କନକ ବ୍ୟୁରୋ : ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଏହି କ୍ରମରେ ଆଇନ ମନ୍ତ୍ରଣାଳୟର ଶୀର୍ଷ ଅଧିକାରୀମାନେ ରବିବାର ଦିନ ପୂର୍ବତନ ରାଷ୍ଟ୍ରପତି ତଥା ଏହି କମିଟିର ମୁଖ୍ୟ ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ଲୋକସଭା, ରାଜ୍ୟ ବିଧାନସଭା ଓ ସ୍ଥାନୀୟ ନିର୍ବାଚନ ଏକାସହିିତ କରିବା ନେଇ ବିଚାର କରିବାକୁ ଯେଉଁ କମିଟି ଗଠନ କରାଯାଇଛି ସେଥିରେ ରାମନାଥ କୋବିନ୍ଦ ଅଧ୍ୟକ୍ଷ ରହିଛନ୍ତି । ଜାତୀୟContinue reading “ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ସରକାରଙ୍କ ତତ୍ପରତା । କମିଟିର ମୁଖ୍ୟ ରାମନାଥ କୋବିନ୍ଦଙ୍କୁ ଭେଟିଲେ ଆଇନମନ୍ତ୍ରଣାଳୟର ଅଧିକାରୀ”
Tag Archives: News
ଜନ୍ମମାଟିରେ ସୂର୍ଯ୍ୟପାତ୍ରଙ୍କ ପାର୍ଥିବ ଶରୀର: ହିନ୍ଦୁ ରୀତିନୀତିରେ ପୈତୃକ ଗାଁରେ ହେବ ଶେଷକୃତ୍ୟ
କନକ ବ୍ୟୁରୋ: ଗଂଜାମ ଦିଗପହଣ୍ଡଖରେ ସୂର୍ଯ୍ୟପାତ୍ରଙ୍କ ପାର୍ଥିବ ଶରୀର । ଆଜି ସକାଳେ ବିଧାନସଭା ପରିସରରେ ପୂର୍ବତନ ବାଚସ୍ପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ବିଭିନ୍ନ ଦଳର ବିଧାୟକ, ବିଧାନସଭା କାର୍ଯ୍ୟାଳୟର କର୍ମଚାରୀ ତାଙ୍କୁ ଶ୍ରଦ୍ଧାସୁମନ ଦେଇଥିଲେ । ଶୋକାକୂଳ ପରିବେଶରେ ସମସ୍ତେ ସୂର୍ଯ୍ୟପାତ୍ରଙ୍କୁ ବିଧାନସଭା ପରିସରରୁ ବିଦାୟ ଦେଇଥିଲେ । ଗତକାଲି ସୂର୍ଯ୍ୟପାତ୍ରଙ୍କ ଦେହାନ୍ତ ପରେ ଆଇଆରସି ଭିଲେଜ ସ୍ଥିତ ବାସଭବନକୁ ନିଆଯାଇଥିଲା । ସେଠାରେ ଶେଷ ଦର୍ଶନ କରିବା ପରେ ଆଜି ସକାଳେContinue reading “ଜନ୍ମମାଟିରେ ସୂର୍ଯ୍ୟପାତ୍ରଙ୍କ ପାର୍ଥିବ ଶରୀର: ହିନ୍ଦୁ ରୀତିନୀତିରେ ପୈତୃକ ଗାଁରେ ହେବ ଶେଷକୃତ୍ୟ”
ଆଡମିଶନ ନାଁରେ ଚାଲିଥିଲା ଠକେଇ । ୨ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସର କ୍ରାଇମ୍ ୟୁନିଟ୍ ।
କନକ ବ୍ୟୁରୋ: ଏନଆରଆଇ କୋଟାରେ ନାମୀଦାମୀ ବିଶ୍ୱବିଦ୍ୟାଳୟରେ ଆଡମିଶନ ନାଁରେ ଠକେଇ । ଡିଏଫ ଏକାଡେମୀ ନାଁରେ ଚାଲିଥିଲା ନାମଲେଖା ଠକେଇ । ମେଡିକାଲ ଓ ଇଞ୍ଜିନିୟରିଂ ଆଡମିଶନ କରାଇଦେବାକୁ କହି ଠକେଇ ଅଭିଯୋଗରେ କମିଶନରେଟ ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି । ଅଭିନନ୍ଦନ ବାରିକ ଓ ରାଜେଶ ରୋସନ ସାହୁଙ୍କୁ ଗିରଫ କଲା କମିଶନରେଟ ପୋଲିସର କ୍ରାଇମ ୟୁନିଟ । ଏହାସହ ୨ଟି ଦାମୀ କାର, ୨ଟି ଲାପଟପ୍, ୩ଟି ଟଙ୍କା ଗଣା ମେସିନ,Continue reading “ଆଡମିଶନ ନାଁରେ ଚାଲିଥିଲା ଠକେଇ । ୨ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସର କ୍ରାଇମ୍ ୟୁନିଟ୍ ।”
ଚାକିରି କରେଇଦେବା ନାଁରେ ୫୩ ଲକ୍ଷରୁ ଅଧିକ ଟଙ୍କା ଠକେଇ । ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ ।
