କନକ ବ୍ୟୁରୋ : ବାଲେଶ୍ୱର ବସ୍ତା ୬୦ନମ୍ବର ଜାତୀୟ ରାଜପଥ ରୂପସା ନିକଟରେ ୧୦୮ଦୁର୍ଘଟଣା । ୧୦୮ଆମ୍ବୁଲାନ୍ସ ଏବଂ ପିକ୍ ଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ଯୋଗୁଁ ଆମ୍ବୁଲାନ୍ସ ଡ୍ରାଇଭର ଓ ହେଲପର ସମେତ ୫ଜଣ ଗୁରୁତର । ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାଲେଶ୍ୱରକୁ ରୋଗୀ ନେଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । The post ଆମ୍ବୁଲାନ୍ସ ଓ ପିକଅପ ମଧ୍ୟରେ ମୁହାଁମୁହିଁ ଧକ୍କା : ୫ ଗୁରୁତର ବାଲେଶ୍ୱରContinue reading “ଆମ୍ବୁଲାନ୍ସ ଓ ପିକଅପ ମଧ୍ୟରେ ମୁହାଁମୁହିଁ ଧକ୍କା : ୫ ଗୁରୁତର ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି”
Tag Archives: News
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ : ଅବୈଧ ବିବାହରୁ ଜନ୍ମିତ ପିଲାମାନେ ବି ପୈତୃକ ସମ୍ପତିର ଅଧିକାରୀ
କନକ ବ୍ୟୁରୋ : ହିନ୍ଦୁ ଯୌଥ ପରିବାରର ସମ୍ପତି ଭାଗବଣ୍ଟା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ଏଣିକି ଅବୈଧ ବିବାହରୁ ଜନ୍ମିତ ପିଲାମାନେ ବି ପିତା-ମାତାଙ୍କ ପୈତୃକ ସମ୍ପତିରୁ ଭାଗ ପାଇପାରିବେ । ପୂର୍ବରୁ ଅବୈଧ ବିବାହରୁ ଜନ୍ମିତ ପିଲା କେବଳ ପିତା-ମାତାଙ୍କ ସ୍ୱ-ଅର୍ଜିତ ସମ୍ପତିରୁ ଭାଗ ପାଉଥିଲେ । ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ସେମାନଙ୍କୁ ପୈତୃକ ସମ୍ପତିର ଉତରାଧିକାରୀ ଭାବେ ଆଇନଗତ ମାନ୍ୟତା ମିଳିଛି । ତେବେ କୋର୍ଟ ସ୍ପଷ୍ଟ କରିଛନ୍ତି ଏହାContinue reading “ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ : ଅବୈଧ ବିବାହରୁ ଜନ୍ମିତ ପିଲାମାନେ ବି ପୈତୃକ ସମ୍ପତିର ଅଧିକାରୀ”
ଏସିଆ କପର ଆଜି ମହାମୁକାବିଲା : ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ପାଣିପାଗ ବିଭାଗର ଆକଳନ ମ୍ୟାଚରେ ବାଧକ ସାଜିପାରେ ବର୍ଷା
କନକ ବ୍ୟୁରୋ : ଏସିଆ କପର ଆଜି ମହାମୁକାବିଲା । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ଆଉ ଏହି ହାଇଭୋଲଟେଜ ମ୍ୟାଚ ଦେଖିବାକୁ ଉଭୟ ଦେଶର କ୍ରିକେଟ ପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଆଜି ଅପରାହ୍ନ ୩ଟାରେ ଶ୍ରୀଲଙ୍କାର ପାଲେକଲ ଷ୍ଟାଡିୟମରେ ଭାରତ – ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ । ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ବଡ ଲଢେଇ ଭାବେ ବିବେଚନା କରାଯାଏ । ତେବେContinue reading “ଏସିଆ କପର ଆଜି ମହାମୁକାବିଲା : ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ପାଣିପାଗ ବିଭାଗର ଆକଳନ ମ୍ୟାଚରେ ବାଧକ ସାଜିପାରେ ବର୍ଷା “
ଆଜି ଭାରତର ସୂର୍ଯ୍ୟ ଅଭିଯାନ : ଦିନ ୧୧ଟା ୫୦ରେ ଉତକ୍ଷେପଣ ହେବ ଆଦିତ୍ୟ ଏଲ୍-ୱାନ
କନକ ବ୍ୟୁରୋ : ଚନ୍ଦ୍ର ଅଭିଯାନର ସଫଳତା ପରେ ଆଜି ଭାରତ ଆରମ୍ଭ କରିବ ସୂର୍ଯ୍ୟ ଅଭିଯାନ । ଆଜି ଦିନ ୧୧ଟା ୫୦ରେ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଦିତ୍ୟ ଏଲ ୱାନକୁ ପ୍ରେରଣ କରିବ ଇସ୍ରୋ । ଆଦିତ୍ୟ ଏଲ-ୱାନକୁ ନେଇ ମହାକାଶକୁ ଯିବ ପିଏସଏଲଭି-ସି ୫୭ ରକେଟ୍ । ସୂର୍ଯ୍ୟଯାନ ଉତକ୍ଷେପଣର ୧୨୭ ଦିନ ଯାତ୍ରା କରିବା ପରେ ୧୫ ଲକ୍ଷ କିଲୋମିଟର ଲେଙ୍ଗରେଜିୟନ ପଏଣ୍ଟରେ ପହଞ୍ଚିବ । ଆଦିତ୍ୟଏଲ-୧ ମହାକାଶ ଯାନକୁContinue reading “ଆଜି ଭାରତର ସୂର୍ଯ୍ୟ ଅଭିଯାନ : ଦିନ ୧୧ଟା ୫୦ରେ ଉତକ୍ଷେପଣ ହେବ ଆଦିତ୍ୟ ଏଲ୍-ୱାନ”
‘ଇଣ୍ଡିଆ’ ମେଣ୍ଟର ସ୍ଳୋଗାନ । ଯୋଡ଼ି ହେବ ଭାରତ, ଜିତିବ ‘ଇଣ୍ଡିଆ’
କନକ ବ୍ୟୁରୋ : ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ‘ଇଣ୍ଡିଆ’ ମେଂଟର ବଡ଼ ପ୍ରସ୍ତୁତି । ମୁମ୍ବାଇରେ ବସିଥିବା ଦୁଇ ଦିନିଆ ବୈଠକରେ ରଣନୀତି ପ୍ରସ୍ତୁତ କରିଛି ବିରୋଧୀ ମେଂଟ । ୧୪ ଜଣିଆ ସମନ୍ୱୟ କମିଟି ଗଠନ । ସାମିଲ ହେଲେ ୧୪ଟି ଦଳର ପ୍ରତିନିଧି । ପରସ୍ପର ମଧ୍ୟରେ ତାଳମେଳ ରଖିବ ସମନ୍ୱୟ କମିଟି । ଗଠନ ହେଲା ୪ଟି ସବକମିଟି । ସବୁଠୁ ଗୁରୁତ୍ୱ କଥା ହେଉଛି, ମେଂଟର ଆବାହକ କିଏContinue reading “‘ଇଣ୍ଡିଆ’ ମେଣ୍ଟର ସ୍ଳୋଗାନ । ଯୋଡ଼ି ହେବ ଭାରତ, ଜିତିବ ‘ଇଣ୍ଡିଆ’”
ୱେବଗେନି ପ୍ରୋଗଜିନ୍ ମୃତ ନା ଜୀବିତ? ଚର୍ଚ୍ଚାରେ ୱାଗନର ଗ୍ରୁପ ମୁଖ୍ୟଙ୍କ ଭିଡିଓ
କନକ ବ୍ୟୁରୋ : ଋଷର ଭଡାଟିଆ ସେନା ୱାଗନର ଗ୍ରୁପ ମୁଖ୍ୟ ୱେବଗେନି ପ୍ରୋଗଜିନଙ୍କ ଶବ ସତ୍କାରର ଦିନକ ପରେ ତାଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ସେ ଏକ ସେନା ଗାଡିରେ ବସି ଯାଉଥିବା ଦେଖିବାକୁ ମିଳିଛି । ଭିଡିଓରେ ସେ ଆଫ୍ରିକାରେ ଅଛନ୍ତି ବୋଲି କହୁଛନ୍ତି । ଯେଉଁମାନେ ତାଙ୍କ ମୃତ୍ୟୁକୁ ନେଇ ଅବା ବ୍ୟକ୍ତିଗତ ଜୀବନ, ଆୟ ଏବଂ ଅନ୍ୟାନ୍ୟ କଥା ଆଲୋଚନା କରୁଛନ୍ତି ସେମାନଙ୍କୁ ପ୍ରୋଗଜିନ୍ କହିଛନ୍ତିContinue reading “ୱେବଗେନି ପ୍ରୋଗଜିନ୍ ମୃତ ନା ଜୀବିତ? ଚର୍ଚ୍ଚାରେ ୱାଗନର ଗ୍ରୁପ ମୁଖ୍ୟଙ୍କ ଭିଡିଓ”
ଏସିଆ କପର ସବୁଠୁ ବଡ଼ ମ୍ୟାଚ । ଖେଳ ହେବ ନା ଧୋଇଯିବ ? ବର୍ଷାକୁ ନେଇ ଚିନ୍ତାରେ କ୍ରୀଡାପ୍ରେମୀ
କନକ ବ୍ୟୁରୋ : ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପରେ ଶନିବାର ସବୁଠୁ ବଡ଼ ମ୍ୟାଚ ଖେଳାଯିବ । ଶ୍ରୀଲଙ୍କାର ପାଲେକେଲେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ହେଲେ ବର୍ଷା ଯୋଗୁ ଏହି ମ୍ୟାଚ ବାତିଲ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ଯାହାକୁ ନେଇ ଦୁଇ ଦେଶର କ୍ରିକେଟ ପ୍ରେମୀ ଚିନ୍ତାରେ ପଡିଯାଇଛନ୍ତି । କାରଣ ଶ୍ରୀଲଙ୍କାର ପାଲକେଲେ ଅଂଚଳରେ ଶନିବାର ପ୍ରବଳ ବର୍ଷା ହେବାContinue reading “ଏସିଆ କପର ସବୁଠୁ ବଡ଼ ମ୍ୟାଚ । ଖେଳ ହେବ ନା ଧୋଇଯିବ ? ବର୍ଷାକୁ ନେଇ ଚିନ୍ତାରେ କ୍ରୀଡାପ୍ରେମୀ”
ଦୁବାଇର ବୁର୍ଜ ଖଲିଫାରେ ପ୍ରଦର୍ଶିତ ହେଲା ଚଳଚିତ୍ର ଯୱାନର ଟ୍ରେଲର । ରିଲିଜ ପୂର୍ବରୁ ରେକର୍ଡ ଭାଙ୍ଗୁଛି ଚଳଚିତ୍ର ଯୱାନ
କନକ ବ୍ୟୁରୋ : ଦୁବାଇର ବୁର୍ଜ ଖଲିଫାରେ ପ୍ରଦର୍ଶିତ ହେଲା ସିନେମା ଯବାନର ଟ୍ରେଲର । ମୁକ୍ତିଲାଭ ଅପେକ୍ଷାରେ ଥିବା ଚଳଚିତ୍ର ଯବାନର ଟ୍ରେଲର ବୁର୍ଜ ଖଲିଫାରେ ପ୍ରଦର୍ଶିତ କରାଯାଇଛି । ଏହାକୁ ଦେଖିବା ପାଇଁ ପାଖାପାଖି ୩୦ହଜାର ଦର୍ଶକ ଉପସ୍ଥିତ ରହିଥିଲେ । ଯବାନରେ ମୁଖ୍ୟ ଭୁମିକାରେ ଶାହାରୁଖ ଖାନ, ନୟନତାରାଙ୍କ ଅଭିନୟ ରହିଥିବାବେଳେ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ବିଜୟ ସେତୁପତି, ଦୀପିକା ପାଦୁକୋଣ ଓ ସାନ୍ୟା ମାଲୋହ୍ରୋତାଙ୍କ ଅଭିନୟ ରହିଛି । ଅନ୍ୟପଟେ ରିଲିଜContinue reading “ଦୁବାଇର ବୁର୍ଜ ଖଲିଫାରେ ପ୍ରଦର୍ଶିତ ହେଲା ଚଳଚିତ୍ର ଯୱାନର ଟ୍ରେଲର । ରିଲିଜ ପୂର୍ବରୁ ରେକର୍ଡ ଭାଙ୍ଗୁଛି ଚଳଚିତ୍ର ଯୱାନ”
ବଢିଲା ନୌସେନାର ଶକ୍ତି । ସେନାରେ ସାମିଲ ହେଲା ଯୁଦ୍ଧ ଜାହାଜ ଆଇଏନଏସ ମହେନ୍ଦ୍ରଗିରୀ
କନକ ବ୍ୟୁରୋ : ବଢିଲା ଭାରତୀୟ ସେନାର ଶକ୍ତି । ନୌସେନାରେ ସାମିଲ ହେଲା ଯୁଦ୍ଧ ଜାହଜ ଆଇଏନଏସ ମହେନ୍ଦ୍ରଗିରି । ଉପରାଷ୍ଟ୍ରପତି ଜଗଦୀପ ଧନଖେଡେଙ୍କ ଉପସ୍ଥିତିରେ ସେନାରେ ଏହି ଯୁଦ୍ଧ ଜାହଜକୁ ସାମିଲ କରାଯାଇଛି । ମୁମ୍ବାଇର ମାଝାଂଗାଓଁ ଡକସିଫୟାଡ ଲିମିଟେଡ ଏହାକୁ ନିର୍ମାଣ କରିଛି । ଆଇଏନଏସ ମହେନ୍ଦ୍ରଗିରୀର ଏହା ହେଉଛି ୭ମ ସଂସ୍କରଣ । ଅତ୍ୟାଧୁନିକ କୌଶଳରେ ଏହାର ନିର୍ମାଣ କରାଯାଇଛି । ବିକଶିତ କୌଶଳରେ ନିର୍ମିତ ଯୁଦ୍ଧ ଜାହଜରେ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ରContinue reading “ବଢିଲା ନୌସେନାର ଶକ୍ତି । ସେନାରେ ସାମିଲ ହେଲା ଯୁଦ୍ଧ ଜାହାଜ ଆଇଏନଏସ ମହେନ୍ଦ୍ରଗିରୀ”
ଦ୍ୱିତୀୟ ବିବାହକୁ ନେଇ ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୋର୍ଟ କହିଲେ ପ୍ରଥମ ସ୍ତ୍ରୀଙ୍କ ସହିତ ସମ୍ପର୍କ ରଖି ଦ୍ୱିତୀୟ ବିବାହ କଲେ ତାକୁ କୁହାଯିବ ଦୁଷ୍କର୍ମ
କନକ ବ୍ୟୁରୋ : ଦ୍ୱିତୀୟ ବିବାହକୁ ନେଇ ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୋର୍ଟ କହିଛନ୍ତି ପ୍ରଥମ ସ୍ତ୍ରୀଙ୍କ ସହିତ ସମ୍ପର୍କରେ ରହି ଦ୍ୱିତୀୟ ବିବାହ କଲେ ତାକୁ କୁହାଯିବ ଦୁଷ୍କର୍ମ । ଦୋଷୀଙ୍କୁ ସେହି ଆଧାରରେ ଦଣ୍ଡ ମଧ୍ୟ ଦିଆଯିବ ବୋଲି କୋର୍ଟ କହିଛନ୍ତି । ଏକ ଆବେଦନ ଉପରେ ଶୁଣାଣୀ କରି ଏଭଳି କିଛି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଏଥିସହ ଅଭିଯୁକ୍ତ ସ୍ୱାମୀ ବିରୋଧରେ ଦାୟର ମାମଲାକୁ ଖାରଜ କରିବାକୁContinue reading “ଦ୍ୱିତୀୟ ବିବାହକୁ ନେଇ ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୋର୍ଟ କହିଲେ ପ୍ରଥମ ସ୍ତ୍ରୀଙ୍କ ସହିତ ସମ୍ପର୍କ ରଖି ଦ୍ୱିତୀୟ ବିବାହ କଲେ ତାକୁ କୁହାଯିବ ଦୁଷ୍କର୍ମ”