ଏସିଆ କପର ସୁପର-୪ରେ ଟିମ୍ ଇଣ୍ଡିଆ : ନବାଗତ ନେପାଳକୁ ୧୦ ୱିକେଟରେ ହରାଇଲା ଭାରତ

କନକ ବ୍ୟୁରୋ : ନବାଗତ ନେପାଳକୁ ସହଜରେ ହରାଇଲା ଭାରତ । ଏସିଆ କପରେ ଗ୍ରୁପ୍ ଏ’ରୁ ଦ୍ୱିତୀୟ ଦଳ ଭାବେ ସୁପର ୪ରେ ପ୍ରବେଶ କରିଛି ଭାରତ । ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରୁ ଭାରତ ୧ ପଏଣ୍ଟ ପାଇଥିଲା ବେଳେ ନେପାଳ ବିପକ୍ଷ ବିଜୟରୁ ମିଳିଥିବା ୨ ପଏଣ୍ଟ ଭାରତକୁ ସୁପର ୪ରେ ପହଞ୍ଚାଇଛି । ପ୍ରଥମେ ବ୍ୟାଟିଂ କରି ନେପାଳ ୨୩୧ ରନର ଟାର୍ଗେଟ ଦେଇଥିଲା । ପେରେ ରୋହିତ ଶର୍ମା ଓContinue reading “ଏସିଆ କପର ସୁପର-୪ରେ ଟିମ୍ ଇଣ୍ଡିଆ : ନବାଗତ ନେପାଳକୁ ୧୦ ୱିକେଟରେ ହରାଇଲା ଭାରତ”

ସଂଧ୍ୟା ହେଲେ ଭିଡ଼ ଚିନ୍ତା : ଟୁଇନ ସିଟିକୁ ଭାରିଯାନ ପ୍ରବେଶ ଉପରେ ଲାଗିଲା କଟକଣା

କନକ ବ୍ୟୁରୋ : ସଂଧ୍ୟାରେ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ଯାଇ କମିଶନରେଟ ପୁଲିସର ନୂଆ ନିୟମ । ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ସାଢ଼େ ୭ଟା ଯାଏଁ କଟକ ଓ ଭୁବନେଶ୍ୱର ସହର ଭିତରକୁ ପ୍ରବେଶ କରିପାରିବ ନାହିଁ ମାଲବାହୀ ଟ୍ରକ ତଥା ଭାରିଯାନ । ସଂଧ୍ୟା ହେଲେ କଟକ ଓ ଭୁବନେଶ୍ୱରରେ ପ୍ରବଳ ଭିଡ ହେଉଛି । ଯାହାକୁ ନେଇ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଅଣାୟତ ହୋଇପଡୁଛି । ଏବେ ଏହାକୁ ନଜରରେ ରଖି କମିଶନରେଟ ପୁଲିସContinue reading “ସଂଧ୍ୟା ହେଲେ ଭିଡ଼ ଚିନ୍ତା : ଟୁଇନ ସିଟିକୁ ଭାରିଯାନ ପ୍ରବେଶ ଉପରେ ଲାଗିଲା କଟକଣା”

ଆଜି ଗୁରୁ ଦିବସ : ୭୫ଜଣ ମନୋନୀତ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି; ଓଡିଶାର ୨ ଜଣ ହେବେ ସମ୍ମାନୀତ

କନକ ବ୍ୟୁରୋ : ଆଜି ଗୁରୁ ଦିବସ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୫ ଜଣ ମନୋନୀତ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩ ପ୍ରଦାନ କରିବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଶିକ୍ଷକ ପୁରସ୍କାର ବିଜେତାଙ୍କ ସହ ଆଲୋଚନା କରିଛନ୍ତି । ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ମେଧାବୀ ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥାଏ । ଦେଶର ଯୁବ ମସ୍ତିଷ୍କକୁ ବିକଶିତ କରିବାରେ ଶିକ୍ଷକମାନଙ୍କContinue reading “ଆଜି ଗୁରୁ ଦିବସ : ୭୫ଜଣ ମନୋନୀତ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି; ଓଡିଶାର ୨ ଜଣ ହେବେ ସମ୍ମାନୀତ”

