ଖୁଦୁରୁକୁଣି ଓଷାରେ ବାଲୁକା ପୂଜା ପାଇଁ ଯାଇଥିଲେ : ନଦୀରେ ଭାସିଗରେ ନାବାଳିକା, ଉଦ୍ଧାର କାର୍ଯ୍ୟ ଜାରି

କନକ ବ୍ୟୁରୋ : ନଦୀରେ ଭାସିଗଲେ ନାବାଳିକା । ପାରାଦୀପ ଅଠରବାଙ୍କୀ ନଦୀରେ ଆଜି ଅଘଟଣ ଘଟିଛି । ଭାସିଯାଇଥିବା ନାବାଳିକାଙ୍କ ନାଁ ଆରତି ମଲ୍ଲିକ । ତାଙ୍କୁ ୧୪ ବର୍ଷ । ସକାଳେ ଖୁଦୁରୁକୁଣି ଓଷା କରିବାକୁ କିଛି ସାଙ୍ଗ ଯାଇଥିଲେ । ସେମାନଙ୍କ ସହ ଆରତୀ ଯାଇଥିଲେ । ବାଲୁକାପୂଜା କରୁଥିବା ବେଳେ ସେ ନଦୀରେ ଭାସିଯାଇଥିଲେ । ଏନେଇ ଖବର ପରେ ଗାଁ ଲୋକ ନଦୀ କୂଳରେ ଜମା ହୋଇ ତାଙ୍କୁ ଖୋଜିବାକୁContinue reading “ଖୁଦୁରୁକୁଣି ଓଷାରେ ବାଲୁକା ପୂଜା ପାଇଁ ଯାଇଥିଲେ : ନଦୀରେ ଭାସିଗରେ ନାବାଳିକା, ଉଦ୍ଧାର କାର୍ଯ୍ୟ ଜାରି”

ସୋନିଆ ଗାନ୍ଧୀ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଡାକ୍ତରଙ୍କ ସୂଚନା

କନକ ବ୍ୟୁରୋ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜ୍ୱର ଲାଗି ରହିଥିବାରୁ ତାଙ୍କୁ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସାରେ ଅଛନ୍ତି । ତେବେ ସୋନିଆଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି ଟିମ୍ ଡାକ୍ତର । ପୂର୍ବରୁ ମଧ୍ୟ ସୋନିଆଙ୍କ ସ୍ୱାସ୍ଥ୍ୟ ବିଗିଥିବାବେଳେ ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । The post ସୋନିଆ ଗାନ୍ଧୀ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି । ସ୍ୱାସ୍ଥ୍ୟାବସ୍ଥାContinue reading “ସୋନିଆ ଗାନ୍ଧୀ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଡାକ୍ତରଙ୍କ ସୂଚନା”

ଭାଇକୁ ବଞ୍ଚାଇବାକୁ ଯାଇ ମହାନଦୀରେ ଭାଇ ବୁଡିଯିବା ଘଟଣା : ନିଖୋଜ ବଡ଼ ଭାଇକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କନକ ବ୍ୟୁରୋ : ଭାଇକୁ ବଞ୍ଚାଇବାକୁ ଯାଇ ଭାଇ ନିଖୋଜ । ମହାନଦୀରେ ବୁଡି ଯାଉଥିବା ସାନ ଭାଇକୁ ବଞ୍ଚାଇବାକୁ ଯାଇ ବଡ଼ ଭାଇ ନିଖୋଜ ହୋଇଯାଇଥିଲେ । ଅଗ୍ନିଶମ ବାହିନୀ ତାଙ୍କ ମୃତଦେହକୁ ଉଦ୍ଧାର କରିଛି । ଏଭଳି ଏକ ଅଘଟଣ ବାଙ୍କି ମହାନଦୀ ଦେବିଦ୍ୱାର ଘାଟରେ ଘଟିଛି । ବ୍ୟକ୍ତି ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ନିରାକାରପୁର ଅଞ୍ଚଳର ଅରୁଣ କୁମାର ରାଉତରାୟ । ସୂଚନା ମୁତାବକ, ଗତକାଲି ଅରୁଣ ତାଙ୍କ ସାନ ଭାଇ ଏବଂContinue reading “ଭାଇକୁ ବଞ୍ଚାଇବାକୁ ଯାଇ ମହାନଦୀରେ ଭାଇ ବୁଡିଯିବା ଘଟଣା : ନିଖୋଜ ବଡ଼ ଭାଇକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ”

‘ସନାତନ ଧର୍ମ ମ୍ୟାଲେରିଆ ଓ ଡେଙ୍ଗୁ ଭଳି…’ ଉଦୟନିଧି ଷ୍ଟାଲିନଙ୍କ ବୟାନକୁ ନେଇ ତେଜିଲା ରାଜନୀତି

