୧୫ ବର୍ଷର ଗୌରୀ ଗୋଡରେ ପଡିଛି ଲୁହାର ବେଡି: କାମକୁ ଯିବା ବେଳେ ଝିଅକୁ ଶିକୁଳି ବାନ୍ଧିବାକୁ ବାଧ୍ୟ ହେଉଛନ୍ତି ବାପା-ମାଆ

କନକ ବ୍ୟୁରୋ: ଛୋଟ ଥିଲା ଭଲରେ ଥିଲା । ବଡ଼ ହୋଇ ବନ୍ଦ ଘରେ ପଡ଼ିରହିଲା । ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଜଗନ୍ନାପ୍ରସାଦ ବ୍ଳକ କରଡ଼ାବାଣି ଗାଁରେ । ୩ ବର୍ଷ ହେବ ଝିଅକୁ ତାଲା ପକାଇ ଘରେ ବାନ୍ଧି ରଖୁôଛନ୍ତି ବାପା ଓ ମାଆ । ଲୁହା ଶିକୁଳିରେ ବନ୍ଧା ଗୌରୀର ଜୀବନ । ଇଛି । ୧୫ ବୟସରେ ଜଣେ ଝିଅ ସାଙ୍ଗସାଥିଙ୍କ ସହ ବିଦ୍ୟାଳୟକୁ ଯାଇଥାଏ । ପାଠContinue reading “୧୫ ବର୍ଷର ଗୌରୀ ଗୋଡରେ ପଡିଛି ଲୁହାର ବେଡି: କାମକୁ ଯିବା ବେଳେ ଝିଅକୁ ଶିକୁଳି ବାନ୍ଧିବାକୁ ବାଧ୍ୟ ହେଉଛନ୍ତି ବାପା-ମାଆ”

ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କୁ ମିଳୁନି ଜମି ପଟ୍ଟା: ପାଠ ପଢି ବି ସରକାରୀ ଚାକିରି ପାଇଁ ଆବେଦନ କରିପାରୁନାହାନ୍ତି ଶିକ୍ଷିତ ଯୁବକ ଯୁବତୀ

କନକ ବ୍ୟୁରୋ: ପଟ୍ଟା ପାଇଁ ବାହାଘରରେ ଉପୁଜୁଛି ସାମସ୍ୟା । କେବଳ ବିବାହ ନୁହେଁ, ଗାଁରୁ ଶତାଧିକ ଯୁବକ ପାଠ ପଢି ସରକାରୀ ଚାକିରି ପାଇଁ ଆବେଦନ କରିପାରୁନାହାନ୍ତି । ତେଣୁ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି । ବାସ୍ତବରେ ଆପଣ ଗ୍ରାଉଣ୍ଡଜିରୋକୁ ନଗଲେ ସହଜରେ ଏକଥାକୁ ବିଶ୍ୱାସ କରିପାରିବେନି । ଆସନ୍ତୁ ଯିବା ସେମିତି ଏକ ଗାଁକୁ । ଯେଉଁଠି ସବୁ ସରାରୀ ସବୁଧାରୁ ବଂଚିତ ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ଭେକ୍ଟା ଗାଁContinue reading “ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କୁ ମିଳୁନି ଜମି ପଟ୍ଟା: ପାଠ ପଢି ବି ସରକାରୀ ଚାକିରି ପାଇଁ ଆବେଦନ କରିପାରୁନାହାନ୍ତି ଶିକ୍ଷିତ ଯୁବକ ଯୁବତୀ”

ବଣ୍ଡାଘାଟିରେ ନର୍ସରୀ ନାଁରେ ମହାଘୋଟାଲା: ପାହାଡି ଗାଁରେ ନର୍ସରୀ ଓ ସୌନ୍ଦର୍ଯ୍ୟକରଣ ନକରି ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ

କନକ ବ୍ୟୁରୋ: ମାଲକାନଗିରି ବଣ୍ଡା ପାହାଡରେ ନର୍ସରୀ ନାଁରେ ମହାଘୋଟାଲା । ନର୍ସରୀ ଓ ସୌନ୍ଦର୍ଯ୍ୟକରଣ ନାଁରେ ଲକ୍ଷାଧିକ ଟଙ୍କା ଚଳୁ କରିଦେଲେ ଅଧିକାରୀ । ବଣ୍ଡାଘାଟିରେ ବିଡିଏ ନାମକ ସଂସ୍ଥା ଦ୍ୱାରା ବିକାଶ ଓ ଓପିଲିପି ସଂସ୍ଥା କାର୍ଯ୍ୟ କରୁଛି । ଘାଟି ଅଂଚଳରେ ବିକାଶ ଓ ଉନ୍ନୟନ ନାମରେ ବାବୁଙ୍କ ପକେଟ ଗରମ ହେଉଛି । ଘାଟି ମଣିଷଙ୍କ ସରଳତାର ସୁଯୋଗ ନେଇ ପାହାଡି ଗାଁରେ ନର୍ସରୀ ଦେଖାଇ ଖାଇଗଲେ ଲକ୍ଷାଧିକ ଟଙ୍କା । Continue reading “ବଣ୍ଡାଘାଟିରେ ନର୍ସରୀ ନାଁରେ ମହାଘୋଟାଲା: ପାହାଡି ଗାଁରେ ନର୍ସରୀ ଓ ସୌନ୍ଦର୍ଯ୍ୟକରଣ ନକରି ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ”

