କନକ ବ୍ୟୁରୋ : ସରକାରୀ ଅର୍ଥ ହଡ଼ପ ମାମଲାରେ ୫ଜଣଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡାଦେଶ । ବାରିପଦାର ସ୍ୱତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ପକ୍ଷରୁ ଏକ ସରକାରୀ ଅର୍ଥ ହଡ଼ପ ମାମଲାର ରାୟ ପ୍ରକାଶ ପାଇଛି । ସ୍ୱତନ୍ତ୍ର ବିଚାରପତି ଡ଼ଃ ପ୍ରସନ୍ନ କୁମାର ପଣ୍ଡା ମାମଲାର ଶୁଣାଣି କରି ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ୩ବର୍ଷର କାରାଦଣ୍ଡର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଉଭୟଙ୍କୁ ୧୫ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ କୋର୍ଟContinue reading “ସରକାରୀ ଅର୍ଥ ହଡପ ମାମଲା : ୫ଜଣଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ”
Tag Archives: News
ସେପ୍ଟେମ୍ବର ପହିଲାରୁ ଅନେକ ପରିବର୍ତ୍ତନ । ଏଲପିଜିଠାରୁ ବ୍ୟାଙ୍କିଙ୍ଗ୍, ସବୁଠି ବଦଳିବ ନିୟମ
କନକ ବ୍ୟୁରୋ : ମାସ ଆରମ୍ଭରୁ ପାଖାପାଖି ପ୍ରତି କ୍ଷେତ୍ରରେ କିଛି କିଛି ପରିବର୍ତ୍ତନ ହେବ । ଏହି କ୍ରମରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରତି ବ୍ୟକ୍ତିଙ୍କ ପାଇଁ ନିତାନ୍ତ ଆବଶ୍ୟକ ରନ୍ଧନ ଏଲପିଜି ଗ୍ୟାସ । କେନ୍ଦ୍ର କ୍ୟାବିନେଟ୍ ଏଲପିଜି ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି ଦେବାକୁ ଘୋଷଣା କରିଛନ୍ତି । ଏହି ଆଧାରରେ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ସ୍ୱତନ୍ତ୍ର ଲାଭ ମିଳିବ । ଉଜ୍ଜ୍ୱଳା ଯୋଜନାରେ ପ୍ରତି ସିଲିଣ୍ଡର ପିଛା ୪ଶହ ଟଙ୍କା ସବସିଡିContinue reading “ସେପ୍ଟେମ୍ବର ପହିଲାରୁ ଅନେକ ପରିବର୍ତ୍ତନ । ଏଲପିଜିଠାରୁ ବ୍ୟାଙ୍କିଙ୍ଗ୍, ସବୁଠି ବଦଳିବ ନିୟମ”
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ : ମୁରିବାହାଲ ଥାନାରେ ମାମଲା ପରେ ପୋଲିସର ତଦନ୍ତ
କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଯମୁନା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛି ଯୁବକ । ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୋଗ ଅନୁସାରେ, ପରିବାର ଲୋକେ କାମ କରିବାକୁ ବାହାରକୁ ଯାଇଥିବା ସମୟରେ ଯୁବକ ଜଣ ଘରକୁ ଆସି ନାବାଳିକାକୁ ଦୁଷ୍କର୍ମ କରିଥିଲେ । ତେବେ ଘଟଣା ପ୍ରଘଟ କଲେ, ମାରିଦେବାକୁContinue reading “ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ : ମୁରିବାହାଲ ଥାନାରେ ମାମଲା ପରେ ପୋଲିସର ତଦନ୍ତ”
ଚନ୍ଦ୍ରପୃଷ୍ଠରେ ହୋଇଥିଲା କି ଭୂମିକମ୍ପ ? ବିକ୍ରମ ଲ୍ୟାଣ୍ଡର ପେଲୋଡ୍ ଜରିଆରେ ଆସିଲା ଗ୍ରାଫ୍
