ମମତାଙ୍କ ପରେ ନୀତିଶ ଦୋହରାଇଲେ ସମାନ କଥା । ଆଗୁଆ ନିର୍ବାଚନ କରିପାରନ୍ତି କେନ୍ଦ୍ର ସରକାର । ୭/୮ ମାସ ପୂର୍ବରୁ ହେଇପାରେ ଲୋକସଭା ନିର୍ବାଚନ

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ ଏବେ ପୁଣି ବିହାର ମୁଖ୍ୟମନ୍ତ୍ରୀ ଦୋହରାଇଲେ ସେହି ସମାନ କଥା । ଆଗୁଆ ନିର୍ବାଚନ କରିପାରନ୍ତି କେନ୍ଦ୍ର ସରକାର । ନୀତିଶ କୁମାର କହିଛନ୍ତି ଯେ, ବିଜେପି ସରକାର ୭ରୁ ୮ ମାସ ପୂର୍ବରୁ ଲୋକସଭା ନିର୍ବାଚନ କରିପାରନ୍ତି । ତେବେ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ସମସ୍ତ ଦଳ ଏକାଠି ରହିବାକୁ ଅପିଲ କରିଛନ୍ତି ନୀତିଶ କୁମାର । ନୀତିଶଙ୍କ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାContinue reading “ମମତାଙ୍କ ପରେ ନୀତିଶ ଦୋହରାଇଲେ ସମାନ କଥା । ଆଗୁଆ ନିର୍ବାଚନ କରିପାରନ୍ତି କେନ୍ଦ୍ର ସରକାର । ୭/୮ ମାସ ପୂର୍ବରୁ ହେଇପାରେ ଲୋକସଭା ନିର୍ବାଚନ”

ଅଣ୍ଟାଏ ପାଣିରେ ଗଲେ ବିଡ଼ିଓ ବାବୁ । ଘର ଘର ବୁଲିଲେ, ଦୁଃଖ ଦୁର୍ଦ୍ଦଶା ବୁଝିଲେ ।

କନକ ବ୍ୟୁରୋ: ଅପହଞ୍ଚ ଦୁର୍ଗମ ଅଞ୍ଚଳରେ ସରକାରୀ ବାବୁ । ଯେଉଁଠି ପୂର୍ବରୁ ପହଞ୍ଚିନଥିଲା ପ୍ରଶାସନ, ମିଳିନାହିଁ ସରକାରୀ ସୁବିଧା, ଯାହାକୁ କୁହନ୍ତି ଅପହଞ୍ଚ ଇଲାକା । ସେଠିକାର ସମସ୍ୟା ବୁଝିବା ପାଇଁ ଅଣ୍ଟାଏ ପାଣିରେ ଗଲେ ବିଡ଼ିଓ ବାବୁ । ଘର ବାରଣ୍ଡାରେ ବସି ଲୋକଙ୍କ ସମସ୍ୟା ବୁଝିଲେ । ଯାହାକୁ ନେଇ ଏବେ ଚର୍ଚ୍ଚାରେ ବିଡ଼ିଓ ବାବୁ । କାମାକ୍ଷାନଗର କାନପୁରା ପଞ୍ଚାୟତର କଳାମାଟି ସାହିରେ ପାଣିରେ ପଶି ପଶି ପହଞ୍ଚିଲେ ବିଡ଼ିଓ ବିକାଶContinue reading “ଅଣ୍ଟାଏ ପାଣିରେ ଗଲେ ବିଡ଼ିଓ ବାବୁ । ଘର ଘର ବୁଲିଲେ, ଦୁଃଖ ଦୁର୍ଦ୍ଦଶା ବୁଝିଲେ ।”