ରାସ୍ତା ମଝିରେ ହାତୀର ହଙ୍ଗାମା: ରାୟଗଡାରୁ ଆନ୍ଧ୍ରପ୍ରଦେଶ ଯାଉଥିବା ଯାତ୍ରୀବାହୀ ବସକୁ ଆକ୍ରମଣ କଲା ଦନ୍ତା

କନକ ବ୍ୟୁରୋ: ରାସ୍ତା ଉପରେ ଯାତ୍ରୀବାହି ବସକୁ ଆକ୍ରମଣ କଲା ଦନ୍ତାହାତୀ । ବସ ଭିତରେ ଯାତ୍ରୀ ଥିବା ବେଳେ ବାହାରପଟୁ ଆକ୍ରମଣ କରି ଗାଡିର ସାମ୍ନାପଟ କାଚ ଭାଙ୍ଗି ଦେଇଛି ଦନ୍ତା । ହାତୀ ଆକ୍ରମଣର ଭୟଙ୍କର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ଦେଖିଲେ ଲୋମଟାଙ୍କୁରି ଉଠୁଛି । ବସରେ ବସି ନିଜ ଗନ୍ତବ୍ୟସ୍ଥଳୀକୁ ଯାଉଥିଲେ ଯାତ୍ରୀ । ଯାତ୍ରୀବାହୀ ବସ୍ ଠିକଣା ସ୍ଥଳରେ ପହଂଚିବା ଆଗରୁ ହାତୀ ହାବୁଡରେContinue reading “ରାସ୍ତା ମଝିରେ ହାତୀର ହଙ୍ଗାମା: ରାୟଗଡାରୁ ଆନ୍ଧ୍ରପ୍ରଦେଶ ଯାଉଥିବା ଯାତ୍ରୀବାହୀ ବସକୁ ଆକ୍ରମଣ କଲା ଦନ୍ତା”

ସ୍କୁଲ କୋଠାରେ ଖର୍ଚ୍ଚ ହୋଇଛି କୋଟିଏ: ହେଲେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାକୁ ନାହାନ୍ତି ଶିକ୍ଷକ ଗୋଟିଏ

କନକ ବ୍ୟୁରୋ: ଶିକ୍ଷା ବ୍ୟବସ୍ଥାର ସୁଧାର ଆଣିବା ପାଇଁ ସରକାର ସ୍କୁଲ ଗୋଡିକୁ ଫାଇବ-ଟି ରେ ରୁପାନ୍ତରିକରଣ କରୁଛନ୍ତି,ସେଥି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୂଛନ୍ତି,ମାତ୍ର ଶିକ୍ଷା ଦାନ କରିବା ପାଇଁ ଶିକ୍ଷକ ନଥିବାରୁ ଚିନ୍ତାରେ ପଡୁଛନ୍ତି ଛାତ୍ର ଛାତ୍ରୀ,ଉପରକୁ ଚକଚକ କରୁଥିବା ଏମିତି ଏକ ଫାଇବ-ଟି ସ୍କୁଲ ହେଉଛି ବାଲେଶ୍ୱର ରୁପସା ସ୍ଥିତ କାଶିପଦା ପଞ୍ଚାୟତ ହାଇସ୍କୁଲ,ଦେଖନ୍ତୁ ଏହି ସ୍କୁଲର ସୌନ୍ଦର୍ଯ୍ୟକରଣ ଏବଂ ଶିକ୍ଷା ବେବସ୍ଥାର ବିକଳ ଚିତ୍ର । ଶିକ୍ଷକ ଅଭାବରୁ ଚିନ୍ତାରେContinue reading “ସ୍କୁଲ କୋଠାରେ ଖର୍ଚ୍ଚ ହୋଇଛି କୋଟିଏ: ହେଲେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାକୁ ନାହାନ୍ତି ଶିକ୍ଷକ ଗୋଟିଏ”

ଆୟୁର୍ବେଦରେ ଭଲ ହେବ ମଧୁମେହ ରୋଗ! ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବଡ ସଫଳତା

