ପୁରୀ ମେଡିକାଲ କଲେଜ ରାଗିଂ ଘଟଣା: ତିନି ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଜୋରିମାନା ସହ ୨ ମାସ ପାଇଁ କ୍ଲାସ ରୁମରେ ବସିପାରିବେନି କି ହଷ୍ଟେଲରେ ରହିପାରିବେନି ।

କନକ ବ୍ୟୁରୋ: ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଘଟଣା । ତିନି ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କଲେଜ କର୍ତୃପକ୍ଷ । ଆସନ୍ତା ୨ ମାସ ଯାଏଁ ୩ ଛାତ୍ର ହଷ୍ଟେଲରେ ରହିପାରିବେ ନାହଁ କି କଲେଜରେ ପାଠ ପଢିପାରିବେ ନାହିଁ । ଏଥିସହ ୨୫ ହଜାର ଟଙ୍କା ଜୋରିମାନା କରାଯାଇଛି । ଇଣ୍ଟରନାଲ ଆସେସମେଣ୍ଟରୁ ସେମାନେ ବଞ୍ଚିତ ହେବେ ବୋଲି ମଧ୍ୟ ଆଣ୍ଟିି ରାଗିଂ କମିଟି ନିଷ୍ପତି ନେଇଛି । ଗତContinue reading “ପୁରୀ ମେଡିକାଲ କଲେଜ ରାଗିଂ ଘଟଣା: ତିନି ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଜୋରିମାନା ସହ ୨ ମାସ ପାଇଁ କ୍ଲାସ ରୁମରେ ବସିପାରିବେନି କି ହଷ୍ଟେଲରେ ରହିପାରିବେନି ।”

ଇଡି ଅଧିକାରୀଙ୍କୁ ବାନ୍ଧିଲା ସିବିଆଇ । ଅବକାରୀ ନୀତି ମାମଲାରେ ଲାଞ୍ଚ ନେଇଥିବା ଅଭିଯୋଗ ।

କନକ ବ୍ୟୁରୋ: ଇଡି ( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିବା ପୱନ କ୍ଷତ୍ରୀଙ୍କୁ ଗିରଫ କରିଛି ସିବିଆଇ । ଦିଲ୍ଲୀ ଅବକାରୀ ନୀତିରେ ପୱନ କ୍ଷତ୍ରୀ ୫ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିବା ସୂଚନା ରହିଛି । ଏନେଇ ମାମଲା ଦାଏର କରାଯିବା ପରେ ମାମଲାର ଯାଞ୍ଚ କରାଯାଇ ତାଙ୍କୁ ଗିରଫ କରିଛି ସିବିଆଇ । ସୂଚନା ମୁତାବକ, ଇଡିରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରୁଥିବା ପୱନ କ୍ଷତ୍ରୀContinue reading “ଇଡି ଅଧିକାରୀଙ୍କୁ ବାନ୍ଧିଲା ସିବିଆଇ । ଅବକାରୀ ନୀତି ମାମଲାରେ ଲାଞ୍ଚ ନେଇଥିବା ଅଭିଯୋଗ ।”

ଜି-୨୦ ବୈଠକ ପୂର୍ବରୁ ପୁଣି ତେଜିଲା ସୀମା ବିବାଦ। ନୂଆ ମାନଚିତ୍ରରେ ଅରୁଣାଚଳ ପ୍ରଦେଶକୁ କଲା ସାମିଲ