ଏସିଆ କପର ପ୍ରଥମ ଦୁଇଟି ମ୍ୟାଚରୁ ରାହୁଲ ବାଦ୍ । ଟୁଇଟ୍ କରି ସୂଚନା ଦେଲା ବିସିସିଆଇ ।

କନକ ବ୍ୟୁରୋ: ଏସିଆ କପର ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡିଲେ ଟିମ୍ ଇଣ୍ଡିିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ କେ ଏଲ ରାହୁଲ । ସେପ୍ଟେମ୍ବର ୨ ତାରିଖରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଏବଂ ଏହାପରେ ହେବାକୁ ଥିବା ନେପାଳ ସହିତ ମ୍ୟାଚରୁ କେ ଏଲ ରାହୁଲ ବାଦ୍ ପଡିଛନ୍ତି । ଏନେଇ ବିସିସିଆଇ ଟୁଇଟ୍ କରି ବିଧିବଦ୍ଧ ଭାବେ ସୂଚନା ଦେଇଛି । ତେବେ ଏହାପରେ ସେ ପଡିଆକୁ ଓହ୍ଲାଇବା ସହିତ ଦଳ ପାଇଁ ମ୍ୟାଚ୍Continue reading “ଏସିଆ କପର ପ୍ରଥମ ଦୁଇଟି ମ୍ୟାଚରୁ ରାହୁଲ ବାଦ୍ । ଟୁଇଟ୍ କରି ସୂଚନା ଦେଲା ବିସିସିଆଇ ।”

କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରୁ ବାଲି କାଢ଼ିବା ନେଇ ତେଜିଲା ବିବାଦ । ଅଧିକାରୀଙ୍କ ବୟାନବାଜି ଛିଡା କଲା ନୂଆ ବିବାଦ ।

କନକ ବ୍ୟୁରୋ: କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରୁ ବାଲି କାଢ଼ିବା ନେଇ ବିବାଦ ତେଜିବାରେ ଲାଗିଛି । ବିଶେଷକରି ଅଧିକାରୀଙ୍କ ବୟାନବାଜି ନୂଆ ବିବାଦ ଛିଡ଼ା କରିଛି । ଦୁଇ ଦିନ ତଳେ କେନ୍ଦ୍ରୀୟ କୋଠା ବାଡ଼ି ଗବେଷଣା ସଂସ୍ଥାର ମୂଖ୍ୟ ତଥା ବାଲି କାଢ଼ିବା କମିଟିର ମୁଖ୍ୟ ପରାମର୍ଶଦାତା ଡ଼ ନାରାୟଣ ଚନ୍ଦ୍ର ପାଲ କହିଥିଲେ ଯେ, ଏଏସଆଇ ବାଲି କାଢ଼ିବା ନେଇ କମିଟି ସଦସ୍ୟଙ୍କ ସହ କୌଣସି ଆଲୋଚନା କରିନାହାନ୍ତି । ଏପରିକି ବାଲି କାଢ଼ିଲେContinue reading “କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରୁ ବାଲି କାଢ଼ିବା ନେଇ ତେଜିଲା ବିବାଦ । ଅଧିକାରୀଙ୍କ ବୟାନବାଜି ଛିଡା କଲା ନୂଆ ବିବାଦ ।”

ରାକ୍ଷୀ ବାନ୍ଧିବେ କେଉଁଦିନ ? କ’ଣ କହୁଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ?

କନକ ବ୍ୟୁରୋ: ୩୦ ନାଁ ୩୧ ତାରିଖ ଏବେବି ଲୋକଙ୍କ ମନରେ ରହିଛି କିଛି ଦ୍ୱନ୍ଦ୍ୱ । କେଉଁ ଦିନ ବାନ୍ଧିବେ ରାକ୍ଷୀ ସେ ନେଇ ପ୍ରଶ୍ନ ଉଠୁଛି । ତେବେ ଜ୍ୟୋତିର୍ବିତଙ୍କ କହିବା ଅନୁସାରେ , ପାଞ୍ଜି ସମ୍ମତରେ ଏହି ଉତ୍ସବ ପାଳନ କରାଯିବ । ପାଞ୍ଜି ଅନୁସାରେ ରାକ୍ଷୀ ବା ଗହ୍ମାପୂର୍ଣ୍ଣିମା ୩ ତାରିଖ ବୁଧବାର ସକାଳ ୧୦ଟା ୫୯ରୁ , ଅଗଷ୍ଟ ୩୧ ତାରିଖ , ଗୁରୁବାର , ସକାଳ ୭ଟା ୫Continue reading “ରାକ୍ଷୀ ବାନ୍ଧିବେ କେଉଁଦିନ ? କ’ଣ କହୁଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ?”

