କରୋନାର ନୂଆ ରେକର୍ଡ : ଦିନକରେ ୩,୪୬,୭୮୬ ନୂଆ ଆକ୍ରାନ୍ତ, ୨,୬୨୪ ମୃତ

କନକ ବ୍ୟୁରୋ : ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୩ଲକ୍ଷ ୪୬ ହଜାର ୭୮୬ ଆକ୍ରାନ୍ତ ଚିହ୍ନଟ । ସେହିପରି ଗୋଟିଏ ଦିନରେ ୨ହଜାର ୬୨୪ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୬୬ ଲକ୍ଷ ୧୦ ହଜାର ୪୮୧ ରହିଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୯ ଲକ୍ଷ ୫୪୪ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୫ ଲକ୍ଷ ୫୨ ହଜାର ୯୪୦ ଥି ବା ବେଳେ ମହାମାରୀରୁ ସୁସ୍ଥ ହୋଇଛନ୍ତି ୧ କୋଟି ୩୮ ଲକ୍ଷ ୬୭ ହଜାର ୯୯୭ ଜଣ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୩,୮୩,୭୯,୮୩୨ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଏପ୍ରିଲ୍‌ ୨୩ ତାରିଖ ସୁଦ୍ଧା ସମୁଦାୟ ୨୭,୬୧,୯୯,୨୨୨ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୭,୫୩,୫୬୯ଟି ନମୁନା।

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started