କନକ ବ୍ୟୁରୋ: ଆସନ୍ତା ମାସରେ ଜି-୨୦ ସମ୍ମିଳନୀ । ଦିଲ୍ଲୀ ଗସ୍ତରେ ଆସିବେ ବିଶ୍ୱର ଅନେକ ବଡ ବଡ ନେତା । ଯେଉଁଥିରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ରହିଛନ୍ତି । ଏହା ପୂର୍ବରୁ କିନ୍ତୁ ଚୀନ୍ ନିଜର ଔଦ୍ଧତ୍ୟ ଦେଖାଇବା ଆରମ୍ଭ କରିଛି । ସୋମବାର ନିଜର ସରକାରୀ ମିଡିଆ ଗ୍ଲୋବାଲ ଟାଇମ୍ସ ଜରିଆରେ ଚୀନ ୨୦୨୩ ସଂସ୍କରଣର ମାନଚିତ୍ର ଜାରି କରିଛି । ଯେଉଁଥିରେ ଅରୁଣାଚଳପ୍ରଦେଶକୁ ନିଜର ବୋଲି ପୁଣିଥରେ ଦାବି କରିଛିContinue reading “ଜି-୨୦ ବୈଠକ ପୂର୍ବରୁ ପୁଣି ତେଜିଲା ସୀମା ବିବାଦ। ନୂଆ ମାନଚିତ୍ରରେ ଅରୁଣାଚଳ ପ୍ରଦେଶକୁ କଲା ସାମିଲ”

ଉପାସରେ ରହିଲେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁଁ ନୀତିରେ ବଡ ବିଭ୍ରାଟ ।

କନକ ବ୍ୟୁରୋ: ସେବାୟତଙ୍କ ବିବାଦରୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିରେ ବଡ ବିଭ୍ରାଟ । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଟଣାଓଟରା ଯୋଗୁଁ ଓପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ । ଯାହାକୁ ନେଇ ଭକ୍ତଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି । ଗତକାଲି ସନ୍ଧ୍ୟା ଧୂପ ପରଠାରୁ ଠାକୁରଙ୍କ ନୀତି ବନ୍ଦ ହୋଇଯାଇଛି । ଶ୍ରାବଣର ଶେଷ ସୋମବାରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି କରିବାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା ।Continue reading “ଉପାସରେ ରହିଲେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁଁ ନୀତିରେ ବଡ ବିଭ୍ରାଟ ।”

‘ମୁଁ ଜାତୀୟ ପତାକାରେ ଦସ୍ତଖତ କରିପାରିବି ନାହିଁ’: ବିଦେଶୀ ମହିଳାଙ୍କୁ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରାଙ୍କ ଅନୁରୋଧ

କନକ ବ୍ୟୁରୋ: ଭାରତର ସ୍ୱର୍ଣ୍ଣିମ ପୃଷ୍ଠାରେ ଆଉ ଏକ ପୃଷ୍ଠା ଯୋଡି ଦେଇଛନ୍ତି ସୁନା ପୁଅ ତଥା ଜାଭଲିନ୍ ଥ୍ରୋୟର ନୀରଜ ଚୋପ୍ରା । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି ସାରା ବିଶ୍ୱରେ ଭାରତକୁ ଗୌରବନ୍ୱିତ କରାଇଛନ୍ତି । ନୀରଜଙ୍କ ଏହି ଐତିହାସିକ ବିଜୟ ପରେ ହଙ୍ଗରୀର ଜଣେ ମହିଳା ପ୍ରଶଂସକ ତାଙ୍କ ଠାରୁ ଅଟୋଗ୍ରାଫ (ଦସ୍ତଖତ) ଚାହିଁଥିଲେ। ଏଥିପାଇଁ ହଙ୍ଗରୀର ମହିଳା ପ୍ରଶଂସକ ନୀରଜଙ୍କ ସାମ୍ନାରେ ଏକ ତ୍ରିରଙ୍ଗା ରଖି ସେଥିରେ ଦସ୍ତଖତContinue reading “‘ମୁଁ ଜାତୀୟ ପତାକାରେ ଦସ୍ତଖତ କରିପାରିବି ନାହିଁ’: ବିଦେଶୀ ମହିଳାଙ୍କୁ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରାଙ୍କ ଅନୁରୋଧ”

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବଡ ଦାବି। ଡିସେମ୍ବର କିମ୍ବା ଜାନୁଆରୀରେ ଆଗୁଆ ନିର୍ବାଚନ ନେଇ କଲେ ଆଶଙ୍କା ପ୍ରକାଶ

କନକ ବ୍ୟୁରୋ: ଡିସେମ୍ବର କିମ୍ବା ଜାନୁଆରୀରେ ହୋଇପାରେ ଆଗାମୀ ସାଧାରଣ ନିର୍ବାଚନ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା କହିଛନ୍ତି । ସୋମବାର ତୃଣମୂଳ ଯୁବ କଂଗ୍ରେସକୁ ଉଦବୋଧନ ଦେଉଥିଲେ ଟିଏମସି ସୁପ୍ରିମୋ । ଏହି ସମୟରେ ସେ କହିଛନ୍ତି, କେନ୍ଦ୍ରର ବିଜେପି ଉପରେ ତାଙ୍କର ସନ୍ଦେହ ରହିଛି । ଆଗାମୀ ନିର୍ବାଚନ ଡିସେମ୍ବର କିମ୍ବା ଜାନୁଆରୀରେ କରି ଦେଇପାରନ୍ତି । ହେଲିକପ୍ଟର ଗୁଡିକ ଆଗୁଆ ବୁକିଂ ସରିଛି । ଏହା ବିଜେପି ଦ୍ୱାରା ହୋଇଛିContinue reading “ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବଡ ଦାବି। ଡିସେମ୍ବର କିମ୍ବା ଜାନୁଆରୀରେ ଆଗୁଆ ନିର୍ବାଚନ ନେଇ କଲେ ଆଶଙ୍କା ପ୍ରକାଶ”

ଫୋନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେଲେ ଭ୍ଲାଦିମିର ପୁଟିନ୍। ଜି-୨୦ ବୈଠକରେ ଯୋଗଦେବେନି ବୋଲି କହିଲେ ରୁଷ ରାଷ୍ଟ୍ରପତି

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ ଆଲୋଚନା କଲେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଉଭୟ ନେତା ମହାକାଶ ସହଯୋଗ, ବ୍ରିକ୍ସ ସମ୍ପ୍ରସାରଣ ଓ ଜି-୨୦ ବୈଠକ ସମେତ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କରେ ଆଲୋଚନା କରିଛନ୍ତି । ଆସନ୍ତା ୯ ଓ ୧୦ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ସେ ଯୋଗଦେଇପାରିବେ ନାହିଁ ବୋଲି କହିଛନ୍ତି ପୁଟିନ୍ । ରୁଷ୍ ବିଦେଶ ମନ୍ତ୍ରୀ ସେର୍ଗି ଲବରୋବ ରୁଷକୁ ଜି-୨୦Continue reading “ଫୋନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେଲେ ଭ୍ଲାଦିମିର ପୁଟିନ୍। ଜି-୨୦ ବୈଠକରେ ଯୋଗଦେବେନି ବୋଲି କହିଲେ ରୁଷ ରାଷ୍ଟ୍ରପତି”

୪୦ ଫୁଟ ପାଚେରୀ ଡେଇଁ ଜେଲରୁ ଚମ୍ପଟ ମାରିଲା ଦୁଷ୍କର୍ମ ଅଭିଯୁକ୍ତ। ସିସିଟିଭିରେ କଏଦ କର୍ଣ୍ଣାଟକ ଦାବଣଗେରେ ସବଜେଲରୁ କଏଦୀ ଫେରାର ଦୃଶ୍ୟ

କନକ ବ୍ୟୁରୋ: ୪୦ ଫୁଟ ପାଚେରୀ ଡେଇଁ ଚମ୍ପଟ ଦୁଷ୍କର୍ମ ଅଭିଯୁକ୍ତ । ସିସିଟିଭିରେ କଏଦ ହେଲା କର୍ଣ୍ଣାଟକ ଦାବଣଗେରେ ସବଜେଲରୁ କଏଦୀ ଫେରାରର ଦୃଶ୍ୟ । ଅଭିଯୁକ୍ତ ଜଣକ ଛୋଟେଇ ଛୋଟେଇ ଫେରାର ହୋଇଯାଉଥିବାର ଦୃଶ୍ୟ କଏଦ ହୋଇଛି । ଅଭିଯୁକ୍ତର ନାଁ ବସନ୍ତ ବୋଲି ଜଣାପଡ଼ିଛି । ପୂର୍ବ ଯୋଜନା ମୁତାବକ କେହି ନଥିବା ବେଳେ କାନ୍ଥ ଉପରକୁ ଉଠିଯାଇଥିଲା । ଏହା ପରେ ୪୦ ଫୁଟ ତଳକୁ ଡେଇଁ ପଡିଥିଲା । ଏହାContinue reading “୪୦ ଫୁଟ ପାଚେରୀ ଡେଇଁ ଜେଲରୁ ଚମ୍ପଟ ମାରିଲା ଦୁଷ୍କର୍ମ ଅଭିଯୁକ୍ତ। ସିସିଟିଭିରେ କଏଦ କର୍ଣ୍ଣାଟକ ଦାବଣଗେରେ ସବଜେଲରୁ କଏଦୀ ଫେରାର ଦୃଶ୍ୟ”

