ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ ୨୦୨୧: ବିଶ୍ବର ୧ନଂ ଧନୀ ଏଲୋନ୍ ମସ୍କ, ଅଷ୍ଟମ ସ୍ଥାନରେ ମୁକେଶ ଅମ୍ବାନୀ

କନକ ବ୍ୟୁରୋ : ଏସିଆର ୧ନଂ ଧନୀ ମାନ୍ୟତା ପାଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ ୨୦୨୧ରେ ଅଷ୍ଟମ ସ୍ଥାନରେ ରହିଛନ୍ତି। ଆଜି ବିଶ୍ବର ଧନୀ ବ୍ୟକ୍ତିଙ୍କ ତାଲିକା ହୁରୁନ୍ ପକ୍ଷରୁ ପ୍ରକାଶ କରାଯାଇଥିବା ବେଳେ ପ୍ରଥମ ସ୍ଥାନରେ ରହି ବିଶ୍ବର ୧ନଂ ଧନୀ ବ୍ୟବସାୟୀ ପାଲଟିଛନ୍ତି ଟେସଲା ମୋଟର୍ସର ସିଇଓ ଏଲୋନ୍ ମସ୍କ।

ଅନ୍ୟପକ୍ଷରେ ଟେସଲା ମୋଟର୍ସର ସିଇଓ ଏଲୋନ୍ ମସ୍କଙ୍କର ସମ୍ପତ୍ତି ଚଳିତ ବର୍ଷ ୧୫୧ ବିଲିୟନ ଡ଼ଲାର୍ ବଢ଼ିଯିବା ଫଳରେ ସେ ମୋଟ ୧୯୭ବିଲିୟନ ଡଲାର ମାଲିକ ବନିଛନ୍ତି, ଯାହା ତାଙ୍କୁ ବିଶ୍ବର ଧନୀ ତାଲିକାରେ ଏକ ନମ୍ବରରେ ରଖିଛି। ସେହିଭଳି ଆମାଜନ ଡଟ୍ ଇନ୍ ମାଲିକ ଜେଫ୍ ବେଜୋସ୍ ୧୮୯ବିଲିୟନ ଡ଼ଲାର୍ ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଗତ ଏକ ବର୍ଷ ମଧ୍ୟରେ ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ୮୩ ବିଲିୟନ ଡ଼ଲାର (ପ୍ରାୟ ୬.୦୯ଲକ୍ଷ କୋଟି)କୁ ବୃଦ୍ଧି ପାଇଛି ବୋଲି ଜଣାପଡ଼ିଛି। ନିକଟରେ ଚୀନ୍‌ର ଝୋଙ୍ଗ ଶାନଶାନ ୨୨ବିଲିୟନ ଡଲାର ହରାଇବା ପରେ ମୁକେଶ ଅମ୍ବାନୀ ଏସିଆର ୧ନଂ ଧନୀ ମାନ୍ୟତା ପାଇଥିଲେ। ଏ ନେଇ ଶନିବାର ରିପୋର୍ଟ କରିଥିଲା ବ୍ଲୁମବର୍ଗ ବିଲିୟନାୟାର ଇଣ୍ଡେକ୍ସ ।

ମୁକେଶ ଅମ୍ବାନୀଙ୍କ ବ୍ୟତୀତ ଅନ୍ୟ ଭାରତୀୟ ବିଲିୟନାୟାରମାନେ ମଧ୍ୟ ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ ୨୦୨୧ରେ ନିଜର ସ୍ଥାନ ବନାଇପାରିଛନ୍ତି। ସେମାନେ ହେଉଛନ୍ତି – ଗୌତମ ଅଦାନୀ ଆଣ୍ଡ ଫ୍ୟାମିଲି (୨.୩୪ ଲକ୍ଷ କୋଟି ଟଙ୍କା ସହିତ ୪୮ସ୍ଥାନରେ ରହିଛନ୍ତି) ଶିବ ନାଦର ଆଣ୍ଡ ଫ୍ୟାମିଲି (୧.୯୪ ଲକ୍ଷ କୋଟି ଟଙ୍କା ସହିତ ୫୮ସ୍ଥାନରେ ରହିଛନ୍ତି), ଲକ୍ଷ୍ମୀ ଏନ ମିତ୍ତଲ (୧.୪୦ ଲକ୍ଷ କୋଟି ସମ୍ପତ୍ତି ସହିତ ୧୦୪ସ୍ଥାନରେ ରହିଛନ୍ତି), ସେରମ୍ ଇନଷ୍ଟିଚ୍ୟୁଟର ସାଇରସ୍ ପୁନାୱାଲା (୧.୩୫ ଲକ୍ଷ କୋଟି ଟଙ୍କା ସହିତ ୧୧୩ସ୍ଥାନରେ ରହିଛନ୍ତି)।

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started