ମୁମ୍ବାଇରେ ବିରୋଧୀ ମେଣ୍ଟର ବୈଠକ, ମଲ୍ଲିକାର୍ଜୁନ ଖଡଗେ ହୋଇପାରନ୍ତି ସଂଯୋଜକ

କନକ ବ୍ୟୁରୋ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସଂଯୋଜକ ହୋଇପାରନ୍ତି । ଏନେଇ ମୁମ୍ବାଇ ବୈଠକରେ ଘୋଷଣା ହୋଇପାରେ ବୋଲି ସୂତ୍ର ସୂଚନା ରହିଛି । ସୂତ୍ର ସୂଚନା ମୁତାବକ ମେଣ୍ଟରେ ସାମିଲ ଦଳମାନେ ୨୦୨୪ ଲୋକସଭାକୁ ନଜରରେ ରଖି ରଣନୀତି ପ୍ରସ୍ତୁତ କରିବା ଉପରେ ଜୋର ଦେଇଛନ୍ତି । ଖଡଗେ ଜଣେ ଦଳିତ ଚେହେରା ସହ ଜଣେ ବରିଷ୍ଠ ନେତା ହୋଇଥିବାରୁ ଏହାର ଫାଇଦା ଉଠାଇବାକୁ ବିରୋଧୀମେଣ୍ଟ ତାଙ୍କୁContinue reading “ମୁମ୍ବାଇରେ ବିରୋଧୀ ମେଣ୍ଟର ବୈଠକ, ମଲ୍ଲିକାର୍ଜୁନ ଖଡଗେ ହୋଇପାରନ୍ତି ସଂଯୋଜକ”

୫-ଟି ସଚିବଙ୍କ ଗସ୍ତ ବେଳେ ଚର୍ଚ୍ଚାରେ ୫-ଟି ଟି-ସାର୍ଟ । ଗଣ୍ଡଗୋଳ କରୁଥିବା ଯୁବକ ପିନ୍ଧିଥିଲେ ୫-ଟି ଲେଖାଥିବା ଟି-ସାର୍ଟ । କିଏ ଏହି ଯୁବକ?

କନକ ବ୍ୟୁରୋ: ୫-ଟି ସଚିବଙ୍କ ଗସ୍ତ ବେଳେ ଚର୍ଚ୍ଚାରେ ୫-ଟି ଟି-ସାର୍ଟ । ଭି.କେ ପାଣ୍ଡିଆନଙ୍କ ଯାଜପୁର ଗସ୍ତ ସମୟରେ କିଛି ଯୁବକ ୫-ଟି ଲେଖାଥିବା ଟି-ସାର୍ଟ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଛି । ଏପରିକି କଂଗ୍ରେସ କର୍ମୀଙ୍କ ସହ ଗଣ୍ଡଗୋଳ ସମୟରେ ଉକ୍ତ ଟି-ସାର୍ଟ ପିନ୍ଧି କିଛି ଯୁବକ ମାରପିଟ୍ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ଯୁବକମାନେ କିଏ ତାକୁ ନେଇ ପ୍ରଶ୍ନ ଉଠିଛି । ସେମାନେ ହାତରେ ବାଡି ଧରିContinue reading “୫-ଟି ସଚିବଙ୍କ ଗସ୍ତ ବେଳେ ଚର୍ଚ୍ଚାରେ ୫-ଟି ଟି-ସାର୍ଟ । ଗଣ୍ଡଗୋଳ କରୁଥିବା ଯୁବକ ପିନ୍ଧିଥିଲେ ୫-ଟି ଲେଖାଥିବା ଟି-ସାର୍ଟ । କିଏ ଏହି ଯୁବକ?”

ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସିଡି । ସବସିଡିକୁ କ୍ୟାବିନେଟର ମଞ୍ଜୁରୀ । ଉଜ୍ୱଳା ହିତାଧିକାରୀ ହେବେ ଉପକୃତ

କନକ ବ୍ୟୁରୋ: ମହଙ୍ଗା ମାଡରେ ଘାରି ହେଉଥିବା ଜନତାଙ୍କୁ ଆଶ୍ୱସ୍ତି । ଆଗକୁ ନିର୍ବାଚନ ଥିବାରୁ ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଉଜ୍ଜଳା ଯୋଜନା ଆଧାରରେ ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏନେଇ ଆଜି କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଚଳିତ ମାସ ଅଗଷ୍ଟ ପହିଲାରୁ ପେଟ୍ରୋଲିୟନ କମ୍ପାନୀ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୧୦୦ ଟଙ୍କା ହ୍ରାସ କରିଥିଲେContinue reading “ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସିଡି । ସବସିଡିକୁ କ୍ୟାବିନେଟର ମଞ୍ଜୁରୀ । ଉଜ୍ୱଳା ହିତାଧିକାରୀ ହେବେ ଉପକୃତ”

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ : ଜାମ୍ମୁ-କାଶ୍ମୀରକୁ କେବେ ମିଳିବ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଓ କେବେ ହେବ ନିର୍ବାଚନ ?

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ମଙ୍ଗଳବାର ଦିନ ଶୁଣାଣି କ୍ରମରେ ମୁଖ୍ୟ ବିଚାରପତି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି କି, ଜାମ୍ମୁ-କାଶ୍ମୀରରେ କେବେ ନିର୍ବାଚନ ହେବ ଓ କେବେ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ ? ସଲିସିଟର ଜେନରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଛନ୍ତି କି କେନ୍ଦ୍ର ସରକାରଙ୍କ ତରଫରୁ ନିର୍ଦ୍ଦେଶ ମିଳିଛି ଯେ ଲଦାଖ ସ୍ଥାୟୀ ଭାବେ କେନ୍ଦ୍ରଶାସିତ ପ୍ରଦେଶContinue reading “କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ : ଜାମ୍ମୁ-କାଶ୍ମୀରକୁ କେବେ ମିଳିବ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଓ କେବେ ହେବ ନିର୍ବାଚନ ?”

ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଇସଲାମିକ ପୋଷାକ ‘ଅବୟା’ ବ୍ୟାନ୍

ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଇସଲାମିକ ପୋଷାକ ‘ଅବୟା’ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଫ୍ରାନ୍ସର ନିଷ୍ପତି ଶିକ୍ଷାକୁ ଧର୍ମର ମୁଖ୍ୟ ସ୍ରୋତରୁ  ପୃଥକ କରିବା ଉଦ୍ଦେଶ୍ୟରେ ଫ୍ରାନ୍ସ ଏହାର ଜାତୀୟ ଧର୍ମନିରପେକ୍ଷ ନୀତିର ଏକ ଅଂଶ ଭାବରେ ‘ଅବୟା’ (ଇସଲାମିକ୍ ପୋଷାକ) ଏବଂ ଅନ୍ୟାନ୍ୟ ଧାର୍ମିକ ସାମଗ୍ରୀ କିମ୍ବା ପୋଷାକ ବ୍ୟବହାର ଉପରେ କଟକଣା ଜାରି କରିଛି । ଏହି ନିଷ୍ପତି ସ୍କୁଲ ଖୋଲିବା ସିଜନ ପୂର୍ବରୁ ନିଆଯାଇଛି । ଅଗଷ୍ଟ 27, 2023ରେ ଫ୍ରାନସ ବୈଦେଶିକContinue reading “ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଇସଲାମିକ ପୋଷାକ ‘ଅବୟା’ ବ୍ୟାନ୍”

Design a site like this with WordPress.com
Get started