କନକ ବ୍ୟୁରୋ : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ବାବା ଚନ୍ଦନେଶ୍ୱରଙ୍କ ପୀଠ । ବାବାଙ୍କ ନିକଟରେ ଜଳାଭିଷେକ ପାଇଁ ଶହ ଶହ କାଉଡିଆଙ୍କ ଭିଡ । କାନ୍ଧର ପାଣି ଭାର ଆଣି ବାବା ଚନ୍ଦେଶ୍ୱରଙ୍କୁ ଲାଗି କରିବା ପୀଠରେ ଗହଳି ଲଗାଇଛନ୍ତି । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କ ଯିବା ଆସିବା ପାଇଁ ଚନ୍ଦନେଶ୍ୱର ପୋଷ୍ଟ ଅଫିସContinue reading “ଚଳଚଞ୍ଚଳ ବାବା ଚନ୍ଦନେଶ୍ୱରଙ୍କ ପୀଠ : ରାକ୍ଷୀ ପୂର୍ଣ୍ଣିମା ଅବସରରେ ଜଳାଭିଷେକ ପାଇଁ ଶହ ଶହ କାଉଡିଆଙ୍କ ଭିଡ”
Tag Archives: News
ଚୀନର ନୂଆ ମାନଚିତ୍ରକୁ ନେଇ ତେଜିଲା ବିବାଦ : ଅକ୍ସାଇ ଚୀନ ଏବଂ ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି; ରାହୁଲ ଗାନ୍ଧୀ କହିଲେ ପ୍ରଧାନମନ୍ତ୍ରୀ ରଖନ୍ତୁ ଉତ୍ତର
କନକ ବ୍ୟୁରୋ : ଚୀନର ନୂଆ ମାନଚିତ୍ରକୁ ନେଇ ତେଜିଲା ବିବାଦ । ସୋମବାର ଦିନ ସରକାରୀ ଭାବେ ଏକ ନୂଆ ମାନଚିତ୍ର ଜାରି କରିଛି। ଏଥିରେ ଭାରତର ଅରୁଣାଚଳପ୍ରଦେଶକୁ ନିଜର ଅଞ୍ଚଳ ଦର୍ଶାଇଛି। ଅରୁଣାଚଳକୁ ଦକ୍ଷିଣ ତିବ୍ବତ ଭାବେ ନିଜର ଅଞ୍ଚଳ ଦେଖାଇଛି। ଖାଲି ଅରୁଣାଚଳପ୍ରଦେଶ ନୁହେଁ ଅକ୍ସାଇ ଚୀନ୍, ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରକୁ ବି ଚୀନ୍ ନୂଆ ମାନଚିତ୍ରରେ ସ୍ଥାନିତ କରିଛି। ଚୀନ୍ର ପ୍ରାକୃତିକ ସମ୍ପଦ ମନ୍ତ୍ରାଳୟ ଦ୍ବାରା ଏହିContinue reading “ଚୀନର ନୂଆ ମାନଚିତ୍ରକୁ ନେଇ ତେଜିଲା ବିବାଦ : ଅକ୍ସାଇ ଚୀନ ଏବଂ ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି; ରାହୁଲ ଗାନ୍ଧୀ କହିଲେ ପ୍ରଧାନମନ୍ତ୍ରୀ ରଖନ୍ତୁ ଉତ୍ତର”
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପରିବାର ପିଲାଙ୍କ ପାଇଁ ସରକାରଙ୍କ ନୂଆ ପଦକ୍ଷେପ : କାର୍ଡରେ ନାଁ ନଥିଲେ କି ଖାଦ୍ୟ ସୁରକ୍ଷା ଆଇନରେ ତାଲିକାଭୁକ୍ତ ହୋଇନଥିଲେ ମିଳିବ ଚିକିତ୍ସା
କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ନୂଆ ଘୋଷଣା । ଏଣିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତଥା ବିଏସକେୱାଇ ଅନ୍ତର୍ଭୁକ୍ତ ପରିବାରର ପିଲା ହୋଇ ରାସନ କାର୍ଡରେ ନାଁ ନଥିଲେ ମଧ୍ୟ ଚିକିତ୍ସାରୁ ବଞ୍ଚିତ ହେବେନି । ଡାକ୍ତରଖାନରେ ଏଣିକି ମାଗଣା ଚିକିତ୍ସା ସେମାନଙ୍କୁ ଯୋଗାଇଦିଆଯିବ । ୫ ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ଏହି ସୁବିଧା ମିଳିବ । ଖାଦ୍ୟ ସୁରକ୍ଷା ଆଇନ୍ ଡାଟାବେସରେ ମଧ୍ୟ ଯେଉଁମାନଙ୍କ ନାଁ ନାହିଁ ସେମାନଙ୍କ ଚିକିତ୍ସାContinue reading “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପରିବାର ପିଲାଙ୍କ ପାଇଁ ସରକାରଙ୍କ ନୂଆ ପଦକ୍ଷେପ : କାର୍ଡରେ ନାଁ ନଥିଲେ କି ଖାଦ୍ୟ ସୁରକ୍ଷା ଆଇନରେ ତାଲିକାଭୁକ୍ତ ହୋଇନଥିଲେ ମିଳିବ ଚିକିତ୍ସା”
କ୍ରିକେଟ ପଡିଆରେ ଖେଳାଳିଙ୍କୁ ରେଡ୍ କାର୍ଡ। ପଡିଆରୁ ବାହାରକୁ ଗଲେ ସୁନିଲ ନାରିନ୍
କନକ ବ୍ୟୁରୋ: କ୍ରିକେଟ ପଡିଆରେ କୌଣସି ଫ୍ୟାନ୍ସ ଏହା କଳ୍ପନା କରିନଥିବେ ଯେ ଫୁଟବଲ ଖେଳ ଭଳି ଏଠାରେ ବି ଏହି ଭଳି ନିୟମ ଲାଗୁ ହେବ । ଏଭଳି ଦୃଶ୍ୟ ବି କ୍ରିକେଟ ପଡିଆରେ ଦେଖିବାକୁ ମିଳିବ । ଫୁଟବଲ ମଇଦାନରେ ଖେଳାଳି ତାଙ୍କର ଖରାପ ବ୍ୟବହାର ପାଇଁ ୨ଟି ପ୍ରକାରର କାର୍ଡ ପାଇ ଦଣ୍ଡିତ ହୋଇଥାନ୍ତି । ଗୋଟିଏ ହେଉଛି ରେଡ୍ କାର୍ଡ ଆଉ ଅନ୍ୟଟି ହଳଦିଆ କାର୍ଡ । ଏବେ କ୍ରିକେଟରେ ବିContinue reading “କ୍ରିକେଟ ପଡିଆରେ ଖେଳାଳିଙ୍କୁ ରେଡ୍ କାର୍ଡ। ପଡିଆରୁ ବାହାରକୁ ଗଲେ ସୁନିଲ ନାରିନ୍”
୧୬ କୋଟି ଟଙ୍କାରେ ବିକ୍ରି ହେଲା ଏହି ପୋଡା କାର୍ । ହେଲେ କାହିଁକି କିଣିଲେ ନିଲାମକାରୀ?
କନକ ବ୍ୟୁରୋ: ଉତ୍ସାହୀ କାର୍ ଚାଳକ ଓ ସ୍ମାରକୀପ୍ରିୟ ବ୍ୟକ୍ତିମାନେ ବିଭିନ୍ନ ମଡେଲ୍ର ପୁରୁଣା କାର୍ ସଂଗ୍ରହ କରନ୍ତି। ତେବେ ସବୁଗୁଡ଼ିକ ଚଳନ୍ତି ଅବସ୍ଥାରେ ଥାଏ। ମାତ୍ର ଆମେରିକାରେ ଏକ ପରିତ୍ୟକ୍ତ ପୋଡ଼ା କାର୍ର ଭଗ୍ନାବଶେଷକୁ ଜଣେ ନିଲାମଧାରୀ ୨୦ ଲକ୍ଷ ଡଲାର ବା ପ୍ରାୟ ସାଢ଼େ ୧୬ କୋଟି ଟଙ୍କାରେ କିଣିଛନ୍ତି। ୧୯୫୪ ମସିହାରେ ନିର୍ମିତ ଏହି ‘୫୦୦ ମଣ୍ଡିଆଲ୍ ସ୍ପାଇଡର ସିରିଜ୍-୧’ ଗାଡ଼ିଟି ସେହିବର୍ଷ ପ୍ରଥମ କରି ୧,୦୦୦ ମାଇଲ୍ ବିଶିଷ୍ଟ ଇଟାଲି କାର୍ଦୌଡ଼ରେContinue reading “୧୬ କୋଟି ଟଙ୍କାରେ ବିକ୍ରି ହେଲା ଏହି ପୋଡା କାର୍ । ହେଲେ କାହିଁକି କିଣିଲେ ନିଲାମକାରୀ?”
