ବାଙ୍କୀ ବଜାରରେ ବୁଲିଲା ଖଣ୍ଡା : ମାରଣାସ୍ତ୍ର ଧରି ଲୋକଙ୍କୁ ଗୋଡ଼ାଇଲେ ଯୁବକ; ଆକ୍ରମଣର ଶିକାର ହେଲା ପୋଲିସ

କନକ ବ୍ୟୁରୋ : ବାଙ୍କୀ ବଜାରରେ ବୁଲିଲା ଖଣ୍ଡା । ବାଙ୍କୀ ବଜାର ଉପରେ ଜଣେ ଯୁବକ ମାରଣାସ୍ତ୍ର ଧରି ଲୋକମାନଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ାଉଥିବାର ଦେଖିବାକୁ ମିଳିଛି । ଖବର ପାଇ ବାଙ୍କୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଯୁବକ ଜଣଙ୍କ ପୋଲିସକୁ ମଧ୍ୟ ଆକ୍ରମଣ କରିଛି । ଯାହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକ ଆତଙ୍କିତ ଅଛନ୍ତି । ଖଣ୍ଡା ବୁଲାଇବାର କାରଣ ଅସ୍ପଷ୍ଟ । TheContinue reading “ବାଙ୍କୀ ବଜାରରେ ବୁଲିଲା ଖଣ୍ଡା : ମାରଣାସ୍ତ୍ର ଧରି ଲୋକଙ୍କୁ ଗୋଡ଼ାଇଲେ ଯୁବକ; ଆକ୍ରମଣର ଶିକାର ହେଲା ପୋଲିସ”

ଆଜି ଲଞ୍ଚ ହେବାକୁ ଯାଉଛି MOTO g84 5G ସ୍ମାର୍ଟଫୋନ୍

ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ମୋଟରୋଲା ଆଜି ଭାରତରେ MOTO g84 5G ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି ।  14 5G ବ୍ୟାଣ୍ଡ ଯୋଗୁଁ ଫୋନର ଇଣ୍ଟରନେଟ୍ ସ୍ପିଡ୍ ସୁପରଫାଷ୍ଟ ହେବ ବୋଲି କମ୍ପାନୀ ଦାବି କରିଛି । ମୋଟୋରୋଲା ଫୋନର ଲଞ୍ଚ ପୂର୍ବରୁ ତାର ସମସ୍ତ ଫିଚର ପ୍ରକାଶ କରିଛି। କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ 6 ନାନୋମିଟର କ୍ୱାଲକମ୍ ସ୍ନାପଡ୍ରାଗନ୍ 695 ପ୍ରୋସେସର୍ ଫୋନର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ବହୁତ ସହାୟକ ହେବ ।Continue reading “ଆଜି ଲଞ୍ଚ ହେବାକୁ ଯାଉଛି MOTO g84 5G ସ୍ମାର୍ଟଫୋନ୍”

କାଳିଆର କୁନି ଭଉଣୀ ସାଇ ସୁକନ୍ୟାଙ୍କୁ ନେଇ ଚର୍ଚ୍ଚା : ବଳଭଦ୍ର ଓ ଜଗନ୍ନାଥଙ୍କ ପାଇଁ ରାକ୍ଷୀ ପଠାଇଥିଲେ; ଉପହାରରେ ଶ୍ରୀମନ୍ଦିର ପ୍ରଶାସନ ପଠାଇଲା…

କନକ ବ୍ୟୁରୋ : କାଳିଆର କୁନି ଭଉଣୀ ଭଦ୍ରକର ଷଷ୍ଠ ଶ୍ରେଣୀର ଛାତ୍ରୀ ଏସ୍ଏନ୍ ସାଇ ସୁକନ୍ୟା ମହାନ୍ତି । ରାକ୍ଷୀ ପୂର୍ଣ୍ଣିମାରେ ବଡ଼ ଠାକୁର ବଳଭଦ୍ର ଓ ଜଗନ୍ନାଥ ପାଇଁ ରାକ୍ଷୀ ପଠାଇ ଏବେ ଚର୍ଚ୍ଚାରେ । ଦୁଇ ଭାଇଙ୍କୁ ରାକ୍ଷୀ ବାନ୍ଧିଦେବାକୁ ଏକ ଆବେଗଭରା ଚିଠି ଲେଖିଛନ୍ତି । ଯେଉଁଥିରେ ୫ ଶହ ଟଙ୍କା ମଧ୍ୟ ପଠାଇଛନ୍ତି । ବହୁ ଦୂରରୁ ସେ ତାଙ୍କ ଦୁଇ ଭାଇ ଜଗା ବଳିଆଙ୍କ ପାଇଁ ରାଖି ପଠାଇଛନ୍ତିContinue reading “କାଳିଆର କୁନି ଭଉଣୀ ସାଇ ସୁକନ୍ୟାଙ୍କୁ ନେଇ ଚର୍ଚ୍ଚା : ବଳଭଦ୍ର ଓ ଜଗନ୍ନାଥଙ୍କ ପାଇଁ ରାକ୍ଷୀ ପଠାଇଥିଲେ; ଉପହାରରେ ଶ୍ରୀମନ୍ଦିର ପ୍ରଶାସନ ପଠାଇଲା…”

