ଦେବଗଡ଼ ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା : ୧୩ଜଣ ମହିଳା ଆହତ ହୋଇଥିବା ସୂଚନା

କନକ ବ୍ୟୁରୋ : ଦେବଗଡ଼ ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା । ଜିଲ୍ଲା ବିଜେପି କାର୍ଯ୍ୟାଳୟରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ୪୯ ନମ୍ବର ଜାତୀୟ ରାଜପଥ ବାଇପାସ ରାସ୍ତାରେ ହୋଇଥିବା ଏହି ଦୁର୍ଘଟଣାରେ ୧୩ ଜଣ ମହିଳା ଆହତ ହୋଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ମହିଳା, କିଶୋରୀ ଓ ଶିଶୁ ଆହତ ଆହତ ହୋଇଛନ୍ତି । ସମସ୍ତ ଗୁରୁତର ଦେବଗଡ଼ ପୌରାଂଚଳContinue reading “ଦେବଗଡ଼ ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା : ୧୩ଜଣ ମହିଳା ଆହତ ହୋଇଥିବା ସୂଚନା”

ମୁମ୍ବାଇରେ ବଚ୍ଚନ ପରିବାରକୁ ଭେଟିଲେ ମମତା ବାନାର୍ଜୀ : ଅମିତାଭ ବଚ୍ଚନଙ୍କୁ ରାକ୍ଷୀ ବାନ୍ଧିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ‘ଇଣ୍ଡିଆ’ ମେଣ୍ଟ ବୈଠକରେ ଯୋଗ ଦେବାକୁ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁମ୍ବାଇରେ ପହଞ୍ଚିଛନ୍ତି । ମୁମ୍ବାଇରେ ସେ ବଚ୍ଚନ ପରିବାରକୁ ଭେଟିଛନ୍ତି । ଏହି ସାକ୍ଷାତ ଆଲୋଚନା ବେଳେ ଅଭିନେତା ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଅଭିଷେକ ବଚ୍ଚନ ଓ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଉପସ୍ଥିତ ଥିଲେ । ମୁମ୍ବାଇରେ ପହଞ୍ଚିବା ପରେ ସେ ସିଧା ଅମିତାଭଙ୍କ ଘରକୁ ଯାଇ ତାଙ୍କୁ ରାକ୍ଷୀ ବାନ୍ଧିଥିଲେ ।Continue reading “ମୁମ୍ବାଇରେ ବଚ୍ଚନ ପରିବାରକୁ ଭେଟିଲେ ମମତା ବାନାର୍ଜୀ : ଅମିତାଭ ବଚ୍ଚନଙ୍କୁ ରାକ୍ଷୀ ବାନ୍ଧିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ”

ଏଲପିଜି ପରେ କମିବ ପେଟ୍ରୋଲ, ଡିଜେଲ ଦର ! ଦୀର୍ଘଦିନ ହେବ ଇନ୍ଧନ ଦରରେ ସଂଶୋଧନ କରିନାହାନ୍ତି ତେଲ କମ୍ପାନୀ

କନକ ବ୍ୟୁରୋ : ଏଲପିଜି ପରେ କମିପାରେ ପେଟ୍ରୋଲ ଓ ଡିଜେଲ ଦର । ଅନେକ ଦିନ ହେବ ଉଭୟ ଇନ୍ଧନ ଦରରେ ସଂଶୋଧନ କରିନାହାନ୍ତି ତେଲ କମ୍ପାନୀ । ପ୍ରଥମ ତୈମାସରେ ତେଲ କମ୍ପାନୀ ଗୁଡ଼ିକର ଲାଭ ଆଶାତୀତ ବୃଦ୍ଧି ପାଇଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ପ୍ରାୟ ୮୫ ଡଲାର ସ୍ତରରେ ରହିଛି । ଏପରି ସ୍ଥିତିରେ କେନ୍ଦ୍ର ସରକାର ତେଲ ଦର ହ୍ରାସ କରିପାରନ୍ତି ବୋଲିContinue reading “ଏଲପିଜି ପରେ କମିବ ପେଟ୍ରୋଲ, ଡିଜେଲ ଦର ! ଦୀର୍ଘଦିନ ହେବ ଇନ୍ଧନ ଦରରେ ସଂଶୋଧନ କରିନାହାନ୍ତି ତେଲ କମ୍ପାନୀ”

