ଗୋଟିଏ ଦେଶ–ଗୋଟିଏ ନିର୍ବାଚନ ପ୍ରସଙ୍ଗ : କେନ୍ଦ୍ର ସରକାରଙ୍କ ଗଠିତ କମିଟିରେ ରହିବାକୁ ମନାକଲେ ଅଧୀର ରଞ୍ଜନ ଚୌଧୁରୀ; ଅମିତ ଶାହଙ୍କୁ ଲେଖିଲେ ଚିଠି

କନକ ବ୍ୟୁରୋ : ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ଗଠିତ କମିଟିରୁ ଓହରିଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ମୋଦୀ ସରକାର ୱାନ ନେସନ ୱାନ ଇଲେକ୍ସନ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ୮ଜଣିଆ ଉଚ୍ଚସ୍ତରୀୟ କମିଟି ଘୋଷଣା କରିଛନ୍ତି । ଏଥିରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନାଁ ମଧ୍ୟ ରହିଥିଲା । ହେଲେ ଲୋକସଭାର କଂଗ୍ରେସ ନେତା ଅଧୀର ରଞ୍ଜନ କମିଟିର ସଦସ୍ୟ ହେବାକୁ ମନାContinue reading “ଗୋଟିଏ ଦେଶ–ଗୋଟିଏ ନିର୍ବାଚନ ପ୍ରସଙ୍ଗ : କେନ୍ଦ୍ର ସରକାରଙ୍କ ଗଠିତ କମିଟିରେ ରହିବାକୁ ମନାକଲେ ଅଧୀର ରଞ୍ଜନ ଚୌଧୁରୀ; ଅମିତ ଶାହଙ୍କୁ ଲେଖିଲେ ଚିଠି”

ଗୋରୁ ବୋଝେଇ ଗାଡି ଜାଳିଦେଲେ ଲୋକେ : ୨ଟି ପିକଅପରେ ପଶ୍ଚିମବଙ୍ଗରୁ ଗୋଚାଲାଣ ହେଉଥିଲା

କନକ ବ୍ୟୁରୋ : ଥମିବାର ନାମ ନେଉନାହିଁ ଗୋଚାଲାଣ । ୩ଟି ଗୋରୁ ଗାଡ଼ିରୁ ୨ଟି ଗୋରୁ ଗାଡି ଜାଳି ଦେଲେ ସ୍ଥାନୀୟ ଲୋକେ । ୩ଟି ପିକଅପରେ ୧୦୦ରୁ ଅଧିକ ଗୋରୁ ଥିଲା ବୋଲି ଅନୁମାନ କରାଯାଉଛି ।  ପ୍ରତ୍ୟେକ ରାତିରେ ଗୋ ମାଫିଆମାନେ ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ କରି ମାଲାମାଲ ହେଉଛନ୍ତି । ବାଲିଆପାଳ ରାସ୍ତା ତାରିଣୀ ଛକ ନିକଟରେ ଠାରେ ବିଳମ୍ବିତ ରାତିରେ ୩ଟି ପିକଅପରେ ଆନୁମାନିକ ୧୦୦ଟି ଗୋରୁContinue reading “ଗୋରୁ ବୋଝେଇ ଗାଡି ଜାଳିଦେଲେ ଲୋକେ : ୨ଟି ପିକଅପରେ ପଶ୍ଚିମବଙ୍ଗରୁ ଗୋଚାଲାଣ ହେଉଥିଲା”

ଭାଇକୁ ବଞ୍ଚାଇବାକୁ ଯାଇ ମହାନଦୀରେ ବୁଡି ଗଲା ଭାଇ : ନିଖୋଜ ବଡ଼ ଭାଇକୁ ଖୋଜୁଛି ଅଗ୍ନିଶମ ବାହିନୀ

କନକ ବ୍ୟୁରୋ : ଭାଇକୁ ବଞ୍ଚାଇବାକୁ ଯାଇ ଭାଇ ନିଖୋଜ । ମହାନଦୀରେ ବୁଡି ଯାଉଥିବା ସାନ ଭାଇକୁ ବଞ୍ଚାଇବାକୁ ଯାଇ ବଡ଼ ଭାଇ ନିଖୋଜ ହୋଇଯାଇଛି । ଏଭଳି ଏକ ଅଘଟଣ ଘଟିଛି ବାଙ୍କି ମହାନଦୀ ଦେବିଦ୍ୱାର ଘାଟରେ । ନିଖୋଜ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ନିରାକାରପୁର ଅଞ୍ଚଳର ଅରୁଣ କୁମାର ରାଉତରାୟ । ସୂଚନା ମୁତାବକ, ଗତକାଲି ଅରୁଣ ତାଙ୍କ ସାନ ଭାଇ ଏବଂ କିଛି ସାଙ୍ଗଙ୍କ ସହ ଦେବିଦ୍ୱାର ଘାଟ ଭୋଜିContinue reading “ଭାଇକୁ ବଞ୍ଚାଇବାକୁ ଯାଇ ମହାନଦୀରେ ବୁଡି ଗଲା ଭାଇ : ନିଖୋଜ ବଡ଼ ଭାଇକୁ ଖୋଜୁଛି ଅଗ୍ନିଶମ ବାହିନୀ”