୨ ଜଣଙ୍କୁ ନିର୍ମମ ହତ୍ୟା : ଖଣ୍ଡା ଓ କାତିରେ ଉଭୟଙ୍କୁ ଆକ୍ରମଣ; ରାଜନୈତିକ ଶତ୍ରୁତା ଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁନାରିଝୋଳ ଗାଁରେ ଦୁଇ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଦୁଇଜଣ ହେଲେ ଲିପୁନ ସ୍ୱାଇଁ ଓ ମିଥୁନ ଭୂୟାଁ । ଆଜି ସଂଧ୍ୟାରେ ୧୦ରୁ ଅଧିକ ଲୋକ ଆସି ଅତର୍କିତ ଭାବେ ଖଣ୍ଡା ଓ କାତିରେ ଉଭୟଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ଓ ପରେ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନContinue reading “୨ ଜଣଙ୍କୁ ନିର୍ମମ ହତ୍ୟା : ଖଣ୍ଡା ଓ କାତିରେ ଉଭୟଙ୍କୁ ଆକ୍ରମଣ; ରାଜନୈତିକ ଶତ୍ରୁତା ଥିବା ଅଭିଯୋଗ ଆଣିଲେ ପରିବାର ଲୋକେ”

ନବୀନ ନିବାସରେ ନେତାଙ୍କ ମେଳି : ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କ ସହ ସଙ୍ଗଠନ ସମ୍ପର୍କରେ ଆଲୋଚନା କଲେ ଦଳର ସୁପ୍ରିମୋ

କନକ ବ୍ୟୁରୋ : ନବୀନ ନିବାସରେ ସୋମବାର ୩ ଘଣ୍ଟା ଧରି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସଙ୍ଗଠନ ନେଇ ଆଲୋଚନା ହୋଇଛି । ସଙ୍ଗଠନକୁ ଆହୁରି ସୁଦୃଢ କରିବାକୁ ଜିଲ୍ଲା ପର୍ଯ୍ୟବେକ୍ଷକ ସମେତ ଛାମୁଆ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦଳର କାର୍ଯ୍ୟକ୍ରମ କେମିତି ଆଗକୁ ନିଆଯିବ ଓ କେମିତି ତାକୁ ଆହୁରି ଶାଣିତ କରାଯିବ ସେ ନେଇ ଆଲୋଚନା ହୋଇଛିContinue reading “ନବୀନ ନିବାସରେ ନେତାଙ୍କ ମେଳି : ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କ ସହ ସଙ୍ଗଠନ ସମ୍ପର୍କରେ ଆଲୋଚନା କଲେ ଦଳର ସୁପ୍ରିମୋ”

ହୋର୍ଡିଂରେ ଫାଇଭ୍-ଟି ସଚିବଙ୍କ ଫଟୋ: ସଚିବଙ୍କ ଫଟୋକୁ ନେଇ ତେଜିଲା ରାଜନୀତି

କନକ ବ୍ୟୁରୋ: କେନ୍ଦ୍ରପଡାରେ ହେବ ନିପ୍ପନ ଷ୍ଟିଲ କାରଖାନା । ଆଉ ଏହାକୁ ନେଇ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଂଚଳ ବାସୀ । ହେଲେ ଧନ୍ୟବାଦ ଜଣାଇବା ପାଇଁ ଯେଉଁ ସବୁ ହୋର୍ଡିଂ ମରା ଯାଇଛି ତାହାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି । ମହାକାଳପଡା ରାସ୍ତା କଡରେ ବଡ ବଡ ହୋର୍ଡିଂରେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ସହ ଲାଗିଛି ଫାଇବ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଫଟୋ । ମୁଖ୍ୟମନ୍ତ୍ରୀ ନବୀନContinue reading “ହୋର୍ଡିଂରେ ଫାଇଭ୍-ଟି ସଚିବଙ୍କ ଫଟୋ: ସଚିବଙ୍କ ଫଟୋକୁ ନେଇ ତେଜିଲା ରାଜନୀତି”