ଶ୍ରୀମନ୍ଦିରରେ ଆଜି ଗହ୍ମା ପୂର୍ଣ୍ଣିମା : ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ; ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଦେବୀ ସୁଭଦ୍ରା

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା । ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ । ଦେବୀ ସୁଭଦ୍ରା ଦୁଇ ଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ । ପାଟରା ବିଶୋଇ ସେବକ ଜଗନ୍ନାଥ ପାତ୍ରଙ୍କ ଦ୍ୱାରା ରାକ୍ଷୀ ପ୍ରସ୍ତୁତ କରାଯାଇଛି । ଦୁଇ ଭାଇଙ୍କ ଭୁଜ ପାଇଁ ବାସୁଙ୍ଗା ପାଟରେ ରାକ୍ଷୀ ପ୍ରସ୍ତୁତ ହୋଇଛି । ଏଥିସହ ୪ ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଇଛି । ଆଜି ଏସବୁକୁ ଶ୍ରୀମନ୍ଦିର ନିଆଯିବContinue reading “ଶ୍ରୀମନ୍ଦିରରେ ଆଜି ଗହ୍ମା ପୂର୍ଣ୍ଣିମା : ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ; ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଦେବୀ ସୁଭଦ୍ରା”

ଅଗଷ୍ଟ ମାସରେ ଚିନ୍ତା ବଢ଼ାଇଲା ନିଅଣ୍ଟିଆ ବର୍ଷା : ସ୍ୱାଭାବିକ ଠାରୁ ୩୩% କମ୍ ବର୍ଷା ରେକର୍ଡ; ୧୧ ଜିଲ୍ଲାରେ ସ୍ଥିତି ସଙ୍ଗୀନ

କନକ ବ୍ୟୁରୋ : ସରିଲା ଶ୍ରାବଣ, କିନ୍ତୁ ବର୍ଷାର ଦେଖାନାହିଁ । ନା ଅଛି ମୌସୁମୀ ବର୍ଷା ନା ଲଘୁଚାପଜନିତ ବର୍ଷା । ନିଅଣ୍ଟିଆ ବର୍ଷା ଯୋଗୁଁ ସବୁଠି ସ୍ଥିତି ବେହାଲ । କେବଳ ଉତ୍ତର-ପୂର୍ବର କିଛି ରାଜ୍ୟ ଓ ଦକ୍ଷିଣର କିଛି ଅଞ୍ଚଳକୁ ଛାଡ଼ି ଦେଲେ ବାକି ରାଜ୍ୟ ଗୁଡ଼ିକରେ ଭଲ ବର୍ଷା ଆଶା କ୍ଷୀଣ । ଏଭଳି ସ୍ଥିତିରେ ୧୨୦ ବର୍ଷରେ ସବୁଠୁ ଶୁଖିଲା ପାଲଟିଛି ଅଗଷ୍ଟ । ଅର୍ଥାତ ଅଗଷ୍ଟ ମାସରେ ସ୍ୱାଭାବିକContinue reading “ଅଗଷ୍ଟ ମାସରେ ଚିନ୍ତା ବଢ଼ାଇଲା ନିଅଣ୍ଟିଆ ବର୍ଷା : ସ୍ୱାଭାବିକ ଠାରୁ ୩୩% କମ୍ ବର୍ଷା ରେକର୍ଡ; ୧୧ ଜିଲ୍ଲାରେ ସ୍ଥିତି ସଙ୍ଗୀନ”

