କନକ ବ୍ୟୁରୋ : ଅନାଥ ପିଲାଙ୍କ ସାହାରା ସାଜିଛନ୍ତି ବାରିପଦାର ଯୁବ ଇଞ୍ଜିନିୟର । ଇଞ୍ଜିନିୟରିଂ ପଢ଼ା ସରିବା ପରେ ଏକ କମ୍ପାନୀରେ ଉଚ୍ଚ ଦରମାରେ ଚାକିରି କରୁଥିଲେ ବାରିପଦା ସହରର ଯୁବକ ସାଇପ୍ରକାଶ ମହାନ୍ତି । ହେଲେ ପିଲା ଦିନରୁ ଶିକ୍ଷାଲାଭରୁ ବଞ୍ଚିତ ହେଉଥିବା ଅନାଥ ଓ ଅସହାୟ ପିଲାମାନଙ୍କ ପାଇଁ କିଛି କରିବାର ନିଶା ତାଙ୍କୁ ଟାଣି ଆଣିଛି ଏହି ଯାଗାକୁ । ୨୦୦୮ ମସିହାରୁ ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଥିଲେ ।Continue reading “ଅନାଥ ପିଲାଙ୍କ ସାହାରା ସାଜିଛନ୍ତି ଯୁବ ଇଞ୍ଜିନିୟର : ଶିକ୍ଷାଲାଭରୁ ବଞ୍ଚିତ ଅନାଥ ଓ ଅସହାୟ ପିଲାମାନଙ୍କୁ ପଢାଉଛନ୍ତି ସାଇପ୍ରକାଶ ମହାନ୍ତି”
Tag Archives: News
ଶପଥ ନେଲେ ୨ ନୂଆ ବିଚାରପତି : ଶପଥପାଠ କରାଇଲେ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର
କନକ ବ୍ୟୁରୋ : ଶପଥ ନେଲେ ଦୁଇ ନୂଆ ବିଚାରପତି । ଜଷ୍ଟିସ୍ ଶିବଶଙ୍କର ମିଶ୍ର ଓ ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି । ଉଭୟଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଶପଥପାଠ କରାଇଛନ୍ତି । ଦୁଇ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ର ପହଞ୍ଚିଛି । ଅଗଷ୍ଟ ୧୭ ତାରିଖରେ ଦୁଇContinue reading “ଶପଥ ନେଲେ ୨ ନୂଆ ବିଚାରପତି : ଶପଥପାଠ କରାଇଲେ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର”
ରାସ୍ତା କାମ ପାଇଁ ରାସ୍ତା ରୋକ୍ : ଅଧପନ୍ତରିଆ ଅବସ୍ଥାରେ ସୁନ୍ଦରଗଡ଼ କୋଲ କରିଡର ରାସ୍ତା
କନକ ବ୍ୟୁରୋ : ଅଧାରେ ପଡ଼ିଛି ରାସ୍ତା କାମ । ସୁନ୍ଦରଗଡ଼ ବାଙ୍କିବାହାଲରୁ ଭେଡାବାହାଲ କୋଲ କରିଡର ରାସ୍ତା ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ୩୦ରୁ ଅଧିକ ଗ୍ରାମବାସୀ ଓ ଜନପ୍ରତିନିଧି । ରାସ୍ତା ଅବରୋଧ ପାଇଁ ଏମସିଏର କୋଇଲା ଖଣିରୁ କୋଇଲା ପରିବହନ ସମ୍ପୂର୍ଣ୍ଣ ଭାବରେ ଠପ ହୋଇଛି । ରାସ୍ତାରେ ଅଟକି ରହିଛି ମାଲବାହୀ ଗାଡ଼ି । The post ରାସ୍ତା କାମ ପାଇଁContinue reading “ରାସ୍ତା କାମ ପାଇଁ ରାସ୍ତା ରୋକ୍ : ଅଧପନ୍ତରିଆ ଅବସ୍ଥାରେ ସୁନ୍ଦରଗଡ଼ କୋଲ କରିଡର ରାସ୍ତା”
୨୦୨୪ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରସ୍ତୁତି : ଗାନ୍ଧୀ ଜୟନ୍ତୀରୁ ବିଜେଡି ପଦଯାତ୍ରା, ଚାର୍ଜସିଟ୍ ନେଇ ଗାଁକୁ ଯିବ ବିଜେପି; ୨୫ରୁ ଘରେ ଘରେ କଂଗ୍ରେସ
