କନକ ବ୍ୟୁରୋ : ତୋଷଖାନ୍ନା ମାମଲାରେ ପ୍ରଥମ ଜାମିନ ପାଇବା ପରେ ପୁଣି ଅନ୍ୟ ଏକ ମାମଲାରେ ଗିରଫ ହେଲେ ପକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ତୋଷଖାନ୍ନ ।ମାମଲାରେ ଜାମିନ ଦେଇଥିଲେ । କିନ୍ତୁ କିଛି ଘଂଟା ଭିତରେ ସିଫର ମାମଲାରେ ତାଙ୍କୁ ଗିରଫ କରାଯାଇଛି । ବୁଧବାର କୋର୍ଟରେ ହାଜର ହେବେ ଇମ୍ରାନ । ପାକିସ୍ତାନରେ ଖୁବଶୀଘ୍ର ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏବେ କାମଚଳା ସରକାରContinue reading “ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳୁନି ଆଶ୍ୱସ୍ତି । ତୋଷଖାନ୍ନା ମାମଲାରେ ଜାମିନ ପାଇବାର କିଛି ଘଂଟା ପରେ ପୁଣି ଥରେ ଗିରଫ ହେଲେ ଇମ୍ରାନ”
Tag Archives: News
କୋଟା ଆତ୍ମହତ୍ୟା ରୋକିବାକୁ ଆକ୍ସନ ପ୍ଲାନ । ଛାତ୍ରଛାତ୍ରୀଙ୍କ ଉପରୁ ପାଠ ଚାପ କମ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ କଲେ ବ୍ଲୁପ୍ରିଂଟ
କନକ ବ୍ୟୁରୋ : କୋଚିଂ ହବ ଭାବେ ଜଣାଶୁଣା ରାଜସ୍ଥାନ କୋଟାରେ ଦିନକୁ ଦିନ ବଢୁଛି ଆତ୍ମହତ୍ୟା । ଚଳିିତବର୍ଷ ଅଗଷ୍ଟ ମାସ ସୁଦ୍ଧା ୨୪ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିସାରିଲେଣି । ଏଭଳି ସ୍ଥିତିିରେ ଆତ୍ମହତ୍ୟା ପ୍ରବଣ ମାନସିକତାକୁ କମ କରିବାକୁ କୋଟାରେ ଉଚ୍ଚ ବୈଠକ ଅନୁଷ୍ଠିତ ହୋଇଛି । କିଭଳି ଛାତ୍ରଛାତୀଙ୍କୁ ଚାପମୁକ୍ତ କରାଯିବ ଏନେଇ ବୈଠକରେ ଆଲୋଚନା କରାଯାଇଛି । କମିଟିରେ ବ୍ଲୁପ୍ରିଂଟ ପ୍ରସ୍ତୁତ କରାଯାଇଛି ଆତ୍ମହତ୍ୟା ରୋକିବାକୁ ଆକ୍ସନ ପ୍ଲାନ୍ -ସପ୍ତାହରେ ଗୋଟିଏContinue reading “କୋଟା ଆତ୍ମହତ୍ୟା ରୋକିବାକୁ ଆକ୍ସନ ପ୍ଲାନ । ଛାତ୍ରଛାତ୍ରୀଙ୍କ ଉପରୁ ପାଠ ଚାପ କମ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ କଲେ ବ୍ଲୁପ୍ରିଂଟ”
ଜି-୨୦ ବୈଠକ ପୂର୍ବରୁ ପୁଣି ତେଜିଲା ସୀମା ବିବାଦ । ନୂଆ ମାନଚିତ୍ର ଜାରି କରି ଅରୁଣାଚଳ ପ୍ରଦେଶକୁ ନିଜର ଦର୍ଶାଇଲା ଚୀନ
କନକ ବ୍ୟୁରୋ : ସୁଧୁରୁନି ପଡ଼ୋଶୀ ଚୀନ । ପୁଣି ଭାରତକୁ ଉସକାଇ କହିଲା ଅରୁଣାଚଳ ପ୍ରଦେଶ ଭାରତର ନୁହେଁ ବରଂ ଚୀନର । ନୂଆ ମାନଚିତ୍ର ଜାରି କରି ଏହି ଦାବି କରିଛି ଡ୍ରାଗନ । ସବୁଠୁ ଚିନ୍ତାର କଥା ହେଉଛି ଦିନ ଗଡିବା ସହ ଚୀନର ଉତ୍ପାତ ମଧ୍ୟ ବଢୁଛି । ନୂଆ ମାନଚିତ୍ରରେ କେବଳ ଅରୁଣାଚଳ ପ୍ରଦେଶ ନୁହେ. ଇରଂ ଅକ୍ସାଇ ଚୀନ୍, ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରକୁ ନିଜରContinue reading “ଜି-୨୦ ବୈଠକ ପୂର୍ବରୁ ପୁଣି ତେଜିଲା ସୀମା ବିବାଦ । ନୂଆ ମାନଚିତ୍ର ଜାରି କରି ଅରୁଣାଚଳ ପ୍ରଦେଶକୁ ନିଜର ଦର୍ଶାଇଲା ଚୀନ”
