ସାମନାକୁ ଆସିଲା ଚାଷୀ ଝିଅର ନେତୃତ୍ୱ । ଭାରତର ପ୍ରଥମ ସୂର୍ଯ୍ୟ ମିସନର ପ୍ରକଳ୍ପ ନିର୍ଦ୍ଦେଶକ କୃଷକ ପରିବାରର ଝିଅ ବୈଜ୍ଞାନିକ ନିଗାର ସାଜି । ଆଖିରୁ ବୋହି ଆସିଲା ଖୁସିର ଲୁହ

କନକ ବ୍ୟୁରୋ: ଆଦିତ୍ୟ ଏଲ-୧ର ସଫଳ ଉତକ୍ଷେପଣ ପଛରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କ ବିଷୟରେ ଆମେ କମ୍ ଆଲୋଚନା କରିଥାଉ । କିନ୍ତୁ ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ନିଷ୍ଠା ପାଇଁ ଦେଶ ଆଜି ଗର୍ବିତ ହୋଇଛି । ସେମିତି ଜଣେ ବୈଜ୍ଞାନିକ ହେଉଛନ୍ତି, ଏଲ ୱାନର ପ୍ରୋଜେକ୍ଟ ଡାଇରେକ୍ଟର ନିଗାର ସାଜି । ଯିଏ ଜଣେ ସାଧାରଣ କୃଷକ ପରିବାରରୁ ଆସି ଆଦିତ୍ୟ ଏଲ-ୱାନର ନେତୃତ୍ୱ ନେଉଥିଲେ । ତେବେ ଦୀର୍ଘଦିନର ପରିଶ୍ରମContinue reading “ସାମନାକୁ ଆସିଲା ଚାଷୀ ଝିଅର ନେତୃତ୍ୱ । ଭାରତର ପ୍ରଥମ ସୂର୍ଯ୍ୟ ମିସନର ପ୍ରକଳ୍ପ ନିର୍ଦ୍ଦେଶକ କୃଷକ ପରିବାରର ଝିଅ ବୈଜ୍ଞାନିକ ନିଗାର ସାଜି । ଆଖିରୁ ବୋହି ଆସିଲା ଖୁସିର ଲୁହ”

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ କମିଟି ଘୋଷଣା । ଜାଣନ୍ତୁ କମିଟିରେ କାହାକୁ ମିଳିଲା ସ୍ଥାନ

କନକ ବ୍ୟୁରୋ : ଆଇନ ମନ୍ତ୍ରଣାଳୟ ତରଫରୁ ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟିର ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ଏହି କମିଟିରେ ମୋଟ ୮ଜଣ ସଦସ୍ୟଙ୍କୁ ସ୍ଥାନ ମିଳିଛି । କମିଟିରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ, ପୂର୍ବ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ, ଅର୍ଥ ମନ୍ତ୍ରଣାଳୟର ପୂର୍ବତନ ଅଧ୍ୟକ୍ଷ ଏନକେ ସିଂ, ଲୋକସଭାର ପୂର୍ବତନContinue reading “ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ କମିଟି ଘୋଷଣା । ଜାଣନ୍ତୁ କମିଟିରେ କାହାକୁ ମିଳିଲା ସ୍ଥାନ”

ସଫଳତାର ସହ ଉତକ୍ଷେପଣ ହେଲା ଆଦିତ୍ୟ-ଏଲ ୱାନ୍ । ୬୩ ମିନିଟ ପରେ ପୃଥିବୀର କକ୍ଷପଥରେ କଲା ପ୍ରବେଶ । ୧୨୫ ଦିନରେ ୧୫ ଲକ୍ଷ କିଲୋମିଟରର ଯାତ୍ରା