କନକ ବ୍ୟୁରୋ : ଗତକାଲି ନବୀନ ନିବାସରେ ୩ ଘଂଟା ଧରି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସଙ୍ଗଠନ ନେଇ ଆଲୋଚନା ହୋଇଛି । ସଙ୍ଗଠନକୁ ଆହୁରି ସୁଦୃଢ କରିବାକୁ ଜିଲ୍ଲା ପର୍ଯ୍ୟବେକ୍ଷକ ସମେତ ଛାମୁଆ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦଳର କାର୍ଯ୍ୟକ୍ରମ କେମିତି ଆଗକୁ ନିଆଯିବ ଓ କେମିତି ତାକୁ ଆହୁରି ଶାଣିତ କରାଯିବ ସେ ନେଇ ଆଲୋଚନା ହୋଇଛିContinue reading “୨୦୨୪ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରସ୍ତୁତି : ଗାନ୍ଧୀ ଜୟନ୍ତୀରୁ ବିଜେଡି ପଦଯାତ୍ରା, ଚାର୍ଜସିଟ୍ ନେଇ ଗାଁକୁ ଯିବ ବିଜେପି; ୨୫ରୁ ଘରେ ଘରେ କଂଗ୍ରେସ”
ପାକିସ୍ତାନ : କେୟାରଟେକର ପ୍ରଧାନମନ୍ତ୍ରୀ କହିଲେ ଭାରତ ଏକ ମହାନ ଲୋକତନ୍ତ୍ର
ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର କହିଛନ୍ତି ଯେ ଭାରତ ଏକ ବୃହତ ଗଣତନ୍ତ୍ରରୁ ସର୍ବଶ୍ରେଷ୍ଠ ଗଣତନ୍ତ୍ର ହେବାପାଇଁ ଯାଉଛି । ପାକିସ୍ତାନର ନ୍ୟୁଜ୍ ଚ୍ୟାନେଲ ଜିଓ ଟିଭିକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ଭାରତ ସହ ସମ୍ପର୍କକୁ ସୁଦୃଢ କରିବାକୁ ଚାହୁଁଛନ୍ତି, କିନ୍ତୁ ଏଥିପାଇଁ କାଶ୍ମୀର ପ୍ରସଙ୍ଗକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା ଆବଶ୍ୟକ। ଭାରତ ସହ ବାଣିଜ୍ୟ ପ୍ରସଙ୍ଗରେ ସେ କହିଛନ୍ତି ଯେ କାଶ୍ମୀର ସମସ୍ୟାର ସମାଧାନ ନହୋଇContinue reading “ପାକିସ୍ତାନ : କେୟାରଟେକର ପ୍ରଧାନମନ୍ତ୍ରୀ କହିଲେ ଭାରତ ଏକ ମହାନ ଲୋକତନ୍ତ୍ର”
ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ଯବାନଙ୍କ ଗୁଳିରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା
କନକ ବ୍ୟୁରୋ : ମାଲକାନଗିରି- ସୀମାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଯବାନଙ୍କ ଗୁଳିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଛତିଶଗଡ ସୁକୁମା ଜିଲ୍ଲାର ତାଡମେଟଲା ଓ ଦୁଲେଡ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ତାଡମେଟଲା ଓ ଦୁଲେଡ ଜଙ୍ଗଲରେ ମାଓ ଶିବିର ଚାଲୁଥିବା ସୂଚନା ମିଳିବା ପରେ ସିଆରପିଏଫ ଯବାନ ଅପରେସନ ଆରମ୍ଭ କରିଥିଲେ । ଏନକାଉଣ୍ଟରସ୍ଥଳରୁ ଦୁଇ ଜଣ ମାଓବାଦୀଙ୍କ ମୃତଦେହ ସହ ଦୁଇଟି ବନ୍ଧୁକ ଉଦ୍ଧାରContinue reading “ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ଯବାନଙ୍କ ଗୁଳିରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା”
ନହରକଣ୍ଟା ଅଞ୍ଚଳରେ ମାଙ୍କଡ଼ ଆତଙ୍କ : ୨୦ରୁ ଅଧିକ ଲୋକ ପାଗଳ ହନୁ ଆକ୍ରମଣରେ ଆହତ