କଣ୍ଟେନରକୁ ପଛପଟୁ ପିଟିଲା ସ୍କର୍ପିଓ, ୭ଜଣଙ୍କ ମୃତ୍ୟୁ : ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ଥିବା ସୂଚନା
କନକ ବ୍ୟୁରୋ : ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଛିଡା ହୋଇଥିବା କଣ୍ଟେନରକୁ ପଛପଟୁ ପିଟିଲା ସ୍କର୍ପିଓ । ଏହି ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ଥିବା ଜଣାପଡିଛି । ସୀମାରାମରେ ରାଞ୍ଚିରୁ ଆସୁଥିବା ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଛି । ସମସ୍ତ ମୃତ ବ୍ୟକ୍ତି କାଇମୁର ଜିଲ୍ଲାର ସଦର ପୋଲିସ ଷ୍ଟେସନ ଅଧୀନରେ ଥିବା କୁଡାରି ଗାଁର ବାସିନ୍ଦା । ଏହି ଦୁର୍ଘଟଣାରେ ଆହତ ଅନ୍ୟ ୫ ଜଣଙ୍କୁContinue reading “କଣ୍ଟେନରକୁ ପଛପଟୁ ପିଟିଲା ସ୍କର୍ପିଓ, ୭ଜଣଙ୍କ ମୃତ୍ୟୁ : ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ଥିବା ସୂଚନା”
‘ମୋ ପୁଅକୁ ବଞ୍ଚାଇଦିଅ, ନହେଲେ ମୋ ନାତି ନାତୁଣୀ ଦିଟା ଅନାଥ ହୋଇଯିବେ’: ପୁଅ ପାଇଁ ବୁଲି ବୁଲି କାନି ପାତୁଛି ମା’ ।
କନକ ବ୍ୟୁରୋ: ପୋଷିଲା ପୁଅ ପାଇଁ କାନ୍ଦୁଛି ବୁଢି ମା’ । ଯେଉଁ ବୟସରେ ପୁଅ ବୋହୂଙ୍କ ସେବାରେ ଦିନ ଯାଇଥାନ୍ତା ସେ ସମୟରେ ପୁଅକୁ ଶେଯରେ ପଡି କଲବଲ ହେଉଥିବା ଦେଖି ମା ଆଖିରୁ ଅହରହ ଲୁହ ଗଡୁଛି । କେନ୍ଦ୍ରାପଡା ଆଳି ବ୍ଲକ ଆଙ୍କୋ ଗାଁର ଗଣେଶ ନାୟକ । କେରଳରେ ରହି କାମ କରୁଥିଲେ । ଭଲ ଦି ପଇସା ଘରକୁ ପଠାଉଥିଲେ । ଘର ଚଳୁଥିଲା । ପୁଅ ଘରକୁ ଫେରୁଥିଲେContinue reading “‘ମୋ ପୁଅକୁ ବଞ୍ଚାଇଦିଅ, ନହେଲେ ମୋ ନାତି ନାତୁଣୀ ଦିଟା ଅନାଥ ହୋଇଯିବେ’: ପୁଅ ପାଇଁ ବୁଲି ବୁଲି କାନି ପାତୁଛି ମା’ ।”
ବ୍ୟବସାୟୀଙ୍କଠାରୁ ଅନଲାଇନରେ ୪ ଲକ୍ଷ ଠକେଇ ମାମଲା : ବିହାରରୁ ୩ ଠକଙ୍କୁ ଗିରଫ କଲା କୋରାପୁଟ ପୋଲିସ
କନକ ବ୍ୟୁରୋ : କୋରାପୁଟ ସହରର ଜଣେ ବ୍ୟବସାୟୀଙ୍କଠାରୁ ଅନଲାଇନରେ ୪ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ୩ ଜଣ ବିହାରୀ ଯୁବକ ଗିରଫ । ସେମାନଙ୍କଠାରୁ ନଗଦ ଦେଢ ଲକ୍ଷ ଟଙ୍କା, ୧୪ଟି ମୋବାଇଲ୍ ଫୋନ୍, ଗୋଟିଏ ଲାପଟପ୍, ୩ଟି ପାସବୁକ୍ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ସେମାନେ କାହାକୁ କେତେ ଠକିଛନ୍ତି, ତାର ହିସାବ ବ୍ୟାଙ୍କ ଜମା ଖାତା ଗୁଡ଼ିକରେ ରହିଛି । ସେମାନେ ବିଭିନ୍ନ ସ୍ଥାନରୁ ୪Continue reading “ବ୍ୟବସାୟୀଙ୍କଠାରୁ ଅନଲାଇନରେ ୪ ଲକ୍ଷ ଠକେଇ ମାମଲା : ବିହାରରୁ ୩ ଠକଙ୍କୁ ଗିରଫ କଲା କୋରାପୁଟ ପୋଲିସ”
