ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ମୋଦୀ ସରକାରଙ୍କ ବଡ଼ ଉପହାର । ଘରୋଇ ଗ୍ୟାସ ସିଲିଣ୍ଡର ପିଛା ମିଳିବ ୨୦୦ ଟଙ୍କା ସବସିଡି । ଉଜ୍ୱଳା ହିତାଧିକାରୀଙ୍କୁ ଅତିରିକ୍ତ ୨ଶହ ଟଙ୍କାର ରିହାତି

କନକ ବ୍ୟୁରୋ: ଆଗକୁ ଆସୁଛି ନିର୍ବାଚନ । ଚଳିତ ବର୍ଷ ଶେଷକୁ ୪ ରାଜ୍ୟର ବିଧାନସଭା ନିର୍ବାଚନ ଥିବାବେଳେ, ୨୦୨୪ରେ ସାଧାରଣ ନିର୍ବାଚନ ହେବ । ଆଉ ନିକଟରେ ବିଭିନ୍ନ ସଂସ୍ଥା ଓ ଟିଭି ଚ୍ୟାନେଲ ଦ୍ୱାରା କରାଯାଇଥିବା ସର୍ଭେରୁ, ଯେଉଁ ଜନମତ ଆସିଛି ତାହା ମୋଦୀ ସରକାରଙ୍କୁ ସତର୍କ କରିଛି । ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଜନତାଙ୍କର ପ୍ରଥମ ପସନ୍ଦ ଥିଲେ ବି ତାଙ୍କ ସରକାର ଅମଳରେ ଦରଦାମ ବୃଦ୍ଧି ଓ ବେକାରୀ ଭଳିContinue reading “ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ମୋଦୀ ସରକାରଙ୍କ ବଡ଼ ଉପହାର । ଘରୋଇ ଗ୍ୟାସ ସିଲିଣ୍ଡର ପିଛା ମିଳିବ ୨୦୦ ଟଙ୍କା ସବସିଡି । ଉଜ୍ୱଳା ହିତାଧିକାରୀଙ୍କୁ ଅତିରିକ୍ତ ୨ଶହ ଟଙ୍କାର ରିହାତି”

ଯାଜପୁରରେ ୫-ଟି ସଚିବ ଭି.କେ.ପାଣ୍ଡିଆନ । ଶୁଣିଲେ ଅଭିଯୋଗ, ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି । କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ, ବିଜେଡି କର୍ମୀଙ୍କ ସହ ଧସ୍ତାଧସ୍ତି

କନକ ବ୍ୟୁରୋ: ବିରୋଧ ଭିତରେ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଜାରି ରହିଛି । ଆଜି ଯାଜପୁର ଗସ୍ତ ସମୟରେ ୫-ଟି ସଚିବଙ୍କୁ ବିଭିନ୍ନ ସ୍ଥାନରେ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ । ମହିଳା କଂଗ୍ରେସ କର୍ମୀ କଳା ଶାଢି ପିନ୍ଧି ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରିଛନ୍ତି । ସେହିଭଳି ସଭାସ୍ଥଳକୁ ଧସେଇ ପଶି ନାରାବାଜି କରିଛନ୍ତି କଂଗ୍ରେସ କର୍ମୀ । ଆଉ ଏହି ଗସ୍ତ ସମୟରେ ଚର୍ଚ୍ଚାକୁ ଆସିଛି ୫-ଟି ଟି-ସାର୍ଟ । ୫-ଟିContinue reading “ଯାଜପୁରରେ ୫-ଟି ସଚିବ ଭି.କେ.ପାଣ୍ଡିଆନ । ଶୁଣିଲେ ଅଭିଯୋଗ, ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି । କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ, ବିଜେଡି କର୍ମୀଙ୍କ ସହ ଧସ୍ତାଧସ୍ତି”

ପ୍ରଫୁଲ୍ଲ ସାମନ୍ତରାଙ୍କୁ ହୋଟେଲରୁ ଉଠେଇନେଲେ ଅଜଣା ଲୋକ । ରାୟଗଡାର ହୋଟେଲରୁ ଉଠେଇ ନେଲେ କିଛି ଲୋକ ।