କନକ ବ୍ୟୁରୋ : ଭୁବନେଶ୍ୱରରେ ଆତଙ୍କ ଖେଳାଇଛି ମାଙ୍କଡ଼ । ନହରକଣ୍ଟା ଅଞ୍ଚଳରେ ଉତ୍ପାତ କରୁଥିବା ହନୁମାଙ୍କଡ଼କୁ ଧରିବା ପାଇଁ ଗତକାଲି ରାତିରୁ ଚାଲିଛି ଉଦ୍ଧାର କାର୍ଯ୍ୟ । ଗତ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ୨୦ରୁ ଅଧିକ ଲୋକ ଆକ୍ରମଣର ଶିକାର ହୋଇଛନ୍ତି । ମାଙ୍କଡ଼ ଭୟରେ ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ଆକ୍ରମଣରୁ ବଞ୍ଚିବା ପାଇଁ ଲୋକମାନେ ଠେଙ୍ଗା ବାଡ଼ି ଧରି ବୁଲୁଛନ୍ତି । ବନବିଭାଗ କର୍ମଚାରୀ ନହରକଣ୍ଟାରେ ପହଞ୍ଚିContinue reading “ନହରକଣ୍ଟା ଅଞ୍ଚଳରେ ମାଙ୍କଡ଼ ଆତଙ୍କ : ୨୦ରୁ ଅଧିକ ଲୋକ ପାଗଳ ହନୁ ଆକ୍ରମଣରେ ଆହତ”
ବଙ୍ଗୋପସାଗରରେ ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ : ୩ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ରାଜ୍ୟରେ ବିସ୍ତୃତ ବର୍ଷା ଜାରି ରହିବ । ଲଘୁଚାପ ପ୍ରଭାବରେ ଦ କ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଓଡିଶାର ୩ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରContinue reading “ବଙ୍ଗୋପସାଗରରେ ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ : ୩ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି”
‘ଉଦୟନିଧୀଙ୍କ ମୁଣ୍ଡ କାଟିଆଣିଲେ ୧୦ କୋଟି ଦେବି’.. ସନ୍ଥଙ୍କ ଘୋଷଣା ପରେ କ’ଣ କହିଲେ ଷ୍ଟାଲିନ୍?
କନକ ବ୍ୟୁରୋ: ସନାତନ ଧର୍ମକୁ ଉଦୟନିଧୀ ଷ୍ଟାଲିନ୍ ଡେଙ୍ଗୁ, ମାଲେରିଆ ସହ ତୁଳନା କରିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସନ୍ଥ । ଉତ୍ତ୍ୟକ୍ତ ହୋଇଛନ୍ତି ଅଯୋଧ୍ୟା ସ୍ଥିତ ଛାନବି ମନ୍ଦିରର ମୁଖ୍ୟ ପୂଜାରୀ ପରମହଂସ ଆଚାର୍ଯ୍ୟ । ‘ଉଦୟନିଧୀଙ୍କ ମୁଣ୍ଡ କାଟିଆଣିଲେ ୧୦ କୋଟି ଦେବେବୋଲି ଘୋଷଣା କରିଛନ୍ତି ।ଏହାକୁ ନେଇ ପ୍ରତିକ୍ର୍ରିୟା ପ୍ରକାଶ କରିଛନ୍ତି । ସୂଚନା ମୁତାବକ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ପୁଅ ତଥା ତାମିଲନାଡୁ କ୍ୟାବିନେଟ୍ ମନ୍ତ୍ରୀ ଉଦୟନିଧୀContinue reading “‘ଉଦୟନିଧୀଙ୍କ ମୁଣ୍ଡ କାଟିଆଣିଲେ ୧୦ କୋଟି ଦେବି’.. ସନ୍ଥଙ୍କ ଘୋଷଣା ପରେ କ’ଣ କହିଲେ ଷ୍ଟାଲିନ୍?”
ବାରକୋଟରେ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ : ୨୫୭ଟି ଏସଏଚଜି ଗ୍ରୁପକୁ ୮କୋଟି ୩୬ଲକ୍ଷ ଟଙ୍କାର ଋଣ ପ୍ରଦାନ
କନକ ବ୍ୟୁରୋ : ମିଶନ ଶକ୍ତି ବିଭାଗ ପକ୍ଷରୁ ଦେବଗଡ ବାରକୋଟ ବ୍ଲକ ଠାରେ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଋଣ ମେଳାରେ ମୁଖ୍ୟ ଅତିଥି ଭାବେ ମିଶନ ଶକ୍ତି ଓ ମହିଳା ଶିଶୁ ବିଭାଗ ମନ୍ତ୍ରୀ ବାସନ୍ତୀ ହେମରମ ଯୋଗଦେଇ ବାରକୋଟ ବ୍ଲକର ୨୫୭ ଏସଏଚଜିଙ୍କ ଆର୍ôଥକ ମେରୁଦଣ୍ଡକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ୮ କୋଟି ୩୬ ଲକ୍ଷ ଟଙ୍କା ଋଣContinue reading “ବାରକୋଟରେ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ : ୨୫୭ଟି ଏସଏଚଜି ଗ୍ରୁପକୁ ୮କୋଟି ୩୬ଲକ୍ଷ ଟଙ୍କାର ଋଣ ପ୍ରଦାନ”