ଅନୁଗୁଳ ବନ୍ତଳା ଅଂଚଳରେ ଦନ୍ତା ହାତୀ ଆତଙ୍କ । ଗାଁରେ ପଶି ମଣିଷ ମାରିବା ପରେ ମାରିଲା ମଇଁଷି

କନକ ବ୍ୟୁରୋ : ଜଙ୍ଗଲ ଛାଡି ଗାଁରେ ଆତଙ୍କ ଖେଳାଉଛି ଦନ୍ତାହାତୀ । ହାତୀ-ମଣିଷ ଲଢେଇରେ ମଣିଷ ଓ ମଇଁଷିର ମୃତ୍ୟୁ ପରେ ତାତି ଉଠିଛନ୍ତି ଗ୍ରାମବାସୀ । ଅନୁଗୁଳ ଜିଲ୍ଲା ବନ୍ତଳା-ସାତକୋଶିଆ ରାସ୍ତା ଅବରୋଧ କରିଛନ୍ତି । ଗତକାଲି ଜଣଙ୍କ ଜୀବନ ନେଇଥିବା ଦନ୍ତାହାତୀ ଆଜି ମଇଁଷି ଗୋଠରେ ପଶି ମଇଁଷି ମାରିଦେଇଛି । ବନ୍ତଳା ବନାଂଚଳ ମଧୁପୁର ଗାଁରେ ସାରା ରାତି ଉପଦ୍ରବ କରିଥିବା ହାତୀ ସକାଳୁ ପୋଖରିରେ ବୁଡ ପକାଉଥିବା ଦେଖିବାକୁ ମିଳିଛିContinue reading “ଅନୁଗୁଳ ବନ୍ତଳା ଅଂଚଳରେ ଦନ୍ତା ହାତୀ ଆତଙ୍କ । ଗାଁରେ ପଶି ମଣିଷ ମାରିବା ପରେ ମାରିଲା ମଇଁଷି”

ରାକ୍ଷୀ ପୂର୍ଣ୍ଣିମାରେ ରାହୁଲ ଗାନ୍ଧୀଙ୍କ ଭିଡିଓ । ପିଲା ଦିନରୁ ଭଉଣୀ ପ୍ରିୟଙ୍କାଙ୍କ ସହ ବିତାଇଥିବା ମୁହୁର୍ତର ଭିଡିଓ ସୋସିଆଲ ମିଡିଆରେ କଲେ ସେୟାର

କନକ ବ୍ୟୁରୋ : ରାକ୍ଷୀ ପୂର୍ଣ୍ଣିମାରେ ଭିଡିଓ ସେୟାର କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ପିଲା ଦିନରୁ ଭଉଣୀ ପ୍ରିୟଙ୍କାଙ୍କ ସହ ବିତାଇଥିବା ମୁହୁର୍ତର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବିଭିନ୍ନ ରାଲି ସମାବେଶ ଠାରୁ ନେଇ ଭାରତ ଯୋଡ ଯାତ୍ରା ସମୟରେ ପ୍ରିୟଙ୍କାଙ୍କ ସହ ବିତାଇଥିବା ମୁହୁର୍ତର ଭିଡିଓ ସେୟାର କରିଛନ୍ତି । ଏହାସହ ରାହୁଲ ଲେଖିଛନ୍ତି, ଭାଇ ଭଉଣୀର ଭଲ ପାଇବା ପରସ୍ପର ପ୍ରତି ଶକ୍ତି ଓ ସାହାରାContinue reading “ରାକ୍ଷୀ ପୂର୍ଣ୍ଣିମାରେ ରାହୁଲ ଗାନ୍ଧୀଙ୍କ ଭିଡିଓ । ପିଲା ଦିନରୁ ଭଉଣୀ ପ୍ରିୟଙ୍କାଙ୍କ ସହ ବିତାଇଥିବା ମୁହୁର୍ତର ଭିଡିଓ ସୋସିଆଲ ମିଡିଆରେ କଲେ ସେୟାର”

ରାୟଗଡ଼ାରୁ ଲୋକଶକ୍ତି ଅଭିଯାନର ସଭାପତି ଅପହରଣ ଘଟଣା । ପ୍ରେସମିଟରେ ପ୍ରଫୁଲ୍ଲ ସାମନ୍ତରାଙ୍କ ଖୁଲାସା

