ମହିଳାଙ୍କୁ ପାରାଦୀପ ବିଧାୟକଙ୍କ ଦୁର୍ବ୍ୟବହାର! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କନକ ବ୍ୟୁରୋ: ମହିଳାଙ୍କୁ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଦୁର୍ବ୍ୟବହାର ଅଭିଯୋଗ । ନିଜ ନିର୍ବାଚନ ମଣ୍ଡଳୀରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଭିଡିଓ ଭାଇରାଲ ହେଉଛି । ଏନେଇ କୁଜଂଗ ଥାନାରେ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ବିଧାୟକ । କହିଛନ୍ତି, କୌଣସି ମହିଳାଙ୍କୁ ସେ ଅପମାନ କରି ନାହାଁନ୍ତି । ଜଣେ ମହିଳା ଓ ପାରାଦ୍ୱୀପ ବିଧାୟକ ସମ୍ବିତ ରାୟତରାୟଙ୍କ ମଧ୍ୟରେ କଥା କଟାକଟିର ଭିଡିଓ, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।Continue reading “ମହିଳାଙ୍କୁ ପାରାଦୀପ ବିଧାୟକଙ୍କ ଦୁର୍ବ୍ୟବହାର! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ”

ରାହୁଲ-ପ୍ରିୟଙ୍କାଙ୍କୁ ନେଇ ବିଜେପିର ବଡ ଦାବି । ବିଜେପି କହିଲା ରାହୁଲ-ପ୍ରିୟଙ୍କାଙ୍କ ମଧ୍ୟରେ ସବୁ କିଛି ଠିକ ନାହିଁ । ଜବାବ ରଖିଲା କଂଗ୍ରେସ

କନକ ବ୍ୟୁରୋ: ବଂଶବାଦଠୁ ଆରମ୍ଭ କରି ପାରିବାରିକ ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ କଂଗ୍ରେସ । ଏହା ଭିତରେ ପରମ ପ୍ରତିଦ୍ୱନ୍ଦୀ ବିଜେପି ଏକ ଭିଡିଓ ଜାରି କରି ନୂଆ ଦାବି କରିଛି । ଦଳ କହିଛି କଂଗ୍ରେସର ଦୁଇ ମୁଖ୍ୟ ଚେହେରା ତଥା ଭାଇଭଉଣୀ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ । ରାଜନୈତିକ କ୍ଷମତା ପାଇଁ ଉଭୟଙ୍କ ମଧ୍ୟରେ କ୍ଷମତାର ଲଢେଇ ଚାଲିଛି । ସାଧାରଣContinue reading “ରାହୁଲ-ପ୍ରିୟଙ୍କାଙ୍କୁ ନେଇ ବିଜେପିର ବଡ ଦାବି । ବିଜେପି କହିଲା ରାହୁଲ-ପ୍ରିୟଙ୍କାଙ୍କ ମଧ୍ୟରେ ସବୁ କିଛି ଠିକ ନାହିଁ । ଜବାବ ରଖିଲା କଂଗ୍ରେସ”

ଏସିଆ କପ: ୨୩୦ ରନରେ ନେପାଳ ଅଲଆଉଟ, ଭାରତ ଆଗରେ ୨୩୧ ଟାର୍ଗେଟ

କନକ ବ୍ୟୁରୋ: ଆଜିର ଏସିଆ କପ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନେପାଳ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନେପାଳ ମାତ୍ର ୨୩୦ ରନରେ ଅଲ ଆଉଟ ହୋଇଯାଇଛି । ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ମହମ୍ମଦ ସିରାଜ ଓ ରବିନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ ନେଇଛନ୍ତି । ଫଳରେ ନେପାଳ ୨୩୦ ରନରେ ଅସଆଉଟ ହୋଇଯାଇଛି । ଏବେ ଭାରତ ଆଗରେ ୨୩୧ ରନରContinue reading “ଏସିଆ କପ: ୨୩୦ ରନରେ ନେପାଳ ଅଲଆଉଟ, ଭାରତ ଆଗରେ ୨୩୧ ଟାର୍ଗେଟ”

