ଚାଷ ଜମିରେ ଚାଲିଲା ଡଙ୍ଗା : ମାଛ ଧରିଲେ ମତ୍ସ୍ୟଜୀବୀ; କଣାସ ବ୍ଲକର ୫ଟି ପଞ୍ଚାୟତର ଚାଷ ଜମି ଏବେ ଜଳମଗ୍ନ

କନକ ବ୍ୟୁରୋ : ଚାଷ ଜମିରେ ଚାଲିଲା ଡଙ୍ଗା । ଆଉ ଡଙ୍ଗାରେ ବସି ମାଛ ଧରିଲେ ମତ୍ସ୍ୟଜୀବୀ । ଦୟା, ମକରା, ରଜୁଆ ନଦୀର ବନ୍ୟା ପାଣିରେ ବେହାଲ ହୋଇପଡ଼ିଛି କଣାସ ଅଞ୍ଚଳ । କଣାସ ବ୍ଲକର ୫ଟି ପଞ୍ଚାୟତର ହଜାର ହଜାର ଏକର ଚାଷ ଜମି ଏବେ ଜଳମଗ୍ନ ହୋଇ ରହିଛି । ଆଉ ସେହି ଚଷ ଜମିରୁ ମତ୍ସ୍ୟଜୀବୀ ମାଛ ଧରୁଛନ୍ତି । ଚାରିଆଡ଼େ ବନ୍ୟା ସ୍ଥିତି ଥିବାରୁ ମତ୍ସ୍ୟଜୀବୀ ମାନେ ଚିଲିକାକୁ ମାଛ ମାରିବାକୁ ଯାଇପାରୁନାହାନ୍ତି । ସେମାନଙ୍କ ଜୀବନ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ପରିବାର ଚଳାଇବା ପାଇଁ ବନ୍ୟା ପାଣିରୁ ମାଛ ମାରୁଛନ୍ତି ମତ୍ସ୍ୟଜୀବୀ ।

The post ଚାଷ ଜମିରେ ଚାଲିଲା ଡଙ୍ଗା : ମାଛ ଧରିଲେ ମତ୍ସ୍ୟଜୀବୀ; କଣାସ ବ୍ଲକର ୫ଟି ପଞ୍ଚାୟତର ଚାଷ ଜମି ଏବେ ଜଳମଗ୍ନ first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started