ଓଡ଼ିଶା ହେବ ଇସ୍ପାତର ପେଣ୍ଠସ୍ଥଳୀ, ଖଣି-ଇସ୍ପାତ ଅଭିବୃଦ୍ଧିକୁ ଗୁରୁତ୍ୱ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲକ୍ଷ୍ମୀ ମିତ୍ତଲଙ୍କ ଆଲୋଚନା ।

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଲକ୍ଷ୍ମୀ ମିତ୍ତଲ । ନୂଆ ଦିଲ୍ଲୀସ୍ଥିତ କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଏବଂ ସିଇଓ ଆଦିତ୍ୟ ମିତ୍ତଲ ସାକ୍ଷାତ କରିଛନ୍ତି । ଏପରିକି ଓଡିଶାରେ ଇସ୍ପାତ୍ ଇତ୍ପାଦନ ଓ ଖଣି କ୍ଷେତ୍ରର ଅଭିବୃଦ୍ଧି ଏବଂ କମ୍ପାନୀର ସଂପ୍ରସାରଣ ସହ ଜଡିତ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ ହୋଇଛି । ବିଶେଷ ଭାବରେ ଓଡିଶାକୁ ଇସ୍ପାତ କ୍ଷେତ୍ରରେ ପେଣ୍ଠସ୍ଥଳିରେ ପରିଣତ କରିବା ଏବଂ ଏଥିରେ ଆର୍ସେଲର ମିତ୍ତଲର ଭୂମିକା କ’ଣ ରହିବ ସେନେଇ ମଧ୍ୟ ବୈଠକରେ ଚର୍ଚ୍ଚା କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏହାସହ ବୈଠକରେ ଅଗ୍ରଣୀ ଇସ୍ପାତ୍ ଉତ୍ପାଦନ କମ୍ପାନୀ ଆର୍ସେଲର ମିତଲର ମୁଖ୍ୟଙ୍କ ସହ ଶ୍ରୀ ପ୍ରଧାନ ତୈଳ, ଗ୍ୟାସ, ଇସ୍ପାତ୍, ପେଟ୍ରୋକେମିକାଲ ଏବଂ ଖଣି କ୍ଷେତ୍ର ଉପରେ ଆଲୋଚନା କରିଥିଲେ । ବିଶେଷ ଭାବରେ ନୂତନ ଉଦ୍ଭାବନ ମାଧ୍ୟମରେ କିରି ତୈଳ, ଗ୍ୟାସ, ଇସ୍ପାତ୍, ପେଟ୍ରୋକେମିକାଲ ଏବଂ ଖଣି କ୍ଷେତ୍ରକୁ ଅଧିକ ମଜବୁତ୍, ଦକ୍ଷତାସମ୍ପନ୍ନ ଏବଂ ବୈଶ୍ୱିକ ପ୍ରତିଯୋଗିତାମୂଳକ କରିହେବ ସେ ନେଇ ଆଲୋଚନା ହୋଇଥିଲା ।

କେବଳ ଏତିକି ନୁହେଁ ୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ମିଲିୟନ ଟନ୍ ଇସ୍ପାତ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ କେବଳ ଓଡିଶାରେ ୧୦୦ ମିଲିଟନ ଟନ୍ ଇସ୍ପାତ୍ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ଖଣି ଓ ଇସ୍ପାତ୍ ଉତ୍ପାଦନର ଅଭିବୃଦ୍ଧି ନେଇ ଚର୍ଚ୍ଚା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନ ଏବଂ ଆତ୍ମନିର୍ଭର ଭାରତରେ ଓଡିଶାରେ ଥିବା ଧାତୁ ଏବଂ ଖଣି କ୍ଷେତ୍ରର ଭୂମିକା କ’ଣ ରହିବ ତଥା ଆତ୍ମନିର୍ଭର ଭାରତରେ ଓଡିଶାର ଏହି କ୍ଷେତ୍ରର ବ୍ୟାପକ ଯୋଗଦାନ କଣ ରହିବ ସେ ବିଷୟରେ ଚର୍ଚ୍ଚା ହୋଇଥିଲା ।

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started