୧୯ହଜାର ଗୁଳି, ୧୯୯ ରାଇଫଲ, ୨୧ଟି କାର୍ବାଇନ୍, ହିଂସାକାରୀଙ୍କ କବଳରେ ମଣିପୁରର ସରକାରୀ ଅସ୍ତ୍ରଶସ୍ତ୍ର

କନକ ବ୍ୟୁରୋ : ତେଜିବାରେ ଲାଗିଛି ମଣିପୁର ହିଂସା । ବିଷ୍ଣୁପୁର ଜିଲ୍ଲାରେ ଗତକାଲି ରାତିରେ ମୈତେଇ ସମ୍ପ୍ରଦାୟର ୩ ଜଣଙ୍କୁ ହତ୍ୟା କରାଯାଇଛି । ଏଠାରେ କେବଳ ସାଧାରଣ ଲୋକଙ୍କ ଜୀବନ ଯାଉଛି ତା’ନୁହେଁ । ସରକାରୀ ଅସ୍ତ୍ରଶନ୍ତ୍ର ଉପରେ ମଧ୍ୟ କବଜା କରିନେଇଛନ୍ତି ଉପଦ୍ରବକାରୀ ।

ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ମେ’ ୩ରେ ହୋଇଥିବା ଲୁଟପାଟରେ ବିଭିନ୍ନ ରାଇଫଲର ୧୯ହଜାରରୁ ଅଧିକ ଗୁଳି । ଏ.କେ ସିରିଜର ଏ.କେ ଆସଲ୍ଟ ରାଇଫଲ । ୩ଟି ‘ଘାତକ’ ରାଇଫଲ, ୧୯୫ଟି ସେଲ୍ଫ ଲୋଡିଂ ରାଇଫଲ୍, ୫ଟି ଏମପି-୪ ବନ୍ଧୁକ, ୧୬.୯ ଏମଏମର ପିସ୍ତଲ, ୨୫ଟି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍, ୨୧ଟି କାର୍ବାଇନ୍, ୧୨୪ଟି ହାତ ଗୋଳା ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଲୁଟିନେଇଛନ୍ତି ।

ସେପଟେ, ଅନେକ ଘରେ ନିଆଁ ଲଗାଇ ଦେଇଛନ୍ତି ଉପଦ୍ରବକାରୀ । ଏହା ପୂର୍ବରୁ ବିଷ୍ଣୁପର ଜିଲ୍ଲାର ଅନେକ ସ୍ଥାନରେ ଗୁଳିମାଡ ପରେ ସ୍ଥିତି ଉତେଜନାପୂର୍ଣ୍ଣ ରହିଥିଲା । ବିଷ୍ଣୁପୁରରେ ଉପଦ୍ରବକାରୀ ଜଣେ ପୋଲିସ ଅଧୀକାରୀଙ୍କୁ ହତ୍ୟା କରିବା ସହ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ଏପରିକି ସ୍ୱୟଂଚାଳିତ ବନ୍ଧୁକ ମଧ୍ୟ ଲୁଟି ନେଇଛନ୍ତି । ବହୁ ସଂଖ୍ୟାରେ ପୁରୁଷ ଓ ମହିଳା କିରେନଫାବି ଏବଂ ଥଙ୍ଗଲାବାଇରେ ଥିବା ପୋଲିସ ଷ୍ଟେସନ୍ ଉପରେ ଆକ୍ରମଣ କରିଥିଲେ । ସେଠାରୁ ସେମାନେ ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଲୁଟ୍ କରିଥିଲେ । ଏହା ସହ ୫ ଲକ୍ଷ ରାଉଣ୍ଡର ଗୁଳିଗୋଳା ଲୁଟ୍ କରିନେଇଛନ୍ତି । ପୋଲିସ କୌଟୁକ ହିଲ୍ ରେଞ୍ଜରେ ଅଭିଯାନ ଚଲାଇ ୬ ବେଆଇନ ବଙ୍କରକୁ ନଷ୍ଟ କରିଛି । ଏହି ବଙ୍କରକୁ କେଉଁ ସମୁଦାୟ ପକ୍ଷରୁ ନିର୍ମାଣ କରାଯାଇଥିଲା ସେନେଇ ସୂଚନା ଦିଆଯାଇନାହିଁ । ରାଜ୍ୟର ବିଭିନ୍ନ ସ୍ଥାନରେ ୧୨୯ଟି ଚେକ୍ ପଏଂଟ କରାଯାଇଛି । ମଣିପୁର ହିଂସା ମାମଲାରେ ପ୍ରାୟ ୧ ହଜାର ୪୦ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । କୁକି ଓ ମୈତେଇ ସମୁଦାୟ ଭିତରେ ୯୧ ଦିନ ଧରି ହିଂସା ଚାଲିଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିନାହିଁ । ହିଂସାରେ ବର୍ତମାନ ସୁଦ୍ଧା ୧୬୦ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଆହତ ହୋଇଛନ୍ତି । ୫୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି ।

The post ୧୯ହଜାର ଗୁଳି, ୧୯୯ ରାଇଫଲ, ୨୧ଟି କାର୍ବାଇନ୍, ହିଂସାକାରୀଙ୍କ କବଳରେ ମଣିପୁରର ସରକାରୀ ଅସ୍ତ୍ରଶସ୍ତ୍ର first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started