କନକ ବ୍ୟୁରୋ: ଆୟୁର୍ବେଦରେ ଅଛି କ୍ୟାନସର, ମଧୁମେହ, ଫାଇଲେରିଆ ଭଳି ବହୁ ଦୁରାବ୍ୟାଧି ରୋଗର ଚିକିତ୍ସା । ଗବେଷଣା କରି ମଧୁମେହ ଓ ଫାଇଲେରିଆ ପାଇଁ ଔଷଧ ବାହାର କରିଥିବା ବେଳେ କ୍ୟାନସର ଚିକିତ୍ସା ପାଇଁ ଗବେଷଣା ଜାରି ରହିଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ଓ ବାୟୋ ଇନଫରମେଟିକ ବିଭାଗର ଛାତ୍ରଛାତ୍ରୀ ରିସର୍ଚ୍ଚ କରୁଛନ୍ତି । ଗନ୍ଧମାର୍ଦ୍ଦନ ପାହାଡରୁ ଲୁପ୍ତ ପ୍ରାୟ ଔଷଧୀୟ ବୃକ୍ଷ ଆଣି ଗବେଷଣା କରୁଛନ୍ତି ଛାତ୍ରଛାତ୍ରୀ । ମଧୁମେହ ଓ ଫାଇଲେରିଆContinue reading “ଆୟୁର୍ବେଦରେ ଭଲ ହେବ ମଧୁମେହ ରୋଗ! ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବଡ ସଫଳତା”

ଗଞ୍ଜେଇ ମାଫିଆଙ୍କୁ ଗୋଡାଇ ଗୋଡାଇ ଧରିଲା ପୋଲିସ: କୋରାପୁଟ, ଲମତାପୁଟରେ ପୋଲିସ-ମାଫିଆଙ୍କ ଛକାପଞ୍ଝାର ଆସିଲା ସିସିଟିଭି ଦୃଶ୍ୟ

କନକ ବ୍ୟୁରୋ: ଗଂଜେଇ ଧରିବାକୁ ଯାଇ ଅଳ୍ପକେ ବର୍ତିଲା ପୋଲିସ । କୋରାପୁଟ, ଲମତାପୁଟରୁ ଆସିଛି ପୋଲିସ୍ – ମାଫିଆଙ୍କ ଛକାପଞ୍ଝାର ଚିତ୍ର । ରାସ୍ତା ଉପରେ ପୋଲିସ ଓ ଗଂଜେଇ ମାଫିଆ ଗୋଡାଗୋଡି ହେଉଥିବାର ଦୃଶ୍ୟ କଏଦ ହେଲେ ସିସିଟିଭିରେ । କାର ସହ ୨ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଛି କୋରାପୁଟ ପୋଲିସ । ଗିରଫ ହୋଇଥିବା ୨ ଯୁବକ ଉତରପ୍ରଦେଶର । ଏମାନଙ୍କ ପାଖରୁ ୨୫ କେଜି ୨୦୦ ଗ୍ରାମ୍ର ଗଂଜେଇContinue reading “ଗଞ୍ଜେଇ ମାଫିଆଙ୍କୁ ଗୋଡାଇ ଗୋଡାଇ ଧରିଲା ପୋଲିସ: କୋରାପୁଟ, ଲମତାପୁଟରେ ପୋଲିସ-ମାଫିଆଙ୍କ ଛକାପଞ୍ଝାର ଆସିଲା ସିସିଟିଭି ଦୃଶ୍ୟ”

ଯାତ୍ରୀବାହୀ ବସକୁ ଆକ୍ରମଣ କଲା ଦନ୍ତା: ରାସ୍ତାରେ ବସକୁ ଅଟକାଇଲା, ସାମ୍ନାପଟ କାଚ ଭାଙ୍ଗିଦେଲା

କନକ ବ୍ୟୁରୋ: ରାସ୍ତା ଉପରେ ଯାତ୍ରୀବାହି ବସକୁ ଆକ୍ରମଣ କଲା ଦନ୍ତାହାତୀ । ବସ ଭିତରେ ଯାତ୍ରୀ ଥିବା ବେଳେ ହାତୀ ଆକ୍ରମଣ କରି ବସର ସାମ୍ନାପଟ କାଚ ଭାଙ୍ଗି ଦେଇଛି । ସେଠାରେ ଉପସ୍ଥିତ ଲୋକ ହୋହଲ୍ଲା କରିବା ପରେ ବସକୁ ଛାଡି ଲୋକଙ୍କୁ ଗୋଡାଇଛି ଜଙ୍ଗଲୀ ଦନ୍ତା । ଏଭଳି ଲୋମଟାଙ୍କୁରା ଦୃଶ୍ୟକୁ କେହି ମୋବାଇଲରେ କଏଦ କରି ସୋସିଆଲ ମିଡିଆରେ ଛାଡିବା ପରେ ଭାଇରାଲ ହେବାରେ ଲାଗିଛି । ରାୟଗଡାରୁ ଆନ୍ଧ୍ରପ୍ରଦେଶର ପାର୍ବତିପୁରକୁContinue reading “ଯାତ୍ରୀବାହୀ ବସକୁ ଆକ୍ରମଣ କଲା ଦନ୍ତା: ରାସ୍ତାରେ ବସକୁ ଅଟକାଇଲା, ସାମ୍ନାପଟ କାଚ ଭାଙ୍ଗିଦେଲା”

