କନକ ବ୍ୟୁରୋ : ଭୁବନେଶ୍ୱରରୁ ଉତକେଲାକୁ ଆରମ୍ଭ ହେଲା ବିମାନ ସେବା । ଭର୍ଚୁଆଲରେ ଶୁଭାରମ୍ଭ କଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଭୁବନେଶ୍ୱରରେ ଫ୍ଲାଗଅପ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ବିମାନବନ୍ଦରରୁ ଛାଡ଼ିଲା ପ୍ରଥମ ବିମାନ । ଉତକେଲାରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟ ସଭା ସାଂସଦ ସୁଜିତ କୁମାର ଓ ସ୍ଥାନୀୟ ବିଧାୟକ ପ୍ରଦୀପ୍ତ ନାଏକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।Continue reading “ଭୁବନେଶ୍ୱରରୁ ଉତକେଲାକୁ ବିମାନ ସେବା ଆରମ୍ଭ : ଭର୍ଚୁଆଲରେ ଶୁଭାରମ୍ଭ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ; ଫ୍ଲାଗଅପ୍ କଲେ ମୁଖ୍ୟମନ୍ତ୍ରୀ”
Tag Archives: News
ରାଜ୍ୟ ଶାସନ ବ୍ୟବସ୍ଥାକୁ ନେଇ ଧର୍ମେନ୍ଦ୍ରଙ୍କ ଟାର୍ଗେଟ : ପ୍ରତାପ ରୁଦ୍ରଦେବଙ୍କ ପରବର୍ତ୍ତୀ ଶାସନ ସହ କଲେ ତୁଳନା
କନକ ବ୍ୟୁରୋ : ରାଜ୍ୟ ଶାସନ ବ୍ୟବସ୍ଥାକୁ ନେଇ ପୁଣି ଥରେ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶଶିକଳା ସିଣ୍ଡ୍ରୋମ ପରେ ପ୍ରତାପରୁଦ୍ର ଦେବଙ୍କ ପରବର୍ତ୍ତୀ ଶାସନ ବ୍ୟବସ୍ଥା ସହିତ ରାଜ୍ୟର ବର୍ତମାନର ସ୍ଥିତିକୁ ତୁଳନା କରିଛନ୍ତି । ନଟବର ଖୁଂଟିଆଙ୍କ ସୋସିଆଲ ମିଡିଆ ଲେଖା ପଢି ଧର୍ମେନ୍ଦ୍ର ପ୍ରଧାନ ଚିନ୍ତା ପ୍ରକଟ କରିଛନ୍ତି । କହିଛନ୍ତି ଓଡ଼ିଶାର ଇତିହାସକୁ ବର୍ତ୍ତମାନ ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ସହ ନଟବର ଖୁଂଟିଆ ସଠିକ୍ ତୁଳନାContinue reading “ରାଜ୍ୟ ଶାସନ ବ୍ୟବସ୍ଥାକୁ ନେଇ ଧର୍ମେନ୍ଦ୍ରଙ୍କ ଟାର୍ଗେଟ : ପ୍ରତାପ ରୁଦ୍ରଦେବଙ୍କ ପରବର୍ତ୍ତୀ ଶାସନ ସହ କଲେ ତୁଳନା”
ଘର ଭିତରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର : ୭ମାସ ପୂର୍ବେ କରିଥିଲେ ବିବାହ
