ଚାୟତର ବାଟିପଡା ଗାଁରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଦେଖିବାକୁ ମିଳିଛି ହଜାର ହଜାର ଲୋକଙ୍କର ଭିଡ । କାରଣ ବ୍ୟାଙ୍କରେ ଥିବା ଲୋକମାନଙ୍କର ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା ହୋଇଥିବା ଖବର ସାରା ଅଞ୍ଚଳରେ ପ୍ରଚାର ହୋଇ ଯାଇଥିଲା । ଲୋକମାନେ ବ୍ୟାଙ୍କରେ ଟଙ୍କା ନେବା ପାଇଁ ଭିଡ ଜମାଇଥିଲେContinue reading “ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା : ବ୍ୟାଙ୍କ କର୍ତ୍ତୃପକ୍ଷ କହିଲେ, ଲୋକଙ୍କ ଖାତାକୁ କିଏ ପଠାଉଛି ଟଙ୍କା ଚାଲିଛି ତଦନ୍ତ”

ଆଜିଠୁ ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟବନ୍ଦ : କେନ୍ଦ୍ରୀୟ ହାରରେ ଦରମା, ଜୁନିଅର ଶିକ୍ଷକଙ୍କୁ ନିୟମିତ ମାନ୍ୟତା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ସଂଘ

କନକ ବ୍ୟୁରୋ : ଆଜିଠୁ ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟବନ୍ଦ । କେନ୍ଦ୍ରୀୟ ହାରରେ ଦରମା, ଜୁନିଅର ଶିକ୍ଷକଙ୍କୁ ନିୟମିତ ମାନ୍ୟତା, ଗଣଶିକ୍ଷକଙ୍କୁ ଏକ୍ସ କ୍ୟାଡରର ହଟାଇବା ପରି ଦାବି ନେଇ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ ଓ ଶିକ୍ଷୟତ୍ରୀ । କାର୍ଯ୍ୟ ବନ୍ଦ କରିବା ସହ ୩୧୪ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଜାରି ରଖିବେ ବୋଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ କହିଛି । ପାଖାପାଖି ୧ ଲକ୍ଷରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନକୁContinue reading “ଆଜିଠୁ ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟବନ୍ଦ : କେନ୍ଦ୍ରୀୟ ହାରରେ ଦରମା, ଜୁନିଅର ଶିକ୍ଷକଙ୍କୁ ନିୟମିତ ମାନ୍ୟତା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ସଂଘ”

ଆନ୍ଦୋଳନ ସ୍ଥଗିତ ରଖିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ : ଦାବି ପୂରଣ ପାଇଁ ସରକାରଙ୍କ ପ୍ରତିଶ୍ରୁତି ପରେ ନିଷ୍ପତ୍ତି;ଆଜିଠୁ କାମରେ ଯୋଗଦେବେ

କନକ ବ୍ୟୁରୋ : ଆନ୍ଦୋଳନ ସ୍ଥଗିତ ରଖିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ଗୋଟିଏ ମାସ ଲାଗି ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ଘୋଷଣା କରିଛି ନିଖିଳ ଉକ୍ରଳ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ସଂଘ । ସଂଘ ରଖିଥିବା ୨ଟି ଦାବିକୁ ସରକାର ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ସଂଘର ରାଜ୍ୟ ସଭାପତି କହିଛନ୍ତି । ଆଜିଠାରୁ ପୁଣି ସମସ୍ତ ପିଇଓ କାର୍ଯ୍ୟରେ ଯୋଗଦେବେ । ଅଗଷ୍ଟ ୭ରୁ ପିଇଓ ଆନ୍ଦୋଳନContinue reading “ଆନ୍ଦୋଳନ ସ୍ଥଗିତ ରଖିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ : ଦାବି ପୂରଣ ପାଇଁ ସରକାରଙ୍କ ପ୍ରତିଶ୍ରୁତି ପରେ ନିଷ୍ପତ୍ତି;ଆଜିଠୁ କାମରେ ଯୋଗଦେବେ”

ପୁଣି ସାରଥୀଙ୍କ ପୂଜାର୍ଚ୍ଚନା : ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବରେ ସାରଥୀଙ୍କ ଫଟୋକୁ ରଖି ଭକ୍ତଙ୍କ ପୂଜା