କନକ ବ୍ୟୁରୋ : ରାୟଗଡାର ଏକ ହୋଟେଲରୁ ଲୋକଶକ୍ତି ଅଭିଯାନର ସଭାପତିଙ୍କୁ ଅପହରଣ ଘଟଣା । ସାମ୍ବାଦିକ ସମ୍ମିଳନୀ କରି ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି ପୋଲିସ ପରିଚୟ ଦେଇ ତାଙ୍କୁ ହୋଟଲେରୁ ଉଠାଇ ନିଆଗଲା । ତାଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଛି । ପୋଲିସ ଗୁଣ୍ଡାଗିରି କରିଛି । ବେଦାନ୍ତ ବିରୋଧୀ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ହୋଟେଲରୁ ଉଠାଇ ନେଇ ପୋଲିସ ତାଙ୍କ ବ୍ୟକ୍ତିଗତ ସ୍ୱାଧିନତା ଉପରେ ଆକ୍ରମଣ କରିଛି । ତେଣୁContinue reading “ରାୟଗଡ଼ାରୁ ଲୋକଶକ୍ତି ଅଭିଯାନର ସଭାପତି ଅପହରଣ ଘଟଣା । ପ୍ରେସମିଟରେ ପ୍ରଫୁଲ୍ଲ ସାମନ୍ତରାଙ୍କ ଖୁଲାସା”

ଯାଜପୁର ସୁକିନ୍ଦା ଗସ୍ତ ବେଳେ ପରିବାରବାଦ ରାଜନୀତିର କଥା ଉଠାଇଲେ କେନ୍ଦ୍ରମନ୍ତ୍ରୀ । ବଡ଼ ଘଡ଼େଇ ଓ ସାନ ଘଡ଼େଇ ପ୍ରସଙ୍ଗ ଉଠାଇ ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ

କନକ ବ୍ୟୁରୋ : ଯାଜପୁର ସୁକିନ୍ଦା ଗସ୍ତ ବେଳେ ପରିବାରବାଦ ରାଜନୀତିର କଥା ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବଡ଼ ଘଡ଼େଇ ଓ ସାନ ଘଡ଼େଇ ପ୍ରସଙ୍ଗ ଉଠାଇ ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର । ପରିବାରବାଦ କ୍ୱିଟ ଇଣ୍ଡିଆ ସ୍ଲୋଗାନ ଦେଇ ସମାଲୋଚନା କରିଛନ୍ତି । ଯାଜପୁର ସୁକିନ୍ଦାରେ ସୁରକ୍ଷା ବନ୍ଧନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ସଫଳତା ଓ ମହିଳାଙ୍କ ପ୍ରଗତି ପାଇଁ ମୋଦୀ ସରକାରContinue reading “ଯାଜପୁର ସୁକିନ୍ଦା ଗସ୍ତ ବେଳେ ପରିବାରବାଦ ରାଜନୀତିର କଥା ଉଠାଇଲେ କେନ୍ଦ୍ରମନ୍ତ୍ରୀ । ବଡ଼ ଘଡ଼େଇ ଓ ସାନ ଘଡ଼େଇ ପ୍ରସଙ୍ଗ ଉଠାଇ ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ”

ଶିଶୁପାଳଗଡ଼ ହିଂସାକାଣ୍ଡ ପରେ ଚେତିଲା କମିଶନରେଟ ପୋଲିସ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସିସିଟିଭି ସର୍ଭିଲେନ୍ସରେ ରହିବ ଭୁବନେଶ୍ୱର

କନକ ବ୍ୟୁରୋ : ଶିଶୁପାଳଗଡ଼ ହିଂସାକାଣ୍ଡ ପରେ ଚେତିଲା କମିଶନରେଟ ପୋଲିସ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସିସିଟିଭି ସର୍ଭିଲେନ୍ସରେ ରହିବ ଭୁବନେଶ୍ୱର । ଅପରାଧୀଙ୍କୁ ଧରିବା ସହ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ନୂଆ ରଣନୀତି ଆପଣାଇଛି । ରାଜଧାନୀରେ ଥିବା ବିଭିନ୍ନ ସୁନା ଦୋକାନ, ସପିଂ ମଲ ଓ ବଡ଼ ବଡ଼ ଦୋକାନ ସହ ଯୋଡ଼ି ହେବ କମିଶନରେଟ ପୋଲିସ । ଏହି ସବୁ ଦୋକାନ ଓ ମଲ ଗୁଡିକରେContinue reading “ଶିଶୁପାଳଗଡ଼ ହିଂସାକାଣ୍ଡ ପରେ ଚେତିଲା କମିଶନରେଟ ପୋଲିସ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସିସିଟିଭି ସର୍ଭିଲେନ୍ସରେ ରହିବ ଭୁବନେଶ୍ୱର”

