
କନକ ବ୍ୟୁରୋ : ଉପର ଘରେ ବନ୍ଧା ପଡ଼ିଛନ୍ତି ଡ଼ାକ୍ତରଙ୍କ ପତ୍ନୀ । ହେଲେ ବାହାରୁ ତାଲା ପକାଇ ତଳ ଘରେ ବସିଛନ୍ତି ଶ୍ୱଶୁର । ଏଭଳି ଅଭାବନୀୟ ଚିତ୍ର ଆସିଛି ଖୋଡ଼ାସିଂ ବାଂଛାନିଧି ନଗରରୁ । ଅଭିଯୋଗ ଅନୁସାରେ ଡ଼ାକ୍ତର ଶାନ୍ତିଭୁଷଣ ପାଠିଙ୍କ ପତ୍ନୀ ନିବେଦିତା ସାହୁଙ୍କୁ ଗୃହବନ୍ଦୀ କରି ରଖିଛନ୍ତି ତାଙ୍କ ଶ୍ୱଶୁର । ଆଜି ସକାଳୁ ଉପର ଘରକୁ ଥିବା ସିଡ଼ିରେ ଶ୍ୱଶୁର ତାଲା ପକାଇଦେଇଥିଲେ । ଫଳରେ ବାଲକୋନୀରୁ ଦଉଡ଼ି ସାହାଯ୍ୟରେ ଉପରକୁ ଖାଦ୍ୟ ପଠାଇଛନ୍ତି ଝିଅର ବାପା । ଗତକାଲି ଶାଶୁ ଘରେ ରହିବାକୁ ଦାବି କରି ଧାରଣା ଦେଇଥିଲେ ବୋହୁ ନିବେଦିତା ସାହୁ ।
from Kanak News
via <a href="https://ifttt.com/?