ଉତକେଲାରୁ ଆଜିଠୁ ଉଡ଼ିବ ବିମାନ : ଭର୍ଚୁଆଲରେ ଶୁଭାରମ୍ଭ କରିବେ ଜ୍ୟୋତିରାଦିତ୍ୟ ସିନ୍ଧିଆ; ଭିଡିଓ କନଫରେନ୍ସିଂରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଆଜିଠୁ ଉତକେଲା ବିମାନ ବନ୍ଦରରୁ ଉଡ଼ିବ ବିମାନ । ଅର୍ଥାତ୍ କଳାହାଣ୍ଡି ଜିଲ୍ଲାର ଉତକେଲା ବିମାନବନ୍ଦରରୁ ଆରମ୍ଭ ହେବ ବିମାନ ଚଳାଚଳ । ପୂର୍ବାହ୍ନ ୧୦ଟା ୩୫ ମିନିଟରେ ଉତକେଲା ବିମାନ ବନ୍ଦରରୁ ପ୍ରଥମ ବିମାନ ଭୁବନେଶ୍ୱରକୁ ଯାତ୍ରା କରିବ । ଏହାକୁ ଭର୍ଚୁଆଲରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ଉଦଘାଟନ କରିବେ । ସେହିପରି ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସContinue reading “ଉତକେଲାରୁ ଆଜିଠୁ ଉଡ଼ିବ ବିମାନ : ଭର୍ଚୁଆଲରେ ଶୁଭାରମ୍ଭ କରିବେ ଜ୍ୟୋତିରାଦିତ୍ୟ ସିନ୍ଧିଆ; ଭିଡିଓ କନଫରେନ୍ସିଂରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ”

ପୁରୀରେ ପୁଣି ଜଘନ୍ୟ ହତ୍ୟାକାଣ୍ଡ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଲୁହାଛଡରେ ପିଟିପିଟି ହତ୍ୟା; ଅଭିଯୁକ୍ତ ବାପା ଓ ୨ପୁଅ ଫେରାର

କନକ ବ୍ୟୁରୋ : ପୁରୀରେ ପୁଣି ଜଘନ୍ୟ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କୁମ୍ଭାରପଡା ଥାନା ଜଟିଆବାବାଜୀ ଛକ ଜଳଖିଆ ଦୋକାନରେ ବସିଥିବାବେଳେ ଜଣକୁ ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ବଳଗଣ୍ଡି ରାୟବାହାଦୂର ଲେନ ଗୋପବନ୍ଧୁ କଲୋନୀର ନଡୁ ନାୟକ । ସେ ଜଳଖିଆ ଦୋକାନରେ ବସିଥିବା ବେଳେ ତାଙ୍କୁ ଲୁହାରଡରେ ପିଟିପଟି ହତ୍ୟା କରାଯାଇଛି । କୁମ୍ଭାରପଡା ପୁଲିସ ମୃତଦେହକୁ ଜବତ କରିଛି । ହତ୍ୟାକାଣ୍ଡରେ ଅଭିଯୁକ୍ତ ବାପ ଓ ଦୁଇପୁଅ ବଡସାହିContinue reading “ପୁରୀରେ ପୁଣି ଜଘନ୍ୟ ହତ୍ୟାକାଣ୍ଡ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଲୁହାଛଡରେ ପିଟିପିଟି ହତ୍ୟା; ଅଭିଯୁକ୍ତ ବାପା ଓ ୨ପୁଅ ଫେରାର”

ଏସିଆ କପ୍ ଆରମ୍ଭରୁ ପାକିସ୍ତାନର ଦମଦାର ବିଜୟ : ପ୍ରଥମ ମ୍ୟାଚରେ ୨୩୮ ରନରେ ହାରିଲା ନେପାଳ; ଆଜି ଶ୍ରୀଲଙ୍କା-ବାଂଲାଦେଶ ମୁକାବିଲା

କନକ ବ୍ୟୁରୋ : ବଡ଼ ବିଜୟ ସହ ଏସିଆ କପ୍ ଅଭିଯାନ ଆରମ୍ଭ କରି ପାକିସ୍ତାନ । ପ୍ରଥମ ମ୍ୟାଚରେ ବାବର ଆଜମଙ୍କ ଦଳ ୨୩୮ ରନରେ ନେପାଳକୁ ହରାଇଛି । ଘରୋଇ ମାଟିରେ ଖେଳୁଥିବା ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ କରିଥିଲା ୩୪୨ ରନ୍ । ଜବାବରେ ମାତ୍ର ୧୦୪ ରନରେ ଅଲଆଉଟ ହୋଇଥିଲା ନେପାଳ । ପାକିସ୍ତାନ ଏକ ସମୟରେ ୧୨୪ ରନରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ।Continue reading “ଏସିଆ କପ୍ ଆରମ୍ଭରୁ ପାକିସ୍ତାନର ଦମଦାର ବିଜୟ : ପ୍ରଥମ ମ୍ୟାଚରେ ୨୩୮ ରନରେ ହାରିଲା ନେପାଳ; ଆଜି ଶ୍ରୀଲଙ୍କା-ବାଂଲାଦେଶ ମୁକାବିଲା”