କନକ ବ୍ୟୁରୋ: ପ୍ରଫୁଲ୍ଲ ସାମନ୍ତରାଙ୍କୁ ଉଠାଇନେଲେ ଅଜଣା ବ୍ୟକ୍ତି । ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କୁ ରାୟଗଡାରୁ ଉଠାଇନେଲେ ୩ରୁ ୪ ଜଣ ବ୍ୟକ୍ତି । ସେ ହୋଟେଲରେ ଥିବାବେଳେ, ୩ରୁ ୪ ଜଣ ଲୋକ ଆସି ତାଙ୍କୁ ଅଚାନକ ଉଠେଇ ନେଇ ଚାଲିଯାଇଛନ୍ତି । ତେବେ ଏହି ବ୍ୟକ୍ତିମାନେ କିଏ ସେ ନେଇ କୌଣସି ସୂଚନା ମିଳିପାରିନି । ଉଠାଇ ନେଇଥିବା ଲୋକମାନେ ପୋଲିସ ନା ଆଉ କିଏ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନିContinue reading “ପ୍ରଫୁଲ୍ଲ ସାମନ୍ତରାଙ୍କୁ ହୋଟେଲରୁ ଉଠେଇନେଲେ ଅଜଣା ଲୋକ । ରାୟଗଡାର ହୋଟେଲରୁ ଉଠେଇ ନେଲେ କିଛି ଲୋକ ।”

ମେଣ୍ଢାକୁ ମାରିଲେ ଫାଣ୍ଡିକୁ ଗଲେ । ବାଡିରେ ପଶିଲା ବୋଲି ମେଣ୍ଢାକୁ ମାରିଦେଲେ ଘର ମାଲିକ

କନକ ବ୍ୟୁରୋ : ମେଣ୍ଢାକୁ ମାରିଲେ ଫାଣ୍ଡିକୁ ଗଲେ । ବାଡିରେ ପଶିଲା ବୋଲି ମେଣ୍ଢାକୁ ମାରିଦେଲେ ଘର ମାଲିକ । ଗଞ୍ଜାମ ଖଲ୍ଲିକୋଟ ଥାନା କଙ୍କେଇ ଗାଁରେ ଘଟିଛି ଏହି ଘଟଣା । ଗୁରାପଲ୍ଲୀ ଗାଁର ଜଣେ ବ୍ୟକ୍ତି ଛେଳି ଓ ମେଣ୍ଢା ନେଇ ଚରାଇବାକୁ ଯାଇଥିଲେ । ସହି ସମୟର କଙ୍କେଇର ଜଣେ ବ୍ୟକ୍ତି ଜୟନଙ୍କ ବାଡିରେ ପସିଥିଲେ ଏହି ଛେଳି ଓ ମେଣ୍ଢା ପଲ । ତେବେ ବାଡିରେ ଛେଳି ମେଣ୍ଢା ପଲକୁContinue reading “ମେଣ୍ଢାକୁ ମାରିଲେ ଫାଣ୍ଡିକୁ ଗଲେ । ବାଡିରେ ପଶିଲା ବୋଲି ମେଣ୍ଢାକୁ ମାରିଦେଲେ ଘର ମାଲିକ”

ବିପର୍ଯ୍ୟସ୍ତ ବ୍ୟବସ୍ଥାକୁ ଅନ୍ଧ ପ୍ରଶାସକ । ବିକାଶ ଠାରୁ ବହୁଦୂରରେ ୩୦ ପରିବାର, ସମାଧାନ ହେଲେ ଭୋଟ ବର୍ଜନ ପାଇଁ ଚେତାବନୀ

କନକ ବ୍ୟୁରୋ : ଅଭିଶପ୍ତ ଜୀବନ ଜୀଉଁଛନ୍ତି ଲୋକେ । ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ୩୦ ବର୍ଷ ହେଲା ଦୁର୍ବିସହ ଜୀବନ ବିତାଉଛନ୍ତି । ୩ ଦଶନ୍ଧି ଧରି ପରିବାର ଓ ରହିଆସୁଥିବା ବେଳେ ସରକାରୀ ସବୁିଧା ଟିକେ ବି ମିଳିନି ଏମାନଙ୍କୁ । ଘର ତ ଦୂର କଥା ଜାଗା ଖଣ୍ଡିଏ ବି ଦେଇନି ପ୍ରଶାସନ । ପରିବାର ସହ ପଲିଥିନ୍ ତଳେ ବିତୁଛି ଜୀବନ । ଏଭଳି ଚିତ୍ର ଦେଖିବାକୁContinue reading “ବିପର୍ଯ୍ୟସ୍ତ ବ୍ୟବସ୍ଥାକୁ ଅନ୍ଧ ପ୍ରଶାସକ । ବିକାଶ ଠାରୁ ବହୁଦୂରରେ ୩୦ ପରିବାର, ସମାଧାନ ହେଲେ ଭୋଟ ବର୍ଜନ ପାଇଁ ଚେତାବନୀ”

