କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା । ରାମଚନ୍ଦ୍ର ନାୟକଙ୍କୁ କେନ୍ଦ୍ର ବାଳ ସାହିତ୍ୟ ପୁରସ୍କାର । ଚନ୍ଦ୍ରଶେଖର ହୋତାଙ୍କୁ କେନ୍ଦ୍ର ଯୁବ ସାହିତ୍ୟ ପୁରସ୍କାର ।

କନକ ବ୍ୟୁରୋ: ୨୦୨୦ର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଆଜି ଘୋଷଣା କରାଯାଇଛି। ଏଥର ୨୦ଟି ଭାଷାରେ ୨୦ ଜଣ ଲେଖକଙ୍କୁ ପୁରସ୍କାର ପାଇଁ ଚୟନ କରାଯାଇଥିବାର ଘୋଷଣା କରାଯାଇଥିବା ବେଳେ ଓଡ଼ିଆ, ନେପାଳି, ମାଲାୟାଲମ ଓ ରାଜସ୍ଥାନୀ ଭାଷାରେ ପୁରସ୍କାର ଘୋଷଣା କରାଯାଇ ନାହିଁ। ପରବର୍ତ୍ତୀ ସମୟରେ ଏହି ୪ଟି ଭାଷାର ପୁରସ୍କାର ଘୋଷଣା କରାଯିବ ବୋଲି ସାହିତ୍ୟ ଏକାଡେମୀ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।

https://platform.twitter.com/widgets.js

ଏଥର କନ୍ନଡ ଭାଷା ଲାଗି ରାଜନେତା ଓ ଲେଖକ ବୀରପ୍ପା ମୋଇଲିଙ୍କୁ ଏବଂ ଲେଖିକା ଅରୁନ୍ଧତୀ ସୁବ୍ରମଣ୍ୟନଙ୍କୁ ଇରାଜୀ ଭାଷାର କବିତା ସଙ୍କଳନ ପାଇଁ ପୁରସ୍କୃତ କରାଯିବ। ଏତଦ୍‌ବ୍ୟତୀତ ଗୁଜରାଟି, ହିନ୍ଦୀ, କୋଙ୍କଣୀ, ମଣିପୁରୀ, ସାନ୍ତାଳୀ, ତେଲୁଗୁ, ମରାଠି, ସଂସ୍କୃତ, ତାମିଲ, ବୋଡୋ, ଭଙ୍କୁ, ଆସାମିଆ, କାଶ୍ମିରୀ, ମୈଥିଳୀ, ପଞ୍ଜାବୀ, ଡୋଗ୍ରି, ସିନ୍ଧି, ବଙ୍ଗଳା ଭାଷା ଲାଗି ପୁରସ୍କାର ଘୋଷଣା କରାଯାଇଛି। ୨୦୨୦ ଲାଗି ସାନ୍ତାଳୀ ଭାଷା ପାଇଁ ରୂପଚାନ୍ଦ ହାଁସଦାଙ୍କୁ ପୁରସ୍କାର ଲାଗି ମନୋନୀତ କରାଯାଇଛି।

ପ୍ରତ୍ୟେକ ଲେଖକଙ୍କୁ ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ଓ ତାମ୍ରଫଳକ ସହ ସମ୍ମାନିତ କରାଯିବ। ଅପରପକ୍ଷେ ଆଜି ୨୦୨୦ ପାଇଁ ଘୋଷଣା କରାଯାଇଥିବା ବାଲ୍ ସାହିତ୍ୟ ପୁରସ୍କାରର ଓଡ଼ିଆ ବିଭାଗରେ ‘ବନ ଦେଉଳରେ ସୁନା ନେଉଳ’ କାହାଣୀ ସଂକଳନ ପାଇଁ ରାମଚନ୍ଦ୍ର ନାୟକ ଓ ଯୁବ ପୁରସ୍କାର ବିଭାଗରେ ‘ଚେତନାର ଅନ୍ନେଷଣ’ ପାଇଁ ଲେଖକ ଚନ୍ଦ୍ର ଶେଖର ହୋତାଙ୍କୁ ପୁରସ୍କାର ପାଇଁ ଚୟନ କରାଯାଇଛି।

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started