ଭାରତରେ ବଢ଼ୁଛି ଧନୀ ଲୋକଙ୍କ ସଂଖ୍ୟା : ହୁରୁନ୍ ଇଣ୍ଡିଆ ୱେଲ୍ଥ ରିପୋର୍ଟରୁ ଆସିଲା ତଥ୍ୟ

କନକ ବ୍ୟୁରୋ : ଭାରତରେ ବଢୁଛି ଧନୀ ଲୋକଙ୍କ ସଂଖ୍ୟା । ନିକଟରେ ପ୍ରକାଶ ପାଇଛି, ହୁରୁନ୍ ଇଣ୍ଡିଆ ୱେଲ୍ଥ ରିପୋର୍ଟ -୨୦୨୦ । ଏହି ରିପୋର୍ଟ ଅନୁସାରେ, ୪ ଲକ୍ଷ ୧୨ ହଜାର ଭାରତୀୟ ହେଉଛନ୍ତି ଡଲାର ମିଲିିଅନର । ଅର୍ଥାତ୍ ସେମାନଙ୍କ ପାଖରେ ରହିଛି ୭ କୋଟିରୁ ଅଧିକ ଟଙ୍କାର ସଂପତି । ଏହି ତାଲିକାର ଶୀର୍ଷରେ ରହିଛି ମୁମ୍ବାଇ, ଏହା ତଳକୁ ଦିଲ୍ଲୀ ।

ହୁରୁନ୍ ରିପୋର୍ଟର ଧନୀ ତାଲିକାରେ ମହାରାଷ୍ଟ୍ରରେ ରହିଛନ୍ତି ୫୬ ହଜାର ମିଲିଅନିଅର, ଏହା ତଳକୁ ରହିଛି ଉତ୍ତର ପ୍ରଦେଶ । ଏଠାରେ ୩୬ ହଜାର ମିଲିଅନିଅର ପରିବାର ରହିଛନ୍ତି । ତାମିଲନାଡୁରେ ୩୫ ହଜାର, କର୍ଣ୍ଣାଟକରେ ୩୩ ହଜାର ଓ ଗୁଜୁରାଟରେ ରହିଛନ୍ତି ୨୯ ହଜାର ମିଲିଅନିର୍ ପରିବାର । ଦେଶର ଜିଡିପିର ୬ ପ୍ରତିଶତରୁ ଅଧିକ ଯୋଗଦାନ ହେଉଛି କେବଳ ମୁମ୍ବାଇର । ଯେଉଁଟି ପାଖାପାଖି ୧୭ ହଜାର ମିଲିଅନିଅର ପରିବାର ରହୁଛନ୍ତି । ଦିଲ୍ଲୀର ୧୬ ହଜାର ମିଲିଅନିଅର ପରିବାର ଦେଶର ଜିଡିପିରେ ସେମାନଙ୍କ ଯୋଗଦାନ ହେଉଛି ପାଖାପାଖି ୫ ପ୍ରତିଶତ । କୋଲକାତାରେ ୧୦ ହଜାର ମିଲିଅନିଅର ପରିବାର ରହିଥିବା ହୁରୁନ୍ ଇଣ୍ଡିଆ ୱେଲ୍ଥ ରିପୋର୍ଟରେ ପ୍ରକାଶ ପାଇଛି ।

ଏହି ରିପୋର୍ଟରୁ ଜଣାପଡିଛି, ଭାରତରେ ମଧ୍ୟବିତଙ୍କ ସଂଖ୍ୟା ବଢିଛି । ୫ କୋଟି ୬୪ ଲକ୍ଷ ନୂଆ ମଧ୍ୟବିତ ପରିବାର ସୃଷ୍ଟି ହୋଇଛନ୍ତି । ଯେଉଁମାନଙ୍କର ବାର୍ଷିକ ସଂଚୟ ୨୦ ଲକ୍ଷ ଟଙ୍କାରୁ ଅଧିକ ରହିଛି । ସେପଟେ ଆଉ ଏକ ସୂଚନା ହେଉଛି, ଭାରତର ୩ ହଜାର ପରିବାର ପାଖରେ ରହିଛି ହଜାରେ କୋଟି ଟଙ୍କାରୁ ଅଧିକ ସଂପତି ।

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started