୩ଜଣ ବିଜେଡି ବିଧାୟକଙ୍କୁ ଅଣ୍ଡାମାଡ । ଗାଡି ଅଟକେଇ ଅଣ୍ଡାମାଡ କଲେ କଂଗ୍ରେସ କର୍ମୀ ।

କନକ ବ୍ୟୁରୋ: ବିଜେଡି ବିଧାୟକଙ୍କୁ ଅଣ୍ଡାମାଡ । ମଙ୍ଗଳବାର କଳାହାଣ୍ଡିରେ ବିଜେଡିର ୩ ବିଧାୟକଙ୍କୁ ଅଣ୍ଡାମାଡ କରିଛନ୍ତି କଂଗ୍ରେସ କର୍ମୀ । ତେବେ ଖାଲି ସେତିକି ନୁହଁ, ଅଣ୍ଡାମାଡ କରିବା ସହିତ କଂଗ୍ରେସ କର୍ମୀମାନେ କଳାପତାକା ମଧ୍ୟ ଦେଖାଇ ବିଧାୟକମାନଙ୍କୁ ବିରୋଧ କରିଛନ୍ତି । ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର, ଭୂପିନ୍ଦର ସିଂ ଏବଂ ପ୍ରଦୀପ ଦିଶାରୀଙ୍କୁ ଏହି ଅଣ୍ଡାମାଡ ହେଇଛି । ତେବେ ମିଳିଥିବା ସୂଚନା ମୁତାବକ, ତିନି ଜଣକ ବିଧାୟକ ନର୍ଲାର ଏକ କାର୍ଯ୍ୟକ୍ରମକୁContinue reading “୩ଜଣ ବିଜେଡି ବିଧାୟକଙ୍କୁ ଅଣ୍ଡାମାଡ । ଗାଡି ଅଟକେଇ ଅଣ୍ଡାମାଡ କଲେ କଂଗ୍ରେସ କର୍ମୀ ।”

ବାଙ୍କୀ ବଜାରରେ ପୁଣି ବୁଲିଲା ଖଣ୍ଡା । ଯୁବକଙ୍କୁ କାବୁ ବେଳେ ପୋଲିସ ଏଏସଆଇଙ୍କ ଉପରକୁ ମରଣାନ୍ତକ ଆକ୍ରମଣ

କନକ ବ୍ୟୁରୋ; ବାଙ୍କୀ ବଜାରରେ ଆତଙ୍କ ଖେଳାଯାଇଥିବା ଯୁବକଙ୍କ ଉନ୍ମକ୍ତକାଣ୍ଡ । ବାଙ୍କୀ ଥାନା ଏଏସଆଇଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଏହି ଯୁବକ । ଆଜି ତାଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ କରିଥିଲା । ହେଲେ ଏହି ସମୟରେ ଏଏସଆଇ ମଧୁସ୍ମିତା ବେହେରାଙ୍କୁ ଯୁବକ ଜଣକ ଆକ୍ରମଣ କରିଥିଲେ । ସୂଚନା ଅନୁସାରେ, ତିନି ଦିନ ତଳେ ବାଙ୍କୀ ବଜାର ଉପରେ ଏହି ଯୁବକ ମାରଣାସ୍ତ୍ର ଧରି ଲୋକମାନଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ାଉଥିବାରContinue reading “ବାଙ୍କୀ ବଜାରରେ ପୁଣି ବୁଲିଲା ଖଣ୍ଡା । ଯୁବକଙ୍କୁ କାବୁ ବେଳେ ପୋଲିସ ଏଏସଆଇଙ୍କ ଉପରକୁ ମରଣାନ୍ତକ ଆକ୍ରମଣ”

୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତକୁ ନେଇ RTIରେ ମଗାଯାଇଥିଲା ଉତ୍ତର । ମନ୍ତ୍ରୀ ଟୁୁକୁନି ସାହୁ କହିଲେ, ହେଲିକପ୍ଟର ଖର୍ଚ୍ଚ ୫୦ କୋଟି । ମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି ।