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଛି ସାରଥୀଙ୍କୁ ପୂଜାର୍ଚ୍ଚନା ଓ ସତସଙ୍ଗର ଚିତ୍ର । କେନ୍ଦ୍ରପଡ଼ା ବାରିମୂଳରେ ଆତ୍ମଘୋଷିତ ବାବା ସାରଥୀଙ୍କ ଚର୍ଚ୍ଚା ଏବେ ବି କମି ନାହିଁ । ସେପଟେ ଜଗତସିଂହପୁର ଜିଲ୍ଲା ଭୂତମୁଣ୍ଡାଇ ପଞ୍ଚାୟତର ମଧୁର ଗଣ୍ଡ ଗାଁରେ ସାରଥୀଙ୍କ ପୂଜାର୍ଚ୍ଚନା କରାଯାଉଛି । ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ବେଳେ ସରଥୀଙ୍କ ଫଟୋକୁ ରଖି ତାଙ୍କ ଅନୁଗାମୀମାନେ ପୂଜା କରିଛନ୍ତି । ସେପଟେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକରୁ ମଧ୍ୟ ସମାନContinue reading “ପୁଣି ସାରଥୀଙ୍କ ପୂଜାର୍ଚ୍ଚନା : ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବରେ ସାରଥୀଙ୍କ ଫଟୋକୁ ରଖି ଭକ୍ତଙ୍କ ପୂଜା”

ପଞ୍ଚାୟତ ଗସ୍ତ ବେଳେ ଲୋକଙ୍କ ପ୍ରଶ୍ନବାଣରେ ଘାଇଲା ନେତା : ଜନଶୁଣାଣି ବେଳେ ଲୋକ ପଚାରିଲେ, ଏଯାଏଁ ଯାଇଥିଲ କୁଆଡ଼େ ?

କନକ ବ୍ୟୁରୋ : ନେତା ବୁଲିଯାଇଥିଲେ ପଞ୍ଚାୟତ । ହେଲେ ଲୋକେ ମାଗିଲେ ଜବାବ । ଏତେଦିନ ଧରି କେଉଁଠି ଥିଲ, କାହିଁକି ଦେଖାନଥିଲା ପଚାରିଲେ । ଫଳରେ ହଟହଚ୍ଚା ହୋଇଛନ୍ତି ସମ୍ପୃକ୍ତ ନେତା ଜଣକ । ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ସୁନ୍ଦରଗଡ଼ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ତଥା ବିଜେଡି ନେତା କମଲ ଲାକ୍ରା ଏହି ଭିଡିଓରେ ହଟହଟା ହେଉଥିବା ଦେଖିବାକୁ ମିଳିଛି । ୪ ତାରିଖରେ କୋଇଡା ବ୍ଲକରContinue reading “ପଞ୍ଚାୟତ ଗସ୍ତ ବେଳେ ଲୋକଙ୍କ ପ୍ରଶ୍ନବାଣରେ ଘାଇଲା ନେତା : ଜନଶୁଣାଣି ବେଳେ ଲୋକ ପଚାରିଲେ, ଏଯାଏଁ ଯାଇଥିଲ କୁଆଡ଼େ ?”

ସ୍କୁଲରେ ତାଲା, ବାହାରେ ପାଠ ପଢ଼ୁଛନ୍ତି ପିଲା : କୋଟଗଡ଼ ବ୍ଲକ ପକାରୀ ଉଚ୍ଚ ବିଦ୍ୟାଳୟରେ ଏମିତି ଚାଲିଛି ପାଠପଢ଼ା