ଲୋକଶକ୍ତି ଅଭିଯାନର ସଭାପତିଙ୍କ ମିଳିଲା ସନ୍ଧାନ : ରାୟଗଡ଼ାରୁ ଉଠାଇଲେ, ବ୍ରହ୍ମପୁରରେ ଛାଡ଼ିଲେ; ପ୍ରଫୁଲ୍ଲ ସାମନ୍ତରା କହିଲେ, ଜୀବନ ପ୍ରତି ଅଛି ବିପଦ
କନକ ବ୍ୟୁରୋ : ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କ ଗତକାଲି ସନ୍ଧ୍ୟାରେ ସନ୍ଧାନ ମିଳିଛି । ବ୍ରହ୍ମପୁର ହିଲପାଟଣାସ୍ଥିତ ତାଙ୍କ ଘରେ ପ୍ରଫୁଲ୍ଲ ସାମନ୍ତରାଙ୍କୁ ଠାବ କରାଯାଇଛି । ପ୍ରଫୁଲ୍ଲଙ୍କୁ ରାୟଗଡାର ଏକ ହୋଟଲେରୁ କିଛି ଅଜଣା ଲୋକ ନେଇଯାଇଥିଲେ । ପ୍ରଫୁଲ୍ଲ ସାମନ୍ତରା ବେଦାନ୍ତ ବିରୋଧୀ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବାକୁ ରାୟଗଡା ଆସି ଏକ ଘରୋଇ ହୋଟେଲରେ ରହିଥିଲେ । ପ୍ରଫୁଲ୍ଲ ସାମନ୍ତରା ରାଜ୍ୟର ଜଣେ ପରିବେଶବିତ ଭାବେ ଜଣାଶୁଣା । ନିୟମଗିରିରେ ଡଙ୍ଗରିଆଙ୍କContinue reading “ଲୋକଶକ୍ତି ଅଭିଯାନର ସଭାପତିଙ୍କ ମିଳିଲା ସନ୍ଧାନ : ରାୟଗଡ଼ାରୁ ଉଠାଇଲେ, ବ୍ରହ୍ମପୁରରେ ଛାଡ଼ିଲେ; ପ୍ରଫୁଲ୍ଲ ସାମନ୍ତରା କହିଲେ, ଜୀବନ ପ୍ରତି ଅଛି ବିପଦ”
ଆଜିଠୁ ସ୍ୱାଭାବିକ ହେବ ପ୍ରଭୁ ଲିଙ୍ଗରାଜଙ୍କ ନୀତି : ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ୨ ଦିନ ଖାଡ଼ା ଉପାସରେ ରହିଲେ ଠାକୁର
କନକ ବ୍ୟୁରୋ : ଆଜିଠୁ ସ୍ୱାଭାବିକ ହେବ ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତି । ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ୨ ଦିନ ପ୍ରଭୁ ଲିଙ୍ଗରାଜଙ୍କୁ ଉପାସରେ ରହିବାକୁ ପଡ଼ିଛି । ମଙ୍ଗଳ ଆଳତିଠାରୁ ଆରମ୍ଭ କରି ରାତ୍ରି ପହୁଡ ପର୍ଯ୍ୟନ୍ତ କୌଣସି ନୀତି କରାଯାଇନାହିଁ । ଏମିତିକି ମହାସ୍ନାନ ସହ ଏକାଧିକ ଥର ବେଶ ହେଉଥିବା ପ୍ରଭୁ ଲିଙ୍ଗରାଜ ଅଗାଧୁଆ ରହିଥିଲେ । ସୂର୍ଯ୍ୟପୂଜା, ସକାଳ ଧୂପ, ବଲ୍ଲଭ, ଦ୍ୱିପହର ଧୂପ, ସଂଧ୍ୟା ଆଳତି, ବଡସିଂହାରContinue reading “ଆଜିଠୁ ସ୍ୱାଭାବିକ ହେବ ପ୍ରଭୁ ଲିଙ୍ଗରାଜଙ୍କ ନୀତି : ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ୨ ଦିନ ଖାଡ଼ା ଉପାସରେ ରହିଲେ ଠାକୁର”