ଆଜି ଜାତୀୟ କ୍ରୀଡ଼ା ଦିବସ। ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ

କନକ ବ୍ୟୁରୋ: ଆଜି ଜାତୀୟ କ୍ରୀଡା ଦିବସ । ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ । ଅଲିମ୍ପିକ୍ସରେ ହକି ପ୍ରତି ଧ୍ୟାନଚାନ୍ଦଙ୍କ ରହିଛି ଅତୁଳନୀୟ ଅବଦାନ । ଏହାର ସ୍ମୃତିଚାରଣ ଓ ଭାରତକୁ ବିଶ୍ୱର ପ୍ରମୁଖ କ୍ରୀଡା ଶକ୍ତି ଭାବେ ଉଭା କରିବା ନେଇ ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡା ବିପ୍ଳବର ବହ୍ନି ଜଳାଇବା ଉଦ୍ଦେଶ୍ୟରେ ଏହି ଦିବସକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି । ୧୯୨୮ରୁ ଅଲିମ୍ପିକ୍ସରେ ଭାରତର ସ୍ୱର୍ଣ୍ଣ ଅଭିଯାନContinue reading “ଆଜି ଜାତୀୟ କ୍ରୀଡ଼ା ଦିବସ। ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ”

ଓଡିଶା ଫେରିଲେ ଭାରତର ଦୃଷ୍ଟିବାଧିତ କ୍ରିକେଟ୍ ଟିମ୍ ସଦସ୍ୟ। ଭୁବନେଶ୍ୱର ବିମାନ ବନ୍ଦରରେ ସମ୍ବର୍ଦ୍ଧନା

କନକ ବ୍ୟୁରୋ: ଆଇବିଏଏସ୍ ୱାର୍ଲ୍ଡ ଗେମରେ ସାମିଲ ହୋଇଥିବା ଓଡ଼ିଆ ଖେଳାଳି ଭୁବନେଶ୍ୱର ଫେରିଛନ୍ତି । ଆଇବିଏଏସ୍ ୱାର୍ଲ୍ଡ ଗେମରେ ପାକିସ୍ତାନଠୁ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଛି ଭାରତର ବ୍ଲାଇଣ୍ଡ କ୍ରିକେଟ୍ ଟିମ୍ । ଭାରତୀୟ ଦଳରେ ସାମିଲ ହୋଇଥିଲେ ଓଡ଼ିଶାର ତିନି ଜଣ ଖେଳାଳି । ସେମାନେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ କ୍ରୀଡା ବିଭାଗ ଓ ବ୍ଲାଇଣ୍ଡ କ୍ରିକେଟ ଆସୋସିଏସନ୍ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଦେଶରେ ବ୍ଲାଇଣ୍ଡ କ୍ରିକେଟ୍ ପାଇଁContinue reading “ଓଡିଶା ଫେରିଲେ ଭାରତର ଦୃଷ୍ଟିବାଧିତ କ୍ରିକେଟ୍ ଟିମ୍ ସଦସ୍ୟ। ଭୁବନେଶ୍ୱର ବିମାନ ବନ୍ଦରରେ ସମ୍ବର୍ଦ୍ଧନା”

Design a site like this with WordPress.com
Get started