କରୋନା କାଳରେ କମିଲା ସାଧାରଣ ଲୋକଙ୍କ ଆୟ : ମାଲାମାଲ ହେଲେ ଜାତୀୟ ରାଜନୈତିକ ଦଳ; ବର୍ଷକରେ ବଢ଼ିଲା ୧୫୩୧ କୋଟି ଟଙ୍କା

କନକ ବ୍ୟୁରୋ : ଆର୍ଥିକ ବର୍ଷ ୨୦୨୦-୨୦୨୧ ଏବଂ ୨୦୨୧-୨୨ରେ କରୋନା ଯୋଗୁଁ ସାଧାରଣ ଲୋକଙ୍କ ଆୟ କମିଥିଲା ବେଳେ ରାଜନୈତିକ ଦଳଙ୍କ ଆୟ ବଢିଛି । ଏଡିଆର ରିପୋର୍ଟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ଦେଶର ୮ଟି ରାଜନୈତିକ ଦଳଙ୍କ ସମ୍ପତ୍ତି ବର୍ଷକରେ ୧୫୩୧ କୋଟି ଟଙ୍କା ବୃଦ୍ଧି ପାଇଛି । ସେହି ଦଳଗୁଡିକ ହେଲା ବିଜେପି, କଂଗ୍ରେସ, ଏନସିପି, ବିଏସପି, ସିପିଆଇ, ସିପିଏମ, ଟିଏମସି ଏବଂ ଏନପିପିContinue reading “କରୋନା କାଳରେ କମିଲା ସାଧାରଣ ଲୋକଙ୍କ ଆୟ : ମାଲାମାଲ ହେଲେ ଜାତୀୟ ରାଜନୈତିକ ଦଳ; ବର୍ଷକରେ ବଢ଼ିଲା ୧୫୩୧ କୋଟି ଟଙ୍କା”

ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଉତ୍ତରକୋରିଆଠାରୁ ଯୁଦ୍ଧାସ୍ତ୍ର କିଣିବ ଋଷ । ପୁତିନଙ୍କୁ ଭେଟିବାକୁ ମସ୍କୋ ଯିବେ କିମ ଜୋଙ୍ଗ

କନକ ବ୍ୟୁରୋ : ଉତ୍ତରକୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିବାକୁ ମସ୍କୋ ଯାଇପାରନ୍ତି । ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଯୁଦ୍ଧାସ୍ତ୍ର କିଣାକୁ ନେଇ ବଡ ଡିଲ୍ ହୋଇପାରେ ବୋଲି ଆମେରିକା ଅଧିକାରୀ ସୂଚନା ଦେଇଛନ୍ତି । ଆମେରିକା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, କିମ୍ ଜୋଙ୍ଗ ଚଳିତ ମାସରେ ଋଷ ଗସ୍ତ କରିପାରନ୍ତି । ଯଦିଓ ଦୁହିଁଙ୍କ ମଧ୍ୟରେ ବୈଠକ କେଉଁଠି ହେବ ସେ ନେଇ କୌଣସିContinue reading “ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଉତ୍ତରକୋରିଆଠାରୁ ଯୁଦ୍ଧାସ୍ତ୍ର କିଣିବ ଋଷ । ପୁତିନଙ୍କୁ ଭେଟିବାକୁ ମସ୍କୋ ଯିବେ କିମ ଜୋଙ୍ଗ”

ଆଜି ଲଘୁଚାପ : ୩ ଜିଲ୍ଲାରେ ପ୍ରବଳ ବର୍ଷିବ; ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଗତକାଲିର ଘୂଣ୍ଣିବଳୟ ସକ୍ରିୟ ରହିଛି । ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଯାଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।Continue reading “ଆଜି ଲଘୁଚାପ : ୩ ଜିଲ୍ଲାରେ ପ୍ରବଳ ବର୍ଷିବ; ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି”

ନ୍ୟାୟ ପାଇଁ ଥାନାକୁ ଯାଇଥିବା ମହିଳାଙ୍କୁ ଗଣଦୁଷ୍କର୍ମ କଲେ ପୁଲିସକର୍ମୀଙ୍କ ସମ୍ପର୍କୀୟ । ପରେ ଦଲାଲକୁ ବିକିଦେଲେ

