ଶିମିଳିପାଳରେ ଜଙ୍ଗଲ ଜଳିବା ଭିତରେ ଆସିଲା ଆଶ୍ୱସ୍ତିକର ଖବର । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ।

କନକ ବ୍ୟୁରୋ: ଶିମିଳିପାଳ ଜଙ୍ଗଲ ଜଳିବା ଭିତରେ ଆସିଛି ଆଶ୍ୱସ୍ତିକର ଖବର । ଆଜି ଶିମିଳିପାଳର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ଯାହା ଫଳରେ ଶିମିଳିପାଳ ନିଆଁ ପ୍ରସମିତ ହେବା ନେଇ ଆଶା ଦେଖାଦେଇଛି । ଗତ ଦୁଇ ସପ୍ତାହରୁ ଅଧିକ ଦିନ ହେଲା ଶିମିଳିପାଳ ଜଙ୍ଗଲ  ନିଆଁରେ ଜଳୁଥିଲା । ନିୟାକୁ ଆୟତ୍ତାଧୀନ କରିବାକୁ ସରକାରଙ୍କୁ ନାକେଦମ ହେବାକୁ ପଡୁଥିଲା । ତଥାପି କିଛି ଅଂଚଳରେ ନିଆଁ ଲିଭୁନଥିଲା । ଯାହାକୁ ନେଇ ଚାରିଆଡେ ଲୋକମାନେ କ୍ଷୋଭ ପ୍ରକାଶ କରିଥିଲେ । ହେଲେ ଆଜି ଶିମିଳିପାଳର କିଛି ଅଂଚଳରେ ବର୍ଷା ହେବା ଖବର ଲୋକଙ୍କ ମନକୁ ଆଶ୍ୱସ୍ତ କରିଛି ।

https://platform.twitter.com/widgets.js

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started