ଇସ୍ରୋ ବୈଜ୍ଞାନିକଙ୍କୁ ମନା ହେଇଥିଲା ଅତର । ଗୋଟିଏ ମାସ ପର୍ଯ୍ୟନ୍ତ ଅତର ବ୍ୟବହାର କରିନଥିଲେ ଇସ୍ରୋ ବୈଜ୍ଞାନିକ । ସାମ୍ନାକୁ ଆସିଲା ରୋଚକ ତଥ୍ୟ ।

କନକ ବ୍ୟୁରୋ: ସଫଳତାର ସହ ଇସ୍ରୋର ଅନ୍ୟତମ ବଡ଼ ମହାକାଶ ଅଭିଯାନ ଆଦିତ୍ୟ ଏଲ ୱାନ ଲଞ୍ଚ୍ ହୋଇଛି । ସେପ୍ଟେମ୍ବର ୨ ତାରିଖରେ ଇସ୍ରୋ ବୈଜ୍ଞାନିକଙ୍କ ଅଦମ୍ୟ ଚେଷ୍ଟା, ପରିଶ୍ରମ ବଳରେ ସୂର୍ଯ୍ୟ ମିଶନ ଆରମ୍ଭ ହୋଇଛି । ଏବେ ଏହି ମିଶନ ପଛର କିଛି ରୋଚକ କଥା ସାମ୍ନାକୁ ଆସିଛି । ଏହି ମିଶନକୁ ସଫଳ କରିବା ପାଇଁ ଇସ୍ରୋ ବୈଜ୍ଞାନିକ ଓ ଇଜିଂନିୟରମାନଙ୍କୁ ଦିଆଯାଇଥିଲା କଡ଼ା ନିର୍ଦ୍ଦେଶ । ମିଳିଥିବା ସୂଚନା ଅନୁସାରେContinue reading “ଇସ୍ରୋ ବୈଜ୍ଞାନିକଙ୍କୁ ମନା ହେଇଥିଲା ଅତର । ଗୋଟିଏ ମାସ ପର୍ଯ୍ୟନ୍ତ ଅତର ବ୍ୟବହାର କରିନଥିଲେ ଇସ୍ରୋ ବୈଜ୍ଞାନିକ । ସାମ୍ନାକୁ ଆସିଲା ରୋଚକ ତଥ୍ୟ ।”

ଆକାଶରୁ ଆସୁଛି ମୃତ୍ୟୁ: ବଜ୍ରପାତ ହେଲେ କ’ଣ କରିବେ?

କନକ ବ୍ୟୁରୋ: ଆକାଶରୁ ଆସୁଛି ମୃତ୍ୟୁ । କାଳ ସାଜୁଛି ବଜ୍ରପାତ । ଆଖି ପିଛୁଳାକେ ଚାଲି ଯାଉଛି ଜୀବନ । ଗତ ୨ ତାରିଖ ଦିନ ବଜ୍ରାଘାତରେ ଚାଲିଯାଇଛି ୧୨ ଜଣଙ୍କ ଜୀବନ । ସେହିପରି ୧୪ଜଣ ଆହତ ହୋଇଥିବାବେଳେ ୮ଟି ଗୋରୁଗାଈଙ୍କ ମୃତ୍ୟୁ ହୋଇଥିଲା । ତେବେ ବିଜୁଳି ମାରିବା ସମୟରେ କଣ କରିବେ କଣ ନକରିବେ? ସେପ୍ଟେମ୍ବର ୨ ତାରିଖ ଜଗତସିଂହପୁର ତଣ୍ଡିକୁଳ ପଞ୍ଚାୟତର ସରଣା ଗାଁ ଅପରାହ୍ଣରେ ବିଲକୁ ତଳି ରୋଇବାକୁContinue reading “ଆକାଶରୁ ଆସୁଛି ମୃତ୍ୟୁ: ବଜ୍ରପାତ ହେଲେ କ’ଣ କରିବେ?”