ବିଟ୍ଟୁ ବଜରଙ୍ଗୀକୁ ମିଳିଲା ଜାମିନ । ନୁହଠାରେ ବ୍ରଜମଣ୍ଡଳ ଯାତ୍ରା କ୍ରମରେ ହିଂସାକୁ ଉସକାଇଥିବା ରହିଛି ଅଭିଯୋଗ

କନକ ବ୍ୟୁରୋ : ଜେଲରେ ବନ୍ଦ ଥିବା ନୁହ ହିଂସାର ଅଭିଯୁକ୍ତ ବିଟ୍ଟୁ ବଜରଙ୍ଗୀ ତଥା ରାଜକୁମାରଙ୍କୁ ଜାମିନ ମିଳିଛି । ତାଙ୍କୁ ଅଗଷ୍ଟ ୧୫ ତାରିଖରେ ସନ୍ଧ୍ୟାବେଳେ ଫରିଦାବାଦରୁ ଗିରଫ କରାଯାଇଥିଲା । ବିଟ୍ଟୁ ବଜରଙ୍ଗୀ ଉପରେ ଅଭିଯୋଗ ରହିଛି କି ନୁହରେ ବ୍ରଜମଣ୍ଡଳ ଯାତ୍ରା କ୍ରମରେ ହିଂସାକୁ ଉସକାଇବାକୁ ସେ ସୋସିଆଲ ମିଡିଆରେ ଅନେକ ଆପତ୍ତିଜନକ ପୋଷ୍ଟ କରିଥିଲେ । ଏହାସହ ଯାତ୍ରା କ୍ରମରେ ହିଂସାଉଦ୍ରେକକାରୀ ଭାଷଣ ଦେଇଥିବା ଅଭିଯୋଗରେ ବିଟ୍ଟୁ ବଜରଙ୍ଗୀକୁ ଫରିଦାବାଦContinue reading “ବିଟ୍ଟୁ ବଜରଙ୍ଗୀକୁ ମିଳିଲା ଜାମିନ । ନୁହଠାରେ ବ୍ରଜମଣ୍ଡଳ ଯାତ୍ରା କ୍ରମରେ ହିଂସାକୁ ଉସକାଇଥିବା ରହିଛି ଅଭିଯୋଗ”

ୱାକଫ୍ ବୋର୍ଡ ଠାରୁ ଫେରାଇ ନିଆଯିବ ୧୨୩ଟି ସମ୍ପତ୍ତି । କେନ୍ଦ୍ର ସରକାର ଜାରିକଲେ ନୋଟିସ, ତାଲିକାରେ ସାମିଲ ଅଛି ଦିଲ୍ଲୀର ଜାମା ମସଜିଦ୍

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ସହରୀ ବିକାଶ ମନ୍ତ୍ରଣାଳୟ ଦିଲ୍ଲୀ ୱାକଫ୍ ବୋର୍ଡର ୧୨୩ ଟି ସମ୍ପତ୍ତି ଫେରାଇ ନେବାକୁ ନୋଟିସ ଜାରି କରିଛନ୍ତି । ଏହି ତାଲିକାରେ ଦିଲ୍ଲୀର ଜାମ୍ମା ମସଜିଦ୍ ବି ସାମିଲ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସରକାର ସମୟରେ ଜାମା ମସଜିଦକୁ ୱାକଫ୍ ବୋର୍ଡ ହାତକୁ ହସ୍ତାନ୍ତର କରିଦେଇଥିଲେ । ଏବେ ସରକାର ଦିଲ୍ଲୀର ମହତ୍ୱପୂର୍ଣ୍ଣ ୧୨୩ଟି ସମ୍ପତ୍ତିକୁ ଫେରାଇନେବାକୁ ନୋଟିସ ଜାରି କରିଛନ୍ତି ।Continue reading “ୱାକଫ୍ ବୋର୍ଡ ଠାରୁ ଫେରାଇ ନିଆଯିବ ୧୨୩ଟି ସମ୍ପତ୍ତି । କେନ୍ଦ୍ର ସରକାର ଜାରିକଲେ ନୋଟିସ, ତାଲିକାରେ ସାମିଲ ଅଛି ଦିଲ୍ଲୀର ଜାମା ମସଜିଦ୍”

ନିରସ୍ତ୍ର ହେଲା କଂଗ୍ରେସ ନେତା ଅଧିର ରଂଜନଙ୍କ ନିଲମ୍ବନ । ସଂସଦର ବିଶେଷାଧିକାର କମିଟି ଦେଲା ମଞ୍ଜୁରୀ