କନକ ବ୍ୟୁରୋ: କମିଶନରେଟ ପୁଲିସକୁ ବଡ ସଫଳତା । ଧରାପଡିଲା ଠକ ରାକେଟ । ଚାକିରି କରେଇଦେବା ନାଁରେ ୫୩ଲକ୍ଷରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ହୋଇଛି । ମାମଲାରେ ୬ଜଣ ଅଭିଯୁକ୍ତଙ୍କ ଗିରଫ କରିବା ସହ ପୁଲିସ ୯୮୦ଗ୍ରାମର ସୁନା, ଜାଲ ନିଯୁକ୍ତିପତ୍ର ଜବତ କରିଛି । ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ଜଣାପଡିଛି । ମୁଖ୍ୟ ଅଭିଯୁକ୍ତର ଘର କଟକ ଜିଲ୍ଲା ବଡମ୍ବାର ଅଞ୍ଚଳର । ବିଭିନ୍ନ ଜିଲ୍ଲାରେ ଠକContinue reading “ଚାକିରି କରେଇଦେବା ନାଁରେ ୫୩ ଲକ୍ଷରୁ ଅଧିକ ଟଙ୍କା ଠକେଇ । ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ ।”
ଓଟିଡିସିର ୪୪ତମ ପ୍ରତିଷ୍ଠା ଦିବସ ପାଳିତ । ପାନ୍ଥନିବାସ କ୍ୟାମ୍ପରେ ପୂଜାର୍ଚ୍ଚନା, ବୃକ୍ଷରୋପଣ ।
କନକ ବ୍ୟୁରୋ: ଭୁବନେଶ୍ୱର ପାନ୍ଥନିବାସରେ ପାଳିତ ହୋଇଛି ଓଟିଡିସିର ୪୪ତମ ପ୍ରତିଷ୍ଠା ଦିବସ । କାର୍ଯ୍ୟକ୍ରମରେ ରାଜ୍ୟରେ ଥିବା ଓଟିଡିସିର ବିିଭିନ୍ନ ପାନ୍ଥନିବାସ ଓ ନିମନ୍ତ୍ରଣ ଶାଖାକୁ ଉନ୍ନତମାନର ସେବା ପାଇଁ ସମ୍ମାନିତ କରାଯାଇଛି । ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି କହିଛନ୍ତି ଯେଉଁଭଳି ଭାବରେ ବିଗତ କିଛି ବର୍ଷ ହେବ ଓଟିଡିସି ସଫଳତା ପାଇଛି ତାହା ଆଗାମୀ ଦିନ ମଧ୍ୟ ଜାରି ରହିବ । କାର୍ଯ୍ୟକ୍ରମରେ ଭୁବନେଶ୍ୱର ପାନ୍ଥନିବାସ କ୍ୟାମ୍ପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହContinue reading “ଓଟିଡିସିର ୪୪ତମ ପ୍ରତିଷ୍ଠା ଦିବସ ପାଳିତ । ପାନ୍ଥନିବାସ କ୍ୟାମ୍ପରେ ପୂଜାର୍ଚ୍ଚନା, ବୃକ୍ଷରୋପଣ ।”
ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରଥମ ପ୍ରତିକିୟା । କହିଲେ, ଏହା ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ
କନକ ବ୍ୟୁରୋ : କେନ୍ଦ୍ର ସରକାର ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ଲାଗୁ କରିବାକୁ ତତ୍ପରତା ଦେଖାଇଛନ୍ତି । ଏହି କ୍ରମରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ କମିଟି ଗଠନ କରିସାରିଛନ୍ତି । ମୋଦୀ ସରକାରଙ୍କ ଏଭଳି ନିଷ୍ପତ୍ତି ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ରାହୁଲ ଗାନ୍ଧୀ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ ବୋଲି କହିଛନ୍ତି ।Continue reading “ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରଥମ ପ୍ରତିକିୟା । କହିଲେ, ଏହା ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ”
ରାଜଧାନୀରେ କମୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ପ୍ରତ୍ୟେକ ଦିନ କରାଯାଉଛି ୪୫୦ ନମୁନା ପରୀକ୍ଷା ।
କନକ ବ୍ୟୁରୋ: ରାଜଧାନୀରେ କମୁଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ । ବର୍ତ୍ତମାନ ପ୍ରତ୍ୟେକ ଦିନ ୪୫୦ ନମୁନା ପରୀକ୍ଷା କରାଯାଉଛି । ତେବେ ପୂର୍ବ ତୁଳନାରେ କମ୍ ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି । ଏବେ କ୍ୟାପିଟାଲ ହସ୍ପିଟାଲରେ ୪୫ ରୋଗୀ ଚିକିତ୍ସିତ ହେଉଛନ୍ତି । ପଟିଆ ଓ ୟୁନିଟ ୪ ହସ୍ପିଟାଲରେ ଡେଙ୍ଗୁ ନମୁନା ପରୀକ୍ଷାର ସୁବିଧା ରହିଛି । ଏହାସହ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ନମୁନାContinue reading “ରାଜଧାନୀରେ କମୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ପ୍ରତ୍ୟେକ ଦିନ କରାଯାଉଛି ୪୫୦ ନମୁନା ପରୀକ୍ଷା ।”
