ଆଜି ଦିଲ୍ଲୀରେ ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ : ଟିକାକରଣ ଓ ଅକ୍ସିଜେନ ଯୋଗାଣ ନେଇ ସମସ୍ୟା ଉପରେ ହୋଇପାରେ ବିସ୍ତୃତ ଆଲୋଚନା

କନକ ବ୍ୟୁରୋ : ଦେଶର କୋଭିଡ୍ ସ୍ଥିତି ନେଇ ଆଜି ଦିଲ୍ଲୀରେ ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଅଧ୍ୟକ୍ଷତା କରିବେ । ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ବୈଠକ ବସିବ। ମହାମାରୀ ଯେମିତି ଆଉ ଅଧିକ ବିସ୍ତାର ନ କରେ ସେ ନିମନ୍ତେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ କେତେକ କଠୋର ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମନେ କରାଯାଉଛି।

ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଏହି ମନ୍ତ୍ରୀ ପରିଷଦ୍ ବୈଠକ ବସିବ। ଗୁରୁବାର ଦିନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ‘ଚିଫ୍ ଅଫ୍ ଆର୍ମି ଷ୍ଟାଫ୍‌’ ଜେନେରାଲ୍‌ ଏମ୍ଏମ୍‌ ନରୱଣେଙ୍କୁ ଭେଟି କୋଭିଡ୍‌-୧୯ର ପ୍ରସ୍ତୁତି ଏବଂ ସେନାବାହିନୀର ପଦକ୍ଷେପ କଥା ସମୀକ୍ଷା କରିଥିଲେ । ଏକ ବିବୃତିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, କୋଭିଡ୍‌ ପରିଚାଳନାରେ ସହାୟ ହେବା ଲାଗି ସେନା ଗ୍ରହଣ କରୁଥିବା କେତେକ ପଦକ୍ଷେପ ସଂପର୍କରେ ସେମାନେ ଆଲୋଚନା କରିଛନ୍ତି । ସୂଚନ‌ାଯୋଗ୍ୟ, ଦେଶରେ କରୋନାଭାଇରସ୍‌ ସଂକ୍ରମଣର ଦ୍ବିତୀୟ ପ୍ରବାହ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମହାମାରୀ ପରିଚାଳନା ନିମ‌େନ୍ତେ ଅନ୍ୟୂନ ୨୧ଟି ଆନୁଷ୍ଠାନିକ ବୈଠକରେ ଯୋଗ ଦେଇ ସାରିଲେଣି । ସେଥିରୁ ଅଧିକାଂଶ ବୈଠକ ଗତ ଦୁଇ ସପ୍ତାହ ମଧ୍ୟରେ ବସିଛି ।

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started