କନକ ବ୍ୟୁରୋ : ଚନ୍ଦ୍ରକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଚନ୍ଦ୍ରରେ ହୋଇଥିଲା କି ଭୂମିକମ୍ପ ? ଅଗଷ୍ଟ ୨୬ରେ ଚନ୍ଦ୍ରରେ ପ୍ରାକୃତିକ ପ୍ରକ୍ରିୟା ଘଟିଥିବା ନେଇ ଟ୍ୱିଟ୍ କରି ସୂଚନା ଦେଲା ଇସ୍ରୋ । ଲ୍ୟାଣ୍ଡର ପେଲୋଡ୍ ଜରିଆରେ ସାମ୍ନାକୁ ଆସିଛି ଗ୍ରାଫ୍ । ଚନ୍ଦରେ କମ୍ପନ ସୃଷ୍ଟି ହେବା ନେଇ ଗ୍ରାଫରେ ସଙ୍କେତ ମିଳିଛି । ଲୁନାର ସେସମିକ୍ ଆକ୍ଟିଭିଟି ବା ଆଇଏଲ୍ଏସ୍ଏ ଏ ନେଇ ସୂଚନା ଦେଇଛି । ଇସ୍ରୋ ପକ୍ଷରୁContinue reading “ଚନ୍ଦ୍ରପୃଷ୍ଠରେ ହୋଇଥିଲା କି ଭୂମିକମ୍ପ ? ବିକ୍ରମ ଲ୍ୟାଣ୍ଡର ପେଲୋଡ୍ ଜରିଆରେ ଆସିଲା ଗ୍ରାଫ୍”
କେବେ ବାହା ହେବେ ଦୂତୀ ଚାନ୍ଦ ? କନକ ନ୍ୟୁଜକୁ କହିଲେ…
କନକ ବ୍ୟୁରୋ : କେବେ ବିବାହ କରିବେ ଆଥଲେଟ୍ ଦୂତୀ ଚାନ୍ଦ । ଅନେକ ଖେଳପ୍ରେମୀଙ୍କ ମନରେ ଏ ନେଇ ଦୀର୍ଘଦିନ ହେଲା ପ୍ରଶ୍ନ ଉଙ୍କି ମାରୁଛି । ତେବେ କନକ ନ୍ୟୁଜକୁ ଦୂତୀ କହିଛନ୍ତି, ସେ ଜଣଙ୍କ ସହିତ ରିଲେସିନସିପରେ ଅଛନ୍ତି । ଖେଳ କ୍ୟାରିୟର ଆଉ ଦୁଇ-ତିନି ବର୍ଷରେ ସରିଯିବ । ଆଉ ତା ପରେ ସେ ବିବାହ ବିଷୟରେ ଚିନ୍ତା କରିବେ । ୨୦୨୪ରେ ଦୂତୀ ଅବସର ପାଇଁ ଚିନ୍ତା କରିଥିଲେ ।Continue reading “କେବେ ବାହା ହେବେ ଦୂତୀ ଚାନ୍ଦ ? କନକ ନ୍ୟୁଜକୁ କହିଲେ…”
ପ୍ରଥମ ତିନି ମାସରେ ଜିଡିପି ଅଭିବୃଦ୍ଧି ହାର ୭.୮ % : ଦ୍ୱିତୀୟ ତ୍ରୈମାସିକ ରିପୋର୍ଟରେ ବି ବଢ଼ିଛି ଅଭିବୃଦ୍ଧି ହାର
କନକ ବ୍ୟୁରୋ : ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୭ ଦଶମିକ ୮ ପ୍ରତିଶତ ଅଭିବୃଦ୍ଧି ହୋଇଛି ଦେଶର ଘରୋଇ ଉତ୍ପାଦ । ଲଗାତର ଦ୍ୱିତୀୟ ତ୍ରୈମାସିକ ପାଇଁ ଜିଡିପି ଅଭିବୃଦ୍ଧି ବଢ଼ିଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଏନଏସଓ ପକ୍ଷରୁ ଜାରି ତଥ୍ୟରୁ ଏହା ଜଣାପଡ଼ିଛି । ତଥ୍ୟ ଅନୁସାରେ, ସେବା ଓ ମାନୁଫାକଚରିଂ କ୍ଷେତ୍ରର ପ୍ରଦର୍ଶନ ଉତ୍ସାହଜନକ ରହିବା କାରଣରୁ ଅର୍ଥନୀତି ବର୍ଷକ ଭିତରେ ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।Continue reading “ପ୍ରଥମ ତିନି ମାସରେ ଜିଡିପି ଅଭିବୃଦ୍ଧି ହାର ୭.୮ % : ଦ୍ୱିତୀୟ ତ୍ରୈମାସିକ ରିପୋର୍ଟରେ ବି ବଢ଼ିଛି ଅଭିବୃଦ୍ଧି ହାର”
ପୁଣି ମଣିପୁରରେ ହିଂସା : କୁକି ଓ ମୈତୀ ସମ୍ପ୍ରଦାୟ ମଧ୍ୟରେ ଗୁଳି ବିନିମୟ; ୫ରୁ ଅଧିକ ମୃତ, ୧୮ ଆହତ
କନକ ବ୍ୟୁରୋ : ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । କୁକି ଓ ମୈତୀ ସମ୍ପ୍ରଦାୟ ମଧ୍ୟରେ ଲଗାତର ଗୁଳିବିନିମୟ ଜାରି ରହିଛି । ଫଳରେ ଗତ ୭୨ ଘଣ୍ଟାରେ ୮ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସେହିପରି ୧୮ ଜଣ ଆହତ ମଧ୍ୟ ହୋଇଛନ୍ତି । ବିଷ୍ଣୁପୁର ଜିଲ୍ଲାର ଖୋଇରାଣ୍ଟକର ପାଦଦେଶ ଓ ଚୁରାଚାନ୍ଦପୁର ଜିଲ୍ଲାର ଚିଙ୍ଗାପେଇ ଓ ଖୌସାବୁଙ୍ଗ ଅଞ୍ଚଳରେ ଏହି ଗୁଳି ବିନିୟମ ହୋଇଥିବା ଅଧିକାରୀ କହିଛନ୍ତିContinue reading “ପୁଣି ମଣିପୁରରେ ହିଂସା : କୁକି ଓ ମୈତୀ ସମ୍ପ୍ରଦାୟ ମଧ୍ୟରେ ଗୁଳି ବିନିମୟ; ୫ରୁ ଅଧିକ ମୃତ, ୧୮ ଆହତ”
