ଚିନ୍ତାରେ ସ୍ମାର୍ଟଫୋନ୍ କମ୍ପାନୀ… କରୋନା ସ୍ଥିତି ସୁଧୁରିଗଲା ଭାବି ମଗାଇଛନ୍ତି ବିପୁଳ ସ୍ମାର୍ଟପୋନ୍ । ଘାରିଲା ବିକ୍ରି ଚିନ୍ତା

ଗତବର୍ଷ ଦେଖାଦେଇଥିବା କରୋନା ମହାମାରୀର ପ୍ରଭାବ ଚଳିତ ବର୍ଷ ପ୍ରାରମ୍ଭରେ ଅନେକାଂଶରେ ପ୍ରଶମିତ ହୋଇଯାଇଥିଲା। ଆଗକୁ ଭଲ ଦିନ ଆସୁଥିବା ବିଚାର କରି ମୋବାଇଲ୍ କଂପାନିଗୁଡ଼ିକ ବିପୁଳ ପରିମାଣର ସ୍ମାର୍ଟଫୋନ୍ ମଗାଇଥିଲେ। ସେଥିପାଇଁ ୨୦୨୧ ଜାନୁଆରିରୁ ମାର୍ଚ୍ଚ ଭିତରେ ଦେଶକୁ ଆସିଥିବା ସ୍ମାର୍ଟଫୋନ୍‌ରେ ୨୩% ବୃଦ୍ଧି ଘଟିଥିଲା। ମାତ୍ର ଏବେ ଦେଖାଦେଇଥିବା କରୋନା ମହାମାରୀର ଦ୍ବିତୀୟ ଲହର କଂପାନିଗୁଡ଼ିକୁ ଚିନ୍ତାରେ ପକାଇ ଦେଇଛି। ଏପ୍ରିଲ୍‌ରୁ ଜୁନ୍ ଭିତରେ ସ୍ମାର୍ଟଫୋନ୍ ବିକ୍ରି ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି।

କରୋନା ମହାମାରୀ ଦେଖାଦେବା ପରେ ଲୋକମାନେ ବ୍ୟାଙ୍କ କାମ ଠାରୁ ଆରମ୍ଭ କରି ଅନ୍‌ଲାଇନ୍ ପାଠପଢ଼ା ପର୍ଯ୍ୟନ୍ତ ଅନେକ କାର୍ଯ୍ୟ ସ୍ମାର୍ଟଫୋନ୍ ଜରିଆରେ କରୁଛନ୍ତି। ଫଳରେ ସ୍ମାର୍ଟଫୋନ୍‌ର ଚାହିଦା ବହୁତ ବଢ଼ିଛି। ୨୦୨୧ର ପ୍ରାରମ୍ଭିକ ମାସଗୁଡ଼ିକରେ ଅର୍ଥନୈତିକ କାର୍ଯ୍ୟକଳାପରେ ବୃଦ୍ଧି ଘଟିବା ଓ କରୋନା ସଂକ୍ରମଣ ମାମଲା ସଂଖ୍ୟା ହ୍ରାସ ପାଇବାରୁ ସ୍ମାର୍ଟଫୋନ୍ କଂପାନିଗୁଡ଼ିକ ବେଶ ଉତ୍ସାହିତ ହୋଇପଡ଼ିଥିଲେ। ସେମାନେ ଦେଶକୁ ୩୮ ନିୟୁତ ଫୋନ୍ ଆଣିଛନ୍ତି। ପୂର୍ବରୁ ଏତେ ପରିମାଣର ସ୍ମାର୍ଟଫୋନ୍ ଦେଶକୁ କେବେ ଆସିନଥିଲା। ସର୍ବଭାରତୀୟ ମୋବାଇଲ୍‌ ରିଟେଲର ସଂଘ ତରଫରୁ କୁହାଯାଇଛି ଯେ କେବଳ ମହାରାଷ୍ଟ୍ରରେ ଲାଗିଥିବା କଟକଣା ‌ଯୋଗୁଁ ୧୫ ହଜାର ରିଟେଲର ପ୍ରଭାବିତ ହୋଇଛନ୍ତି। ଅନ୍ୟତମ ରିଟେଲର ସଂଘ ରିଟେଲର ଆସୋସିଏସନ ଅଫ୍‌ ଇଣ୍ଡିଆ ଆକଳନ କରିଛି ଯେ ଏପ୍ରିଲ୍‌ରେ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସାୟ ୩୫% ହ୍ରାସ ପାଇବ। ଚଳିତ ତ୍ରୟମାସରେ ସ୍ମାର୍ଟପୋନ୍‌ କଂପାନିଗୁଡ଼ିକ ୫୭୦୦ କୋଟି ଟଙ୍କାରୁ ୧୧,୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବେ ବୋଲି ପୂର୍ବାନୁମାନ କରାଯାଇଛି। ସ୍ମାର୍ଟଫୋନ୍ ବିକ୍ରି ୫-୧୦ ନିୟୁତ ହ୍ରାସ ପାଇପାରେ। ଯଦି ଫୋନ୍‌ର ହାରାହାରି ଦାମ୍ ୧୧,୫୦୦ ଟଙ୍କା ବୋଲି ବିଚାର କରାଯିବ ତେବେ କଂପାନିଗୁଡ଼ିକ ଏହି କ୍ଷତି ସହିବେ ବୋଲି ଆକଳନ କରାଯାଇଛି।

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started