କରୋନା କାଳରେ ମାଲାମାଲ ରାଜନୈତିକ ଦଳ । ଏଡିଆର୍ ରିପୋର୍ଟ ଅନୁସାରେ, ୨୦୨୧-୨୨ରେ ୮ ଦଳର ସମ୍ପତିର ମୂଲ୍ୟ ବଢି ହୋଇଛି ୮ହଜାର ୮୨୯ କୋଟି ।

କନକ ବ୍ୟୁରୋ: କରୋନା କାଳରେ ମାଲାମାଲ ରାଜନୈତିକ ଦଳ । ଏହି ଅବଧି ଭିତରେ ଦେଶର ୮ ପ୍ରମୁଖ ରାଜନୈତିକ ଦଳର ସମ୍ପତି ବହୁମାତ୍ରାରେ ବୃଦ୍ଧି ପାଇଛି । ୨୦୨୧-୨୨ରେ ଏସବୁ ଦଳର ସମ୍ପତି ୮ହଜାର ୮୨୯ କୋଟି ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ୨୦୨୦-୨୧ ବର୍ଷ ତୁଳନାରେ ଦଳଗୁଡ଼ିକର ସମ୍ପତି ୨୧ ପ୍ରତିଶତ ବୃଦ୍ଧି ହୋଇଛି । ଆସୋସିଏସନ୍ ଫର ଡେମୋକ୍ରାଟିକ ରିଫର୍ମ ବା ଏଡିଆର୍ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି । ରିପୋର୍ଟ ଅନୁସାରେ,Continue reading “କରୋନା କାଳରେ ମାଲାମାଲ ରାଜନୈତିକ ଦଳ । ଏଡିଆର୍ ରିପୋର୍ଟ ଅନୁସାରେ, ୨୦୨୧-୨୨ରେ ୮ ଦଳର ସମ୍ପତିର ମୂଲ୍ୟ ବଢି ହୋଇଛି ୮ହଜାର ୮୨୯ କୋଟି ।”

ଉଦୟନିଧିଙ୍କ ବୟାନକୁ ହିନ୍ଦୁ ସଂଗଠନର ଘୋର ବିରୋଧ । ଜଗତଗୁରୁ ପରମହଂସ ଆଚାର୍ଯ୍ୟ କହିଲେ ଉଦୟନିଧିଙ୍କ ମୁଣ୍ଡ କାଟ କଲେ ୧୦କୋଟି ଟଙ୍କା ପୁରସ୍କାର

କନକ ବ୍ୟୁରୋ: ସନାତନ ଧର୍ମକୁ ନେଇ ଟିପ୍ପଣୀ ଦେଇ ବିବାଦରେ ଫସିଥିବା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ମିଳିଛି ହତ୍ୟା ଧମକ । ହତ୍ୟା ଧମକ ଦେଇଛନ୍ତି ଜଗତଗୁରୁ ପରମହଂସ ଆଚାର୍ଯ୍ୟ । ଉଦୟନିଧିଙ୍କ ବୟାନକୁ ପରମହଂସ ଆଚାର୍ଯ୍ୟ ଘୋର ବିରୋଧ କରିବା ସହ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଆଉ କହିଛନ୍ତି ଯେ ଯେ କେହି ଉଦୟନିଧିଙ୍କ ମୁଣ୍ଡ କାଟିବ, ତାକୁ ୧୦ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବContinue reading “ଉଦୟନିଧିଙ୍କ ବୟାନକୁ ହିନ୍ଦୁ ସଂଗଠନର ଘୋର ବିରୋଧ । ଜଗତଗୁରୁ ପରମହଂସ ଆଚାର୍ଯ୍ୟ କହିଲେ ଉଦୟନିଧିଙ୍କ ମୁଣ୍ଡ କାଟ କଲେ ୧୦କୋଟି ଟଙ୍କା ପୁରସ୍କାର”