କନକ ବ୍ୟୁରୋ : ଲୋକସଭାର ବିଶେଷଧିକାର କମିଟି ବୁଧବାର ଦିନ କଂଗ୍ରେସ ସାଂସଦ ଅଧିର ରଂଜନଙ୍କ ଉପରେ ଲାଗିଥିବା ନିଲମ୍ବନ କଟକଣାକୁ ରଦ୍ଦ କରିବାକୁ ଅଣାଯାଇଥିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅଧିର ରଂଜନ ଆଜି ସଂସଦର ବିଶେଷାଧିକାର କମିଟି ଆଗରେ ନିଜର ପକ୍ଷ ରଖିଥିଲେ । କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ ବିଜେପି ସାଂସଦ ସୁନୀଲ ସିଂଙ୍କ ଅଧ୍ୟକ୍ଷତାରେ ଚାଲିଥିବା କମିଟିକୁ କହିଥିଲେ କି ସେ କାହାର ଭାବନା ଉପରେ ଆଘାତ ପହଂଚାଇବାକୁContinue reading “ନିରସ୍ତ୍ର ହେଲା କଂଗ୍ରେସ ନେତା ଅଧିର ରଂଜନଙ୍କ ନିଲମ୍ବନ । ସଂସଦର ବିଶେଷାଧିକାର କମିଟି ଦେଲା ମଞ୍ଜୁରୀ”

ରକ୍ଷାବନ୍ଧନରେ ସୀମିତ ନୁହେଁ ସମ୍ପର୍କର ଡୋରୀ : କଳାହାଣ୍ଡିରୁ ଆସିଲା ହୃଦୟସ୍ପର୍ଶୀ କାହାଣୀ

କନକ ବ୍ୟୁରୋ : ସ୍ନେହ ଓ ପ୍ରେମର ବନ୍ଧନ ରାଖୀ । ଭାଇ ଓ ଭଉଣୀର ଅତୁଟ ସଂପର୍କ ପାଇଁ ଦିନଟିଏ । ଭାଇ ହାତରେ ରାଖୀ ବାନ୍ଧି ଶୁଭମନାସି ଥାଏ ଭଉଣୀ । ଆଉ ଭଉଣୀଙ୍କୁ ସୁରକ୍ଷାର ପ୍ରତିଶ୍ରୁତି ଦେଇଥାଏ ଭାଇ । ହେଲେ କଳାହାଣ୍ଡିରୁ ଆସିଛି ନିଆରା କାହାଣୀ । ଦିବ୍ୟାଙ୍ଗ ଭାଇଙ୍କ ମାଆ ସାଜିଛି ଭଉଣୀ । ସେବା ଯତ୍ନଠୁ ଆରମ୍ଭ କରି ଦୁଇ ଦିବ୍ୟାଙ୍ଗ ଭାଇଙ୍କ ଅଳି ଅର୍ଦ୍ଦଳି ବୁଝୁଛି ଭଉଣୀContinue reading “ରକ୍ଷାବନ୍ଧନରେ ସୀମିତ ନୁହେଁ ସମ୍ପର୍କର ଡୋରୀ : କଳାହାଣ୍ଡିରୁ ଆସିଲା ହୃଦୟସ୍ପର୍ଶୀ କାହାଣୀ”

ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ କୁନି କୁନି ପିଲା : ରାକ୍ଷୀପୂର୍ଣ୍ଣିମାରେ ପିଲାଙ୍କ ସହ ସମୟ କାଟିଲେ ନରେନ୍ଦ୍ର ମୋଦୀ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ କୁନି କୁନି ପିଲା । ଦିଲ୍ଲୀର ଏକ ସ୍କୁଲ ପିଲାମାନେ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । କୁନି କୁନି ପିଲାଙ୍କ ସହ ମିଶି ରକ୍ଷା ବନ୍ଧନ ଉତ୍ସବ ମନାଇଛନ୍ତି ପ୍ରଧାନମନ୍ତ୍ରୀ । ରାକ୍ଷୀ ପୂର୍ଣ୍ଣମୀ ଅବସରରେ କୁନି କୁନି ପିଲାଙ୍କୁ ପାଖରେ ପାଇ ପ୍ରଧନମନ୍ତ୍ରୀ ମଧ୍ୟ ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା । ସେହିପରି ପିଲାମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧି ବେଶContinue reading “ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ କୁନି କୁନି ପିଲା : ରାକ୍ଷୀପୂର୍ଣ୍ଣିମାରେ ପିଲାଙ୍କ ସହ ସମୟ କାଟିଲେ ନରେନ୍ଦ୍ର ମୋଦୀ”

Design a site like this with WordPress.com
Get started