କନକ ବ୍ୟୁରୋ: ସନାତନ ଧର୍ମକୁ ମ୍ୟାଲେରିଆ ଓ ଡେଙ୍ଗୁ ସହିତ ତୁଳନା କରି ତାମିଲନାଡୁ ‘ଡିଏମ୍‌କେ’ ସରକାରଙ୍କ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ ବିବାଦୀୟ ହୋଇପଡ଼ିଛନ୍ତି। ତାଙ୍କର ଏହି ବୟାନକୁ ନେଇ ରାଜନୀତି ଜୋର ଧରିଛି । ଶନିବାର ‘ସନାତନ ଉଚ୍ଛେଦ ସମ୍ମିଳନୀ’ରେ ଉଦ୍‌ବୋଧନ ଦେବା ବେଳେ ଉଦୟନିଧି କହିଲେ ଯେ, ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତାର ବିରୁଦ୍ଧାଚରଣ କରୁଛି। ‘ସନାତନ ଧର୍ମ ବିରୋଧ’ ପରିବର୍ତ୍ତେ ସମ୍ମିଳନୀରContinue reading “‘ସନାତନ ଧର୍ମ ମ୍ୟାଲେରିଆ ଓ ଡେଙ୍ଗୁ ଭଳି…’ ଉଦୟନିଧି ଷ୍ଟାଲିନଙ୍କ ବୟାନକୁ ନେଇ ତେଜିଲା ରାଜନୀତି”

ଆଜି ପ୍ରଥମ କକ୍ଷପଥ ପରିବର୍ତ୍ତନ କରିବ ଆଦିତ୍ୟ-ଏଲ୍-୧ : ପୃଥିବୀର କକ୍ଷପଥରେ ୧୬ ଦିନ ଧରି ଘୂରିବ, ସୂର୍ଯ୍ୟର ଗତିବିଧି ଉପରେ କରିବ ଅନୁଧ୍ୟାନ

କନକ ବ୍ୟୁରୋ : ଆଜି ପ୍ରଥମ କକ୍ଷପଥ ପରିବର୍ତ୍ତନ କରିବ ଆଦିତ୍ୟ-ଏଲ୍-୧ । ଦିନ ୧୧ଟା ୪୫ରେ ଆଦିତ୍ୟ-ଏଲ୍-୧ର କକ୍ଷପଥ ପରିବର୍ତ୍ତନ କରାଯିବ । ସେଥିପାଇଁ ମହାକାଶ ଯାନରେ ଥିବା ଥ୍ରଷ୍ଟରକୁ କିଛି ସମୟ ଲାଗି ଚାଲୁ କରାଯିବ । ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି, ପିଏସଏଲଭି ପ୍ରକ୍ଷେପଣର ୨୫ ମିନିଟ୍ ପରେ ପିଏସ୍୪ ବା ରକେଟର ଉପର ସ୍ତରକୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଚାଲୁ କରାଯାଇଥିଲା । ଏହାର ୨୬ ମିନିଟ୍ ପରେ ପୁଣିContinue reading “ଆଜି ପ୍ରଥମ କକ୍ଷପଥ ପରିବର୍ତ୍ତନ କରିବ ଆଦିତ୍ୟ-ଏଲ୍-୧ : ପୃଥିବୀର କକ୍ଷପଥରେ ୧୬ ଦିନ ଧରି ଘୂରିବ, ସୂର୍ଯ୍ୟର ଗତିବିଧି ଉପରେ କରିବ ଅନୁଧ୍ୟାନ”

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ : ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନରେ ଚାଲିଛି ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ । ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଶେଷ ଦର୍ଶନ କରିବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚିଛନ୍ତି । ଶେଷ ଦର୍ଶନ ପାଇଁ ତାଙ୍କ ସଂପର୍କୀୟଙ୍କ ଭିଡ଼ ଜମୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାସଭବନରେ ପହଞ୍ଚି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ପରେ ତାଙ୍କ ମରଶରୀରକୁ ପ୍ରଥମେ ବିଧାନସଭା,Continue reading “ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ : ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ”

ରାଜ୍ୟର ୬ ଜିଲ୍ଲାରେ ଭୟଙ୍କର ବଜ୍ରାଘାତ : ୧୦ ଜଣଙ୍କ ଗଲା ଜୀବନ; ୩ ଗୁରୁତର ମେଡିକାଲରେ ଚିକିତ୍ସିତ