ମାଆ ଆଖିରୁ ଶୁଖୁନି ଲୁହ । କିଡନୀ ହରାଇଥିବା ପୁଅ ଗଣେଶଙ୍କ ଚିକତ୍ସା ପାଇଁ ମାଗିଲେ ସହାୟତା

କନକ ବ୍ୟୁରୋ : ମାଆ ଆଖିରୁ ଶୁଖୁନି ଲୁହ । ମନରେ କୋହକୁ ଚାପି ରଖି ଗାଁ ଦାଣ୍ଡରେ ବୁଲି ବୁଲି କାନି ପତେଇ ମାଗୁଛି ଭିକ । ମା’ର ମୁହଁରେ ଗୋଟିଏ କଥା ମୋ ପୁଅ ଗଣେଶକୁ ବଂଚାଇ ଦିଅ । ମୋତେ ସାହାଯ୍ୟ କର । କେନ୍ଦ୍ରାପଡା ବାଳକାଟି ପଞ୍ଚୟତ ବଡଆଙ୍କେ ଗାଁର ଗଣେଷ ଧଳ । ଯୁବ ଅବସ୍ଥାରେ ଶଯ୍ୟାଶାୟୀ ହୋଇପଡିଛନ୍ତି । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାବେଳେ କିଡନୀ ନଷ୍ଟContinue reading “ମାଆ ଆଖିରୁ ଶୁଖୁନି ଲୁହ । କିଡନୀ ହରାଇଥିବା ପୁଅ ଗଣେଶଙ୍କ ଚିକତ୍ସା ପାଇଁ ମାଗିଲେ ସହାୟତା”

ଥମୁନି ଦାଦନ ଶ୍ରମିକଙ୍କ ଦୁଃଖ କାହାଣୀ । ଉଦ୍ଧାର ପାଇଁ ଭିଡ଼ିଓରେ ଅନୁରୋଧ କଲେ ଦୁବାଇରେ ଫସିଥିବା ୧୬ ଦାଦନ

କନକ ବ୍ୟୁରୋ : ଦାଦନ ଶ୍ରମିକଙ୍କ ଦୁଃଖ କାହାଣୀ । ଭାଇରାଲ ହେଉଛି ବାହାରେ ଫସି ରହିଥିବା ଦାଦନଙ୍କ ଯନ୍ତ୍ରଣାର ଭିଡିଓ । ଭିଡିଓ ମାଧ୍ୟମରେ ହାତଯୋଡି ଅନୁରୋଧ କରିଛନ୍ତି ସେମାନଙ୍କୁ ଉଦ୍ଧାର ପାଇଁ । ଦୁବାଇରେ ଫସିଥିବା ୧୬ ଜଣ ଓଡିଆ ଶ୍ରମିକ ଉଦ୍ଧାର ପାଇଁ ଗୁହାରି କରିଛନ୍ତି । ଖଲ୍ଲିକୋଟ ଥାନା ତେନ୍ତୁଳିଆପଲ୍ଲୀରୁ ନେଇ କୈଠଡା, ବାକୁଟ ଗାଁର ୨୦ ଜଣ ବ୍ୟକ୍ତି ଶ୍ରମିକ ଭାବେ କାମ କରିବା ପାଇଁ ଦୁବାଇ ଯାଇଥିଲେ ।Continue reading “ଥମୁନି ଦାଦନ ଶ୍ରମିକଙ୍କ ଦୁଃଖ କାହାଣୀ । ଉଦ୍ଧାର ପାଇଁ ଭିଡ଼ିଓରେ ଅନୁରୋଧ କଲେ ଦୁବାଇରେ ଫସିଥିବା ୧୬ ଦାଦନ”

କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିିବା ପ୍ରକ୍ରିୟାକୁ ନେଇ ଦ୍ୱନ୍ଦ୍ୱ । ବାଲି କାଢ଼ିବା କଥାକୁ ଅସ୍ୱୀକାର କଲେ ପୁରୀ ସର୍କଲ ଏଏସଆଇ ସୁପରିନଟେଣ୍ଡେଂଟ