ଟେଟେ-ଟୁକୁନିଙ୍କ ଟ୍ୱିଟ୍ ୱାର: ଫାଇଭ୍-ଟି ସଚିବଙ୍କ ଗସ୍ତକୁ ନେଇ ପରିବହନ ମନ୍ତ୍ରୀଙ୍କ ଟ୍ୱିଟ୍ ଉପରେ ଜବାବ ରଖିଲେ ବିଜେପି ବିଧାୟିକା କୁସୁମ ଟେଟେ

କନକ ବ୍ୟୁରୋ: ଫାଇଭ-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ବିଜେପି- ବିଜେଡି ମଧ୍ୟରେ ଟୁଇଟ ୱାର । ବିଜେପିକୁ ଟାର୍ଗେଟ କରି ଟୁଇଟ୍ କରିିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିଛି । ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟୁଇଟ କରି ଲେଖିଛନ୍ତି, ଆସନ୍ତା ବିଧାନସଭାରେ ହେଲିକପ୍ଟ ଉଡାଣକୁ ନେଇ ତଥ୍ୟ ରଖିବେ ଓ କୁଚକ୍ରୀ ଗୋଷ୍ଠୀଙ୍କ ମୁଖା ଖୋଲିଦେବେ । ଆଉ ତାଙ୍କ ଟୁଇଟ୍ କୁ ନେଇContinue reading “ଟେଟେ-ଟୁକୁନିଙ୍କ ଟ୍ୱିଟ୍ ୱାର: ଫାଇଭ୍-ଟି ସଚିବଙ୍କ ଗସ୍ତକୁ ନେଇ ପରିବହନ ମନ୍ତ୍ରୀଙ୍କ ଟ୍ୱିଟ୍ ଉପରେ ଜବାବ ରଖିଲେ ବିଜେପି ବିଧାୟିକା କୁସୁମ ଟେଟେ”

ସ୍ଲିପିଂମୋଡକୁ ଯିବା ପୂର୍ବରୁ ଚନ୍ଦ୍ରପୃଷ୍ଠରେ ପୁଣି ଥରେ ସପ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର ବିକ୍ରମ । ଚନ୍ଦ୍ରପୃଷ୍ଠରେ ୪୦ ସେଣ୍ଟିମିଟର ଉପରକୁ ଉଡ଼ି ୩୦ ସେଣ୍ଟିମିଟର ଦୂରରେ କଲା ସପ୍ଟ ଲ୍ୟାଣ୍ଡିଂ

କନକ ବ୍ୟୁରୋ: ଇସ୍ରୋକୁ ମିଳିଲା ବଡ଼ ସଫଳତା । ମାନବ ମିଶନରେ ହେବ ସହାୟକ । ଚନ୍ଦ୍ରପୃଷ୍ଠରେ ନିଜ ଇଞ୍ଜିନ ଷ୍ଟାଟ କଲା ଲ୍ୟାଣ୍ଡର ବିକ୍ରମ । ହୋପ ଏକ୍ସପେରିମେଣ୍ଟକୁ ସଫଳତା ପୂର୍ବକ ପୂରା କରିଛି ଲ୍ୟାଣ୍ଡର ବିକ୍ରମ । ହୋପ ଅର୍ଥାତ୍ ଦୁଇ ଗୋଡ ଏକାଠି କରି ଡେଇଁବାରେ ସଫଳ ହୋଇଛି ଲ୍ୟାଣ୍ଡର ବିକ୍ରମ । ଏନେଇ ଇସ୍ରୋ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଲ୍ୟାଣ୍ଡରContinue reading “ସ୍ଲିପିଂମୋଡକୁ ଯିବା ପୂର୍ବରୁ ଚନ୍ଦ୍ରପୃଷ୍ଠରେ ପୁଣି ଥରେ ସପ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର ବିକ୍ରମ । ଚନ୍ଦ୍ରପୃଷ୍ଠରେ ୪୦ ସେଣ୍ଟିମିଟର ଉପରକୁ ଉଡ଼ି ୩୦ ସେଣ୍ଟିମିଟର ଦୂରରେ କଲା ସପ୍ଟ ଲ୍ୟାଣ୍ଡିଂ”

Design a site like this with WordPress.com
Get started