ବର୍ଷା ଧୋଇନେଲା ଏସିଆ କପର ହାଇଭୋଲଟେଜ ମ୍ୟାଚ : ଅଧାରେ ଅଟକିଲା ଭାରତ-ପାକିସ୍ତାନ ମୁକାବିଲା

କନକ ବ୍ୟୁରୋ : ବର୍ଷା ଧୋଇନେଲା ଭାରତ-ପାକିସ୍ତାନ ମ୍ୟାଚ । ପ୍ରବଳ ବର୍ଷା ଯୋଗୁଁ ଶନିବାର ଶ୍ରୀଲଙ୍କାରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚ ଅଧାରୁ ବନ୍ଦ ରଖଯାଇଛି । ଏସିଆର କପର ଏହି ମ୍ୟାଚ ବନ୍ଦ ହେବା ଯୋଗୁଁ ଦୁଇ ଦେଶ ମଧ୍ୟରେ ପଏଣ୍ଟ ଭାଗ ଭାଗ ହୋଇଛି । ଏହି ପଏଣ୍ଟ ସହ ପାକିସ୍ତାନ ସୁପର-୪ ଷ୍ଟେଜକୁ ପ୍ରବେଶ କରିଛି । ଭାରତ ଆଗାମୀ ମ୍ୟାଚରେ ନେପାଳକୁ ହରାଇଲେ ସୁପର-୪ ଷ୍ଟେଜକୁ ଉତ୍ତୀର୍ଣ୍ଣ ହେବ । ଗତକାଲିContinue reading “ବର୍ଷା ଧୋଇନେଲା ଏସିଆ କପର ହାଇଭୋଲଟେଜ ମ୍ୟାଚ : ଅଧାରେ ଅଟକିଲା ଭାରତ-ପାକିସ୍ତାନ ମୁକାବିଲା”

ସ୍ଲିପ ମୋଡରେ ରୋଭର ପ୍ରଜ୍ଞାନ : ସେପ୍ଟେମ୍ବର ୨୨ ରେ ପୁଣି ସୂର୍ଯ୍ୟୋଦୋୟ ପରେ କାର୍ଯ୍ୟ କରିବା ନେଇ ଆଶା

କନକ ବ୍ୟୁରୋ : ସ୍ଲିପ ମୋଡରେ ରୋଭର ପ୍ରଜ୍ଞାନ । ଚନ୍ଦ୍ର ଉପରେ ଅଧିକ ଗବେଷଣା ପାଇଁ ଭାରତ ପଠାଇଥିବା ଚନ୍ଦ୍ରଯାନ-୩ର ରୋଭର ତାର କାର୍ଯ୍ୟ ସମ୍ପାଦନ କରିଛି । ଆର୍ଥତ୍ ରୋଭର ପ୍ରଜ୍ଞାନ ତାର ମିଶନ ପୂରା କରିଛି । ଏ ନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ରୋଭର ମିଶନ ଶେଷ କରିଥିବା ବେଳେ ରବିବାରଠୁ ତାକୁ ଚନ୍ଦ୍ରପୃଷ୍ଠର ଏକ ସୁରକ୍ଷିତ ସ୍ଥାନରେ ସ୍ଲିପContinue reading “ସ୍ଲିପ ମୋଡରେ ରୋଭର ପ୍ରଜ୍ଞାନ : ସେପ୍ଟେମ୍ବର ୨୨ ରେ ପୁଣି ସୂର୍ଯ୍ୟୋଦୋୟ ପରେ କାର୍ଯ୍ୟ କରିବା ନେଇ ଆଶା”

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ପରଲୋକ : ଆଜି ଦିଗପହଣ୍ଡିରେ ହେବ ଶେଷକୃତ୍ୟ

କନକ ବ୍ୟୁରୋ : ବିଧାନସଭାର ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଶନିବାର ସନ୍ଧ୍ୟା ୭ଟା ୩୧ ମିନିଟ ସମୟରେ ତାଙ୍କର ପରଲୋକ ହୋଇଛି । ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ସମେତ ସାରା ରାଜ୍ୟରେ ଶୋକର ଛାୟ ଖେଳିଯାଇଛି । ରାଷ୍ଟ୍ରପତିContinue reading “ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ପରଲୋକ : ଆଜି ଦିଗପହଣ୍ଡିରେ ହେବ ଶେଷକୃତ୍ୟ”

କାଉନସିଲରରୁ ବିଧାନସଭା ବାଚସ୍ପତି । ଏମିତି ଥିଲା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ରାଜନୈତିକ ଯାତ୍ରା ।