‘ଅରୁଣାଚଳ ହେଉ ବା କାଶ୍ମୀର… କୋଉଠି ବି ହୋଇପାରେ ମିଟିଙ୍ଗ’, ଜି-୨୦ ଆୟୋଜନକୁ ନେଇ ପାକିସ୍ତାନ ଓ ଚୀନକୁ ମୋଦୀଙ୍କ ଜବାବ୍
କନକ ବ୍ୟୁରୋ: ଦିଲ୍ଲୀରେ ସେପ୍ଟେମ୍ବର ୯-୧୦ ରେ ଆୟୋଜିତ ହେବାକୁ ଯାଉଥିବା ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଚୀନ ଓ ପାକିସ୍ତାନ ଠିକଣା ଉତ୍ତର ଦେଇଛନ୍ତି । ଜି୨୦ ସମ୍ମିଳନୀର ସ୍ଥାନ ନିର୍ଣ୍ଣୟ ନେଇ ଚୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ପ୍ରଶ୍ନ ଉଠାଇବା ପରେ ସେମାନଙ୍କୁ ମୋଦୀ କହିଛନ୍ତି ଯେ, ‘ଭାରତକୁ କହିବା ଦରକାର ନାହିଁ ଯେ, ସମ୍ମିଳନୀର କେଉଁଠି ହେବା ଦରକାର’ । ଆମ ଦେଶର ପ୍ରତ୍ୟେକଟି ସ୍ଥାନ ଅତି ସୁନ୍ଦର । ତେଣୁContinue reading “‘ଅରୁଣାଚଳ ହେଉ ବା କାଶ୍ମୀର… କୋଉଠି ବି ହୋଇପାରେ ମିଟିଙ୍ଗ’, ଜି-୨୦ ଆୟୋଜନକୁ ନେଇ ପାକିସ୍ତାନ ଓ ଚୀନକୁ ମୋଦୀଙ୍କ ଜବାବ୍”
ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା । କହିଲେ ରାଜ୍ୟରେ ଚାଲିଛି ଲିଜ୍ ସରକାର ।
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଅଭିଯୋଗ ଆଣି ସେ କହିଛନ୍ତି ରାଜ୍ୟରେ ଚାଲିଛି ଲିଜ୍ ସରକାର । ୫-ଟି ସଚିବଙ୍କୁ ଲିଜରେ ରାଜ୍ୟ ଚଳାଇବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ବୋଲି ଜୟନାରାୟଣ ଅଭିଯୋଗ କରିଛନ୍ତି । ଏହାସହ ଆଗାମୀ ନିର୍ବାଚନରେ ନବୀନ ଗାଦିଚ୍ୟୁତ ହେବେ ବୋଲି ସେ ଦମ୍ଭୋକ୍ତି କରିଛନ୍ତି । ଓଡ଼ିଶାରେ ଅନ୍ୟାୟ, ଅତ୍ୟାଚାର ସୀମା ପାରContinue reading “ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା । କହିଲେ ରାଜ୍ୟରେ ଚାଲିଛି ଲିଜ୍ ସରକାର ।”
ମାର୍ଶାଘାଇ ବ୍ଲକର ସମସ୍ତ ୨୪ ପଞ୍ଚାୟତରେ ପାଣି ସମସ୍ୟା : ନିଅଣ୍ଟିଆ ବର୍ଷା କାରଣରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ
କନକ ବ୍ୟୁରୋ : ସମାନ ସ୍ଥିିତି ଦେଇ ଗତି କରୁଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକର ସମସ୍ତ ୨୪ ପଂଚାୟତ । ଚଳିତ ବର୍ଷ ଅଭାବୀ ବର୍ଷା କାରଣରୁ ପଛେଇଯାଇଛି ଚାଷ କାର୍ଯ୍ୟ । ବ୍ଲକରେ କେନାଲ ମାଧ୍ୟମରେ ଜଳସେଚନ ସୁବିଧା ଥିବା ଚାଷ ଜମିକୁ ଛାଡିଦେଲେ ବର୍ଷା ପାଣି ଉପରେ ନିର୍ଭରକରି ଚାଷ କାର୍ଯ୍ୟ କରୁଥିବା ଚାଷୀମାନେ ଏବେ ସମସ୍ୟାରେ ପଡିଛନ୍ତି । ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ମାର୍ଶାଘାଇ ବ୍ଲକର ପେଣ୍ଠ ଗ୍ରାମର ଶତାଧିକContinue reading “ମାର୍ଶାଘାଇ ବ୍ଲକର ସମସ୍ତ ୨୪ ପଞ୍ଚାୟତରେ ପାଣି ସମସ୍ୟା : ନିଅଣ୍ଟିଆ ବର୍ଷା କାରଣରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ”