କନକ ବ୍ୟୁରୋ: ଏହା ଏପରି ଜଣେ ବ୍ୟକ୍ତିଙ୍କ ଜୀବନ କାହାଣୀ ଯାହାଙ୍କ ବିଷୟରେ ଜାଣିଲେ ଆପଣ ବି ସଲାମ କରିବେ । ୭୦ ବର୍ଷ ହେଲାଣି ମେସିନ ଭିତରେ କଟୁଛି ଜୀବନ । ଏହି ମେସିନର ନାଁ ହେଉଛି ଆଇରନ୍ ଲଙ୍ଗ ,ଯାହାର ଓଜନ ପାଖାପାଖି ୬୦୦ ପାଉଣ୍ଡ । ଆଉ ଏଥିରେ ବନ୍ଦ ଥିବା ବ୍ୟକ୍ତିଙ୍କ ନାଁ ପଲ ଆଲେକଜାଣ୍ଡାର । ପଲଙ୍କ ବୟସ ଏବେ ୭୭ ହେଲାଣି । ସମସ୍ତେ ତାଙ୍କୁ ପୋଲିଓ ପଲ୍Continue reading ” ଇଏ କେମିତି ଜୀବନ! ମେସିନ ଭିତରେ ୭୦ ବର୍ଷର ସଂଘର୍ଷ କାହାଣୀ”
Tag Archives: News
ଦମ୍ପତିଙ୍କ ଆତ୍ମହତ୍ୟା ! ବେକରେ ଶାଢ଼ି ଲଗାଇ ଝୁଲି ପଡ଼ିଲେ ସ୍ୱାମୀ; ବିଦ୍ୟୁତ ସଂସ୍ପର୍ଶରେ ଆସି ଜୀବନ ହାରିଲେ ସ୍ତ୍ରୀ
କନକ ବ୍ୟୁରୋ : ବେକରେ ଶାଢ଼ି ଲଗାଇ ଝୁଲି ପଡ଼ିଲେ ସ୍ୱାମୀ । ଏପଟେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜୀବନ ହାରିଲେ ସ୍ତ୍ରୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ବଣିଆଟାଙ୍ଗି ଗ୍ରାମରେ । ସୂଚନା ଅନୁସାରେ, ରବିବାର ଅପରାହ୍ଣରେ ଗାଁର ସମରେନ୍ଦ୍ର ସେନାପତି ବିଲରୁ ଘରକୁ ଫେରିବା ପରେ ସ୍ତ୍ରୀ ସୁନିତାଙ୍କ ସହ କୌଣସି କଥାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଆଉ ଏଥିରେ ଉତକ୍ଷିପ୍ତ ହୋଇ ସମରେନ୍ଦ୍ରContinue reading “ଦମ୍ପତିଙ୍କ ଆତ୍ମହତ୍ୟା ! ବେକରେ ଶାଢ଼ି ଲଗାଇ ଝୁଲି ପଡ଼ିଲେ ସ୍ୱାମୀ; ବିଦ୍ୟୁତ ସଂସ୍ପର୍ଶରେ ଆସି ଜୀବନ ହାରିଲେ ସ୍ତ୍ରୀ”
ନେପାଳ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା : ସ୍ୱଦେଶ ଫେରିଲେ ଷ୍ଟାର୍ ପେସର ଯଶପ୍ରୀତ ବୁମରା
କନକ ବ୍ୟୁରୋ : ନେପାଳ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଷ୍ଟାର୍ ପେସର ଯଶପ୍ରୀତ ବୁମରା ସ୍ୱଦେଶ ଫେରି ଆସିଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଭାରତ ଫେରି ଆସିଥିବା ସୂଚନା ମିଳିଛି । ତେବେ ସୁପର୍-ଫୋର ମ୍ୟାଚ୍ ବେଳକୁ ଟିମ୍ ସହିତ ପୁଣି ଯୋଗଦେବେ ବୁମରା । ଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି ବୁମରା । ୨୦୨୧, ମାର୍ଚ୍ଚ ୧୫ ତାରିଖରେ ଟେଲିଭିଜନContinue reading “ନେପାଳ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା : ସ୍ୱଦେଶ ଫେରିଲେ ଷ୍ଟାର୍ ପେସର ଯଶପ୍ରୀତ ବୁମରା”
ନୀରବିଗଲା ଚନ୍ଦ୍ରଯାନ-୩ ମିଶନରେ କାଉଣ୍ଟଡାଉନ୍ କରୁଥିବା ସ୍ୱର । ଇସ୍ରୋ ବୈଜ୍ଞାନିକ ବଲାରମଥୀଙ୍କ ପରଲୋକ
କନକ ବ୍ୟୁରୋ: ଶ୍ରୀହରିକୋଟାରେ ରକେଟ୍ ଉତ୍କ୍ଷେପଣ କରାଯାଉଥିବା ବେଳେ ‘କାଉଣ୍ଟଡାଉନ୍’ ବା ‘ଓଲଟ ଗଣନା’ କରୁଥିବା ‘ଇସ୍ରୋ’ ବୈଜ୍ଞାନିକା ଏନ୍. ବଲାରମଥୀଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା କଥା ‘ଇଣ୍ଡିଆ ଟୁଡେ’ ଓ ଅନ୍ୟାନ୍ୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସୂଚନା ମୁତାବକ , ତାମିଲନାଡୁର ଅରିୟାଲୁର ବାସିନ୍ଦା ବାଲାର୍ମାତିଙ୍କର ଶନିବାର ସନ୍ଧ୍ୟାବେଳେ ଚେନ୍ନାଇରେ ହୃଦ୍ଘାତରେ ମୃତ୍ୟୁ ଘଟିଛି। ‘ଚନ୍ଦ୍ରଯାନ-୩’ ଉତ୍କ୍ଷେପଣ ବା ‘ଲଞ୍ଚ୍’ ସମୟରେ (ଜୁଲାଇ ୧୪) ତାରିଖରେ ମଧ୍ୟ ସେ ‘କାଉଣ୍ଟଡାଉନ୍’ ଘୋଷଣା କରିଥିଲେ। ଏବଂ ଏହାContinue reading “ନୀରବିଗଲା ଚନ୍ଦ୍ରଯାନ-୩ ମିଶନରେ କାଉଣ୍ଟଡାଉନ୍ କରୁଥିବା ସ୍ୱର । ଇସ୍ରୋ ବୈଜ୍ଞାନିକ ବଲାରମଥୀଙ୍କ ପରଲୋକ”
ଏସିଆ କପରେ ଆଜି ନେପାଳକୁ ଭେଟିବ ଭାରତ : ମ୍ୟାଚ୍ ଜିତି ସୁପର୍-୪ରେ ସ୍ଥାନ ପକ୍କା କରିବାକୁ ଟିମ୍ ଇଣ୍ଡିଆର ଲକ୍ଷ୍ୟ; ବର୍ଷା ସାଜିପାରେ ବାଧକ
କନକ ବ୍ୟୁରୋ : ଚଳିତ ଏସିଆ କପରେ ଭାରତ ତା’ର ଦ୍ୱିତୀୟ ମୁକାବିଲାରେ ଦୁର୍ବଳ ନେପାଳକୁ ଭେଟିବ । ବର୍ଷା ଯୋଗୁଁ ପାକିସ୍ତାନ ବିପକ୍ଷ ମ୍ୟାଚରେ ପଏଣ୍ଟ ଭାଗ କରିଥିବା ଭାରତ ପାଇଁ ଏହି ମ୍ୟାଚ୍ କର ବା ମର । ସୁପର୍-୪ରେ ସ୍ଥାନ ହାସଲ କରିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ । ପ୍ରଥମ ମ୍ୟାଚରେ ନିରାଶ କରିଥିଲେ ଭାରତୀୟ ଟପ୍-ଅର୍ଡର । ପାକିସ୍ତାନର ପେସ୍ ଆଟାକ୍ ଆଗରେ ଆତ୍ମସମର୍ପଣ କରିଥିଲେ ଅଧିନାୟକContinue reading “ଏସିଆ କପରେ ଆଜି ନେପାଳକୁ ଭେଟିବ ଭାରତ : ମ୍ୟାଚ୍ ଜିତି ସୁପର୍-୪ରେ ସ୍ଥାନ ପକ୍କା କରିବାକୁ ଟିମ୍ ଇଣ୍ଡିଆର ଲକ୍ଷ୍ୟ; ବର୍ଷା ସାଜିପାରେ ବାଧକ”
ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର : ଆମ୍ବୁଲାନ୍ସ ବିଳମ୍ବରେ ଆସିବାରୁ ଟ୍ରଲିରେ ମେଡିକାଲ ଗଲେ ଗର୍ଭବତୀ
କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା ଚିତ୍ର । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଗର୍ଭବତୀଙ୍କୁ ଟ୍ରଲିରେ ମେଡିକାଲକୁ ନେଲେ । ବାଲେଶ୍ୱର ନୀଳଗିରିରୁ ଆସିଛି ଏପରି ଚିତ୍ର । ଅଭିଯୋଗ ଅନୁସାରେ, ଜଣେ ପ୍ରସବ ଆସନ୍ନ ମହିଳା ନିଜର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଫୋନ କରିଥିଲେ । ୧୦୮ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ଘଟିବାରୁ ଶେଷରେ ପରିବାର ଲୋକେ ଏକ ଟ୍ରଲି ରିକ୍ସାରେ ନୀଳଗିରିContinue reading “ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର : ଆମ୍ବୁଲାନ୍ସ ବିଳମ୍ବରେ ଆସିବାରୁ ଟ୍ରଲିରେ ମେଡିକାଲ ଗଲେ ଗର୍ଭବତୀ”
ଜି-୨୦ : ନେତା ଖାଇବେ ମାଣ୍ଡିଆ; ବିଶ୍ୱର ବଡ଼ ବଡ଼ ନେତାଙ୍କୁ ପରଷା ଯିବ ମିଲେଟରେ ପ୍ରସ୍ତୁତ ବ୍ୟଞ୍ଜନ
କନକ ବ୍ୟୁରୋ : ଜି-୨୦ ସମ୍ମିଳନୀ ପାଇଁ କେନ୍ଦ୍ର ସରକାରଙ୍କର ଜୋରଦାର ପ୍ରସ୍ତୁତି । ଯେମିତି କୌଣସି ସମସ୍ୟା ନ ଉପୁଜେ ସେଥିପ୍ରତି ଦୃଷ୍ଟି ଦେବାକୁ କରାଯାଉଛି ସମସ୍ତ ପ୍ରକାର ଉଦ୍ୟମ । ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ ଓ ଏନସିଆର । ଏହାରି ଭିତରେ ବିଦେଶୀ ଅତିଥିଙ୍କ ଆତିଥ୍ୟକୁ ବିଶେଷ ଧ୍ୟାନ ଦିଆଯିବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କଠାରୁ ଆରମ୍ଭ କରି ଅନେକ ଦେଶର ପ୍ରତିନିଧି ସାମିଲ ହେବେ । ଯେଉଁମାନଙ୍କୁ ପରଷା ଯିବContinue reading “ଜି-୨୦ : ନେତା ଖାଇବେ ମାଣ୍ଡିଆ; ବିଶ୍ୱର ବଡ଼ ବଡ଼ ନେତାଙ୍କୁ ପରଷା ଯିବ ମିଲେଟରେ ପ୍ରସ୍ତୁତ ବ୍ୟଞ୍ଜନ”
ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଯୌତୁକ ନିର୍ଯ୍ୟାତନା ନାଁରେ ମିଥ୍ୟା ଅଭିଯୋଗ ଚରମ ନିଷ୍ଠୁରତା; ଏଭଳି ଭୁଲର କ୍ଷମା ନାହିଁ
କନକ ବ୍ୟୁରୋ : ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଯୌତୁକ ନିର୍ଯ୍ୟାତନା ନାଁରେ ମିଥ୍ୟା ଅଭିଯୋଗ ଆଣିବା ଚରମ ନିଷ୍ଠୁରତା । ଏଭଳି ଭୁଲ କ୍ଷମା ନାହିଁ ବୋଲି କୋର୍ଟ କହିଛନ୍ତି । ଏକ ଛାଡପତ୍ର ମାମଲାରେ ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କୌଣସି ବୈବାହିକ ସମ୍ପର୍କର ଆଧାର ହେଉଛି ସହବାସ ଓ ବୈବାହିକ ସମ୍ପର୍କ । ଦମ୍ପତି ପରସ୍ପର ସହବାସରୁ ବଞ୍ଚିତ ହେଲେ ସମ୍ପର୍କ ତିଷ୍ଠି ରହି ପାରିବContinue reading “ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଯୌତୁକ ନିର୍ଯ୍ୟାତନା ନାଁରେ ମିଥ୍ୟା ଅଭିଯୋଗ ଚରମ ନିଷ୍ଠୁରତା; ଏଭଳି ଭୁଲର କ୍ଷମା ନାହିଁ”
