ଚାଉଳ ରପ୍ତାନୀ ଉପରେ ଭାରତ ଲଗାଇଲା କଟକଣା, ନେପାଳରେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ଲୋକେ

କନକ ବ୍ୟୁରୋ : ଭାରତର ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ନେପାଳରେ ଚାଉଳର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ ୨୦ରେ ଭାରତ ଅଣ-ବାସୁମତି ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଘୋଷଣା କରିଥିଲା ଏବଂ ଏହାର କିଛି ସମୟ ପରେ ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟରେ ୧୫ ପ୍ରତିଶତ ବୃଦ୍ଧି ଘଟିଥିବାର ଆଲୋଚନା ହୋଇଥିଲା । ଏହାର ପ୍ରଭାବ ନେପାଳର ଖୁଚୁରା ଦୋକାନରେ ମଧ୍ୟ ଦେଖିବାକୁ ମିଳିଛି । କାଠମାଣ୍ଡୁ ସ୍ଥିତ ଖୁଚୁରା ଦୋକାନୀ ରାମଶରଣ ଶ୍ରେଷ୍ଟା କହିଛନ୍ତି ଯେ ୨୫ କିଲୋଗ୍ରାମ ପ୍ୟାକେଟର ମୂଲ୍ୟ ୩୦୦ ଟଙ୍କାକୁ ବୃଦ୍ଧି ପାଇଛି । ଖୁଚୁରା ବାଣିଜ୍ୟ ସଂଘର ସଚିବ ରାଜୁ ମାସ୍କେଙ୍କ ଅନୁଯାୟୀ ଭାରତ ଏହି ନିଷେଧାଦେଶ ଘୋଷଣା କରିବା ମାତ୍ରେ ହୋଲସେଲରମାନେ ମଧ୍ୟ ମୂଲ୍ୟ ବୃଦ୍ଧି କରିଛନ୍ତି । ରାଜୁ ମାସ୍କେ କହିଛନ୍ତି ଯେ ଷ୍ଟିମ୍ ଜିରାମିନୋ ଚାଉଳ ସପ୍ତାହେ ମଧ୍ୟରେ ୧,୯୦୦ ଟଙ୍କାରୁ ବୃଦ୍ଧି ପାଇ ବ୍ୟାଗ ପିଛା ୨,୦୦୦ ରୁ ୨,୧୦୦ ଟଙ୍କା ହୋଇଯାଇଛି ।

ଯଦିଓ ଉତ୍ପାଦକମାନେ କହିଛନ୍ତି ଯେ ସେମାନେ ଚାଉଳର ମୂଲ୍ୟ ବୃଦ୍ଧି କରିନାହାଁନ୍ତି । ନେପାଳ ଚାଉଳ, ଡାଲି, ତେଲ ଉତ୍ପାଦକ ସଂଘର ସାଧାରଣ ସମ୍ପାଦକ ଦୀପକ କୁମାର ପୁଡେଲ କହିଛନ୍ତି ଯେ ଆମେ ମୂଲ୍ୟ ବୃଦ୍ଧି କରିନାହୁଁ    । ଆମପାଖରେ ତିନିମାସ ପାଇଁ ଷ୍ଟକ୍ ଅଛି ଜ୍ଝ ଶିଳ୍ପ, ବାଣିଜ୍ୟ ଏବଂ ଯୋଗାଣ ମନ୍ତ୍ରୀ ରମେଶ ରିଜଲଙ୍କ ଅନୁଯାୟୀ ବଜାରରେ ଚାଉଳ ମୂଲ୍ୟ ବୃଦ୍ଧି କରିବାର କୌଣସି ଆବଶ୍ୟକତା ନାହିଁ ।

ମନ୍ତ୍ରୀ ରିଜଲ ଏକ ସାକ୍ଷାତକାରରେ କହିଛନ୍ତି ଯେ “ବଜାରରେ ମୂଲ୍ୟ ବୃଦ୍ଧି ହେବାର ଗୁଜବ ଉପରେ ସରକାର ନଜର ରଖିଛନ୍ତି । ଏଗୁଡ଼ିକ କେବଳ ଗୁଜବ ଜ୍ଝ ସରକାର ମୂଲ୍ୟ ବୃଦ୍ଧି କରିବାକୁ ଦେବେ ନାହିଁ । ଏଥି ସହ ସେ ମଧ୍ୟ କହିଛନ୍ତି ଯେ ଯୋଗାଣ ବ୍ୟାହତ ହେଲେ ସରକାର ମୂଲ୍ୟ ବୃଦ୍ଧି ନକରିବାକୁ ଚେଷ୍ଟା କରିବେ। ଏହି ପରିପ୍ରକ୍ଷୀରେ ସେ କହିଛନ୍ତି, ଆମେ ଭାରତ ସହ ଆଲୋଚନା ଆରମ୍ଭ କରିଛୁ। ଯେଉଁମାନେ ପୂର୍ବରୁ ଦାବି କରିସାରିଛନ୍ତି ସେମାନଙ୍କ କ୍ଷେତ୍ରରେ ଭାରତ କିଛି ରିହାତି ମଧ୍ୟ ଦେଇଛି । ଅତୀତରେ, ସେମାନେ ଆମର ଅନୁରୋଧ ଗ୍ରହଣ କରିଛନ୍ତି।  ତାଙ୍କ କହିବାନୁସାରେ, ଆମଦାନୀ ପାଇଁ କେତେ ଚାଉଳର ଆବଶ୍ୟକତା ରହିଛି ତାହା ଆମେ ଆକଳନ କରିବୁ ଏବଂ ତା’ପରେ ଆମେ ଭାରତ ସହ କଥା ହେବୁ । ସେମାନେ ଆମକୁ ଚାଉଳ ଦେବାପାଇଁ ପ୍ରସ୍ତୁତ ଅଛନ୍ତି ।

