
କନକ ବ୍ୟୁରୋ : ଭୁବନେଶ୍ୱର ୩୬ ନମ୍ବର ୱାର୍ଡର ମଧୁସୂଦନ ନଗରରେ ଗତକାଲି ପ୍ରାୟ ୪ ଫୁଟ୍ ଉଚ୍ଚତାରେ ପାଣି ଚାଲୁଥିଲା । ଆଜି ବିଏମସି ପକ୍ଷରୁ ଜେସିବି ସାହାଯ୍ୟରେ ଡ୍ରେନ୍ ବ୍ଲକକୁ ସଫା କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଜଳବନ୍ଦୀ ସମସ୍ୟା ବହୁ ବର୍ଷର କିନ୍ତୁ ସମାଧାନ ବାଟ ବାହାରୁନି । ସ୍ଥାନୀୟ କର୍ପୋରେଟର କି ବିଏମସି ଏ ଦିଗରେ କୌଣସି ପଦକ୍ଷେପ ନେଉନାହାଁନ୍ତି ତେଣୁ ସ୍ଥାନୀୟ ଅଞ୍ଚଳର ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।
ସୋମବାର ସକାଳେ ମେଘୁଆ ପାଗ ଥିବା ବେଳେ ଅପରାହ୍ନ ସାଢ଼େ ୨ଟା ବେଳକୁ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା । ଲଗାତାର ଘଡ଼ଘଡ଼ି ମାରିବା ସହ ବର୍ଷା ଛାଡ଼ିବା ନାଁ ଧରୁ ନଥିଲା । କଟକ ରୋଡ୍, ରଥରୋଡ୍, ଜନପଥ, ଇସ୍କନ ସାମ୍ନା ସମେତ ସହରର ପ୍ରମୁଖ ରାସ୍ତାରେ ପାଣି ଦୀର୍ଘ ସମୟ ଧରି ଜମି ରହିଥିଲା । ଯିଏ ଗାଡ଼ି ଧରି ବାହାରିଥିଲା ସେ ରାସ୍ତାରେ ଫସି ଯାଇଥିଲା । ସନ୍ଧ୍ୟାରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯିବାରୁ ପ୍ରମୁଖ ରାସ୍ତାମାନଙ୍କରେ ଷ୍ଟ୍ରିଟ୍ ଲାଇଟ୍ ଜଳୁ ନଥିଲା । ଫଳରେ ଅନ୍ଧାର ସାଙ୍ଗକୁ ପାଣି ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଥିଲା । କେବଳ ରାସ୍ତା ନୁହେଁ, ବିଭିନ୍ନ ବସ୍ତିରେ ମଧ୍ୟ ବିଜୁଳି ସଂଯୋଗ ଦୀର୍ଘ ସମୟ ଧରି ବିଚ୍ଛିନ୍ନ ରହିଥିଲା । ଯାହା ସହରବାସୀଙ୍କୁ ଏକ ତିକ୍ତ ଅନୁଭବ ଦେଇଥିଲା ।
The post ପାଣି କମିଛି କିନ୍ତୁ ଚିନ୍ତା କମିନି : ଭୁବନେଶ୍ୱର ୩୬ ନମ୍ବର ୱାର୍ଡରେ ଜେସିବି ସାହାଯ୍ୟରେ ନିଷ୍କାସିତ ହେଉଛି ପାଣି first appeared on Kanak News.
from Kanak News
via <a href="https://ifttt.com/?