କନକ ବ୍ୟୁରୋ: ମହାକାଶ ବିଜ୍ଞାନରେ ଇତିହାସ ରଚିଲା ଭାରତ । ଜହ୍ନରେ ନାଁ ଲେଖିବା ପରେ ଏବେ ସୂର୍ଯ୍ୟ ଅଭିଯାନରେ ବାହାରିଛି ଭାରତ । ଆଜି ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ, ମହାକାଶକୁ ସଫଳତାର ସହ ଉତକ୍ଷେପଣ କରିଛି ଆଦିତ୍ୟ ଏଲ-ୱାନ୍ । ଆଉ ସଫଳ ଉତକ୍ଷେପଣ ପରେ ଖାଲି ଇସ୍ରୋର କଣ୍ଟ୍ରୋଲ ରୁମ ନୁହେଁ, ବରଂ ସାରା ଭାରତ ଖୁସିରେ ଝୁମି ଉଠିଛି । ଦୀର୍ଘ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ଇସ୍ରୋ ବୈଜ୍ଞାନିକଙ୍କୁContinue reading “ସଫଳତାର ସହ ଉତକ୍ଷେପଣ ହେଲା ଆଦିତ୍ୟ-ଏଲ ୱାନ୍ । ୬୩ ମିନିଟ ପରେ ପୃଥିବୀର କକ୍ଷପଥରେ କଲା ପ୍ରବେଶ । ୧୨୫ ଦିନରେ ୧୫ ଲକ୍ଷ କିଲୋମିଟରର ଯାତ୍ରା”

ରାଜ୍ୟର ପୃଥକ ପୃଥକ ସ୍ଥାନରେ ବଜ୍ରପାତ: ବଜ୍ରାଘାତରେ ଚାଲିଗଲା ୪ ଜଣଙ୍କ ଜୀବନ

କନକ ବ୍ୟୁରୋ: ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍‌ଣରେ ବଜ୍ରପାତ ସହିତ ମଧ୍ୟମଧରଣର ବର୍ଷା ହୋଇଛି। ବଜ୍ରପାତ କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ବ୍ୟକ୍ତି ଗୁରୁତର ଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବୌଦ୍ଧ ବ୍ଲକ୍ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଉତବାହାଲ ଗ୍ରାମରେ ଆଜି ଅପରାହ୍ଣ ୧ଟା ୩୦ ମିନିଟରେ ଧାନ ବିଲରେ କାମ କରୁଥିବା ଜଣେ ମହିଳା ବଜ୍ରାଘାତରେ ଗୁରୁତର ଆହତ ହୋଇଥିଲେ। ଗ୍ରାମର କନ୍ଦର୍ପ ପୋଢଙ୍କContinue reading “ରାଜ୍ୟର ପୃଥକ ପୃଥକ ସ୍ଥାନରେ ବଜ୍ରପାତ: ବଜ୍ରାଘାତରେ ଚାଲିଗଲା ୪ ଜଣଙ୍କ ଜୀବନ”

ବାହାନଗା ରେଳ ଦୁର୍ଘଟଣା ମାମଲାରେ ସିବିଆଇର ଚାର୍ଜସିଟ୍, ୩ଜଣ କର୍ମଚାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ମାମଲାରେ ଏବେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ସିବିଆଇ ତରଫରୁ ରେଳ ବିଭାଗର ୩ଜଣ କର୍ମଚାରୀଙ୍କ ନାମରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି । ସିବିଆଇ ତରଫରୁ ରେଳ ବିଭାଗର କର୍ମଚାରୀ ଅରୁଣ କୁମାର ମହାନ୍ତ, ଅମୀର ଖାନ ଓ ପପୁ କୁମାରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି । ବାହାନଗା ରେଳ ଦୁର୍ଘଟଣା ମାମଲାରେ ଜୁଲାଇ ୭ ତାରିଖରେ ଏହିContinue reading “ବାହାନଗା ରେଳ ଦୁର୍ଘଟଣା ମାମଲାରେ ସିବିଆଇର ଚାର୍ଜସିଟ୍, ୩ଜଣ କର୍ମଚାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ”

ସ୍ୱାମୀଙ୍କ ଦୃଷ୍ଟିଶକ୍ତି ହଜି ଯିବା ପରେ ସ୍ତ୍ରୀ କାନ୍ଧରେ ପରିବାର ବୋଝ: ଦୁଇ ପିଲା ଓ ସ୍ୱାମୀଙ୍କ ମୁହଁରେ ଦାନା ଦେବାକୁ କରୁଛନ୍ତି ଅହରହ ସଂଘର୍ଷ

କନକ ବ୍ୟୁରୋ: ସ୍ୱାମୀଙ୍କ ହାତ ଧରି ଚାଲିବା ପାଇଁ ବାପାଘରୁ ପାଦ କାଢିଥିଲେ । ବିବାହ ପରେ ୨ ବର୍ଷ ଯାଏଁ ସବୁକିଛି ଠିକ୍ଠାକ୍ ଥିଲା । ହେଲେ ହଠାତ୍ ସବୁ କିଛି ବଦଳିଗଲା । ସବୁଦିନ ପାଇଁ ହଜିଗଲା ସ୍ୱାମୀଙ୍କ ଦୃଷ୍ଟିଶକ୍ତି । କୋଳକୁ ଆସିଲା ବାମନ ପୁଅ ଓ ଗୋଟିଏ ଝିଅ । ସ୍ୱାମୀଙ୍କ ଦୃଷ୍ଟିଶକ୍ତି ହଜିଯିବା ପରେ ଅଂଜନାଙ୍କ ଜୀବନ ଆକାଶରେ ଛାଇ ଯାଇଛି ଦୁଃଖ କଳା ବାଦଲ । ନିୟତିର ନୀତିContinue reading “ସ୍ୱାମୀଙ୍କ ଦୃଷ୍ଟିଶକ୍ତି ହଜି ଯିବା ପରେ ସ୍ତ୍ରୀ କାନ୍ଧରେ ପରିବାର ବୋଝ: ଦୁଇ ପିଲା ଓ ସ୍ୱାମୀଙ୍କ ମୁହଁରେ ଦାନା ଦେବାକୁ କରୁଛନ୍ତି ଅହରହ ସଂଘର୍ଷ”

ଆସନ୍ତାକାଲି କକ୍ଷପଥ ପରିବର୍ତ୍ତନ କରିବ ଆଦିତ୍ୟ ଏଲ-୧, ଟ୍ୱିଟ୍ ଯୋଗେ ସୂଚନା ଦେଲା ଇସ୍ରୋ

କନକ ବ୍ୟୁରୋ : ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥା ଇସ୍ରୋ ତରଫରୁ ଆଦିତ୍ୟ ଏଲ-୧କୁ ନେଇ ଇଙ୍ଗ ସୂଚନା ଦିଆଯାଇଛି । ଇସ୍ରୋ ତାର ଟ୍ୱିଟ୍ ମାଧ୍ୟମରେ କହିଛି କି ଆସନ୍ତା କାଲି ଅର୍ଥାତ ରବିବାର ଦିନ ଆଦିତ୍ୟ ଏଲ-୧ ତା’ର କକ୍ଷପଥ ପରିବର୍ତ୍ତନ କରିବାକୁ ଯାଉଛି । ରବିବାର ଦିନ ୧୧.୪୫ ମିନିଟରେ କକ୍ଷପଥ ବଦଳାଇବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଆଦିିତ୍ୟ ଏଲ-୧ ୧୬ଦିନ ଧରି ପୃଥିବୀ କକ୍ଷପଥରେ ରହିବ ।Continue reading “ଆସନ୍ତାକାଲି କକ୍ଷପଥ ପରିବର୍ତ୍ତନ କରିବ ଆଦିତ୍ୟ ଏଲ-୧, ଟ୍ୱିଟ୍ ଯୋଗେ ସୂଚନା ଦେଲା ଇସ୍ରୋ”

ଯାନିଯାତ୍ରା ଆଳରେ ଚାଲିଛି ଜୁଆ ଖେଳ: ସୁବର୍ଣ୍ଣପୁରରେ ପୁଲିସ ଜାଣତରେ ଜୁଆଖେଳ ଚାଲୁଥିବା ଅଭିଯୋଗ

କନକ ବ୍ୟୁରୋ: ଯାନିଯାତ୍ରା ଆଢୁଆଳରେ ଚାଲିଛି ଜୁଆଖେଳ । ଯାତ୍ରାରେ ଲୋକଙ୍କ ଗହଳି ଭିତରେ ବେଧଡକ ଜୁଆ ଖେଳ ହେଉଛି । ତେବେ ସଂସ୍କୃତି ପାଳିବା ବେଳେ ଜୁଆ ଖେଳ ଯେମିତି ପରମ୍ପରା ପାଲିଟିଯାଇଛି । ସୁବର୍ଣ୍ଣପୁର ପାରମ୍ପରିକ ପ୍ରଥାର ଅପଭ୍ରଂଶ ଘଟି କାଳକ୍ରମେ ଜୁଆଖେଳ ଏକ ବ୍ୟାଧି ପାଲଟି ଯାଇଛି । ଆଉ ଏହାକୁ ଆଧାର କରି ଅନେର ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପ ଘଟୁଥିଲେ ବି ବର୍ଷ ବର୍ଷ ଧରି ଏହା ଚାଲୁଛି ।Continue reading “ଯାନିଯାତ୍ରା ଆଳରେ ଚାଲିଛି ଜୁଆ ଖେଳ: ସୁବର୍ଣ୍ଣପୁରରେ ପୁଲିସ ଜାଣତରେ ଜୁଆଖେଳ ଚାଲୁଥିବା ଅଭିଯୋଗ”

ସୁନ୍ଦରଗଡରେ ସରୁନି କୋଲ-କରିଡର ରାସ୍ତା ନିର୍ମାଣ: ଡେଭିଏସନ୍ ମଞ୍ଜୁରୀ ମିଳୁନଥିବାରୁ ଅଧାରେ ଅଟକିଛି କାମ

କନକ ବ୍ୟୁରୋ: କେବେ ସରିବ ଖଣି ଅଂଚଳବାସୀଙ୍କ ଦୁଃଖ । କୋଲ-କରିଡର ପାଇଁ ସଚିବ ଦେଉନାହାନ୍ତି ଡେଭିଏସନ ମଞ୍ଜୁରୀ । ତେଣୁ ବର୍ଷ ବର୍ଷ ଧରି ଗାଁ ରାସ୍ତାରେ ଗଡୁଛି ୧୮ ଚକିଆ କୋଇଲା ବୋଝୋଇ ଟ୍ରଲର । ଏମିତି ଅଭିଯୋଗ କରି ଆଜି ସୁନ୍ଦରଗଡ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ଶହଶହ ଗ୍ରାମବାସୀ । ୧୯୯୭ରୁ ସୁନ୍ଦରଗଡ ହେମଗିରି ବ୍ଲକରେ ଏମସିଏଲ କୋଇଲା ଖଣି ଆରମ୍ଭ ହେବା ଠାରୁ ଆଜି ପର୍ଯ୍ୟନ୍ତ ପି.ଡବ୍ଲ୍ୟୁ.ଡିର ରାସ୍ତା ଦେଇContinue reading “ସୁନ୍ଦରଗଡରେ ସରୁନି କୋଲ-କରିଡର ରାସ୍ତା ନିର୍ମାଣ: ଡେଭିଏସନ୍ ମଞ୍ଜୁରୀ ମିଳୁନଥିବାରୁ ଅଧାରେ ଅଟକିଛି କାମ”

ମହଙ୍ଗା ପଡିଲା କମେଣ୍ଟ ମରା: ମାଡ ମାରିଲେ, ମୁହଁରେ ଚୂନକାଳି ବୋଳି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

କନକ ବ୍ୟୁରୋ: କମେଂଟ ମାରି, ମାଡ ଖାଇଲେ । ମୁହଁରେ ଚୂନକାଳି ବୋଳି ବିଦ୍ୟୁତ୍ ଖୁଂଟରେ ବାନ୍ଧିଦେଲେ ଗ୍ରାମବାସୀ । ଯୁବତୀଙ୍କୁ କମେଂଟ ମାରିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଏଭଳି ହିନସ୍ତା କରିଛନ୍ତି ଗ୍ରାମବାସୀ । କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଭେଡା-ରାମଚନ୍ଦ୍ରପୁର ଗାଁରେ ଏଭଳି ଏକ ଘଟଣା ଘଟିଯାଇଛି । ଗାଁ ଲୋକଙ୍କ କହିବା ଅନୁସାରେ, ୩ ଜଣ ଯୁବକ ଗାଁର ଜଣେ ଯୁବତୀଙ୍କୁ ରାସ୍ତା ମଝିରେ ଅଟକାଇ ଅସଦାଚାରଣ କରି ଚାଲିContinue reading “ମହଙ୍ଗା ପଡିଲା କମେଣ୍ଟ ମରା: ମାଡ ମାରିଲେ, ମୁହଁରେ ଚୂନକାଳି ବୋଳି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ”

Design a site like this with WordPress.com
Get started