କନକ ବ୍ୟୁରୋ : କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରୁ ବାଲି କାଢ଼ିବା ନେଇ ବିବାଦ ତେଜିବାରେ ଲାଗିଛି । ବିଶେଷକରି ବୈଷୟିକ କମିଟି ମୁଖ୍ୟ ବୟାନବାଜି ନୂଆ ବିବାଦ ଛିଡ଼ା କରିଛି । ଦୁଇ ଦିନ ତଳେ କେନ୍ଦ୍ରୀୟ କୋଠା ବାଡ଼ି ଗବେଷଣା ସଂସ୍ଥାର ମୂଖ୍ୟ ତଥା ବାଲି କାଢ଼ିବା କମିଟିର ମୁଖ୍ୟ ପରାମର୍ଶଦାତା ଡ଼ ନାରାୟଣ ଚନ୍ଦ୍ର ପାଲ କହିଥିଲେ ଯେ ଏଏସଆଇ ବାଲି କାଢ଼ିବା ନେଇ କମିଟି ସଦସ୍ୟଙ୍କ ସହ କୌଣସି ଆଲୋଚନା କରିନାହାନ୍ତି ।Continue reading “କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିିବା ପ୍ରକ୍ରିୟାକୁ ନେଇ ଦ୍ୱନ୍ଦ୍ୱ । ବାଲି କାଢ଼ିବା କଥାକୁ ଅସ୍ୱୀକାର କଲେ ପୁରୀ ସର୍କଲ ଏଏସଆଇ ସୁପରିନଟେଣ୍ଡେଂଟ”

ଅକ୍ଟୋବର ୧୫ରେ ଓସିଏସ୍ ପ୍ରିଲିମ୍ ପରୀକ୍ଷା । ସୂଚନା ଦେଲା ଓଡିଶା ଲୋକସେବା ଆୟୋଗ

କନକ ବ୍ୟୁରୋ: ଘୋଷଣା ହେଲା ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା ତାରିଖ । ଆସନ୍ତା ଅକ୍ଟୋବର ୧୫ ତାରିଖରେ ପ୍ରିଲିମ୍ ପରୀକ୍ଷା ଦେବେ ଓଡିଶା ସିଭିଲ୍ ସର୍ଭିସ ଆଶାୟୀ । ଏନେଇ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି । ତେବେ ଏ ସମ୍ପର୍କିତ ବିସ୍ତୃତ ତଥ୍ୟ ଆଗାମୀ ଦିନରେ ୱେବସାଇଟ୍ ଜରିଆରେ ଓପିଏସସି ଜଣାଇଦେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ତା ସହିତ ପରୀକ୍ଷାର ସମ୍ପୂର୍ଣ୍ଣ ସୂଚୀ ମଧ୍ୟContinue reading “ଅକ୍ଟୋବର ୧୫ରେ ଓସିଏସ୍ ପ୍ରିଲିମ୍ ପରୀକ୍ଷା । ସୂଚନା ଦେଲା ଓଡିଶା ଲୋକସେବା ଆୟୋଗ”

ଇମ୍ରାନ ଖାନଙ୍କ ପିଛା ଛାଡୁନି ଅଡୁଆ । କୋର୍ଟରୁ ଜାମିନ ପାଇବା ପରେ ଅନ୍ୟଏକ ମାମଲାରେ ଗିରଫ

କନକ ବ୍ୟୁରୋ : ପିଟିଆଇ ରାଜନୈତିକ ଦଳର ମୁଖ୍ୟ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଛା ଛାଡୁନି ଅଡୁଆ । ପୁରସ୍କାର ବିକ୍ରି ମାମଲାରେ ଆଜି ଇସଲାମାବାଦ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହାପରେ ସେ ଜେଲରୁ ମୁକୁଳିବାକୁ ଯାଉଥିବା ବେଳେ ଅନ୍ୟଏକ ମାମଲାରେ ପୁଣି ଗିରଫ ହୋଇଛନ୍ତି । ସୂଚନା ମୁତାବକ ପୁରସ୍କାର ବିକ୍ରି ମାମଲାରେ ଇସଲାମାବାଦ ହାଇକୋର୍ଟ ଇମ୍ରାନଙ୍କୁ ଜାମିନ ପ୍ରଦାନ କରିବା ପରେ ଗୁପ୍ତ ଚିଠି ଚୋରିContinue reading “ଇମ୍ରାନ ଖାନଙ୍କ ପିଛା ଛାଡୁନି ଅଡୁଆ । କୋର୍ଟରୁ ଜାମିନ ପାଇବା ପରେ ଅନ୍ୟଏକ ମାମଲାରେ ଗିରଫ”

Design a site like this with WordPress.com
Get started