କନକ ବ୍ୟୁରୋ: ସବୁବେଳେ ମାରପିଟ କରୁଥିବା ସ୍ୱାମୀ ବିରୋଧରେ ଅଭିଯୋଗ ନେଇ ଥାନାକୁ ନ୍ୟାୟ ପାଇଁ ଯାଇଥିଲେ ମହିଳା । ହେଲେ ସେଠି ତାଙ୍କ ସହ ଯାହା ହେଲା ତାହା ଜାଣିଲେ ଲୋମ ଟାଙ୍କୁରୀ ଉଠିବ । ଏଭଳି ଘଟଣା ଘଟିଛି ହରିୟାଣା ପଲବଲ ଅଞ୍ଚଳରେ । ସୂଚନା ମୁତାବକ, ଜୁଲାଇ ୨୩ ତାରିଖରେ ପୀଡିତା ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ନେଇ ହସନପୁର ପୁଲିସ ଷ୍ଟେସନ ଯାଇଥିଲେ । ସେଠାରେ ତାଙ୍କର ଭେଟ ସବଇନ୍ସପେକ୍ଟରContinue reading “ନ୍ୟାୟ ପାଇଁ ଥାନାକୁ ଯାଇଥିବା ମହିଳାଙ୍କୁ ଗଣଦୁଷ୍କର୍ମ କଲେ ପୁଲିସକର୍ମୀଙ୍କ ସମ୍ପର୍କୀୟ । ପରେ ଦଲାଲକୁ ବିକିଦେଲେ”

ମୋ ବସ ଓ କାର ମଧ୍ୟରେ ଦୁର୍ଘଟଣା : ଥାନାରେ ପହଞ୍ଚିଲା ମାମଲା; ଗାଡି ଚାଳକଙ୍କୁ ପୋଲିସର ପଚରାଉଚରା

କନକ ବ୍ୟୁରୋ : ଭୁବନେଶ୍ୱରରେ ବସ ଦୁର୍ଘଟଣା । ଥାନାରେ ପହଞ୍ଚିଲା ମାମଲା । ଭୁବନେଶ୍ୱର ଖାରବେଳ ନଗର ଥାନା ସାମ୍ନାରେ ମୋ ବସ ଓ ଗୋଟିଏ କାର ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ବେଳେ ଗାଡି ଧକ୍କାରେ ଚାରି ଚକିଆ ଗାଡିର ବମ୍ଫର ଭାଙ୍ଗି ଯାଇଛି । ଦୁର୍ଘଟଣା ପରେ ଚାରି ଚକିଆ ଗାଡି ଚାଳକ ଓ ମୋ ବସ ଡ୍ରାଇଭର ମଧ୍ୟରେ ଯୁକ୍ତି ହୋଇଥିଲା । ମୋContinue reading “ମୋ ବସ ଓ କାର ମଧ୍ୟରେ ଦୁର୍ଘଟଣା : ଥାନାରେ ପହଞ୍ଚିଲା ମାମଲା; ଗାଡି ଚାଳକଙ୍କୁ ପୋଲିସର ପଚରାଉଚରା”

ସୂର୍ଯ୍ୟ ଅଭିମୁଖେ ଆଉ ପାଦେ ଆଗେଇଲା ସୂର୍ଯ୍ୟଯାନ : ଦ୍ୱିତୀୟ ଥର କକ୍ଷପଥ ପରିବର୍ତ୍ତନ କଲା ‘ଆଦିତ୍ୟ ଏଲ୍-୧’