ଚର୍ଚ୍ଚାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବୟାନ । କହିଲେ, ମୁମ୍ବାଇ ଯାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତଂଟିରେ ବସିବୁ, ହାତରୁ ଛଡାଇ ନେବୁ ଶାସନ
କନକ ବ୍ୟୁରୋ : ଇଣ୍ଡିଆ ମେଂଟର ତୃତୀୟ ବୈଠକରେ ଯୋଗ ଦେବାକୁ ମୁମ୍ବାଇରେ ପହଁଚୁଛନ୍ତି ବିରୋଧୀ । ଏହା ଭିତରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦ ଏକ ବିବାଦୀୟ ବୟାନ ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ହେଉଛି । ମୁମ୍ବାଇ ବୈଠକରେ ମେଂଟର ରଣନୀତି କ’ଣ ରହିବ ବୋଲି ଗଣମାଧ୍ୟମ ପ୍ରଶ୍ନର ଉତର ଦେଇ ଲାଲୁ କହିଥିଲେ ଆମେ ମୁମ୍ବାଇ ଯାଇ ମୋଦୀଙ୍କ ତଂଟିରେ ଉପରେ ବସିବୁ । ମୋଦୀଙ୍କ ନେତୃତ୍ୱକୁ ଚ୍ୟାଲେଂଜ ଦେବୁ Continue reading “ଚର୍ଚ୍ଚାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବୟାନ । କହିଲେ, ମୁମ୍ବାଇ ଯାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତଂଟିରେ ବସିବୁ, ହାତରୁ ଛଡାଇ ନେବୁ ଶାସନ”
ଡିସେମ୍ବରରେ ଆଗୁଆ ଲୋକସଭା ନିର୍ବାଚନ ହେବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଶଙ୍କା । କହିଲେ, ପ୍ରଚାର ପାଇଁ ଆଗୁଆ ହେଲିକପ୍ଟର ବୁକ୍ କରିସାରିଲାଣି ବିଜେପି
କନକ ବ୍ୟୁରୋ : ଡିସେମ୍ବର କିମ୍ବା ଜାନୁଆରୀରେ ହୋଇପାରେ ଆଗାମୀ ସାଧାରଣ ନିର୍ବାଚନ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା କହିଛନ୍ତି । ସୋମବାର ତୃଣମୂଳ ଯୁବ କଂଗ୍ରେସକୁ ଉଦବୋଧନ ଦେଉଥିଲେ ଟିଏମସି ସୁପ୍ରିମୋ । ଏହି ସମୟରେ ସେ କହିଛନ୍ତି, କେନ୍ଦ୍ରର ବିଜେପି ଉପରେ ତାଙ୍କର ସନ୍ଦେହ ରହିଛି । ଆଗାମୀ ନିର୍ବାଚନ ଡିସେମ୍ବର କିମ୍ବା ଜାନୁଆରୀରେ କରି ଦେଇପାରନ୍ତି । ବିଜେପି ଏବେ ହେଲିକପ୍ଟର ଗୁଡିକ ଆଗୁଆ ବୁକିଂ କରି ସାରିଛି ।Continue reading “ଡିସେମ୍ବରରେ ଆଗୁଆ ଲୋକସଭା ନିର୍ବାଚନ ହେବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଶଙ୍କା । କହିଲେ, ପ୍ରଚାର ପାଇଁ ଆଗୁଆ ହେଲିକପ୍ଟର ବୁକ୍ କରିସାରିଲାଣି ବିଜେପି”
କେନ୍ଦ୍ର ସରକାରଙ୍କ ରାକ୍ଷୀ ଭେଟି । ଘରୋଇ ଗ୍ୟାସ ସିଲିଣ୍ଡର ପିଛା ମିଳିବ ୨୦୦ ଟଙ୍କା ରିହାତି
