ଇସ୍ରାଏଲରେ ଚାଲିଥିଲା ଧାର୍ମିକ ଉତ୍ସବ (ବନଫାୟାର) । ଭିଡରୁ ଆରମ୍ଭ ହେଲା ଦଳା ଚକଟା । ୩୮ ମୃତ ଅନେକ ଆହତ ।

କନକ ବ୍ୟୁରୋ : ଭାରତରେ କୁମ୍ଭମେଳାରୁ ଯେଭଳି ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଲା ସେହିଭଳି ଇସ୍ରାଏଲରେ ଚାଲିଥିବା ଏକ ଧାର୍ମିକ ଉତ୍ସବ (ବନଫାୟାର) ରେ ଶ୍ରଦ୍ଧାଳୁ ମାନଙ୍କ ଭି୍ତରେ ଦଳା ଚକଟା ହୋଇ ୩୮ ଜଣ ଲୋକଙ୍କର ଜୀବନ ଯାଇଛି । ଏହାସହ ଅନେକ ସଂଖ୍ୟାରେ ଆହତ ହୋଇଛନ୍ତି । ଏହି ଘଟଣାକୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ବିରାଟ ବିପର୍ଯ୍ୟୟ ବୋଲି କହିଛନ୍ତି ।

ଦ୍ବିତୀୟ ଶତାବ୍ଦୀର ସନ୍ଥ ରାବ୍‌ବି ସାଇମନ୍‌ ବାର୍‌ ୟୋଚାଇଙ୍କ ସମାଧି ‘ମାଉଣ୍ଟ୍‌ ମେରୋନ୍‌’ରେ ହଜାର ହଜାର ଉଗ୍ର-ରକ୍ଷଣଶୀଳ ଇହୁଦୀ ସମବେତ ହୋଇଥିଲେ। ବାର୍ଷିକ ‘ଲାଗ୍‌ ବି’ଓମେର ପାଳନ ନିମନ୍ତେ ସେଠାରେ ସାରା ରାତି ପ୍ରାର୍ଥନା ଓ ନୃତ୍ୟ ଚାଲିଥିଲା।

ସ୍ବାସ୍ଥ୍ୟ ଅଧିକାରୀମାନେ କୋଭିଡ୍-୧୯ ବିପଦ ସୂଚନା ଜାରି କରିବା ସତ୍ତ୍ବେ ହର୍ଷୋତ୍‌ଫୁଲ୍ଲିତ ଜନତା ସେଠାରେ ଗହଳି କରିଥିଲେ। ଏତେ ଗହଳି ନ କରି ଘଟଣାସ୍ଥଳରୁ ଅପସରି ଯିବା ନମନ୍ତେ ସମବେତ ଜନତାଙ୍କୁ ଜଣେ ଆୟୋଜକ ଡାକବାଜି ଯନ୍ତ୍ରରେ କହିବା ପରେ ଦଳଚକଟା ଆରମ୍ଭ ହୋଇଥିଲା ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

‘ମେଗାନ୍‌ ଡେଭିଡ୍‌ ଆଣ୍ଡୋମ୍‌ ଆମ୍ବୁଲାନ୍ସ୍‌ ସେବା’ କହିଛି ଯେ, ବହୁସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିବା ସହ ୧୦୩ଜଣ ଲୋକ ଦଳଚକଟାରେ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ୩୮ ବୋଲି ‘ଚାନେଲ୍‌-୧୨’ କହିଛି। ପୁଲିସ ଘଟଣାସ୍ଥଳ‌ରେ ‘ସଟ୍‌ଡାଉନ୍‌’ ଘୋଷଣା କରିବା ସହ ସମବେତ ଜନତାଙ୍କୁ ଚାଲିଯିବାକୁ ଆଦେଶ ଦେଇଥିଲା। ମୃତାହତମାନଙ୍କୁ ସେନା ହେଲିକପ୍ଟର୍‌ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା। କୋଭିଡ୍‌-୧୯ କଟକଣା ଯୋଗୁଁ ଗତବର୍ଷ ‘ମାଉଣ୍ଟ୍‌ ମେରୋନ୍‌’ ଉତ୍ସବାଗ୍ନି ନିଷେଧ କରାଯାଇଥିଲା।

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started