କନକ ବ୍ୟୁରୋ : ଭାରତର ପ୍ରଥମ ସୂର୍ଯ୍ୟଯାନ ଆଜି ଦ୍ୱିତୀୟ ଥର ପାଇଁ କକ୍ଷ ପରିବର୍ତନ କରିଛି । ବିଳମ୍ବିତ ରାତି ୨ଟା ୪୫ ମିନିଟରେ ଦ୍ୱିତୀୟ ଥର କକ୍ଷପଥ ପରିବର୍ତ୍ତନ କରିଛି ଆଦିତ୍ୟ-ଏଲ୍-୧ । ଟୁଇଟ୍ କରି ଇସ୍ରୋ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥିସହ ଇସ୍ରୋ କହିଛି, ଆଦିତ୍ୟ ଯାନ ଠିକ୍ ଭାବେ କାମ କରୁଛି । ଏବେ ଆଦିତ୍ୟ ଏଲ-୧ ୨୨୮ କିଲୋମିଟ ବାଇ ୪୦ ହଜାର ୨୨୫ କିଲୋମିଟର କକ୍ଷପଥରେContinue reading “ସୂର୍ଯ୍ୟ ଅଭିମୁଖେ ଆଉ ପାଦେ ଆଗେଇଲା ସୂର୍ଯ୍ୟଯାନ : ଦ୍ୱିତୀୟ ଥର କକ୍ଷପଥ ପରିବର୍ତ୍ତନ କଲା ‘ଆଦିତ୍ୟ ଏଲ୍-୧’”

ପିଡିଏସ ଚାଉଳ ଦେବାରେ ଅନିୟମିତତା ଅଭିଯୋଗ : ଯୋଗାଣ ଅଧିକାରୀଙ୍କୁ ଚଲେଇ ଚଲେଇ ନେଇଗଲେ ହିତାଧିକାରୀ

କନକ ବ୍ୟୁରୋ : ପିଡିଏସ ଚାଉଳ ଦେବାରେ ଅନିୟମିତତା ଅଭିଯୋଗ । ଯୋଗାଣ ଅଧିକାରୀଙ୍କୁ ଚଲେଇ ଚଲେଇ ନେଇଗଲେ ହିତାଧିକାରୀ । ବାସୁଦେବପୁର ବ୍ଲକ କରଞ୍ଜଆଡିଆ ପଞ୍ଚାୟତର ନିୟୋଜିତ ରିଟେଲରଙ୍କ ମନମାନି ପାଇଁ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟି ସାମଗ୍ରୀ ଲୁଟପାଟ ହୋଇ ଆସୁଛି ବୋଲି ହିତାଧିକାରୀମାନେ ଅଭିଯୋଗ କରି ଆସୁଛନ୍ତି । ଗତ ଫେବୃଆରୀ ଓ ମାର୍ଚ୍ଚ ଦୁଇ ମାସର ସାମଗ୍ରୀ ରିଟେଲର କ୍ଷୀରମଣୀ ସାହୁ ଦେଇ ନଥିବା ହିତାଧିକାରୀ ଅଭିଯୋଗ କରି ଆସୁଥିବାContinue reading “ପିଡିଏସ ଚାଉଳ ଦେବାରେ ଅନିୟମିତତା ଅଭିଯୋଗ : ଯୋଗାଣ ଅଧିକାରୀଙ୍କୁ ଚଲେଇ ଚଲେଇ ନେଇଗଲେ ହିତାଧିକାରୀ”

୬୮ ବର୍ଷରେ ତୃତୀୟ ବିବାହ ବିବାହ କଲେ ଖ୍ୟାତନାମା ଓକିଲ ହରିଶ ସାଲଭେ । ବହୁ ଜଣାଶୁଣା ବ୍ୟକ୍ତି ଜଣାଇଲେ ଶୁଭେଚ୍ଛା