ନିଆଁ ଲଗାଇଲା ସନାତନ ଧର୍ମକୁ ନେଇ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବୟାନ: ଦେଶବ୍ୟାପୀ ବିରୋଧ ଓ ପ୍ରତିବାଦ

କନକ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ଙ୍କ ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ପରେ ସାରା ଦେଶରେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି । ଉଦୟନିଧିଙ୍କ ବୟାନ କେବଳ ଜଣଙ୍କର ନୁହେଁ ବରଂ ଡିଏମ୍କେ ଏବଂ ଇଣ୍ଡିଆ ମେଂଟର ଆଭିମୁଖ୍ୟ ବୋଲି ଗ୍ରହଣ କରି ନେଇଛି ବିଜେପି । ବିରୋଧୀ ମେଂଟ ସନାତନ ଧର୍ମ ଶେଷ କରିବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସେପଟେ ସନାତନContinue reading “ନିଆଁ ଲଗାଇଲା ସନାତନ ଧର୍ମକୁ ନେଇ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବୟାନ: ଦେଶବ୍ୟାପୀ ବିରୋଧ ଓ ପ୍ରତିବାଦ”

ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧୀ ବୟାନକୁ ନେଇ ସରଗରମ ରାଜନୀତି । କଂଗ୍ରେସ ଓ ଡିଏମକେ ଉପରେ ବର୍ଷିଲା ବିଜେପି । ଏପଟେ ଷ୍ଟାଲିନଙ୍କ ବୟାନକୁ ସମର୍ଥନ କଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପୁଅ

କନକ ବ୍ୟୁରୋ: ମୁମ୍ବାଇରେ ବିରୋଧୀ ମହାମେଣ୍ଟର ବୈଠକର କିଛି ଘଣ୍ଟା ପରେ ‘ଇଣ୍ଡିଆ’ର ମେଣ୍ଟର ସହଯୋଗୀ ଏମକେ ଷ୍ଟାଲିନଙ୍କ ପୁଅ ଏଭଳି ଏକ ପ୍ରସଙ୍ଗ ଛିଡ଼ା କରିଦେଇଛନ୍ତି, ଯାହାକୁ ନେଇ ବଡ଼ ବିବାଦ ଦେଖା ଦେଇଛି । ସେ କହିଛନ୍ତି, କିଛି ଜିନିଷକୁ କେବଳ ବିରୋଧ କଲେ ହେବ ନାହିଁ ବରଂ ଏହାକୁ ମୂଳପୋଛ କରିବାକୁ ପଡ଼ିବ । ଉଦାହରଣସ୍ୱରୂପ ମଶା, ଡେଙ୍ଗୁ, ମାଲେରିଆ, କରୋନା । ଆମେ ଏହାକୁ ବିରୋଧ ନୁହେଁ, ବରଂ ଶେଷ କରିବାContinue reading “ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧୀ ବୟାନକୁ ନେଇ ସରଗରମ ରାଜନୀତି । କଂଗ୍ରେସ ଓ ଡିଏମକେ ଉପରେ ବର୍ଷିଲା ବିଜେପି । ଏପଟେ ଷ୍ଟାଲିନଙ୍କ ବୟାନକୁ ସମର୍ଥନ କଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପୁଅ”