ଦିନକ ପରେ ଇସ୍ରୋର ସୂର୍ଯ୍ୟ ଯାତ୍ରା : ଉତକ୍ଷେପଣ ସ୍ଥଳରେ ପହଞ୍ଚିଲା ପିଏସ୍ଏଲଭି-ସି-୫୭ ରକେଟ୍; ଅଭ୍ୟାସ ସହ ରକେଟର ସମସ୍ତ ଇଣ୍ଟେରିୟରର ହେଲା ଯାଞ୍ଚ

କନକ ବ୍ୟୁରୋ : ଦିନକ ପରେ ଇସ୍ରୋର ମିଶନ୍ ସନ୍ ବା ସୂର୍ଯ୍ୟ ଯାତ୍ରା ଆରମ୍ଭ ହେବ । ଆଦିତ୍ୟ-ଏଲ-୧ ମିଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତର ପ୍ରଥମ ‘ସୂର୍ଯ୍ୟ’ ଯାତ୍ରା ରକେଟ୍ ପିଏସ୍ଏଲଭି-ସି-୫୭ ଉତକ୍ଷେତଣସ୍ଥଳରେ ପହଞ୍ଚି ସାରିଛି । ଗୁରୁବାର ଉତକ୍ଷେପଣର ସମସ୍ତ ରିହର୍ସଲ ଶେଷ ହୋଇଛି । ରକେଟର ସମସ୍ତ ଇଂଟେରିୟର ଯାଞ୍ଚ ମଧ୍ୟ କରାଯାଇଛି । ୨୦୨୩ ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୧୧ଟା ୫୦ ମିନିଟରେ ଏହାରContinue reading “ଦିନକ ପରେ ଇସ୍ରୋର ସୂର୍ଯ୍ୟ ଯାତ୍ରା : ଉତକ୍ଷେପଣ ସ୍ଥଳରେ ପହଞ୍ଚିଲା ପିଏସ୍ଏଲଭି-ସି-୫୭ ରକେଟ୍; ଅଭ୍ୟାସ ସହ ରକେଟର ସମସ୍ତ ଇଣ୍ଟେରିୟରର ହେଲା ଯାଞ୍ଚ”

ଆଜିଠାରୁ ବିରୋଧୀ ଇଣ୍ଡିଆ ମେଣ୍ଟର ୨ ଦିନିଆ ବୈଠକ : ସାମିଲ ହେବେ ୨୬ରୁ ଅଧିକ ବିରୋଧୀ ଦଳ; ହୋଇପାରେ ନୂଆ ମେଣ୍ଟର ଲୋଗୋ ଉନ୍ମୋଚନ

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନରେ ମୋଦୀ ସରକାରକୁ ଟକ୍କର ଦେବା ପୁଣି ଏକାଠି ହେଉଛନ୍ତି ବିରୋଧୀ ମେଣ୍ଟ । ଆଜିଠାରୁ ମୁମ୍ବାଇରେ ଦୁଇ ଦିନିଆ ବିରୋଧୀ ଦଳ ବୈଠକ ହେବ । ଏଥିରେ ସାମିଲ ହେବେ ୨୬ରୁ ଅଧିକ ବିରୋଧୀ ଦଳ । ଏହି ବୈଠକ ମୁମ୍ବାଇରେ ହେଉଥିବାରୁ ତିନି ମହାବିକାଶ ଅଘାଡ଼ି ଦଳ କଂଗ୍ରେସ, ଏନସିପି ଓ ଶିବସେନା ଏହି ଦାୟିତ୍ୱ ତୁଲାଉଛନ୍ତି । ବୈଠକ ପୂର୍ବରୁ ବୁଧବାର ତିନି ଦଳର ନେତାContinue reading “ଆଜିଠାରୁ ବିରୋଧୀ ଇଣ୍ଡିଆ ମେଣ୍ଟର ୨ ଦିନିଆ ବୈଠକ : ସାମିଲ ହେବେ ୨୬ରୁ ଅଧିକ ବିରୋଧୀ ଦଳ; ହୋଇପାରେ ନୂଆ ମେଣ୍ଟର ଲୋଗୋ ଉନ୍ମୋଚନ”

Design a site like this with WordPress.com
Get started