କନକ ବ୍ୟୁରୋ: ହଁ ଭାରତର ପୂର୍ବତନ ସଲିସିଟର ଜେନେରାଲ ତଥା ଦେଶର ଖ୍ୟାତାନାମା ଓକିଲ ହରିଶ ସାଲଭେଙ୍କୁ ପୁଣିଥରେ ତାଙ୍କ ପ୍ରେମ ମିଳିଯାଇଛି । ୬୮ ବର୍ଷ ବୟସରେ ଲଣ୍ଡନରେ ନିଜ ବନ୍ଧୁଙ୍କ ଗହଣରେ ତୃତୀୟ ବିବାହ କରଛନ୍ତି ସାଲଭେ । ଏଥର ତାଙ୍କ ଜୀବନସାଥୀ ହୋଇଛନ୍ତି ତ୍ରିନା । ବିବାହର ସବୁ ଆୟୋଜନ ରବିବାର ଦିନ ଲଣ୍ଡନରେ ହୋଇଥିଲା । ଏଥିରେ ସାମିଲ ହୋଇଥିଲେ ଭାରତର ବଡ ବଡ ବିଜନେସମ୍ୟାନ ଓ ତାଙ୍କ ପରିବାର ।Continue reading “୬୮ ବର୍ଷରେ ତୃତୀୟ ବିବାହ ବିବାହ କଲେ ଖ୍ୟାତନାମା ଓକିଲ ହରିଶ ସାଲଭେ । ବହୁ ଜଣାଶୁଣା ବ୍ୟକ୍ତି ଜଣାଇଲେ ଶୁଭେଚ୍ଛା”

ଜି-୨୦ ସମ୍ମିଳନୀ ପାଇଁ ସଜେଇ ହୋଇଛି ଦିଲ୍ଲୀ : ପ୍ରଗତି ମୈଦାନ ସମେତ ବିଭିନ୍ନ ସ୍ଥାନରେ ଭାରତୀୟ କଳାକୃତିର ଝଲକ

କନକ ବ୍ୟୁରୋ : ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ । ସେପ୍ଟେମ୍ବର ୯ରୁ ଜି-୨୦ ବୈଠକ ଆରମ୍ଭ ହେବାକୁ ଯାଉଛି । ଏହି ବୈଠକରେ ବିଶ୍ୱରେ ବଡ ବଡ ନେତା ଯୋଗଦେବେ । ଏହା ପୂର୍ବରୁ ରାଜଧାନୀକୁ ସଜା ହୋଇଛି । ପ୍ରଗତି ମୈଦାନରେ ନିକଟରେ ଥିବା ଭାରତ ମଣ୍ଡପରେ ଏହି ବୈଠକ ବସିବ । ଏହି ସ୍ଥାନରେ ଜି-୨୦ର ଲୋଗୋ ମଧ୍ୟ ରଖାଯାଇଛି । ସେହିପରି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜି-୨୦Continue reading “ଜି-୨୦ ସମ୍ମିଳନୀ ପାଇଁ ସଜେଇ ହୋଇଛି ଦିଲ୍ଲୀ : ପ୍ରଗତି ମୈଦାନ ସମେତ ବିଭିନ୍ନ ସ୍ଥାନରେ ଭାରତୀୟ କଳାକୃତିର ଝଲକ”

ନିମ୍ନମାନର ଖାଦ୍ୟ ପ୍ରଦାନ ଅଭିଯୋଗ : କୋଷାଗୁମୁଡା ବ୍ଲକ ବରଗାଁ ସ୍କୁଲର ୪୫ ଛାତ୍ର ଛାଡିଲେ ହଷ୍ଟେଲ

କନକ ବ୍ୟୁରୋ : ନିମ୍ନମାନର ଖାଦ୍ୟ ପ୍ରଦାନ ସହ ପ୍ରଧାନଶିକ୍ଷକ ଓ ରୋଷେୟାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସ୍କୁଲ ହଷ୍ଟେଲ ଛାଡିଲେ ୪୫ ଜଣ ଛାତ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବରଗାଁ ଉନ୍ନତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏହି ସ୍କୁଲରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ରହିଛି । ହଷ୍ଟେଲ ପରିଚାଳନାରେ ତ୍ରୁଟି ସହ ଛାତ୍ରଙ୍କୁ ପ୍ରତ୍ୟେକ ଦିନ ପୋକରା ଚାଉଳର ଭାତ ସହିତ ନିମ୍ନମାନରContinue reading “ନିମ୍ନମାନର ଖାଦ୍ୟ ପ୍ରଦାନ ଅଭିଯୋଗ : କୋଷାଗୁମୁଡା ବ୍ଲକ ବରଗାଁ ସ୍କୁଲର ୪୫ ଛାତ୍ର ଛାଡିଲେ ହଷ୍ଟେଲ”

Design a site like this with WordPress.com
Get started