ନେପାଳରେ ବାର୍ଷିକ କେତେ ଚାଉଳ ଉତ୍ପାଦନ ହୁଏ ?
ନେପାଳ କୃଷିବିଭାଗର ଡେପୁଟି ଡାଇରେକ୍ଟର ଜେନେରାଲ୍ ତଥା ବିଭାଗର ମୁଖପାତ୍ର ଜାନୁକା ପଣ୍ଡିତ କହିଛନ୍ତି ଯେ ନେପାଳର ବାର୍ଷିକ ଧାନ ଉତ୍ପାଦନ ହେଉଛି ୫୫ ଲକ୍ଷ ମେଟ୍ରିକ୍ ଟନ୍। ଏହା ବ୍ୟତୀତ ୬ ରୁ ୭ ଲକ୍ଷ ମେଟ୍ରିକ୍ ଟନ୍ ଆମଦାନୀ ହୋଇଥାଏ । ଜାନୁକାଙ୍କ କହିବା ଅନୁଯାୟୀ ତାଙ୍କ ଦେଶରେ ଉତ୍ପାଦିତ ଚାଉଳ ମୁଖ୍ୟତଃ ଟିକେ ଟାଣ ଅଟେ ଯାହାକୁ ଖାଇବାକୁ ତାଙ୍କ ଦେଶର ଲୋକମାନେ ବେଶି ପସନ୍ଦ କରନ୍ତିନାହିଁ । ତା ବଦଳରେ ସରୁ ଏବଂ ବାସ୍ନା ଚାଉଳର ଅଧିକ ବ୍ୟବହାର ଯୋଗୁଁ ତାଙ୍କୁ ଏହା ଆମଦାନୀ କରିବାକୁ ପଡୁଛି । ନେପାଳ ଚାଉଳ, ଡାଲି ଏବଂ ତେଲ ଉତ୍ପାଦକ ସଂଘ ଅନୁଯାୟୀ, ଭାରତରୁ ବାର୍ଷିକ ପ୍ରାୟ ୧୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିମ୍ବା ୧୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଏବଂ ୨.୫ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଆମଦାନୀ କରିବାର ଆବଶ୍ୟକତା ରହିଛି । ସଂଘର ସାଧାରଣ ସମ୍ପାଦକ ଦୀପକ କୁମାର ପାଉଡେଲ କହିଛନ୍ତି ଯେ ଚାଉଳ ଆଣିବା ପରେ ସେଥିରୁ କିଛି ଭଙ୍ଗାଚାଉଳ, ଭୂଷି ଇତ୍ୟାଦି ଉତ୍ପାଦନରେ ମଧ୍ୟ ବ୍ୟବହୃତ ହୁଏ । ରାଷ୍ଟ୍ରୀୟ ବାଣିଜ୍ୟ ବ୍ୟାଙ୍କ ନେପାଳର ତଥ୍ୟ ଅନୁଯାୟୀ ଜୁନ୍ ଶେଷ ଆର୍ଥିକ ବର୍ଷର ୧୧ ମାସରେ ଧାନ ଏବଂ ଚାଉଳ ପ୍ରାୟ ୩୩ ବିଲିୟନ ଟଙ୍କାର ଆମଦାନୀ ହୋଇଥିଲା । ଜାନୁକା ପଣ୍ଡିତ କହିଛନ୍ତି ଯେ ଆମଦାନୀ ହେଉଥିବା ଚାଉଳ ଅନ୍ୟ କିଛି ପାଇଁ ବ୍ୟବହୃତ ହେଉଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ନେପାଳର ଜିଡିପିରେ କୃଷିର ଅଂଶ ୨୪% ଅର୍ଥାତ୍ ପ୍ରାୟ ଏକ ଚତୁର୍ଥାଂଶ ଏବଂ ଘରୋଇ କୃଷି ଉତ୍ପାଦନରେ ଚାଉଳର ଅବଦାନ ୧୫% ଅଟେ ଜ୍ଝ ଅର୍ଥାତ୍ ଦେଶର ଅର୍ଥନୀତିରେ ଚାଉଳ ଉତ୍ପାଦନର ଏକ ପ୍ରମୁଖ ଅଂଶ ରହିଛି ଏବଂ ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। ଗତ ବର୍ଷ ନେପାଳର ୧.୪ ନିୟୁତ ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା ଏବଂ ଉତ୍ପାଦନ ପ୍ରାୟ ୫.୫ ନିୟୁତ ମେଟ୍ରିକ୍ ଟନ୍ ଥିଲା।

The post ଚାଉଳ ରପ୍ତାନୀ ଉପରେ ଭାରତ ଲଗାଇଲା କଟକଣା, ନେପାଳରେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ଲୋକେ first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started