
କନକ ବ୍ୟୁରୋ : ଖୋର୍ଦ୍ଧାରେ ପଶିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ରାସ୍ତା ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ହିରିମୂଳ ଗାଁ ବାହ୍ୟ ଜଗତରୁ ବିଚ୍ଚିନ୍ନ । ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ଜିଲ୍ଲା ପ୍ରଶାସନ ଓରବସିଂ ପଂଚାୟତ ଜଳ ପ୍ରତିନିଧି ଲୋକଙ୍କ ସହ ପାଣି ଭିତରେ ଥିବା ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିଥିବା ଜଣାପଡ଼ିଛି ।
ଯଦି ପାଣି ବଢ଼େ ତେବେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଜଳ ପ୍ରତିନିଧି । ଲୋକଙ୍କ ଯାତାୟତ ପାଇଁ ବୋଟ୍ ଯୋଗାଇ ଦିଆଯାଇଛି । ପ୍ରତିବର୍ଷ ରାଜୁଆରେ ପାଣି ଆସିଲେ ଏପରି ସମସ୍ୟା ଭୋଗନ୍ତି ୩ଟି ପଂଚାୟତର ପାଖାପାଖି ୧୫ଗୋଟି ଗାଁର ଲେକେ । ରାଜୁଆର ଆଡ଼ି ବନ୍ଧ ନିର୍ମାଣ ଏହାର ଏକମାତ୍ର ସମାଧାନ । ହେଲେ ଲୋକଙ୍କ ପାଇଁ ସ୍ଥାୟୀ ସମାଧାନ ହୋଇପାରୁନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
The post ଖୋର୍ଦ୍ଧା ରାଜୁଆ ନଦୀରେ ବନ୍ୟା : ହିରିମୂଳ ଗାଁ ବାହ୍ୟ ଜଗତରୁ ବିଚ୍ଚିନ୍ନ first appeared on Kanak News.
from Kanak News
via <a href="https://ifttt.com/?