ମଣ୍ଡି ପ୍ରସଙ୍ଗକୁ ନେଇ ଚାଲିପାରୁନି ବିଧାନସଭା : ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବିବୃତି; କହିଲେ, ଗୃହ ପ୍ରତି ବିଶ୍ୱାସଘାତକତା କରିିଛନ୍ତି ସରକାର

କନକ ବ୍ୟୁରୋ : ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି  । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଣ୍ଡି ସମସ୍ୟାକୁ ନେଇ ତାତିଛନ୍ତି ବିରୋଧୀ । ପ୍ରଶ୍ନକାଳ ଆରମ୍ଭରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗକୁ ନେଇ ହଙ୍ଗାମା କରିଛନ୍ତି । ଗୃହ ମଧ୍ୟଭାଗକୁ ମାଡି ଆସି ବିରୋଧୀ ହୋହାଲ୍ଲା କରିବାରୁ ପ୍ରଶ୍ନକାଳ ଚାଲି ପାରିନଥିଲା । ଫଳରେ ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ରଖିିଥିଲେ ।

ପରେ ସାଢେ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବି ବିରୋଧୀ ମଣ୍ଡି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରୁଛନ୍ତି । ରାଜ୍ୟରେ ଧାନକିଣା ପ୍ରସଙ୍ଗରେ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ‘ଗତ ଥର ବିଧାନସଭା ଧାନମଣ୍ଡି ସମସ୍ୟାକୁ ନେଇ ଅଚଳ ହୋଇଥିଲା। ପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ ଯେ ପ୍ରକୃତ ଚାଷୀଙ୍କ ଠାରୁ ସମସ୍ତ ଧାନ କିଣାଯିବ। ଦଲାଲମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯାଇ ଗିରଫ କରାଯିବ।

ମାତ୍ର ଦୁର୍ଭାଗ୍ୟଜନକ କଥା ମନ୍ତ୍ରୀ ଗୃହରେ ବିବୃତି ରଖିବା ପରେ ମଣ୍ଡିରୁ ଧାନ ଉଠିଲା ନାହିଁ । ଚାଷୀ ଯିବେ ଏବେ କୁଆଡେ । ଚାଷୀମାନେ ଆତ୍ମହତ୍ୟା କରିବା ଭଳି ପ୍ରକ୍ରିୟା ଆରମ୍ଭ ହେଲାଣି । ରାଜ୍ୟ ସରକାର ଗୃହ ପ୍ରତି ଅବମାନନା କରିଛନ୍ତି ଓ ବିଶ୍ୱାସଘାତକତା କରିଛନ୍ତି। ଏହାଫଳରେ ରାଜ୍ୟବାସୀଙ୍କ ବିଧାନସଭା ପ୍ରତି ବିଶ୍ଵାସ ହଟିଯିବ। ବାଚସ୍ପତି ମହୋଦୟ ଆପଣଙ୍କର ବି ଦାୟିତ୍ୱ ଅଛି, ଆପଣ କିଛି କରନ୍ତୁ। ଯଦି ରାଜ୍ୟ ସରକାର ତାଙ୍କ କଥା ନ ରଖିବେ ତେବେ ଗୃହ ଚାଲିବ କାହିଁକି। ଟୋକନ ରିଇସ୍ୟୁ କରାଯାଉ। ସରକାର ସମସ୍ତ ଧାନ ନ କିଣିବା ଯାଏ ଗୃହ ଚାଲିବା ଉଚିତ ନୁହେଁ। ଏହା ଗଣତନ୍ତ୍ର ବିରୋଧୀ ଓ ପରମ୍ପରା ବିରୋଧୀ ।’

ଏହି ପ୍ରସଙ୍ଗରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରକହିଛନ୍ତି, ‘ଆମେ ଆଲୋଚନା କରିବା ପରେ ଯଦି କାର୍ଯ୍ୟ କରି ନ ହେଉଛି ତେବେ ଗୃହ ଚାଲିବ କାହିଁକି। ସରକାର ଗୃହର ଗାରିମା ଭାଙ୍ଗିଛନ୍ତି। ବାଚସ୍ପତି ମହୋଦୟ ଆପଣ ଯେଉଁ ନିର୍ଦେଶ ଦେଇଛନ୍ତି, ଗୃହ ଯେଉଁ ନିଷ୍ପତ୍ତି ନେଇଛି ତାହା ଯଦି କାର୍ଯ୍ୟକାରୀ ହୋଇପାରୁନି, ତେବେ ଲୋକଙ୍କ ବିଶ୍ୱାସ କେମିତି ରହିବ। ଆଜି ବି ଅନେକ ମଣ୍ଡିରେ ଧାନ ପଡ଼ିଛି ଗାଈଗୋରୁ ଖାଉଛନ୍ତି, ଆମକୁ ଲୋକେ ପଚାରୁଛନ୍ତି। ତେଣୁ ଆମେ ଦାବି କରୁଛୁ, ସରକାର ତୁରନ୍ତ ଧାନ ଉଠାନ୍ତୁ ।

ଠିକ୍ ସେହିପରି ଗୃହରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଉଦବେଗ ପ୍ରକାଶ କରି କହିଛନ୍ତି, ‘ ଯେ ପର୍ଯ୍ୟନ୍ତ ଧାନ ଉଠୁନି, ସେ ପର୍ଯ୍ୟନ୍ତ ବିଧାନସଭା ଚାଲିବାକୁ ଆମେ ଦେବୁନି। ବିଜେଡି ନେତା କହି ପାରୁନାହାନ୍ତି ଆମ ଦ୍ୱାରା କୁହାଉଛନ୍ତି। ସମସ୍ତଙ୍କ ଆତ୍ମା କାନ୍ଦୁଛି। ଶାସକ ଦଳର ନେତାମାନେ ଲବିରେ କହିଲେ, ଭଲ କରିଛ ଧାନ ପ୍ରସଙ୍ଗ ଉଠାଇଛ। ନବୀନ ପଟ୍ଟନାୟକ କୌଣସି ନେତାଙ୍କୁ ଅଧିକାର ଦେଇନାହାନ୍ତି ଗୃହରେ ନିଜ ସମସ୍ୟା କହିବା ଲାଗି। ହାତ ଯୋଡ଼ି କହୁଛି, ସବୁ ଧାନ ଉଠାଇବା ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ।’

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started