ପଶ୍ଚିମବଙ୍ଗରେ ରାଲି ବାତିଲ କଲେ ମୋଦୀ । ଦେଶର କୋଭିଡ ସ୍ଥିତି ନେଇ ଶୁକ୍ରବାର କରିବେ ୩ଟି ବୈଠକ ।

କନକ ବ୍ୟୁରୋ: କରୋନା ମହାମାରୀ ଭିତରେ ଦେଶରେ ଅମ୍ଲଜାନ ଅଭାବର ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପିକେ ମିଶ୍ର, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଗୃହସଚିବ ଅଜୟ ଭଲ୍ଲା ଓ ନୀତି ଆୟୋଗ ସଦସ୍ୟଙ୍କ ସହ ବୈଠକ କରିଛନ୍ତି । ଅମ୍ଲଜାନ ଉତ୍ପାଦନ ବୃଦ୍ଧି ଓ ଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଗୁଡିକର ଅକ୍ସିଜେନ ଆବଶ୍ୟକତା ଓ ତାହା ଅନୁଯାୟୀ ଯୋଗାଣ କରିବା ପାଇଁ କଣ ସବୁ ପଦକ୍ଷେପ  ନିଆଯାଉଛି ସେ ନେଇ ଅବଗତ କରାଯାଇଛି ।

ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ଅମ୍ଳଜାନ ଯୋଗାଣରେ କୌଣସି କଟକଣା ରହିବ ନାହିଁ । ଏହାସହ ଶିଳ୍ପ ବ୍ୟବହାର ଲାଗି ଅମ୍ଲଜାନ ଯୋଗାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ଗୃହମନ୍ତ୍ରାଳୟ । ଅମ୍ଲଜାନ ଅଭାବରୁ ଦେଶର ବିଭିନ୍ନ କୋଣରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ଏବେ ଅମ୍ଲଜାନ ପରିବହନକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ନିର୍ଦ୍ଦେଶନାମା ଜାରି କରିଛି ।

ରାଜ୍ୟ ରାଜ୍ୟ ମଧ୍ୟ ମେଡିକାଲ ବ୍ୟବହାର୍ଯ୍ୟ ଅମ୍ଲଜାନର ପରିବହନ ଉପରେ କୌଣସି ପ୍ରତିବନ୍ଧକ ଲଗାଯିବ ନାହିଁ । ଅମ୍ଲଜାନ ଅଭାବ ପାଇଁ ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରି କୁହାଯାଇଛି, ରାଜ୍ୟ ଗୁଡିକ ମଧ୍ୟରେ ମେଡିକାଲ ଅମ୍ଲଜାନର ପରିବହନ ଉପରେ କୌଣସି କଟକଣା ଲଗାଯିବ ନାହିଁ ଏବଂ ପରିବହନ କର୍ତୃପକ୍ଷଙ୍କୁ ସେ ଅନୁଯାୟୀ ଅମ୍ଲଜାନ ପରିବହନ କରୁଥିବା ଗାଡିଗୁଡିକର ମାଗଣା ଆନ୍ତଃରାଜ୍ୟ ଗତିବିଧିକୁ ଅନୁମତି ଦେବେ ।

ଅମ୍ଲଜାନ ଉତ୍ପାଦନକାରୀ ଓ ଯୋଗାଣକାରୀଙ୍କ ଉପରେ କେବଳ ନିଜ ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳରେ ଥିବା ଡାକ୍ତରଖାନା ଗୁଡିକରେ ଅମ୍ଲଜାନା ଯୋଗାଣକୁ ସୀମତି ରଖିବାକୁ କୌଣସି ପ୍ରତିବନ୍ଧକ ଲଗାଯିବ ନାହିଁ । ସହରରେ ଅମ୍ଲଜାନ ପରିବହନ କରୁଥିବା ଗାଡିଗୁଡିକ ଉପରେ କଟକଣା ରହିବ ନାହିଁ । କୌଣସି କର୍ତୃପକ୍ଷ ସେମାନଙ୍କ ଅଂଚଳ ଦେଇ ଯାଉଥିବା ଅମ୍ଲଜାନ ପରିବହନ ଗାଡିକୁ କୌଣସି ନିର୍ଦ୍ଧିଷ୍ଟ ସ୍ଥାନ ଲାଗି ଅମ୍ଲଜାନ ଯୋଗାଣ ଲାଗି ସଂଲଗ୍ନ କରିବେ ନାହିଁ । ଏପ୍ରିଲ ୨୨ଠାରୁ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଶିଳ୍ପରେ ବ୍ୟବହାର ଲାଗି ଉଦ୍ଧିଷ୍ଟ ଅମ୍ଲଜାନ ଯୋଗାଣ ବନ୍ଦ କରାଯିବ ।

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started