ଶ୍ୱଶୂର ଘରେ ଡାକ୍ତର ଜ୍ୱାଇଁଙ୍କ ଆତ୍ମହତ୍ୟା: ବ୍ରହ୍ମପୁର ଶ୍ୱଶୂର ଘର ବୁଲିବାକୁ ଆସିଥିଲେ ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟର ଯୁଗ୍ମ ନିର୍ଦ୍ଦେଶକ

କନକ ବ୍ୟୁରୋ: ଶ୍ୱଶୂର ଘରେ ଡାକ୍ତର ଜ୍ୱାଇଁଙ୍କ ଆତ୍ମହତ୍ୟା । ବ୍ରହ୍ମପୁର ସ୍ଥିତ ଶକ୍ତିନଗରରେ ଥିବା ଶ୍ୱଶୂର ଘରକୁ ବୁଲିବାକୁ ଆସିଥିବା ଜ୍ୱାଇଁ ଆତ୍ମହତ୍ୟା କରିଛନ୍ତି । ମୃତକ ହେଉଛନ୍ତି ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଏସକେ ରଥ । ଗତ ଶନିବାର ସେ ଶକ୍ତିନଗରରେ ଥିବା ଶ୍ୱଶୂର ଘରକୁ ବୁଲିବାକୁ ଆସିଥିଲେ । ଶ୍ୱଶ୍ୱର ଘରେ ସ୍ତ୍ରୀ ଓ ପିଲା ଥିବାରୁ ଆସିଥିଲେ ଡାକ୍ତର ଏସକେ ରଥ । ରବିବାର ରାତିରେ ଖାଇContinue reading “ଶ୍ୱଶୂର ଘରେ ଡାକ୍ତର ଜ୍ୱାଇଁଙ୍କ ଆତ୍ମହତ୍ୟା: ବ୍ରହ୍ମପୁର ଶ୍ୱଶୂର ଘର ବୁଲିବାକୁ ଆସିଥିଲେ ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟର ଯୁଗ୍ମ ନିର୍ଦ୍ଦେଶକ”

ବାହାନଗା ଟ୍ରେନ୍ ଦୁର୍ଘଟଣା: ଏଯାଏଁ ହୋଇନି ୨୮ ମୃତଦେହର ଚିହ୍ନଟ । ଶବ ଚିହ୍ନଟ ପାଇଁ କେହି ବି ଆସି ନାହାଁନ୍ତି । ରାଜ୍ୟ, କେନ୍ଦ୍ର ଓ ରେଳମନ୍ତ୍ରାଳୟ ନିର୍ଦ୍ଦେଶ ପରେ ହେବ ଶବସତ୍କାର

କନକ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣାକୁ ୩ ମାସରୁ ଅଧିକ ସମୟ ହୋଇସାରିଛି । ତଥାପି ଏମ୍ସରେ ପଡି ରହିଛି ଅନେକ ଶବ । ଆହୁରି ୨୮ଟି ମୃତଦେହର ଚିହ୍ନଟ ହୋଇପାରି ନାହିଁ । ଏହାସହ ଗତ ୧୦ ଦିନ ହେବ ମୃତଦେହ ଚିହ୍ନଟ ପାଇଁ କେହି ବି ଆସି ନଥିବା କହିଛନ୍ତି ଏମ୍ସ ସୁପରିଟେଣ୍ଡେଣ୍ଟ ଡକ୍ଟର ଦୀଲିପ କୁମାର ପରିଡା । ଏଭଳି ସ୍ଥିତିରେ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ରେଳମନ୍ତ୍ରଣାଳୟର ନିଷ୍ପତ୍ତି ପରେContinue reading “ବାହାନଗା ଟ୍ରେନ୍ ଦୁର୍ଘଟଣା: ଏଯାଏଁ ହୋଇନି ୨୮ ମୃତଦେହର ଚିହ୍ନଟ । ଶବ ଚିହ୍ନଟ ପାଇଁ କେହି ବି ଆସି ନାହାଁନ୍ତି । ରାଜ୍ୟ, କେନ୍ଦ୍ର ଓ ରେଳମନ୍ତ୍ରାଳୟ ନିର୍ଦ୍ଦେଶ ପରେ ହେବ ଶବସତ୍କାର”

Design a site like this with WordPress.com
Get started