
କନକ ବ୍ୟୁରୋ: ଆସନ୍ତା କାଲି ମହାଶିବରାତ୍ରି ବା ଜାଗର ପର୍ଵ । ସେଥିପାଇଁ କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ବର ପୀଠରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ କୋଭିଡ କଟକଣା ପାଇଁ ଆସନ୍ତା କାଲି ସକାଳ ୬ଟାରୁ ପରଦିନ ସକାଳ ୬ଟା ପର୍ୟ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ଫଳରେ ସାଧାରଣ ଦର୍ଶନ ବନ୍ଦ ରହିବ। ପୂଜକ ସମିତି ପକ୍ଷରୁ ବୈଠକ କରାଯାଇ ଆସନ୍ତା କାଲି ଭୋର ଚାରିଟାରୁ ଦ୍ଵାର ଫିଟାଯାଇ ମହାସ୍ନାନ କରାଯିବା ସହିତ କେତକୀ ଫୁଲରେ ସଜିତ କରାଯାଇ ବିନା ଭକ୍ତରେ ଦର୍ଶନ ଦେବେ ଧବଳେଶ୍ବର। ଅପରାହ୍ନରେ ଚାରି ପ୍ରହର ପୂଜା କରାଯାଇ ତୃତୀୟ ପ୍ରହର ପୂଜାରେ ମାଣ୍ଡୁଅ ଭୋଗ ଲାଗି ବେଢ଼ା ପରିକ୍ରମା କରାଯିବା ସହିତ ରାତ୍ର ଗୋଟାଏରେ ମହାଦୀପ ଉଠିବା ପାଇଁ ନିଷ୍ପତ୍ତି କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଚୌଦ୍ବାର ଥାନା ପକ୍ଷରୁ ସୂଚନା ମିଳିଛି । କୌଣସି ଭକ୍ତ ବା ଶ୍ରଦ୍ଧାଳୁ ଧବଳେଶ୍ବର ନଆସିବା ପାଇଁ ପ୍ର ସନ ପକ୍ଷରୁ କୁହାଯାଇଛି। ଘରେ ରହି ଉଜାଗର ରହିବା ସହ ଧବଳେଶ୍ବରଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପଜ୍ଜଳନ କରିବା ପାଇଁ ପୂଜକ କହିଛନ୍ତି।
from Kanak News
via <a href="https://ifttt.com/?