କନକ ବ୍ୟୁରୋ : ଆଗକୁ ନିର୍ବାଚନ ଲୋକସଭା ନିର୍ବାଚନ ସହ ରହିଛି ୫ ରାଜ୍ୟର ବିଧାନସଭା ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ବିଭିନ୍ନ ଲୋଭନୀୟ ଯୋଜନା କରୁଛନ୍ତି । ଏହିକ୍ରମରେ କେନ୍ଦ୍ର ସରକାର ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଘୋଷଣା କରିଛନ୍ତି । ଉଜ୍ଜଳା ଯୋଜନା ଆଧାରରେ ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏନେଇ ଆଜି କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛିContinue reading “କେନ୍ଦ୍ର ସରକାରଙ୍କ ରାକ୍ଷୀ ଭେଟି । ଘରୋଇ ଗ୍ୟାସ ସିଲିଣ୍ଡର ପିଛା ମିଳିବ ୨୦୦ ଟଙ୍କା ରିହାତି”
ଚନ୍ଦ୍ର ଅଭିଯାନକୁ ଲାଗିଲା ୪୦ ଦିନ, ସୂର୍ଯ୍ୟ ଅଭିଯାନକୁ ଲାଗିବ ୪ମାସ । ବୈଜ୍ଞାନିକ କହିଲେ, ଏଲ-୧ ପଏଣ୍ଟରେ ଉଭୟ ସୂର୍ଯ୍ୟ ଓ ପୃଥିବୀର ଆକର୍ଷଣ ଶକ୍ତି ସମାନ । ୫ ବର୍ଷ ଯାଏଁ କାମ କରିବ ସାଟେଲାଇଟ୍ ।
କନକ ବ୍ୟୁରୋ: ଚନ୍ଦ୍ର ଅଭିଯାନ ପରେ ଭାରତର ଏବେ ସୂର୍ଯ୍ୟ ଅଭିଯାନକୁ ନେଇ ଚର୍ଚ୍ଚା । ୨ ତାରିଖରେ ଆରମ୍ଭ ହେଉଥିବା ଏହି ଅଭିଯାନକୁ ଲାଗିବ ୪ ମାସ । ଆଉ ଏହାକୁ ନେଇ ସାରା ବିଶ୍ୱରେ ଉକ୍ରଣ୍ଠା ବଢିଯାଇଛି । ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂର ମହାକାଶରେ ଅବସ୍ଥାପିତ ହେବ ସାଟେଲାଇଟ ଏଲ-୧ । ଚନ୍ଦ୍ରରେ ପହଞ୍ଚିବାକୁ ଲାଗିଲା ୪୦ ଦିନ ସୂର୍ଯ୍ୟ ଅଭିଯାନକୁ ଲାଗିବ ୪ ମାସ! ସେପ୍ଟେମ୍ବର ୨ ତାରିଖରେ ଭାରତContinue reading “ଚନ୍ଦ୍ର ଅଭିଯାନକୁ ଲାଗିଲା ୪୦ ଦିନ, ସୂର୍ଯ୍ୟ ଅଭିଯାନକୁ ଲାଗିବ ୪ମାସ । ବୈଜ୍ଞାନିକ କହିଲେ, ଏଲ-୧ ପଏଣ୍ଟରେ ଉଭୟ ସୂର୍ଯ୍ୟ ଓ ପୃଥିବୀର ଆକର୍ଷଣ ଶକ୍ତି ସମାନ । ୫ ବର୍ଷ ଯାଏଁ କାମ କରିବ ସାଟେଲାଇଟ୍ ।”
କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିିବା ପ୍ରକ୍ରିୟାକୁ ନେଇ ଦ୍ୱନ୍ଦ୍ୱ । ବାଲି କାଢ଼ିବା କଥାକୁ ଅସ୍ୱୀକାର କଲେ ପୁରୀ ସର୍କଲ ଏଏସଆଇ ସୁପରିନଟେଣ୍ଡେଣ୍ଟ ।
କନକ ବ୍ୟୁରୋ: କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରୁ ବାଲି କାଢ଼ିବା ପ୍ରସଙ୍ଗକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି । ପୁରୀ ସର୍କଲ ଏଏସଆଇ ସୁପରିନଟେଣ୍ଡେଣ୍ଟ ଦେବସିଦ୍ଧ ବ୍ରଜସୁନ୍ଦର ଗଡ଼ନାୟକ କହିଛନ୍ତି, ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବାର ପ୍ରଶ୍ନ ଉଠୁନାହିଁ । ବାଲି କାଢ଼ିବା କଥା ଯିଏ କହିଛି, ସେ ମୁର୍ଖ । ଗତବର୍ଷ ପତ୍ନତତ୍ତ୍ୱ ବିଭାଗ ପକ୍ଷରୁ ବାଲି କାଢ଼ିବା ପୂର୍ବରୁ ପୂଜାର୍ଚ୍ଚନା କରାଯାଇଥିଲା । ଏମିତି କି ତକ୍ରାଳୀନ ଏଏସଆଇ ଅଧିକାରୀ, ୩ବର୍ଷ ମଧ୍ୟରେ ଗର୍ଭଗୃହରୁContinue reading “କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିିବା ପ୍ରକ୍ରିୟାକୁ ନେଇ ଦ୍ୱନ୍ଦ୍ୱ । ବାଲି କାଢ଼ିବା କଥାକୁ ଅସ୍ୱୀକାର କଲେ ପୁରୀ ସର୍କଲ ଏଏସଆଇ ସୁପରିନଟେଣ୍ଡେଣ୍ଟ ।”