କନକ ବ୍ୟୁରୋ: ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତକୁ ନେଇ ସରଗରମ ରାଜନୀତି । ହେଲିକପ୍ଟର ଗସ୍ତକୁ ନେଇ ଆରଟିଆଇକୁ ମଗାଯାଇଥିଲା ଉତ୍ତର । ତେବେ ଆରଟିଆଇ ପାଖରେ କୌଣସି ତଥ୍ୟ ନଥିବା କହିଥିଲା ପରିବହନ ବିଭାଗ । ବାସ୍ତବରେ ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ବାବଦକୁ କେତେ ଖର୍ଚ୍ଚ ହୋଇଛି, ସେ ନେଇ ବିଜେପି ପ୍ରଶ୍ନ ଉଠାଇଥିଲା । ଏପରିକି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଥିଲେ ଯେ, ସଚିବଙ୍କ ଗସ୍ତ ବାବଦକୁ ଖର୍ଚ୍ଚ ହୋଇଛି ୫୦୦Continue reading “୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତକୁ ନେଇ RTIରେ ମଗାଯାଇଥିଲା ଉତ୍ତର । ମନ୍ତ୍ରୀ ଟୁୁକୁନି ସାହୁ କହିଲେ, ହେଲିକପ୍ଟର ଖର୍ଚ୍ଚ ୫୦ କୋଟି । ମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି ।”

ପାକିସ୍ତାନ ତୁଳନାରେ ଭାରତରେ ବେରୋଜଗାରୀଙ୍କ ସଂଖ୍ୟା ଅଧିକ । ଜାଣନ୍ତୁ ଚୀନ ଓ ଆମେରିକାର ସ୍ଥିତି

କନକ ବ୍ୟୁରୋ :  ଗ୍ଲୋବାଲ ଆର୍ଥିକ ସଂକଟ କାରଣରୁ ସାରା ବିଶ୍ୱରେ ବେରୋଜଗାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି କୋଭିଡ-୧୯ ମହମାରୀ ଓ ଋଷ-ୟୁକ୍ରେନ ଯୁଦ୍ଧ ପରେ ବିଶ୍ୱ ପାଇଁ ଆର୍ଥିକ ଚ୍ୟାଲେଞ୍ଜ ବୃଦ୍ଧି ପାଇଛି । ଅନେକ ଦେଶ ଏବେ ଆର୍ଥିକ ସଂକଟ ଦେଇ ଗତି କରିବ ବୋଲି ଅନୁମାନ ମଧ୍ୟ କରାଯାଉଛି । ସେହି ଦେଶମାନଙ୍କ ମଧ୍ୟରେ ଜର୍ମାନୀ, ୟୁକେ, ଆମେରିକା ଓ ୟୁରୋପ ଭଳି ଦେଶ ରହିଛି ।Continue reading “ପାକିସ୍ତାନ ତୁଳନାରେ ଭାରତରେ ବେରୋଜଗାରୀଙ୍କ ସଂଖ୍ୟା ଅଧିକ । ଜାଣନ୍ତୁ ଚୀନ ଓ ଆମେରିକାର ସ୍ଥିତି”

ଗଛ ପାଲଟିଛି ସାଲାଇନ୍ ଷ୍ଟାଣ୍ଡ, ରୋଗୀଙ୍କୁ ମିଳୁନି ବେଡ୍ । କଣ୍ଟାବାଞ୍ଝି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର

କନକ ବ୍ୟୁରୋ: ଗଛ ପାଲଟିଛି ସାଲାଇନ୍ ଷ୍ଟାଣ୍ଡ । ଆଉ ଗଛ ତଳେ ବସିଛନ୍ତି ରୋଗୀ । ସ୍ୱାସ୍ଥ୍ୟ ସେବାର ଏଭଳି ବିକଳ ଚିତ୍ର ସାମ୍ନାକୁ ଆସିଛି କଂଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ । ମେଡ଼ିକାଲରେ ରୋଗୀଙ୍କୁ ବେଡ ମିଳୁନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ । ପୂର୍ବରୁ ଥିବା ଓପିଡ଼ିକୁ ଭାଙ୍ଗି ସେଠାରେ ନୂତନ କୋଠା ନିର୍ମାଣ କରାଯାଉଛି । ହେଲେ ରୋଗୀଙ୍କ ପାଇଁ ବେଡ଼ ନଥିବାରୁ ସାଧାରଣ କ୍ୟାବିନରେ ରୋଗୀଙ୍କ ଭିଡ଼ ଅଧିକContinue reading “ଗଛ ପାଲଟିଛି ସାଲାଇନ୍ ଷ୍ଟାଣ୍ଡ, ରୋଗୀଙ୍କୁ ମିଳୁନି ବେଡ୍ । କଣ୍ଟାବାଞ୍ଝି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର”

ସମସ୍ତ ବ୍ୟାଙ୍କକୁ ଅର୍ଥମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ, କୋଟି କୋଟି ଗ୍ରାହକଙ୍କ ଉପରେ ଲାଗୁ ହେବାକୁ ଯାଉଛି ଏହି ନିୟମ

କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସମସ୍ତ ବ୍ୟାଙ୍କ ସହ ଆର୍ଥିକ କାରବାର କରୁଥିବା ସଂସ୍ଥାମାନଙ୍କୁ ଏକ ନୂଆ ଆଦେଶ ଦେଇଛନ୍ତି । ଅର୍ଥମନ୍ତ୍ରୀ ତାଙ୍କ ଆଦେଶରେ କହିଛନ୍ତି କି ସେ ବୀମା ଗ୍ରାହକ ହୁଅନ୍ତୁ ବା ବ୍ୟାଙ୍କର ଖାତାଧାରକ, ସମସ୍ତେ ଯେଭଳି ଭାବେ ସେମାନଙ୍କର ଉତରାଧିକାରୀ ନାମିତ କରିବେ ତାହା ଉପରେ ଆର୍ଥିକ କାରବାର କରୁଥିବା ସଂସ୍ଥାମାନେ ନଜର ରଖିବା ନିହାତି ଜରୁରୀ । ଏହାଦ୍ୱାରା ଭବିଷ୍ୟତରେ ମୁଖ୍ୟ ଗ୍ରାହକର କିଛିContinue reading “ସମସ୍ତ ବ୍ୟାଙ୍କକୁ ଅର୍ଥମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ, କୋଟି କୋଟି ଗ୍ରାହକଙ୍କ ଉପରେ ଲାଗୁ ହେବାକୁ ଯାଉଛି ଏହି ନିୟମ”

ଉଭୟ ଭାରତ ଏବଂ ପାକିସ୍ତାନ ପାଇଁ କ୍ରିକେଟ୍ ଖେଳିଥିବା ଏହି ତିନି ଖେଳାଳି

୧୬ ଅକ୍ଟୋବର ୧୯୫୨ । କ୍ରିକେଟ ପାଇଁ ଏହାଥିଲା ଏକ ଐତିହାସିକ ଦିନ । ଦିଲ୍ଲୀର ଫେରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଚାଲିଥିଲା ଏକ ମ୍ଯାଚ । ଏହି ଦିନ ପାକିସ୍ତାନ ତାର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳୁଥିଲା । ତାଙ୍କ ସମ୍ମୁଖରେ ଥିଲା ଭାରତୀୟ ଦଳ ।  ଏହି ମ୍ଯାଚରେ ଏମିତି ତିନି ଜଣ ଖେଳାଳି ଥିଲେ ଯେଉଁମାନେ ଉଭୟ ଭାରତ ଏବଂ ପାକିସ୍ଥାନ ପାଇଁ ଟେଷ୍ଟ କ୍ରିକେଟ୍ ଖେଳିଥିଲେ। ସେମାନେ ହେଲେ  ଅବଦୁଲ ହାଫିଜContinue reading “ଉଭୟ ଭାରତ ଏବଂ ପାକିସ୍ତାନ ପାଇଁ କ୍ରିକେଟ୍ ଖେଳିଥିବା ଏହି ତିନି ଖେଳାଳି”

ଲୋୟର ପିଏମଜିରେ ସଂସ୍କୃତ ଶିକ୍ଷକଙ୍କ ମହାଧାରଣା : ରାଜ୍ୟର ସଂସ୍କୃତ ଟୋଲକୁ ସରକ୍ଷା ଦେବା ପାଇଁ ସରକାରଙ୍କୁ ଜଣାଇଲେ ଦାବି

କନକ ବ୍ୟୁରୋ : ରାଜଧାନୀର ଲୋୟର ପିଏମଜିରେ ସଂସ୍କୃତ ଶିକ୍ଷକଙ୍କ ମହାଧାରଣା । ରାଜ୍ୟର ସଂସ୍କୃତ ଟୋଲକୁ ସରକ୍ଷା ଦେବା ପାଇଁ ସରକାରଙ୍କୁ ଜଣାଇଲେ ଦାବି । ଧାରଣାସ୍ଥଳରେ ହୋମ ଯଜ୍ଞ କରି ଅଭିନବ ଉପାୟରେ ଦାବି ଜଣାଇଛନ୍ତି । ଗୁରୁ ଦିବସରେ ହୋମ ଯଜ୍ଞ କରି ସଂସ୍କୃତ ଶିକ୍ଷକମାନେ ପ୍ରତିବାଦ କରିଛନ୍ତି । ରାଜ୍ୟରେ ଥିବା ୪୧ଟି ସଂସ୍କୃତ ଟୋଲକୁ ସୁରକ୍ଷା ଓ ଗଣଶିକ୍ଷା ବିଭାଗରେ ସାମିଲ କରିବାକୁ ସଂସ୍କୃତ ଶିକ୍ଷକମାନେ ଦାବି କରିଛନ୍ତି ।Continue reading “ଲୋୟର ପିଏମଜିରେ ସଂସ୍କୃତ ଶିକ୍ଷକଙ୍କ ମହାଧାରଣା : ରାଜ୍ୟର ସଂସ୍କୃତ ଟୋଲକୁ ସରକ୍ଷା ଦେବା ପାଇଁ ସରକାରଙ୍କୁ ଜଣାଇଲେ ଦାବି”

କ୍ଷେତରେ ଧାନ ତଳି ରୋଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର : ‘ମୋ ମାଟି, ମୋ ଦେଶ’ ଅଭିଯାନରେ ଅମୃତ କଳସରେ କଲେ ମାଟି ସଂଗ୍ରହ

କନକ ବ୍ୟୁରୋ : ଚାଷୀଙ୍କ ସହ ମିଶି କ୍ଷେତରେ ଧାନ ତଳି ରୋଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ପୁରୀ ଜିଲ୍ଲା ପିପିଲି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଜେନାପୁର ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଗାଁରେ ଧାନ ତଳି ରୋଉଥିବାର ଚିତ୍ର ସାମ୍ନାକୁ ଆସିଛି । ବିଲରେ ତଳି ରୋଉଥିବା କିଛି ମହିଳାଙ୍କ ସହ ସମ୍ବିତ ପାତ୍ର ପାରମ୍ପରିକ କୃଷକ ପୋଷାକରେ ଯାଇ ଧାନ ତଳି ରୋଇଥିଲେ । ‘ମୋ ମାଟି, ମୋ ଦେଶ’ ଅଭିଯାନରେContinue reading “କ୍ଷେତରେ ଧାନ ତଳି ରୋଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର : ‘ମୋ ମାଟି, ମୋ ଦେଶ’ ଅଭିଯାନରେ ଅମୃତ କଳସରେ କଲେ ମାଟି ସଂଗ୍ରହ”

ଭାରତୀୟ ଖେଳାଳିଙ୍କ ଜର୍ସିରେ ନାଁ ବଦଳାଇବାକୁ ଅପିଲ୍ : ‘ଇଣ୍ଡିଆ’ ସ୍ଥାନରେ ‘ଭାରତ’ ଲେଖିବାକୁ ସେହୱାଗଙ୍କ ଅପିଲ

କନକ ବ୍ୟୁରୋ : ଭାରତୀୟ ଖେଳାଳିଙ୍କ ଜର୍ସିରେ ନାଁ ବଦଳାଇବାକୁ ଅପିଲ୍ । ଇଣ୍ଡିଆ ସ୍ଥାନରେ ଭାରତ ଲେଖିବାକୁ ଅପିଲ । ଭାରତ ଲେଖିବାକୁ ବୀରେନ୍ଦ୍ର ସେହୱାଗ ଅପିଲ କରିଛନ୍ତି । ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ସେହୱାଗ ଚିଠି ଲେଖିଛନ୍ତି । କ୍ରିକେଟ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା । ବିସିସିଆଇର ମୁଖ୍ୟ ଚୟନକର୍ତା ଅଜିତ ଅଗରକର ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛନ୍ତି । ବିଶ୍ୱକପ ପାଇଁ ରୋହିତ ଶର୍ମାଙ୍କContinue reading “ଭାରତୀୟ ଖେଳାଳିଙ୍କ ଜର୍ସିରେ ନାଁ ବଦଳାଇବାକୁ ଅପିଲ୍ : ‘ଇଣ୍ଡିଆ’ ସ୍ଥାନରେ ‘ଭାରତ’ ଲେଖିବାକୁ ସେହୱାଗଙ୍କ ଅପିଲ”

Design a site like this with WordPress.com
Get started