
କନକ ବ୍ୟୁରୋ: ବେଦାନ୍ତ ଜନ ଶୁଣାଣି ଶିବିରରେ ଜନତାଙ୍କୁ ବାରଣ । ଜନ ଶୁଣାଣି ଶିବିରକୁ ପ୍ରବେଶ ପାଇଁ ଅନୁମତି ନମିଳିବାରୁ ତାତିଲେ ସ୍ଥାନୀୟ ବାସିନ୍ଦା । ଶିବିର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସପକ୍ଷବାଦୀ ଓ ବିପକ୍ଷବାଦୀ ଧସ୍ତାଧସ୍ତି ହୋଇଛନ୍ତି । ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇଛି । ପରସ୍ପର ମଧ୍ୟରେ କଥା କଟାକଟି ହେବାରୁ ହାତାହାତି ହୋଇଛନ୍ତି । ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲ ଅନ୍ତର୍ଗତ କୁଡାଲୋଇରେ ବେଦାନ୍ତର ନର୍ଥ ଏ-କୋଲ ବ୍ଲକ ପାଇଁ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ କିଛି ଲୋକ ଏହି କୋଲ ବ୍ଲକକୁ ସ୍ୱାଗତ କରିଥିବା ବେଳେ ଆଉ କିଛି ଏହାକୁ ବିରୋଧ କରିଛନ୍ତି ।
ତେଣୁ ଜନ ଶୁଣାଣି ଶିବିରରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପରସ୍ପର ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏହି ଘଟଣାରେ ପୁଲିସ ୨୬ ଜଣଙ୍କୁ ଅଟକ ରଖିଛି । ସ୍ଥାନୀୟ ଅଂଚଳର ବିକାଶ, ନିଯୁକ୍ତି, କ୍ଷତିପୁରଣ ଓ ଥଇଥାନକୁ ଅଗ୍ରାଧିକାର ଦେବାକୁ ବିପକ୍ଷବାଦୀ ଦାବି କରିଛନ୍ତି । କୋଲ ବ୍ଲକ ଦ୍ୱାରା ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତଙ୍କୁ ସରକାରୀ ନୀତିନୀୟମ ଅନୁସାରେ କ୍ଷତିପୂରଣ ଓ ଥଇଥାନ କରାଯିବ ବୋଲି ବେଦାନ୍ତ କୋଲ ବ୍ଲକ ପ୍ରକଳ୍ପ ମୁଖ୍ୟ କହିଛନ୍ତି । ପିପିଲିମାଲ, କୁଡାଲୋଇ, ଧଉଁରାମୁଣ୍ଡା, ବେଲପାହଡ, ବଂଜରୀ, ବର୍ତାପ ଭଳି ଗାଁର ୯ଶହ ୬୫ ହେକ୍ଟର ଜମିରେ କୁଡାଲୋଇ ନର୍ଥ ଏ-କୋଲ ବ୍ଲକ କରାଯିବ । ଏଥିପାଇଁ ପରିବେଶ ମଂଜୁରୀର ଆବଶ୍ୟକତା ରହିଛି । ପରିବେଶ ମଂଜୁରୀ ପାଇଁ ଆଜି ପିପିଲିମାଲ ଗାଁରେ ଜନଶୁଣାଣି ଶିବିର ଆୟୋଜନ କରାଯାଇଥିଲା ।
The post ବେଦାନ୍ତ କୋଲ ବ୍ଲକ ପାଇଁ ଜନ ଶୁଣାଣି ବେଳେ ଖଣ୍ଡଯୁଦ୍ଧ: ସପକ୍ଷବାଦୀ-ବିପକ୍ଷବାଦୀଙ୍କ ମଧ୍ୟରେ ଧସ୍ତାଧସ୍ତି first appeared on Kanak News.
from Kanak News
via <a href="https://ifttt.com/?