କନକ ବ୍ୟୁରୋ : ସୁନ୍ଦର ସ୍କୁଲ ନିର୍ମାଣ ସରିଛି, ସୁନ୍ଦର ଓ ସଜିତ ଶ୍ରେଣୀଗୃହ ବି ଅଛି । ହେଲେ ପିଲା ପାଠ ପଢ଼ୁଛନ୍ତି ସ୍କୁଲ ବାହାରେ ବସି । କାରଣ ସ୍କୁଲ ଗେଟରେ ତାଲା ପଡ଼ିଛି । ଆଉ ଏହି ତାଲା କିଏ ପକାଇଛି ? କାମ କରିଥିବା ଠିକାଦାର ହିଁ ତାଲା ପକାଇଛନ୍ତି, କାରଣ ଫାଇଭ୍-ଟି ବିଭାଗରେ ସୌନ୍ଦର୍ଯ୍ୟକରଣ କାମ ପାଇଁ ଯେଉଁ କାମ କରିଥିଲେ, ଏଯାଏଁ ତାଙ୍କୁ ଅର୍ଥ ମିଳିନାହିଁ । ଏଭଳିContinue reading “ସ୍କୁଲରେ ତାଲା, ବାହାରେ ପାଠ ପଢ଼ୁଛନ୍ତି ପିଲା : କୋଟଗଡ଼ ବ୍ଲକ ପକାରୀ ଉଚ୍ଚ ବିଦ୍ୟାଳୟରେ ଏମିତି ଚାଲିଛି ପାଠପଢ଼ା”

ଅରୁଣ ସାହୁଙ୍କୁ ଜବାବ ଦେଲେ ଖଣ୍ଡପଡା ବିଧାୟକ : କହିଲେ, ସିଏ କହି ନାହାନ୍ତି ବରଂ ତାଙ୍କ ମୁହଁରେ କୁହାଯାଇଛି

କନକ ବ୍ୟୁରୋ : ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ସମାଲୋଚନାର କଡ଼ା ଜବାବ୍ ରଖିଛନ୍ତି ଖଣ୍ଡପଡ଼ା ବିଧାୟକ । ଅରୁଣ ସାହୁଙ୍କ ସମାଲୋଚନା ପ୍ରସଙ୍ଗରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି – ସେ କ’ଣ ସାର୍ଟିଫିକେଟ୍ ଦେବେ ? ସେ କହି ନାହାନ୍ତି ବରଂ ତାଙ୍କ ମୁହଁରେ କୁହାଯାଇଛି ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ ପାଲଟା ଆକ୍ରମଣ କରିଛନ୍ତି । ଅରୁଣ ସାହୁଙ୍କୁ ଜବାବ ଦେଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । କହିଲେ, ସିଏ କହି ନାହାନ୍ତି ବରଂContinue reading “ଅରୁଣ ସାହୁଙ୍କୁ ଜବାବ ଦେଲେ ଖଣ୍ଡପଡା ବିଧାୟକ : କହିଲେ, ସିଏ କହି ନାହାନ୍ତି ବରଂ ତାଙ୍କ ମୁହଁରେ କୁହାଯାଇଛି”

ଘର ଚଳାଇବାକୁ ଦାଦନ ଖଟି ଯାଇଥିଲେ, ହେଲେ ଚାଲିଗଲା ଜୀବନ : ଛାତରୁ ସେଣ୍ଟ୍ରିଂ ଖସି ବଣ୍ଡାଘାଟିର ୪ ଯୁବକ ମୃତ

କନକ ବ୍ୟୁରୋ : ଦାଦନ ଖଟିବାକୁ ତେଲେଙ୍ଗାନାର ହାଇଦ୍ରାବାଦ ଯାଇଥିଲେ । ହେଲେ ସେଠାରେ ଜୀବନ ଚାଲିଗଲା । ହାଇଦ୍ରାବାଦ କୁକୁଟପାଲିରେ ଘର ତିଆରି ଚାଲିଥିବାବେଳେ ଅଘଟଣ ଘଟି ମାଲକାନଗିରିର ୪ ଜଣ ବଣ୍ଡା ଯୁବକ ପ୍ରାଣ ହରାଇଛନ୍ତି । ଛାତରୁ ସେଣ୍ଟ୍ରିଂ ଖସିବାରୁ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ବଣ୍ଡାଘାଟି ବଡପଡା ଗାଁର ୩ ଜଣ ଥିବାବେଳେ ଗୋଇଗୁଡାର ଗାଁର ଜଣେ ଯୁବକ ଅଛନ୍ତି । ୨Continue reading “ଘର ଚଳାଇବାକୁ ଦାଦନ ଖଟି ଯାଇଥିଲେ, ହେଲେ ଚାଲିଗଲା ଜୀବନ : ଛାତରୁ ସେଣ୍ଟ୍ରିଂ ଖସି ବଣ୍ଡାଘାଟିର ୪ ଯୁବକ ମୃତ”

Design a site like this with WordPress.com
Get started