ମୁମ୍ବାଇରେ ଚାଲିଛି ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ : ସୋନିଆ, ରାହୁଲଙ୍କ ସମେତ ମମତା, ନୀତୀଶ ଭଳି ପ୍ରମୁଖ ନେତା ଉପସ୍ଥିତ

କନକ ବ୍ୟୁରୋ : ମୁମ୍ବାଇରେ ଚାଲିଛି ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ । ବୈଠକରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଉପସ୍ଥିତ ଅଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି । ଏହା ସହ ଲାଲୁ ପ୍ରସାଦ ଯାଦବ, ଉଦ୍ଧବ ଠାକରେ, ଶରଦ ପାୱାର ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି । ମେଣ୍ଟର ଆଭିମୁଖ୍ୟ, ଆସନ ବୁଝାମଣା ଇତ୍ୟାଦିକୁ ନେଇ ଚାଲିଛି ମାନସ ମନ୍ଥନ କରାଯାଉଛି । ଗୋଟିଏ ଦେଶContinue reading “ମୁମ୍ବାଇରେ ଚାଲିଛି ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ : ସୋନିଆ, ରାହୁଲଙ୍କ ସମେତ ମମତା, ନୀତୀଶ ଭଳି ପ୍ରମୁଖ ନେତା ଉପସ୍ଥିତ”

ଭାରତ-ଆମେରିକା ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ୍ ତିଆରି କରିବେ

ଆମେରିକା ସଂସଦ, ଭାରତ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ବିମାନ ଇଞ୍ଜିନ୍ ଚୁକ୍ତିକୁ ଅନୁମୋଦନ କରିଛି । ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ ଉତ୍ପାଦନ ପାଇଁ ଭାରତର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଏବଂ ଆମେରିକାର ଜିଓ ଏରୋସ୍ପେସ୍ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା । ଏହି ଚୁକ୍ତି ଅନୁମୋଦନ ସହିତ ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀ ଆହୁରି ମଜବୁତ ହେବ। ଚଳିତ ବର୍ଷ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେContinue reading “ଭାରତ-ଆମେରିକା ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ୍ ତିଆରି କରିବେ”

ଧର୍ମଶାଳାରେ ଫାଇଭ-ଟି ସଚିବଙ୍କ ଗସ୍ତ ପୂର୍ବରୁ କଂଗ୍ରେସର ବିରୋଧ ପ୍ରଦର୍ଶନ : କଳା ବେଲୁନ ଧରି ଗୋ ବ୍ୟାକ ନାରା ଦେଲେ କର୍ମୀ

କନକ ବ୍ୟୁରୋ : ଧର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ବିରୋଧ । ଯାଜପୁର ଜିଲ୍ଲାର ବରୀ ନିର୍ବାଚନମଣ୍ଡଳୀ ବ୍ରହ୍ମବରଦାକୁ ଜନଶୁଣାଣି ଶିବିରରେ ଯୋଗଦେବାକୁ ଯାଉଥିବା ସମୟରେ ୫ ଟି ସଚିବଙ୍କୁ କଂଗ୍ରେସ କର୍ମୀମାନେ ପ୍ରତିବାଦ କରିଛନ୍ତି । ସ୍ଥାନୀୟ କଂଗ୍ରେସ ନେତ୍ରୀ ଆରତୀ ଦେଓଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବ୍ୟାଙ୍କ ଛକରେ କଳା ବେଲୁନ ସହ ଗୋ ବ୍ୟାକର ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରିଛନ୍ତି । ସଚିବଙ୍କ ଗସ୍ତକୁ ସାରା ରାଜ୍ୟରେ ବିରୋଧ କରିବ ବୋଲିContinue reading “ଧର୍ମଶାଳାରେ ଫାଇଭ-ଟି ସଚିବଙ୍କ ଗସ୍ତ ପୂର୍ବରୁ କଂଗ୍ରେସର ବିରୋଧ ପ୍ରଦର୍ଶନ : କଳା ବେଲୁନ ଧରି ଗୋ ବ୍ୟାକ ନାରା ଦେଲେ କର୍ମୀ”

ପୂର୍ବ ଆରଜେଡି ସାଂସଦଙ୍କୁ ଆଜୀବନ କାରାଦଣ୍ଡ । ଡବଲ ମର୍ଡର କେସରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

କନକ ବ୍ୟୁରୋ: ଆରଜେଡିର ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡ । ୧୯୯୫ରେ ହୋଇଥିବା ଡବଲ ମର୍ଡର କେସର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ୧୯୯୫ରେ ଚର୍ଚ୍ଚିତ ଡବଲ ମର୍ଡର କେସର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ପ୍ରଭୁନାଥଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏହାସହ ପୀଡିତ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବାକୁ ପ୍ରଭୁନାଥ ସିଂ ଏବଂ ବିହାର ସରକାରଙ୍କୁ ନିର୍ଦ୍ଦେଶContinue reading “ପୂର୍ବ ଆରଜେଡି ସାଂସଦଙ୍କୁ ଆଜୀବନ କାରାଦଣ୍ଡ । ଡବଲ ମର୍ଡର କେସରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି”

ବିଧାୟକଙ୍କ କ୍ୟାମ୍ପ ଅଫିସରେ ବୋମା ! ଘଟଣାସ୍ଥଳରେ ପୋଲିସର ଛାନଭିନ୍

କନକ ବ୍ୟୁରୋ : ତାଳଚେରର ବିଜେଡି ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭରତପୁର କ୍ୟାମ୍ପ ପରିସରରେ ବୋମା ଜବତ ହୋଇଛି । ଟାଇମର ବୋମା ଜବତ ପରେ କିଏ ଓ କାହିଁକି ଏହି ବୋମା ରଖିଛି ସେ ନେଇ ତନାଘନା ଆରମ୍ଭ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ବ କରିଛି । ତେବେ ତାଳଚେର ବିଧାୟକ ଏହି ବମ କେହି କୁଚକ୍ରୀ ବ୍ୟକ୍ତି ପକାଇ ଥାଇପାରନ୍ତି ବୋଲି ଅନୁମାନ କରୁଛନ୍ତି । ବମ ସ୍କ୍ୱାର୍ଡContinue reading “ବିଧାୟକଙ୍କ କ୍ୟାମ୍ପ ଅଫିସରେ ବୋମା ! ଘଟଣାସ୍ଥଳରେ ପୋଲିସର ଛାନଭିନ୍”

ତାଳଚେରରେ ଏମସିଏଲର ମନମାନି ଅଭିଯୋଗ : ବିସ୍ଥାପିତଙ୍କୁ ନିଯୁକ୍ତି ସୁଯୋଗ ସହ ସିଏସଆର ପାଣ୍ଠିର ସଦୁପଯୋଗ କରିବାକୁ ଦାବି

କନକ ବ୍ୟୁରୋ : ତାଳଚେର ଏମସିଏଲ ବିରୋଧରେ ଏକାଠି ହେଲେ ବିଜେଡି ନେତା । ବିସ୍ଥାପିତଙ୍କୁ ନିଯୁକ୍ତି ସୁଯୋଗରୁ ବଞ୍ଚିତ କରିବା, ସିଏସଆର ପାଣ୍ଠିର ସଦୁପଯୋଗ ନକରିବା, କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ପ୍ରାପ୍ୟ ନଦେବା ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ବିଜେଡି ନେତା । ଏହା ସହ ୫୫ ନମ୍ବର ଜାତୀୟ ରାଜପଥ ମରାମତିରେ ଶିଥିଳତାକୁ ନେଇ ଆନ୍ଦୋଳନ କରିଛନ୍ତି ବିଜେଡି ନେତା । ଏଥିରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସହ ଦଳର ଅନ୍ୟ ବିଜେଡି ନେତା ସାମିଲContinue reading “ତାଳଚେରରେ ଏମସିଏଲର ମନମାନି ଅଭିଯୋଗ : ବିସ୍ଥାପିତଙ୍କୁ ନିଯୁକ୍ତି ସୁଯୋଗ ସହ ସିଏସଆର ପାଣ୍ଠିର ସଦୁପଯୋଗ କରିବାକୁ ଦାବି”

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗ : କମିଟି ଗଠନ କଲେ କେନ୍ଦ୍ର ସରକାର; ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରହିବେ ଅଧ୍ୟକ୍ଷ

କନକ ବ୍ୟୁରୋ : ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ କମିଟି ଗଠନ କଲେ କେନ୍ଦ୍ର ସରକାର । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ଅଧ୍ୟକ୍ଷ ରହିବେ । ଏହି କମିଟି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ । ସରକାର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଏହି ସମୟରେ ଏକକ ନିର୍ବାଚନ ନେଇ ଆସିପାରେ ବିଲ । ଚଳିତ ମାସ ୧୮ରୁ ୨୨ ସେପେଟମ୍ବର ଯାଏଁ ଏହି ଅଧିବେଶନ ଚାଲିବ ।Continue reading “ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗ : କମିଟି ଗଠନ କଲେ କେନ୍ଦ୍ର ସରକାର; ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରହିବେ ଅଧ୍ୟକ୍ଷ”

Design a site like this with WordPress.com
Get started