ଇସ୍ରୋର ସୂର୍ଯ୍ୟ ଅଭିଯାନ ପାଇଁ କାଉଣ୍ଟଡାଉନ ଆରମ୍ଭ : ଆସନ୍ତାକାଲି ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ମହାକାଶ ଯାନ- ଆଦିତ୍ୟ ଏଲ୍-ୱାନ୍
କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ର ସଫଳ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ-ଏଲ୍-୧’ ଆରମ୍ଭ କରିବାକୁ ଯାଉଛି । ଆଉ ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଇସ୍ରୋର ଏହି ମହତ୍ୱକାଂକ୍ଷୀ ମିଶନକୁ ସେପ୍ଟେମ୍ବର ୨ ତାରିଖରେ ପିଏସଏଲଭି- ଏକ୍ସଏଲ ରକେଟ୍ ସାହାଯ୍ୟରେ ଉତଷେପଣ କରାଯିବ । ଉତଷେପଣର ଠିକ୍ ୧୨୭ ଦିନ ପରେ ଏହା ଏହାର ବିନ୍ଦୁ ଏଲ୍-୧ରେ ପହଂଚିବ । ଏହି ସ୍ଥାନରେ ପହଞ୍ଚିବା ପରେContinue reading “ଇସ୍ରୋର ସୂର୍ଯ୍ୟ ଅଭିଯାନ ପାଇଁ କାଉଣ୍ଟଡାଉନ ଆରମ୍ଭ : ଆସନ୍ତାକାଲି ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ମହାକାଶ ଯାନ- ଆଦିତ୍ୟ ଏଲ୍-ୱାନ୍”
ମୁମ୍ବାଇରେ ବିରୋଧୀଙ୍କ ମେଳିର ଆଜି ଦ୍ୱିତୀୟ ଦିନ : ଜାରି ହୋଇପାରେ ଇଣ୍ଡିଆ ମେଣ୍ଟର ନୂଆ ଲୋଗୋ; ରହିବ ଜାତୀୟ ପତାକାର ତିନି ରଙ୍ଗ
କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବା ଉଦ୍ଦେଶ୍ୟରେ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ ମୁମ୍ବାଇରେ ଆରମ୍ଭ ହୋଇଛି । ବୈଠକରେ ସାମିଲ ହୋଇଛନ୍ତି ୨୮ ଦଳର ନେତା । ଆଜି ବୈଠକର ଦ୍ୱିତୀୟ ଦିନରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ସକାଳ ୧୦ଟାରେ ଆନୁଷ୍ଠାନିକ ବୈଠକ ହେବ । ଏଥିରେ ମେଣ୍ଟର ଲୋଗୋ ଓ ସଂଯୋଜକଙ୍କ ନାଁ ସାମ୍ନାକୁ ଆସିପାରେ । ଯାହା ସୂଚନା ମିଳିଛି, ଦୁଇ-ତିନୋଟି ନୂଆContinue reading “ମୁମ୍ବାଇରେ ବିରୋଧୀଙ୍କ ମେଳିର ଆଜି ଦ୍ୱିତୀୟ ଦିନ : ଜାରି ହୋଇପାରେ ଇଣ୍ଡିଆ ମେଣ୍ଟର ନୂଆ ଲୋଗୋ; ରହିବ ଜାତୀୟ ପତାକାର ତିନି ରଙ୍ଗ”
କଏଦୀଙ୍କ ଗୋଡରେ ଲାଗିବ ଜିପିଏସ୍: ଜାମିନରେ ଯାଇ ଅପରାଧ କଲେ ପଡିବେ ଧରା
କନକ ବ୍ୟୁରୋ: ଅନେକ ସମୟରେ ଅପରାଧୀମାନେ ଜାମିନରେ ବାହାରକୁ ଯିବା ପରେ ପୁଣି ଥରେ ସମାନ ଧରଣର ଅପରାଧ ଘଟାଇଥାନ୍ତି । ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥାନ୍ତି । ଆଉ ସେମାନଙ୍କୁ ଧରିବା ପାଇଁ ରାଜକୋଷରୁ ପୁଣି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଏହାକୁ ରୋକିବା ପାଇଁ କଏଦୀଙ୍କ ଗୋଡରେ ଜିପିଏସ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି, ଜେଲ୍ ଡିଜି ମନୋଜ ଛାବ୍ରା । ସଂସଦୀୟ ବ୍ୟାପାର କମିଟିକ୍ରୁ ସେ ଏହି ପ୍ରସ୍ତାବ ଦେଇଛନ୍ତିContinue reading “କଏଦୀଙ୍କ ଗୋଡରେ ଲାଗିବ ଜିପିଏସ୍: ଜାମିନରେ ଯାଇ ଅପରାଧ କଲେ ପଡିବେ ଧରା”