ସୀମାନ୍ତରେ ମାଓମେଳି, ଛତିଶଗଡ଼-ତେଲେଙ୍ଗାନା ସୀମାରେ ବ୍ୟବସ୍ଥା ବିରୋଧରେ ବିରାଟ ଆୟୋଜନ

କନକ ବ୍ୟୁରୋ: ସହିଦ ସପ୍ତାହର ଶେଷ ଦିନରେ ମାଓବାଦୀଙ୍କ ମହାମେଳି । ଛତିଶଗଡ଼-ତେଲେଙ୍ଗାନା ସୀମାରେ ମାଓବାଦୀମାନେ ଏକାଠି ହୋଇ ଲାଲ ସଲାମର ବାର୍ତା ଦେଇଛନ୍ତି । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନାରେ ପ୍ରାୟ ୫୦ ହଜାରରୁ ଊଦ୍ଧ୍ୱର୍ ପୋଲିସ ଫୋର୍ସ ରହିଥିଲେ ମଧ୍ୟ କେନ୍ଦ୍ରୀୟ ବାହିନୀ ଓ ସ୍ଥାନୀୟ ପୋଲିସକୁ ଖୋଲାଖୋଲି ଚାଲେଞ୍ଜ କରି ମାଓବାଦୀଙ୍କ ବୈଠକ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅନ୍ୟପଟେ ମାଲକାନଗିରିରେ ପ୍ରବେଶ କରିଥିବା ଜଣାପଡ଼ିବା ପରେ ଓଡ଼ିଶା ପୋଲିସ ସୀମାନ୍ତବର୍ତୀ ଅଂଚଳରେ କୁମ୍ବିଂ ଅପରେସନ ଜୋରଦାର କରିଛି ।

The post ସୀମାନ୍ତରେ ମାଓମେଳି, ଛତିଶଗଡ଼-ତେଲେଙ୍ଗାନା ସୀମାରେ ବ୍ୟବସ୍ଥା ବିରୋଧରେ ବିରାଟ ଆୟୋଜନ first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started