କାହିଁକି ହେବନି ଛାତ୍ର ସଂସଦ ନିର୍ବାଚନ? ଘଂଟ ବାଡ଼େଇ ଛାତ୍ର କଂଗ୍ରେସର ପ୍ରତିବାଦ

କନକ ବ୍ୟୁରୋ: ୨୦୧୮ ମସିହାରୁ ରାଜ୍ୟରେ ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ । ଲିଙ୍ଗଡୋ କମିଶନ ଆଳରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ସ୍ୱରକୁ ଚାପି ଦେଉଥିବା ଅଭିଯୋଗ କରି ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ଘଂଟ ବାଡେଇ ନିଆରା ଢଙ୍ଗରେ ପ୍ରତିବାଦ କରିଛି ରାଜ୍ୟ କଂଗ୍ରେସର ଛାତ୍ର ସଂଗଠନ । ରାଜ୍ୟର ବିଭିନ୍ନ ସ୍ଥାନରେ କଲେଜ ସମ୍ମୁଖରେ ଏହିଭଳି ଅଭିନବ ପ୍ରତିବାଦ କରାଯାଇଛି । ଭୁବନେଶ୍ୱର ଦେବରାୟ କଲେଜ ସାମ୍ନାରେ ଛାତ୍ର କଂଗ୍ରେସ ସଭାପତିContinue reading “କାହିଁକି ହେବନି ଛାତ୍ର ସଂସଦ ନିର୍ବାଚନ? ଘଂଟ ବାଡ଼େଇ ଛାତ୍ର କଂଗ୍ରେସର ପ୍ରତିବାଦ”

ସରକାରଙ୍କ ବିରୋଧରେ ବିଜେପି ଦେବ ଚାର୍ଜସିଟ୍: ୧୦୮ ପ୍ରସଙ୍ଗରେ ପ୍ରସ୍ତୁତ କଲା ଅଭିଯୋଗ ଫର୍ଦ୍ଦ

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି । ସରକାରଙ୍କ ବିରୋଧରେ ଚାର୍ଜସିଟ୍ ଦେବ ବିଜେପି । ୧୦୮ଟି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରିଛି ଦଳ । ସରକାରଙ୍କ ବିଫଳତା ଓ ସଚିବଙ୍କ ସଭା ଭଳି ପ୍ରସଙ୍ଗକୁ ଚାର୍ଜସିଟ୍ ସ୍ଥାନ ଦିଆଯାଇଛି । ଆଉ ଏହି ସବୁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖରେ ବିଜେପି ପହଁଚିବ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି । ସେପଟେ ବିଜେପି ଚାର୍ଜସିଟ୍କୁContinue reading “ସରକାରଙ୍କ ବିରୋଧରେ ବିଜେପି ଦେବ ଚାର୍ଜସିଟ୍: ୧୦୮ ପ୍ରସଙ୍ଗରେ ପ୍ରସ୍ତୁତ କଲା ଅଭିଯୋଗ ଫର୍ଦ୍ଦ”

ସେପ୍ଟେମ୍ବର ୪ରୁ  ବୃହସ୍ପତିଙ୍କର ବକ୍ରଚଳନ  

ବୈଦିକ ପଞ୍ଚାଙ୍ଗ ଅନୁସାରେ ସେପ୍ଟେମ୍ବର ୪ରୁ  ବୃହସ୍ପତି ମେଷ ରାଶିରେ ବକ୍ର ଚଳନ କରିବେ । ଏହାଦ୍ୱାରା ଏହି ତିନି ରାଶିର ଲୋକମାନଙ୍କର ମନୋସ୍କାମନା ପୂର୍ଣ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଶିକ୍ଷକ, ସନ୍ତାନ, ବଡ଼ଭାଇ, ଶିକ୍ଷା, ଧାର୍ମିକ କାର୍ଯ୍ୟ, ଧନ, ଦାନ, ପୂଣ୍ୟ ଏବଂ ବୃଦ୍ଧି ଆଦିର କାରକ ଭାବେ ଗଣନା କରାଯାଏ । ଏଥିପାଇଁ ଯେବେବି ବୃହସ୍ପତି ଚଳନ ହୁଏ ଏହାର ପ୍ରଭାବ ମାନବ ଜୀବନ ଓ ପୃଥିବୀContinue reading “ସେପ୍ଟେମ୍ବର ୪ରୁ  ବୃହସ୍ପତିଙ୍କର ବକ୍ରଚଳନ  “

Design a site like this with WordPress.com
Get started