ଆଜି ୫ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ : ରାହୁରେଖା ନୀତି ପାଇଁ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ
କନକ ବ୍ୟୁରୋ : ଆଜି ବନ୍ଦ ରହିବ ଜଗା ଦର୍ଶନ । ଅପରାହ୍ଣ ୩ଟାରୁ ୮ ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ଭାଦ୍ରବ-କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ପ୍ରଥମ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ୫ ଘଣ୍ଟା ଧରି ବନ୍ଦ ରହିବ ସାଧାରଣ ଦର୍ଶନ । ବିଗ୍ରହମାନଙ୍କର ଶ୍ରୀମୁଖରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ ପଟିକୁ ରାହୁ ରେଖାContinue reading “ଆଜି ୫ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ : ରାହୁରେଖା ନୀତି ପାଇଁ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ”
ଗଞ୍ଜାମ ରାଜନୀତିରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା : ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ସହ ଥିବା ସମ୍ପର୍କକୁ ନେଇ ମନେ ପକାଇଲେ ବ୍ରହ୍ମପୁର ସାଂସଦ
କନକ ବ୍ୟୁରୋ : ସୂର୍ଯ୍ୟ ଉଦୟ ବେଳେ ଚନ୍ଦ୍ର ଅସ୍ତ ହୋଇଯାଆନ୍ତି । ଆଉ ସୂର୍ଯ୍ୟ ଅସ୍ତ ହେବା ପରେ ଆକାଶରେ ଚନ୍ଦ୍ର ଦେଖାଯାଏ । କିନ୍ତୁ ଗଞ୍ଜାମ ରାଜନୀତିରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମଧ୍ୟରେ ଥିଲା ନୀବିଡ଼ ସମ୍ପର୍କ । ପୂର୍ବତନ ବାଚସ୍ପତି ସ୍ୱର୍ଗତଃ ସୂର୍ଯ୍ୟନାରାୟଣ ପାତ୍ର ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା । ଏପରିକି ଗଞ୍ଜାମ ଜିଲ୍ଲାର ଏହି ଦୁଇ ପ୍ରଭାବଶାଳୀ ନେତା ଭିନ୍ନ ଭିନ୍ନ ଦଳରେContinue reading “ଗଞ୍ଜାମ ରାଜନୀତିରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା : ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ସହ ଥିବା ସମ୍ପର୍କକୁ ନେଇ ମନେ ପକାଇଲେ ବ୍ରହ୍ମପୁର ସାଂସଦ”