ଭୟ ବଢ଼ାଇବାକୁ ରିଲ୍ସରେ କରୁଥିଲେ ଅଭିନୟ । ରିୟଲରେ ମଧ୍ୟ ଘଟାଉଥିଲେ ଭୟଙ୍କର ଅପରାଧ । ରାଜଧାନୀ ଉପକଣ୍ଠ ଶିଶୁୁପାଳଗଡରେ ଆତଙ୍କ ପରେ ଚର୍ଚ୍ଚାରେ ହାପି
କନକ ବ୍ୟୁରୋ: ଅପରାଧୀଙ୍କ ରିଲ୍ସ । ରାଜଧାନୀ ଉପକଣ୍ଠ ଶିଶୁୁପାଳଗଡରେ ହାପି ଆତଙ୍କ । ସୋସିଆଲ ମିଡିଆରେ ହାପି ଖଣ୍ଡା ଧରି ହାଣୁଥିବାର ଭିଡିଓ ହେଉଛି ଭାଇରାଲ । ରିଲ୍ସ ଭଳି ଶିଶୁପାଳଗଡ ଆତଙ୍କରେ ହାପିର ସଂପୃକ୍ତି ରହିଛି ବୋଲି ଜଣାପଡିଛି । ତେବେ ଭିଡିଓରେ ଖଣ୍ଡା ଧରି ହାପି ହାଣିବାର ଚିତ୍ର ରହିଛି । ଖଣ୍ଡାୟତ ସାହିରେ ବୁଲିଲା ଖଣ୍ଡା ଶିଶୁପାଳଗଡ଼ରେ ହାପି ଆତଙ୍କ ୨୮ ଅଗଷ୍ଟ, ରାତି ୯ଟା ୪୬ । ସ୍ଥାନ: ଶିଶୁପାଳଗଡ଼,Continue reading “ଭୟ ବଢ଼ାଇବାକୁ ରିଲ୍ସରେ କରୁଥିଲେ ଅଭିନୟ । ରିୟଲରେ ମଧ୍ୟ ଘଟାଉଥିଲେ ଭୟଙ୍କର ଅପରାଧ । ରାଜଧାନୀ ଉପକଣ୍ଠ ଶିଶୁୁପାଳଗଡରେ ଆତଙ୍କ ପରେ ଚର୍ଚ୍ଚାରେ ହାପି”
ପୁଣି ଜୋର ଧରିଲା ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା । ଆସନ୍ତା ମାସରେ ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ । ସମସ୍ତ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା
କନକ ବ୍ୟୁରୋ: ଦେଶ ଓ ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ? ମମତା ବାନାର୍ଜୀ ଓ ନୀତିଶ କୁମାରଙ୍କ ଏକ ବିବୃତି ଦେଶରେ ଏଭଳି ଚର୍ଚ୍ଚାକୁ ହାୱା ଦେଇଛି । ସେପଟେ ଆସନ୍ତାମାସ ୧୩ ତାରିଖରେ ଓଡିଶା ଆସୁଛନ୍ତି ନିର୍ବାଚନ କମିଶନଙ୍କ ଅଧିକାରୀ, ଯାହା ଆଗୁଆ ନିର୍ବାଚନ ଦ୍ୱନ୍ଦ୍ୱକୁ ବଢାଇଦେଇଛି । ଆଗୁଆ ହେବ କି ବିଧାନସଭା ଭୋଟ୍? ଚର୍ଚ୍ଚା ବଢାଇଲା ନିର୍ବାଚନ କମିଶନଙ୍କ ଓଡିଶା ଗସ୍ତ ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ନେଇ ଗଳି, କନ୍ଦିରେContinue reading “ପୁଣି ଜୋର ଧରିଲା ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା । ଆସନ୍ତା ମାସରେ ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ । ସମସ୍ତ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା”