
କନକ ବ୍ୟୁରୋ : ସରକାରଙ୍କ ଡବଲ ହେଲମେଟ୍ ନିୟମ ବଢ଼ାଇଛି ହେଲମେଟ୍ ବେପାର। ଜରିମାନା ଭୟରେ ହୁ ହୁ ହୋଇ ବଢ଼ୁଛି ହେଲମେଟ୍ ଡିମାଣ୍ତ। ପୂର୍ବରୁ ଗାଡ଼ିଚାଳକ ହେଲମେଟ୍ ବ୍ୟବହାର ବାଧ୍ୟତାମୂଳକ ଥିବାବେଳେ ଏବେ ପରିବହନ ବିଭାଗ ପକ୍ଷରୁ ଗାଡ଼ି ଚାଳକଙ୍କ ସମତେ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଜାନୁଆରି ୧ ତାରିଖରୁ ଲାଗୁ ହୋଇଥିବାରୁ ସହରବାସୀଙ୍କ ମନରେ ଜରିମାନାର ଭୟ ବଢ଼ିଯାଇଛି। ଏବେ ସେଇଥିପାଇଁ ହେଲ୍ମେଟ୍ କିଣିବା ପାଇଁ ହେଲମେଟ୍ ଦୋକାନରେ ଭିଡ଼ ଦେଖିବାକୁ ମିଳୁଛି। ଲୋକେ ନିଜ ସୁରକ୍ଷା ପାଇଁ କମ୍, ବରଂ ଜରିମାନାରୁ ବଞ୍ଚିବା ପାଇଁ ଅଧିକ ହେଲମେଟ୍ କିଣୁଥିବା ନଜରକୁ ଆସିଛି।
ଗ୍ରାହକଙ୍କ ଆବଶ୍ୟକ ଅନୁଯାୟୀ ଦୋକାନୀମାନେ ମଧ୍ୟ ସହରର ଗଳକନ୍ଦି ଓ ପ୍ରମୁଖ ସ୍ଥାନମାନଙ୍କରେ ହେଲ୍ମେଟ୍ ପସରା ମେଲାଇଛନ୍ତି। ହେଲ୍ମେଟ୍ ମଧ୍ୟରେ ଓମେଗା, ସୋନି, ଷ୍ଟଡ୍, ଭେଗା, ହିଲକ୍ସ, ଷ୍ଟିଲବାର୍ଡ ଭଳି ବ୍ରାଣ୍ତ ରହିଛି। ଏହାର ଦର ୪୫୦ ଟଙ୍କାରୁ ୧୫ଶହ ଟଙ୍କା ରହିଥିବାବେଳେ ଏବେ ହାଫ୍ ହେଲମେଟ୍ ବା ଲେଡିଜ୍ ହେଲମେଟ୍ ଅଧିକ ଡିମାଣ୍ତରେ ରହିଛି। ଲକ୍ଡାଉନ ଯୋଗୁଁ ଦୋକାନୀମାନେ ଦୀର୍ଘଦିନ ହେବ ସହି ଆସୁଥିବା କ୍ଷତିକୁ ବର୍ତ୍ତମାନର ଡବଲ ହେଲ୍ମେଟ୍ ବେପାର ଲାଭରେ ପରିଣତ କରିଥିବା ଦୋକାନୀମାନେ ପ୍ରକାଶ କରିଛନ୍ତି।
from Kanak News
via <a href="https://ifttt.com/?