କନକ ବ୍ୟୁରୋ : ରାଜ୍ୟର ୬ ଜିଲ୍ଲାରେ ଭୟଙ୍କର ବଜ୍ରାଘାତରେ ଯାଇଛି ୧୦ ଜଣଙ୍କ ଜୀବନ । ୩ ଜଣ ଗୁରୁତର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀରରେ ଦୁଇ ଜଣ, ଅନୁଗୁଳ, ବୌଦ୍ଧ, ଜଗତସିଂହପୁର, ଢେଙ୍କାନାଳରେ ଜଣେ ଲେଖାଏଁ ମୃତ । ମୃତକଙ୍କ ମଧ୍ୟରେ ଅନେକ ଚାଷୀ ରହିଛନ୍ତି । ଚାଷ କାମ କରୁଥିବା ବେଳେ ଭୟଙ୍କର ବଜ୍ରାଘାତ ହୋଇଥିଲା । ଫଳରେ ଚାଷୀ ସୁରକ୍ଷିତContinue reading “ରାଜ୍ୟର ୬ ଜିଲ୍ଲାରେ ଭୟଙ୍କର ବଜ୍ରାଘାତ : ୧୦ ଜଣଙ୍କ ଗଲା ଜୀବନ; ୩ ଗୁରୁତର ମେଡିକାଲରେ ଚିକିତ୍ସିତ”

ଆଜି ଘୂର୍ଣ୍ଣିବଳୟ,୪୮ ଘଣ୍ଟାରେ ଲଘୁଚାପ : ୨୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଆଜି ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ । ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ଆଜି ୨୪ ଜିଲ୍ଲା ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଜି ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳରେ ୭୦ରୁ ୨୦୦ ମିଲିମିଟର ଯାଏ ବର୍ଷା ହୋଇପାରେ । ଗଜପତି,Continue reading “ଆଜି ଘୂର୍ଣ୍ଣିବଳୟ,୪୮ ଘଣ୍ଟାରେ ଲଘୁଚାପ : ୨୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି”

ଅଧରାତିରେ ଭୁଶୁଡିପଡିଲା ୨ ମହଲା କୋଠା । ତଳେ ଦବିଗଲେ ପୁରା ପରିବାର, ୨ ମୃତ, ୫ ଗୁରୁତର

କନକ ବ୍ୟୁରୋ: ସମସ୍ତେ ଗାଢ ନିଦରେ ଶୋଇଥିଲେ । କିଏ ଜାଣିଥିଲା ସେମାନଙ୍କ ଏ ନିଦ ଚିରନିଦ୍ରା ହୋଇଯିବ ବୋଲି । ଅଧରାତିରେ ହଠାତ୍ ଭୁଶୁଡିପଡିଲା ୨ ମହଲା କୋଠା । ଏ ଭିତରେ ଦବିଗଲେ ପୁରା ପରିବାର । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ର ଭିବଣ୍ଡି ନିଜାମପୁର ସହର ମହାନଗରପାଳିକା ଅଞ୍ଚଳରେ । #WATCH | Thane, Maharashtra: A two-storey building collapsed in Bhiwandi. Fire Department officer Rajesh PawarContinue reading “ଅଧରାତିରେ ଭୁଶୁଡିପଡିଲା ୨ ମହଲା କୋଠା । ତଳେ ଦବିଗଲେ ପୁରା ପରିବାର, ୨ ମୃତ, ୫ ଗୁରୁତର”

ଚନ୍ଦ୍ର, ସୂର୍ଯ୍ୟ ପରେ ଏବେ ସାରା ଆକାଶ… ଅକ୍ଟୋବରରେ ଇସ୍ରୋ ଲଞ୍ଚ କରିବ ‘ଗଗନାୟନ’

କନକ ବ୍ୟୁରୋ: ଚନ୍ଦ୍ରଯାନ ୩ ଓ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ର ସଫଳ ଉତକ୍ଷେପଣ ପରେ ଏବେ ଇସ୍ରୋ ସାରା ଆକାଶ ଉପରେ ଗବେଷଣା କରିବାକୁ ଲକ୍ଷ୍ୟ କରିସାରିଛି । ଏଥିପାଇଁ ନିକଟ ଭବିଷ୍ୟତରେ ଇସ୍ରୋ ‘ଗଗନାୟନ’ ଲଞ୍ଚ କରିବାକୁ ପ୍ରସ୍ତୁତି ଚଳାଇଛି । କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏନେଇ ସୂଚନା ଦେଇଛନ୍ତି ଯେ, ଆଗାମୀ ପଦକ୍ଷେପ ଗଗନାୟନ ଅଟେ । ଏବଂ ଏହାର ପରୀକ୍ଷଣ ଖୁବ୍ ଶୀଘ୍ର ଅର୍ଥାତContinue reading “ଚନ୍ଦ୍ର, ସୂର୍ଯ୍ୟ ପରେ ଏବେ ସାରା ଆକାଶ… ଅକ୍ଟୋବରରେ ଇସ୍ରୋ ଲଞ୍ଚ କରିବ ‘ଗଗନାୟନ’”

Design a site like this with WordPress.com
Get started