୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ଥମୁନି ବିବାଦ । ମନ୍ତ୍ରୀ ଟୁକୁନି ସାହୁ ଓ ପରିବହନ ବିଭାଗର ତଥ୍ୟ ବଢ଼ାଇଲା ଦ୍ୱନ୍ଦ୍ୱ । ମନ୍ତ୍ରୀ କହିଥିଲେ ଖର୍ଚ୍ଚ ହୋଇଛି ୫୦ କୋଟି, ବିଭାଗର ଉତ୍ତର, ତଥ୍ୟ ନାହିଁ ।

କନକ ବ୍ୟୁରୋ: ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ବଢ଼ିବାରେ ଲାଗିଛି ବିବାଦ । ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ପରେ, ଜବାବ ରଖିଥିଲେ ପରିବହନ ମନ୍ତ୍ରୀ । ହିସାବ ଦେଇ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କହିଥିଲେ । ଏପରିକି ବିଧାନସଭାରେ ତଥ୍ୟ ରଖିବେ ବୋଲି କହିଥିଲେ । କିନ୍ତୁ ଏବେ ସୂଚନା ଅଧିକାର ଆଇନରେ ପରିବହନ ବିଭାଗ ଦେଇଥିବା ଉତ୍ତର, ମନ୍ତ୍ରୀଙ୍କ ଉତ୍ତର ସହ ମେଳContinue reading “୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ଥମୁନି ବିବାଦ । ମନ୍ତ୍ରୀ ଟୁକୁନି ସାହୁ ଓ ପରିବହନ ବିଭାଗର ତଥ୍ୟ ବଢ଼ାଇଲା ଦ୍ୱନ୍ଦ୍ୱ । ମନ୍ତ୍ରୀ କହିଥିଲେ ଖର୍ଚ୍ଚ ହୋଇଛି ୫୦ କୋଟି, ବିଭାଗର ଉତ୍ତର, ତଥ୍ୟ ନାହିଁ ।”

ନିଜ ଜିଲ୍ଲାରେ ହଟହଟା ହେଲେ ବିଜେଡି ବିଧାୟକ । ନର୍ଲାରେ ଶାସକ ଦଳର ତିନି ବିଧାୟକଙ୍କୁ କଳପତାକା ଦେଖାଇବା ସହ ଅଣ୍ଡାମାଡ଼ କଲେ ଯୁବ କଂଗ୍ରେସ କର୍ମୀ ।

କନକ ବ୍ୟୁରୋ: କଳାହାଣ୍ଡିରେ ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣ୍ଡାମାଡ ହୋଇଛି । ନର୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲାବେଳେ କଂଗ୍ରେସ କର୍ମୀ ମମିତା ମେହେର ପ୍ରସଙ୍ଗ ଉଠାଇ କଳାପତାକା ପ୍ରଦର୍ଶନ କରିବା ସହ ଅଣ୍ଡାମାଡ କରିଥିଲେ ଓ ଗୋ-ବ୍ୟାକ ନାରା ଦେଇଥିଲେ । ଦିବ୍ୟଶଙ୍କରଙ୍କ ସହ ଯାଉଥିବା ଜିଲ୍ଲାର ଅନ୍ୟ ଦୁଇଜଣ ବିଧାୟକ ଭୁପିନ୍ଦର ସିଂ ଓ ପ୍ରଦୀପ ଦିଶାରୀଙ୍କୁ ବି ଅଣ୍ଡାମାଡ ହୋଇଛି । ନିଜ ଜିଲ୍ଲାରେ ଲୋକ ପ୍ରତିନିଧି ହଟହଟା କଳାହାଣ୍ଡିରେContinue reading “ନିଜ ଜିଲ୍ଲାରେ ହଟହଟା ହେଲେ ବିଜେଡି ବିଧାୟକ । ନର୍ଲାରେ ଶାସକ ଦଳର ତିନି ବିଧାୟକଙ୍କୁ କଳପତାକା ଦେଖାଇବା ସହ ଅଣ୍ଡାମାଡ଼ କଲେ ଯୁବ କଂଗ୍ରେସ କର୍ମୀ ।”

ଅଷ୍ଟ୍ରେଲିଆରେ ପାଠ ପଢ଼ିବେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର ୫ ଛାତ୍ରଛାତ୍ରୀ । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବହନ କରିବ ସମସ୍ତ ଖର୍ଚ୍ଚ । କର୍ଟିନ୍ ବିଶ୍ୱବିଦ୍ୟାଳୟ ସହ ଜିଲ୍ଲା ପ୍ରଶାସନର ବୁଝାମଣା । ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଲେ ଛାତ୍ରଛାତ୍ରୀ

କନକ ବ୍ୟୁରୋ: କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର ସହ ବିଟେକ୍ ପାସ କରିଥିବା ୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ପଠାଯିବ। ସେମାନେ ବିଶ୍ୱର ଅନ୍ୟତମ ସୁନାମଧନ୍ୟ କର୍ଟିନ୍ ବିଶ୍ୱବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇବେ ଓ ଏଥିପାଇଁ ସେମାନଙ୍କ ପାଠପଢ଼ା, ଅଷ୍ଟ୍ରେଲିଆରେ ରହଣୀ ଏବଂ ଯାତାୟାତ ବାବଦକୁ ସମସ୍ତ ଖର୍ଚ୍ଚ କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବହନ କରିବ। ସୋମବାର ଏହି ୫ଜଣContinue reading “ଅଷ୍ଟ୍ରେଲିଆରେ ପାଠ ପଢ଼ିବେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର ୫ ଛାତ୍ରଛାତ୍ରୀ । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବହନ କରିବ ସମସ୍ତ ଖର୍ଚ୍ଚ । କର୍ଟିନ୍ ବିଶ୍ୱବିଦ୍ୟାଳୟ ସହ ଜିଲ୍ଲା ପ୍ରଶାସନର ବୁଝାମଣା । ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଲେ ଛାତ୍ରଛାତ୍ରୀ”

ଗୁରୁ ଦିବସରେ ନିଆରା ଗୁରୁଙ୍କ କାହାଣୀ । ବସ୍ତାରେ ଶିକ୍ଷାଦାନ କରୁଛନ୍ତି ୮୦ ବର୍ଷିୟ ବୃଦ୍ଧା

କନକ ବ୍ୟୁରୋ : ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ୮୦ ବର୍ଷ ବୟସରେ ପିଲାମାନଙ୍କୁ ପାଠ ପଢାଉଛନ୍ତି ବାଲେଶ୍ୱର ବସ୍ତା ବ୍ଲକ ମାଛରଙ୍କା ଗାଁର ବାସନ୍ତୀ ମିଶ୍ର ଓରଫ ବାସନ୍ତୀ ଜେଠେଇ ମା’ । ନିଜ ଶିକ୍ଷାଗତ ଯୋଗ୍ୟତା ଠାରୁ ଅଧିକ ଶ୍ରେଣୀର ପିଲାଙ୍କୁ ଅତି ସହଜରେ ପଢାଇ ପାରୁଛନ୍ତି । ପରିଣତ ବୟସରେ ପୁଅ ବହୁ ,ନାତୀ ନାତୁଣୀଙ୍କ ଗହଣରେ ସମୟ ବିତାଇବା ବଦଳରେ ମାଗଣା ଶିକ୍ଷାଦାନ କରି ଗ୍ରାମାଂଚଳରେ ଶିକ୍ଷାର ବିକାଶContinue reading “ଗୁରୁ ଦିବସରେ ନିଆରା ଗୁରୁଙ୍କ କାହାଣୀ । ବସ୍ତାରେ ଶିକ୍ଷାଦାନ କରୁଛନ୍ତି ୮୦ ବର୍ଷିୟ ବୃଦ୍ଧା”

ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ ଓଡିଶାର ମହିଳା ଚାଷୀ । ମାଣ୍ଡିଆ ସଂପର୍କରେ ଜାଣିବେ ବିଶ୍ୱବାସୀ

କନକ ବ୍ୟୁରୋ : ଜି ୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ କୋରାପୁଟର ରାଇମତି । ବିଶ୍ୱ ବାସୀଙ୍କୁ କୋରାପୁଟ ମାଣ୍ଡିଆର ଜ୍ଞାନ ଦେବା ସହ ମାଣ୍ଡିଆ ଖାଦ୍ୟକୁ ଚଖାଇବେ କୁନ୍ଦ୍ରା ବ୍ଳକର ରାଇମତି ଘିଉରିଆ । ଏଥିପାଇଁ ତାଙ୍କୁ ନିମନ୍ତ୍ରଣ ଆସିଛି । ଆଗାମି ୯ ଓ ୧୦ ତାରିଖରେ ଦିଲ୍ଲୀରେ ଅନୁଷ୍ଟିତ ହେବାକୁ ଥିବା ଜି-୨୦ର ଶିଖର ସମ୍ମୀଳନୀରେ ସାମିଲ ହେବା ପାଇଁ ଓଡ଼ିଶାର ୨ ଜଣ ଚାଷୀଙ୍କୁ ନିମନ୍ତ୍ରଣ ଆସିଛି । ଜଣେContinue reading “ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ ଓଡିଶାର ମହିଳା ଚାଷୀ । ମାଣ୍ଡିଆ ସଂପର୍କରେ ଜାଣିବେ ବିଶ୍ୱବାସୀ”

ପିଲା ଚାଲିଗଲା, ମାଆର କୋଳ ଖାଲି ହୋଇଗଲା । ଝିଅ ନାଁରେ ଥିବା ୫ ଲକ୍ଷ ଟଙ୍କା ରେଡକ୍ରସ ପାଣ୍ଠିକୁ ଦାନ କରିଦେଲେ ମାଆ

କନକ ବ୍ୟୁରୋ : ମୃତ ଝିଅର ସ୍କଲାରସିପ୍ ଓ ଏଲଆଇସିର ୫ ଲକ୍ଷ ଟଙ୍କାକୁ ରେଡ଼ କ୍ରସକୁ ଦାନ କଲେ ମା । ସନ୍ତାନ ପାଇଁ ସେ ମା ହୋଇଥିବା ବେଳେ ମା ପାଇଁ ସନ୍ତାନ ତା ଦୁନିଆ । ମା ର ବାତ୍ସଲ୍ୟ ମମତା ଦୁନିଆ ରେ ସମସ୍ତ ସ୍ନେହ ଠାରୁ ଉର୍ଦ୍ଧ ରେ । ଆଉ ଯେବେ ମା ଆଖି ଆଗରେ ଛୋଟ ଛୁଆ ର ମୃତ୍ୟୁ ହୋଇଯାଏ ତେବେ ସେ ମା ପାଇଁContinue reading “ପିଲା ଚାଲିଗଲା, ମାଆର କୋଳ ଖାଲି ହୋଇଗଲା । ଝିଅ ନାଁରେ ଥିବା ୫ ଲକ୍ଷ ଟଙ୍କା ରେଡକ୍ରସ ପାଣ୍ଠିକୁ ଦାନ କରିଦେଲେ ମାଆ”

ସୀମାନ୍ତବର୍ତୀ ଗାଁକୁ ନାହିଁ ରାସ୍ତା । ୨୦୨୪ ସାଧାରଣ ନିର୍ବାଚନ ଆଗରୁ ରାସ୍ତା ନକଲେ ରାଜ୍ୟ ଛାଡିବାକୁ ଗ୍ରାମବାସୀଙ୍କ ଚେତାବନୀ

କନକ ବ୍ୟୁରୋ : “ଗାଁକୁ ରାସ୍ତା ନାହିଁ। ରୋଗୀ ଓ ଗର୍ଭବତୀ ଖଟିଆରେ ବୁହା ହେଉଛନ୍ତି। ଗାଁରେ ଥିବା ଏକମାତ୍ର ସ୍କୁଲ ବନ୍ଦ କରିଦିଆଗଲା। କିଛି ପିଲା ହଷ୍ଟେଲ ପଳେଇଲେ, ଆଉ କିଛି ପାଠରେ ଡୋରି ବାନ୍ଧିଲେ। ପିଢ଼ି ପରେ ପିଢ଼ି ନିର୍ବାଚନ ବେଳେ ନେତା ଆସି ପ୍ରତିଶ୍ରୁତି ଦେଇ ଯାଉଛନ୍ତି, ଭୋଟ ସରିଗଲେ ଆଉ ଦର୍ଶନ ଦେଉନାହାଁନ୍ତି। ରାସନ କାର୍ଡ, ଆଧାର କାର୍ଡ, ବିଜୁଳି ବିଲ ବ୍ଲକ ଅଫିସରେ ଜମା ନେଇ ଆମକୁ ମୁକ୍ତି ଦିଆଯାଉ।Continue reading “ସୀମାନ୍ତବର୍ତୀ ଗାଁକୁ ନାହିଁ ରାସ୍ତା । ୨୦୨୪ ସାଧାରଣ ନିର୍ବାଚନ ଆଗରୁ ରାସ୍ତା ନକଲେ ରାଜ୍ୟ ଛାଡିବାକୁ ଗ୍ରାମବାସୀଙ୍କ ଚେତାବନୀ”

ବାପା ଜେଲରେ, ମାଆ ଆରପାରିରେ । ଅନାଥ ହୋଇଗଲେ ୩ ନିଷ୍ପାପ ଶିଶୁ, ଭାଇ-ଭଉଣୀଙ୍କୁ ଦାନା ଦେବା ପାଇଁ ଭିକ ମାଗୁଛି ୮ ବର୍ଷର ଲିସା

କନକ ବ୍ୟୁରୋ : ଯେଉଁ ବୟସରେ ନିଜେ ପାଠ ପଢି, ସାଙ୍ଗ ସାଥିଙ୍କ ସହ ହସି ଖେଳି ଜୀବନ ଜିଇଁବା କଥା ସେହି ବୟସରେ କୁନି ଭଉଣୀର ଦୁଃଖକୁ ଛାତିରେ ଜାବୁଡ଼ି ଧରିଛି ବଡ଼ ଭଉଣୀ । କେତେବେଳେ ୬ ମାସର ଭଉଣୀକୁ ଗେହ୍ଲା କରୁଛି ତ କେତେବେଳେ ୪ବର୍ଷର ଛୋଟ ଭାଇକୁ ଖୁଆଇ ଦେଉଛି । ଆଉ ଏଦୃଶ୍ୟକୁ ଯିଏ ଦେଖୁଛି ତା ଆଖିରୁ ଲୁହ ଝରି ଯାଉଛି । କୌଣସି କାରଣରୁ ୩ ବର୍ଷContinue reading “ବାପା ଜେଲରେ, ମାଆ ଆରପାରିରେ । ଅନାଥ ହୋଇଗଲେ ୩ ନିଷ୍ପାପ ଶିଶୁ, ଭାଇ-ଭଉଣୀଙ୍କୁ ଦାନା ଦେବା ପାଇଁ ଭିକ ମାଗୁଛି ୮ ବର୍ଷର ଲିସା”

ରୁଚିର ପୂଜ୍ୟପୂଜା ଓ ପ୍ରତିଭାପୂଜା ଏକ ପ୍ରେରଣାଦାୟୀ ପଦକ୍ଷେପ : ମୁଖ୍ୟ ଶାସନସଚିବ ମାଟ୍ରିକ ଓ ଆଇଏଏସ୍ ଟପ୍ପରଙ୍କ ସହିତ ବିଶିଷ୍ଟ ପ୍ରତିଭା ହେଲେ ସମ୍ବର୍ଦ୍ଧିତ

କନକ ବ୍ୟୁରୋ : ଦୀର୍ଘ ୨୭ ବର୍ଷ ଧରି ରାଜ୍ୟର ଶ୍ରେଷ୍ଠ ବିଦ୍ୟାର୍ଥୀ ଓ ପ୍ରତିଭାବାନ ବରପୁତ୍ରମାନଙ୍କୁ ସମ୍ମାନିତ କରି ପୂଜ୍ୟପୂଜା କ୍ଷେତ୍ରରେ ଓଡ଼ିଶାର ଅଗ୍ରଣୀ ରୁଚି ମସଲା ଏକ ଅଭିନବ ପରମ୍ପରା ସୃଷ୍ଟି କରିଛି । ରାଜ୍ୟର ଶିଳ୍ପ ପ୍ରଗତି କ୍ଷେତ୍ରରେ ଭାଗିଦାରି ସହିତ ଉଚ୍ଚ ମୂଲ୍ୟବୋଧ ଓ ଗୁଣବତ୍ତା ପାଇଁ ଏହି ଅନୁଷ୍ଠାନ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାContinue reading “ରୁଚିର ପୂଜ୍ୟପୂଜା ଓ ପ୍ରତିଭାପୂଜା ଏକ ପ୍ରେରଣାଦାୟୀ ପଦକ୍ଷେପ : ମୁଖ୍ୟ ଶାସନସଚିବ ମାଟ୍ରିକ ଓ ଆଇଏଏସ୍ ଟପ୍ପରଙ୍କ ସହିତ ବିଶିଷ୍ଟ ପ୍ରତିଭା ହେଲେ ସମ୍ବର୍ଦ୍ଧିତ”

ଧାରା ୩୭୦ ଉଚ୍ଛେଦ ମାମଲାରେ ସୁପ୍ରିମକୋର୍ଟର ଶୁଣାଣି ଶେଷ । ରାୟକୁ ସଂରକ୍ଷିତ ରଖିଲେ ସୁପ୍ରିମ୍ ଅଦାଲତ ।

କନକ ବ୍ୟୁରୋ: ଧାରା ୩୭୦କୁ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଶେଷ ହୋଇଛି । ଏହି ମାମଲାରେ ୫ ଜଣିଆ ଖଣ୍ଡପୀଠ ନିଜ ରାୟକୁ ସୁରକ୍ଷିତ ରଖିଛନ୍ତି । ସୂଚନାଯୋଗ୍ୟ ଯେ, ଜାମ୍ମୁକାଶ୍ମୀରରୁ ଧାରା ୩୭୦ ହଟେଇବାକୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହେଇଥିଲା । ଯାହା ଉପରେ ଗଲା ୧୬ ଦିନ ଧରି ଶୁଣାଣି ଚାଲିଥିଲା । ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ସହ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ ।Continue reading “ଧାରା ୩୭୦ ଉଚ୍ଛେଦ ମାମଲାରେ ସୁପ୍ରିମକୋର୍ଟର ଶୁଣାଣି ଶେଷ । ରାୟକୁ ସଂରକ୍ଷିତ ରଖିଲେ ସୁପ୍ରିମ୍ ଅଦାଲତ ।”

Design a site like this with WordPress.com
Get started