କନକ ବ୍ୟୁରୋ: ଆରପାରିରେ ସୂର୍ଯ୍ୟ ନାରାୟଣ ପାତ୍ର । ଗଞ୍ଜାମ ରାଜନୀତିର ବାଦଶାହା ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ପାତ୍ରଙ୍କର ଶନିବାର ବିୟୋଗ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି । ବର୍ତ୍ତମାନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନକୁ ଅଣାଯାଇଥିବାବେଳେ ଆସନ୍ତାକାଲି ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି । ୧୯୪୮ ମସିହା ଡିସେମ୍ବର ୨୪ ତାରିଖରେ ଜନ୍ମ ଗ୍ରହଣ କରିଥିବା ସୂର୍ଯ୍ୟ ୧୯୯୦ ମସିହାରେContinue reading “କାଉନସିଲରରୁ ବିଧାନସଭା ବାଚସ୍ପତି । ଏମିତି ଥିଲା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ରାଜନୈତିକ ଯାତ୍ରା ।”

ଆରପାରିରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପାତ୍ରଙ୍କୁ ଜଣେ ଦକ୍ଷ ପ୍ରଶାସକ ଓ ସଂଗଠକ ଭାବରେ ବର୍ଣ୍ଣନା କରିଛନ୍ତି । ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ସେ ରାଜ୍ୟର ଉନ୍ନୟନ ପ୍ରକ୍ରିୟାକୁ କ୍ରିୟାଶୀଳ କରିଥିଲେ। ବାଚସ୍ପତି ଭାବରେ ସେ ଓଡିଶାରେ ସଂସଦୀୟ ପରମ୍ପରାର ମର୍ଯ୍ୟଦାକୁ ଅକ୍ଷୁର୍ଣ୍ଣ ରଖି ବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣContinue reading “ଆରପାରିରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ”

ରିୟଲଟି ଶୋରେ ସୀମା ହାଇଦର ! ମିଳିଲା ବିଗ୍ ବସର ଅଫର, କପିଲ ଶର୍ମା ବି ଦେଲେ ଅଫର

କନକ ବ୍ୟୁରୋ : ସଲମାନ ଖାନଙ୍କ ବିବାଦୀୟ ରିୟଲିଟି ଶୋ ବିଗବସରେ ଖୁବଶୀଘ୍ର ନଜର ଆସିପାରନ୍ତି ପାକିସ୍ତାନର ମହିଳା ସୀମା ହାଇଦର । ପ୍ରତିବର୍ଷ ଶୋ ପାଇଁ ନିର୍ମାତା ବଛା ବଛା ପ୍ରତିଯୋଗୀଙ୍କୁ ଅଫର ଦିଅନ୍ତି, ଯିଏ ପୂର୍ବରୁ ବିବାଦ ଘେରରେ ରହିଥାନ୍ତି । ତେଣୁ ଶୁଣିବାକୁ ମିଳିଛି ଏଥର ସିଜିନ୍ ୧୭ ପାଈଁ ମଧ୍ୟ ବିଗବସ୍ ମେକର୍ସ ସେଭଳି କିଛି ପ୍ରତିଯୋଗୀଙ୍କ ସନ୍ଧାନ କରୁଛନ୍ତି । ଏହାରି ଭିତରେ ସୀମା ହାଇଦରଙ୍କ ନାଁ ଶୁଣିବାକୁ ମିଳିଛିContinue reading “ରିୟଲଟି ଶୋରେ ସୀମା ହାଇଦର ! ମିଳିଲା ବିଗ୍ ବସର ଅଫର, କପିଲ ଶର୍ମା ବି ଦେଲେ ଅଫର”

ଜି-୨୦ ବୈଠକ ପାଇଁ ପ୍ରସ୍ତୁତି ଜୋରଦାର । ବାଇଡେନ ଓ ତାଙ୍କ ଟିମ ପାଇଁ ୪ଶହ ରୁମ ବୁକ, ହୋଟେଲ ଓ କାର୍ଯ୍ୟକ୍ରମ ସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା

କନକ ବ୍ୟୁରୋ : ସେପ୍ଟେମ୍ବର ୯ ଓ ୧୦ରେ ଦିଲ୍ଲୀରେ ହେବ ଜି-୨୦ ଶିଖର ସମ୍ମିଳନୀ । ସଦସ୍ୟ ଦେଶର ଶୀର୍ଷ ନେତାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ବୈଠକରେ ଯୋଗ ଦେବେ । ଏହା ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ୯ରେ ହେବ ବୈଠକ କିନ୍ତୁ ୩ଦିନ ପୂର୍ବରୁ ଦିଲ୍ଲୀରେ ପହଁଚିବେ ଅତିଥି । କଡ଼ା ସୁରକ୍ଷା ଭିତରେ ରହିଛି ପୂରା ଦିଲ୍ଲୀ । ମିଳିଥିବା ସୂଚନା ଅନୁଯାୟୀ ‘ଜି-୨୦’ ପାଇଁContinue reading “ଜି-୨୦ ବୈଠକ ପାଇଁ ପ୍ରସ୍ତୁତି ଜୋରଦାର । ବାଇଡେନ ଓ ତାଙ୍କ ଟିମ ପାଇଁ ୪ଶହ ରୁମ ବୁକ, ହୋଟେଲ ଓ କାର୍ଯ୍ୟକ୍ରମ ସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା”

Design a site like this with WordPress.com
Get started