କନକ ବ୍ୟୁରୋ : ଘର ଭିତରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର । ବାଙ୍କୀ ଥାନା ଅନ୍ତର୍ଗତ ଭେଡ଼ା ରାମଚନ୍ଦ୍ରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନିଜ ଶୋଇବା ଘର ଭିତରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦୁଇଜଣ ସେହି ଗାଁର ଧରଣୀଧର ସାହୁ ଓ ନିରୁପମା ସାହୁ ବୋଲି ଜଣାପଡ଼ିଛି । ୭ ମାସ ତଳେ ଏହି ଦୁଇ ଜଣଙ୍କର ବାହାଘର ହୋଇଥିଲା । ଧରଣୀଧର ଭୁବନେଶ୍ୱରରେ ଏକ ମିଠା ଦୋକାନContinue reading “ଘର ଭିତରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର : ୭ମାସ ପୂର୍ବେ କରିଥିଲେ ବିବାହ”
ହାତୀ ଆସିଲେ ବାଜିବ ସାଇରନ୍ : ପ୍ରାୟ ୧ କିଲୋମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଶୁଭିବ ଶବ୍ଦ
କନକ ବ୍ୟୁରୋ : ହାତୀ ଆସିଲେ ବାଜିବ ସାଇରନ୍ । ଅନୁଗୁଳ ବନ୍ତଳା ବନାଞ୍ଚଳରେ ସାଇରନ୍ ମେସିନ୍ ଲଗାଇଲା ବନ ବିଭାଗ । ତଳଗଡ଼ ଗାଁରେ ପରୀକ୍ଷାମୂଳକ ଭାବେ ଏହି ଯନ୍ତ୍ରକୁ ଲଗାଯାଇଛି । ଏହା ମାଧ୍ୟମରେ ହାତୀର ଗତିବିଧିକୁ ଲୋକେ ସହଜରେ ଜାଣି ପାରିବା ସହ ସଚେତନ ହୋଇପାରିବେ । ଏହି ଯନ୍ତ୍ରରେ ଏକ ସିମ୍ ରହିଛି । ଉଭୟ ମେସେଜ୍, କଲ ଓ ଇଣ୍ଟରନେଟର ସଂଯୋଗରେ ଏହା ନିୟନ୍ତ୍ରଣ ହେବ । ଫରେଷ୍ଟର, ରେଞ୍ଜContinue reading “ହାତୀ ଆସିଲେ ବାଜିବ ସାଇରନ୍ : ପ୍ରାୟ ୧ କିଲୋମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଶୁଭିବ ଶବ୍ଦ”
‘ଏଭଳି ସ୍ୱାମୀ ଖୋଜ ଯିଏ ଘରର ସବୁ କାମ କରିପାରିବ’: ଦିବଙ୍ଗତ ପତ୍ନୀଙ୍କୁ ମନେ ପକାଇ ଏଭଳି କହିଲେ ମୁଖ୍ୟ ବିଚାରପତି
କନକ ବ୍ୟୁରୋ: ‘୩୬୪ ଦିନ କେବେବି ଛୁଟି ନାହିଁ, ୨୪ ଘଣ୍ଟିଆ କାମ କରିବ, ଏଭଳି ସ୍ୱାମୀ ଖୋଜ ଯିଏ ଘରର ସବୁ କାମ କରିପାରୁଥିବ’ । ଏହା ଥିଲା ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ପ୍ରଥମ ତଥା ଦବିଙ୍ଗତ ପତ୍ନୀ ରଶ୍ମୀ ଚନ୍ଦ୍ରଚୂଡଙ୍କ ଇଣ୍ଟରଭ୍ୟୁ ଏକ୍ସପେରିଏନ୍ସ । ନିକଟରେ ଲ ଷ୍ଟୁଡେଣ୍ଟସଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବ ପତ୍ନୀଙ୍କ ଆଇନଜୀବୀ ଜୀବନର କିଛି ସ୍ମୃତିକୁ ଦୋହରାଇଥିଲେ । ତାଙ୍କ ସ୍ୱର୍ଗତ ପତ୍ନୀ ରଶ୍ମୀ ପେଶାରେ ଜଣେContinue reading “‘ଏଭଳି ସ୍ୱାମୀ ଖୋଜ ଯିଏ ଘରର ସବୁ କାମ କରିପାରିବ’: ଦିବଙ୍ଗତ ପତ୍ନୀଙ୍କୁ ମନେ ପକାଇ ଏଭଳି କହିଲେ ମୁଖ୍ୟ ବିଚାରପତି”
ସଡ଼କ ସୁରକ୍ଷା ଦିଗରେ ବଡ଼ ପଦକ୍ଷେପ : ବ୍ଲକ ସ୍ତରରୁ ସହରାଞ୍ଚଳର ସବୁ ରୋଡ ଇଞ୍ଜିନିୟରଙ୍କୁ ଦିଆଯିବ ପ୍ରଶିକ୍ଷଣ
କନକ ବ୍ୟୁରୋ : ସଡ଼କ ସୁରକ୍ଷା ଦିଗରେ ବଡ଼ ପଦକ୍ଷେପ । ରୋଡ ଇଞ୍ଜିନିୟରିଂ ସମ୍ପର୍କିତ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ । ବ୍ଲକ ସ୍ତରରୁ ସହରାଞ୍ଚଳର ସବୁ ରୋଡ ଇଞ୍ଜିନିୟରଙ୍କୁ ପ୍ରଶିକ୍ଷଣ ଦିଆଯିବ । ରାସ୍ତା କଡରେ ରହୁଥିବା ଗାଁଗୁଡିକରେ ୧୦ ଜଣ ଯୁବକଙ୍କୁ ଚିକିତ୍ସା ପ୍ରଶିକ୍ଷଣ ପ୍ରଦାନ କରାଯିବ । ଦୁର୍ଘଟଣା ହେଲେ କିପରି ଲୋକଙ୍କୁ ତୁରନ୍ତ ଚିକିତ୍ସା କରାଯିବ ସେନେଇ ସେମାନଙ୍କୁ ରେଡକ୍ରସ୍ ପକ୍ଷରୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏଥିସହ ଅଟୋ ଚାଳକଙ୍କୁContinue reading “ସଡ଼କ ସୁରକ୍ଷା ଦିଗରେ ବଡ଼ ପଦକ୍ଷେପ : ବ୍ଲକ ସ୍ତରରୁ ସହରାଞ୍ଚଳର ସବୁ ରୋଡ ଇଞ୍ଜିନିୟରଙ୍କୁ ଦିଆଯିବ ପ୍ରଶିକ୍ଷଣ”
ରସାବଳିକୁ ଜିଆଇ ଟ୍ୟାଗ ପାଇଁ ସରକାରଙ୍କ ପ୍ରୟାସ : ଉତ୍ପତ୍ତି ଓଡିଶାରୁ ହୋଇଥିବାରୁ ଜିଆଇ ଟ୍ୟାଗ ପାଇଁ ଉଦ୍ୟମ
କନକ ବ୍ୟୁରୋ : ରସାବଳିକୁ ମିଳିବ ଜିଆଇ ଟ୍ୟାଗ । ଏନେଇ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ । ବଳଦେବଜିଉଙ୍କ ଜନ୍ମଦିନ ବା ଗହ୍ମା ପୂର୍ଣ୍ଣିମା ଦିନ ରାଜ୍ୟ ସାରା ରସାବଳି ଦିବସ ପଳାନ କରାଯାଉ ବୋଲି ଦାବି କରିଛି ଓଡ଼ିଶା ସଂସ୍କୃତି ଓ ପରମ୍ପରା ପୁନରୁଦ୍ଧାର ସମିତି । ରସଗୋଲାକୁ ନୀଳାଦ୍ରି ବିଜୟ ବେଳେ ସମସ୍ତେ ଯେପରି ରସଗୋଲା ଦିବସ ଭାବେ ପାଳନ କରୁଛନ୍ତି, ରସାବଳିକୁ ମଧ୍ୟ ଗହ୍ମା ପୂର୍ଣ୍ଣିମା ଦିନ ରସାବଳି ଦିବସContinue reading “ରସାବଳିକୁ ଜିଆଇ ଟ୍ୟାଗ ପାଇଁ ସରକାରଙ୍କ ପ୍ରୟାସ : ଉତ୍ପତ୍ତି ଓଡିଶାରୁ ହୋଇଥିବାରୁ ଜିଆଇ ଟ୍ୟାଗ ପାଇଁ ଉଦ୍ୟମ”
ଲୋକପ୍ରିୟ ରିଆଲିଟି ଶୋ’ ବିଗବସରେ ନଜର ଆସିବେ ସୀମା ହାଇଦର । ତାଙ୍କ ସହ ନଜର ଆସିବେ ସଚିନ୍
କନକ ବ୍ୟୁରୋ: ‘ବିଗ୍ବସ୍ ଓଟିଟି-୨’ ପରେ ବର୍ତ୍ତମାନ ଟିଭିରେ ପ୍ରସାରିତ ହେବାକୁ ଥିବା ‘ବିଗ୍ବସ୍’ରେ ନଜର ଆସିବେ ସଲ୍ମାନ୍ ଖାନ୍। ‘ବିଗ୍ବସ୍-୧୭’ ପାଇଁ ଏବେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥର ଖାସ୍ ପ୍ରତିଯୋଗୀଙ୍କୁ ନେଇ ଚର୍ଚ୍ଚା । ‘ବିଗ୍ବସ୍’ ପ୍ରତିଯୋଗୀ ଭାବେ ସୀମା ହାଇଦରଙ୍କ ନାମ ନେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏବେ ଚାରିଆଡ଼େ ଏହି ଗୋଟାଏ ହିଁ ଆଲୋଚନା ହେଉଛି ଯେ ପାକିସ୍ତାନରୁ ନିଜ ପ୍ରେମିକ ସଚିନଙ୍କ ପାଖକୁ ଧାଇଁ ଆସିଥିବାContinue reading “ଲୋକପ୍ରିୟ ରିଆଲିଟି ଶୋ’ ବିଗବସରେ ନଜର ଆସିବେ ସୀମା ହାଇଦର । ତାଙ୍କ ସହ ନଜର ଆସିବେ ସଚିନ୍”
ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଜି ହେବ ନିର୍ବାଚନ : ସୁନୀତା ସେଠୀଙ୍କ ବିୟୋଗ ପରେ ଖାଲି ଅଛି ପଦ
କନକ ବ୍ୟୁରୋ : ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଜି ହେବ ନିର୍ବାଚନ । ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ରହିଆସିଥିବା ସୁନୀତା ସେଠୀଙ୍କ ଅକାଳ ବିୟୋଗ ପରେ ଏହି ପଦ ଖାଲି ପଡ଼ିଛି । ବ୍ଲକରେ ଅଛି ୨୫ଟି ପଞ୍ଚାୟତ । ସେଥିମଧରୁ ଗୋଟିଏ ପଞ୍ଚାୟତର ସମିତି ମେମ୍ବର ବର୍ତ୍ତମାନ ଜେଲରେ କଏଦୀ ଅଛନ୍ତି । ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଦିଗପହଣ୍ଡି ରାଜନୀତିରେ ବିଜେଡି-ବିଜେଡି ମଧ୍ୟରେ ବିବାଦ ଦେଖାଦେଇଛି । ବିପିନ ଗୋଷ୍ଠୀ ଏବଂContinue reading “ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଜି ହେବ ନିର୍ବାଚନ : ସୁନୀତା ସେଠୀଙ୍କ ବିୟୋଗ ପରେ ଖାଲି ଅଛି ପଦ”
ଦୀଘା ସମୁଦ୍ରରୁ ଧରାହେଲା ୯ଟି ଦାମୀ ମାଛ : ୯ଟି ଦାମୀ ମାଛକୁ ଲକ୍ଷାଧିକ ଟଙ୍କାରେ ବିକ୍ରି
କନକ ବ୍ୟୁରୋ : ପଶ୍ଚିମବଙ୍ଗ ଦୀଘା ସମୁଦ୍ରରେ ଧରାପଡ଼ିଲା ଲକ୍ଷାଧିକ ଟଙ୍କାର ତେଲିଆ ଭୋଲା ମାଛ । ପ୍ରତ୍ୟେକ ମାଛର ଓଜନ ପ୍ରାୟ ୨୫ରୁ ୩୦ କିଲୋଗ୍ରାମ ହେବ । ଧରା ହୋଇଥିବା ୯ଟି ମାଛକୁ ଓଡ଼ିଶାର ଧାମରା ଅଞ୍ଚଳର ଜଣେ ମତ୍ସ୍ୟଜୀବୀ ଦୀଘା ଏଷ୍ଟୁରିଆକୁ ଆଣି ବିକ୍ରି କରିଛନ୍ତି । ଏହି ମାଛର ବଜାର ମୂଲ୍ୟ କେଜି ପିଛା ୩ହଜାର ଶହେ ଟଙ୍କା ରହିଛି । ସ୍ଥାନୀୟ ଅଞ୍ଚଳରେ ଏହି ମାଛକୁ ତେଲିଆ ଭୋଲା ମାଛContinue reading “ଦୀଘା ସମୁଦ୍ରରୁ ଧରାହେଲା ୯ଟି ଦାମୀ ମାଛ : ୯ଟି ଦାମୀ ମାଛକୁ ଲକ୍ଷାଧିକ ଟଙ୍କାରେ ବିକ୍ରି”