
କନକ ବ୍ୟୁରୋ : କଟକ ବାଙ୍କୀରେ ପ୍ରବେଶ କଲା ମହାନଦୀର ପ୍ରଥମ ବନ୍ୟାଜଳ । ବାଙ୍କୀର ତଳିଆ ଅଞ୍ଚଳ ମାନଙ୍କରେ ବନ୍ୟାଜଳ ପ୍ରବାହିତ ହେଉଛି । ଏବେ ସୁବର୍ଣ୍ଣପୁର ନିକଟ ହୁଳୁହୁଳା ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ବାଙ୍କୀର ୬ଟି ପଞ୍ଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି ।
ବାଉଁଶପୁଟ, ବନ୍ଦା. ରତାଗଡ, ଓସ୍ତିଆ ଆଦି ପଞ୍ଚାୟତର ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟାଜଳ ମାଡି ଯାଇଛି । ସେପଟେ ଶିମିଳିପୁର ବିଲିପଡ଼ା ରାସ୍ତାର କଇଁଆ ନାଳ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ବିଲିପଡ଼ାରୁ ଶିମିଳିପୁର ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ହେକ୍ଟର ହେକ୍ଟର ପରିବା ଫସଲରେ ବନ୍ୟା ଜଳ ମାଡି ଯାଇଥିବା ଦେଖିବାକୁ ମିଳିଛି ।
The post ବାଙ୍କୀରେ ପ୍ରବେଶ କଲା ପ୍ରଥମ ବନ୍ୟାଜଳ : ହୁଳୁହୁଳା ପୋଲ ଉପରେ ୫ ଫୁଟ ଉଚ୍ଚର ପାଣି , ୬ଟି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ first appeared on Kanak News.
from Kanak News
via <a href="https://ifttt.com/?