ମଝି ଆକାଶରୁ ହଜିଗଲା ଇଣ୍ଡୋନେସିଆ ବିମାନ । ବିମାନ ଉଡାଣର ୪ ମିନିଟ ପରେ ହୋଇଥିଲା ଯୋଗାଯୋଗ ବିଚ୍ଛିନ୍ନ ।

କନକ ବ୍ୟୁରୋ : ମଝି ଆକାଶରୁ ହଜିଲା ବିମାନ। ଉଡ଼ାଣ କରିବାର ୪ମିନିଟ ପରେ ଇଣ୍ଡୋନେସିଆର ଶ୍ରୀୱିଜୟ ବିମାନ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ୪ମିନିଟ ପରେ ପାଇଲଟଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଏବେ ବିମାନକୁ ଖୋଜିବା ଆରମ୍ଭ କରାଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ବିମାନରେ ୧୩୦ଜଣ ବସିବା ଭଳି ସିଟ ରହିଥିବା ବେଳେ ଉଡ଼ାଣ ସମୟରେ ସେଥିରେ ୫୯ଜଣ ଯାତ୍ରୀ ଥିଲେ। ତେବେ ଏପର୍ୟ୍ୟନ୍ତ ନିଖୋଜ ହେବାର କାରଣ ଜଣାପଡ଼ିନାହିଁ।

ସୂଚନା ମୁତାବକ, ଉଡ଼ାଣର ୪ମିନିଟ ପରେ ଇଣ୍ଡୋନେସିଆର ଶ୍ରୀୱିଜୟ ବିମାନ ଏହାର ଏକ ବୋଇଙ୍ଗ ୭୩୭-୫୨୪ଯାତ୍ରୀବାହୀ ବିମାନ ସହିତ ଯୋଗାଯୋଗ ହରାଇଥିଲା। ବିମାନଟି ଜାକର୍ତ୍ତାରୁ ପଣ୍ଟିଆନାକ୍ କୁ ଯାଉଥିଲା ବୋଲି ଜଣାପଡ଼ିଛି। ଶେଷ ଥର ପାଇଁ ୨ଟା ୪୦ରେ ବିମାନ ସହ ଯୋଗଯୋଗ ହୋଇଥିଲା। ଏହା ପରଠାରୁ ବିମାନ ସହ ଯୋଗାଯୋଗ କରିପାରିନଥିଲା କଣ୍ଟ୍ରୋଲ ରୁମ। ଇଣ୍ଡୋନେସିଆର ସର୍ଚ୍ଚ ଏବଂ ଉଦ୍ଧାରକାରୀ ସଂସ୍ଥା ଏବଂ ଜାତୀୟ ପରିବହନ ସୁରକ୍ଷା ଆୟୋଗ ମଧ୍ୟ ତଦନ୍ତ କରୁଛନ୍ତି ବୋଲି ଶ୍ରୀୱିଜୟ ପକ୍ଷରୁ କୁହାଯାଇଛି।

ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ଅକ୍ଟୋବର ୨୦୧୮ରେ, ଏକ ଲାୟନ ଏୟାର ବୋଇଙ୍ଗ ୭୩୭ ମାକ୍ସ ଜେଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଉଡ଼ାଣର ୧୨ମିନିଟ ପରେ ଜାବା ସାଗରରେ ଖସିପଡ଼ିବାରୁ ୧୮୯ଜଣଙ୍କର ମୃତ୍ୟୁ ଘଟିଥିଲା।c

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started